-
1.‘ଡିଜିଜ୍ ଏକ୍ସ’ ନାମକ ଏକ ରହସ୍ୟମୟ ମହାମାରୀ ସଂକ୍ରମଣରେ କଙ୍ଗୋ ଗୁରୁତର ଭାବେ ପ୍ରଭାବିତ ହୋଇଛି, ଯାହା ଗତ କିଛି ଦିନ ମଧ୍ୟରେ ୭୯ ଜଣଙ୍କ ଜୀବନ ନେଇସାରିଲାଣି।
-
2.ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡସ୍ଥିତ ଆରେଥୁସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଜବ ନିୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉକ୍ତ ବିଦ୍ୟାଳୟର କ୍ୟାମ୍ପସ୍ ମଧ୍ୟରେ ସିଗାରେଟ ଟାଣିବା ପାଇଁ ଛାତ୍ରୀଛାତ୍ରମାନଙ୍କୁ ବିରତି ମିଳିଥାଏ।
-
3.ମହାଦେବ ବେଟିଂ ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩୮୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି।
-
4.ବିଦ୍ରୋହୀମାନେ ସିରିଆର ରାଜଧାନୀ ଦାମାସ୍କସରେ ବଡ଼ ଧରଣର ଆକ୍ରମଣ କରି ତାହାକୁ ଦଖଲ କରିନେଇଛନ୍ତି ।
-
5.କମେଡିଆନ୍ ତଥା ୨୦୨୧ର ଆମେରିକାସ୍ ଗଟ୍ ଟ୍ୟାଲେଣ୍ଟ୍ ପ୍ରତିଯୋଗୀ କବୀର ‘କାବିଜୀ’ ସିଂଙ୍କର ଦେହାନ୍ତ ହୋଇଛି। ୩୯ବର୍ଷ ବୟସରେ ସାନ ଫ୍ରାନ୍ସିସ୍କୋରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।
-
6.ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ୬ ହଜାର ୨ଶହ କୋଟି ଟଙ୍କାର ୩ଟି ନୂତନ ରେଳ ପ୍ରକଳ୍ପ ଶିଳାନ୍ୟାସ କରିବା ସହ ଅନ୍ୟାନ୍ୟ ପ୍ରକଳ୍ପର ଭିତ୍ତିଭୂମି ସ୍ଥାପନ କରିଛନ୍ତି ।
-
7.ରାଜ୍ୟ ସରକାର ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୮ ଶହ ଟଙ୍କାର ଇନ୍ପୁଟ ସବ୍ସିଡି ପ୍ରଦାନ କରିବେ।
-
8.ବିଧାନସଭାରେ ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ । ପରୀକ୍ଷାରେ ଅନିୟମିତତା ସହ ତ୍ରୁଟି ରୋକିବାକୁ ଏହି ବିଲ୍ ଆଣିଛନ୍ତି। ନୂଆ ବିଲ୍ରେ କଠୋର ଦଣ୍ଡବିଧାନ ସହ ଜରିମାନା ବ୍ୟବସ୍ଥା ରହିଛି।
-
9.ଗତ ୧୦ ବର୍ଷର ତଥ୍ୟ ରଖି ଅବକାରୀ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଏବେ ୧୦୭୩ଟି ଠିପି ବନ୍ଦ ଓ ୭୬୨ଟି ଠିପିଖୋଲା ମଦ ଦୋକାନ ରହିଛି। ଚଳିତବର୍ଷ ଲୋକେ ୧୫ କୋଟି ୩୫ ଲକ୍ଷ ୭୨ ବଲକ୍ ଲିଟର ବିୟର ପିଇଛନ୍ତି ।
-
10.ଦେଶର ବିକାଶ ଓ ବିଭିନ୍ନ ଯୋଜନା ସଂକ୍ରାନ୍ତ ଗବେଷଣା ପାଇଁ ‘ସେଣ୍ଟର ଫର୍ ନରେନ୍ଦ୍ର ମୋଦୀ ଷ୍ଟଡିଜ୍’ (ସିଏନ୍ଏମ୍ଏସ୍) ନାମରେ ଆନ୍ତର୍ଜାତିକ କେନ୍ଦ୍ର ନୂଆଦିଲ୍ଲୀରେ ଖୋଲାଯାଇଛି।
-
11.କଟକ ରେଳ ଷ୍ଟେସନର ୧୪ କୋଟି ୬୩ ଲକ୍ଷ ଟଙ୍କା ବ୍ୟୟ ଅତ୍ୟାଧୁନିକ ଦ୍ଵିତୀୟ ପ୍ରବେଶ ଦ୍ଵାରାକୁ କେନ୍ଦ୍ର ସୂଚନା, ପ୍ରସାରଣ, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ବିଦ୍ୟା ତଥା ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉଦ୍ଘାଟନ କରିଛନ୍ତି।
-
12.୧୩ଶହ ଶତାବ୍ଦୀରେ ନିର୍ମିତ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହ ୧୨୦ ବର୍ଷ ପରେ ପୁଣି ଖୋଲାଯିବା ନେଇ ଏଏସ୍ଆଇ ପକ୍ଷରୁ ଐତିହାସିକ ନିଷ୍ପତ୍ତି ନିଆଯାଇଥିଲା। ବାଲି ନିଷ୍କାସନ ପରେ ପର୍ଯ୍ୟଟକଙ୍କ ପାଇଁ ଜଗମୋହନ ଦ୍ଵାରା ସବୁଦିନ ପାଇଁ ଖୋଲି ଦିଆଯିବ ବୋଲି ଜଣାପଡ଼ିଛି।
-
13.କଟକରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ଫିଲିଗ୍ରୀ ତାରକସି ସାଧାରଣ ସୁବିଧା କେନ୍ଦ୍ର କମନ ଫେଶିଲିଟି ସେଣ୍ଟର।
-
14.କୃଷି ପାଇଁ ସୁଦାମ ସାହୁଙ୍କୁ ‘ଓଡ଼ିଶା ସିଟିଜେନ୍ସ ଆୱାର୍ଡ ୨୦୨୪’ ସହ କଳା ଓ ସଂସ୍କୃତି ପାଇଁ ପ୍ରଦୋଶ ସ୍ୱାଇଁ, ବ୍ୟବସାୟ ପାଇଁ ବୋଧିସତ୍ତ୍ୱ ସଂଘପ୍ରିୟ, ଶିକ୍ଷା ପାଇ ବେଦାଙ୍ଗ ଦାସ ମହାନ୍ତି, ମନୋରଂଜନ ପାଇଁ ସତ୍ୟବ୍ରତ ରାଉତ, ସ୍ୱାସ୍ଥ୍ୟ ପାଇଁ ଡାକ୍ତର ପତିତ ପାବନ ମହାନ୍ତି, ରାଜନୀତି ପାଇଁ ବିଧାୟକ ଲକ୍ଷ୍ମଣ ବାଗ୍, ସମାଜସେବା ପାଇଁ ରାଜେଶ୍ୱରୀ ଦଳାଇ ଓ କ୍ରୀଡ଼ା ପାଇଁ ସ୍ୱୟଂମ୍ସ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା
-
15.ଆସନ୍ତା ୪-୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲାରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।