Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1231 12-12-2023 Odia

 

  1. ତିବ୍ବତୀୟ ଧର୍ମଗୁରୁ ୧୪ଶ ଦଲାଇ ଲାମା ତେଞ୍ଜିନ ଗ୍ୟାତ୍ସୋ ସୋମବାର ସକାଳେ ୧୩ ବର୍ଷର ବ୍ୟବଧାନ ପରେ ଏକ ତିନିଦିନିଆ ଗସ୍ତରେ ସିକ୍କିମ ଆସିଛନ୍ତି।

  2. ଡିସେମ୍ବର ୧୧ ତାରିଖରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଧାରା ୩୭୦ ଓ ୩୫(ଏ) ଉଚ୍ଛେଦ ନେଇ ଐତିହାସିକ ରାୟ ଦେଇଛନ୍ତି। ସୁପ୍ରିମ୍‌କୋର୍ଟ ତାଙ୍କ ରାୟ ଜରିଆରେ ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ବଜାୟ ରଖିଛନ୍ତି, ଯାହାକୁ ପ୍ରତ୍ୟେକ ଭାରତୀୟ ମନେ ରଖିବେ।

  3. ଚୀନ୍‌ର ସିଚୁଆନ୍‌ ପ୍ରଦେଶ ଅନ୍ତର୍ଗତ ଜିନ୍‌ପିଙ୍ଗ୍‌ ପର୍ବତଶ୍ରେଣୀର ପାଦଦେଶରେ ପୃଥିବୀର ଗଭୀରତମ ପରୀକ୍ଷାଗାର କାର୍ଯ୍ୟକ୍ଷମ ହୋଇଛି। ଏହାର ନାମ ଡିପ୍ ଅଣ୍ଡର୍‌ଗ୍ରାଉଣ୍ଡ୍ ଅପରେସନ୍‌ସ ଆଣ୍ଡ୍‌ ଅଲଟ୍ରା-ଲୋ ରେଡିଏସନ୍ ବ୍ୟାକ୍‌ଗ୍ରାଉଣ୍ଡ ଫେସିଲିଟି ଫର୍‌ ଫ୍ରଣ୍ଟିଅର୍ ଫିଜିକ୍‌ସ ଏକ୍‌ସପେରିମେଣ୍ଟ (ଡିୟୁଆର୍‌ଏଫ)।

  4. ବିଜେପି ଅନ୍ୟ ପଛୁଆ ବର୍ଗ (ଓବିସି) ର ନେତା ତଥା ତିନିଥର ବିଧାୟକ ମୋହନ ଯାଦବଙ୍କୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ବଛା ଯାଇଛି ।

  5. ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେ‌ବେ ମୋହନ ଯାଦବ। ଏଥିସହିତ ଦୁଇଜଣ ଉପମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି ବିଜେପି। ସେମାନେ ହେଲେ ଜଗଦୀଶ ଦେବଡ଼ା ଏବଂ ରାଜେନ୍ଦ୍ର ଶୁକ୍ଳା। ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନ୍ୟତମ ଆଶାୟୀ

  6. ଜମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ମର୍ଯ୍ୟାଦା ବା ସୁବିଧା ସୁଯୋଗ ଦେଉଥିବା ଭାରତୀୟ ସମ୍ବିଧାନର ଧାରା ୩୭୦ର ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଉଚିତ ଦର୍ଶାଇଛନ୍ତି।

  7. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର କାଲିଙ୍ଗ ଷ୍ଟାଡିୟମରେ ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର(Sports Science Centre)କୁ ଉନ୍ମୋଚନ କରିଛନ୍ତି।

  8. କାଉନସିଲ୍ ଫର ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା (CISCE) 2024 ବୋର୍ଡ ପରୀକ୍ଷା ପାଇଁ କମ୍ପାର୍ଟମେଣ୍ଟ ପରୀକ୍ଷାକୁ ବାତିଲ କରିଦେଇଛି |

  9. କଲିକତା ହାଇକୋର୍ଟ ସୋମବାର ପରାମର୍ଶ ଦେଇଛନ୍ତି ଯେ ଦେଶର ଏକମାତ୍ର ସହର କୋଲକାତାରେ ଟ୍ରାମ ସେବାକୁ ପୁନରୁଦ୍ଧାର ଏବଂ ନବୀକରଣ ପାଇଁ ସରକାରୀ-ବେସରକାରୀ ଭାଗିଦାରୀ (ପିପିପି) ମଡେଲକୁ ବ୍ୟବହାର କରାଯାଇପାରିବ।

  10. ଚଳିତ ବର୍ଷ ମେ ମାସରେ 7,700 ରୁ ଅଧିକ କମ୍ପାନୀ ସ୍ବେଚ୍ଛାକୃତ ଭାବରେ ଦେଶରେ ସେମାନଙ୍କର ବ୍ୟବସାୟ ବନ୍ଦ କରି ଦେଇଛନ୍ତି।

  11. ସୋମବାର ଦିନ ଜାମ୍ମୁ କାଶ୍ମୀର ପୋଲିସ ୟୁନିଅନ ଅଞ୍ଚଳରେ ଶାନ୍ତି ଏବଂ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରି ଏକ ସ୍ୱତନ୍ତ୍ର ଏନଆଇଏ କୋର୍ଟରେ ଯଇଶ-ଇ-ମହମ୍ମଦ ଆତଙ୍କବାଦୀ ବିରୋଧରେ ଚାର୍ଜସିଟ ଦାଖଲ କରିଛି।

  12. ଜାତୀୟ ସଂଗ୍ରହାଳୟ ଭାଙ୍ଗିବା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି କେନ୍ଦ୍ର ସୋମବାର ଲୋକସଭାକୁ କହିଛି।

  13. ସୋମବାର ବିଜେପି ଏହାର ବରିଷ୍ଠ ନେତା ନରେନ୍ଦ୍ର ସିଂ ତୋମାରଙ୍କୁ ମଧ୍ୟପ୍ରଦେଶ ବିଧାନସଭାର ନୂତନ ବାଚସ୍ପତି ଭାବେ ମନୋନୀତ କରିଛି ।

  14. ଶିବସେନା (ୟୁବିଟି) ର ଜାମ୍ମୁ କାଶ୍ମୀର ଧାରା 370 କୁ ସମର୍ଥନ କରିବା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛି ।

  15. ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦାମ୍ ୭୫ ଡଲାର ପାଖାପାଖି ଥିବାରୁ ତେଲ କଂପାନିଗୁଡ଼ିକ ଏବେ ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରିରେ ଲାଭ କରୁଛନ୍ତି। ପେଟ୍ରୋଲ୍‌ରେ ଲିଟର ପିଛା ୮-୧୦ ଟଙ୍କା ଏବଂ ଡିଜେଲ୍‌ରେ ୩-୪ ଟଙ୍କା ଲାଭ ହେଉଛି।

  16. ଦେଶର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ବର୍ତ୍ତମାନ ୱିପ୍ରୋ ମାଲିକ ଅଜିମ ପ୍ରେମଜୀଙ୍କ ଅପେକ୍ଷା ଅଧିକ ଧନୀ ହୋଇଛନ୍ତି। ଏହା ସହ ସେ ଦେଶର ଶ୍ରେଷ୍ଠ ୫ ଧନୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି।

  17. ଦିଲ୍ଲୀର ଏକ କୋର୍ଟ ସୋମବାର ମଦ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଜାନୁୟାରୀ ୧୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

  18. ବିବାଦୀୟ ଜ୍ଞାନବାପି ମସ୍‌ଜିଦ ପରିସରର ବିଜ୍ଞାନସମ୍ମତ ସର୍ଭେ କରି ରିପୋର୍ଟ ଦାଖଲ ଲାଗି ବାରାଣସୀ ଜିଲା ଅଦାଲତ ସୋମବାର ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ଆଉ ଏକ ସପ୍ତାହ ସମୟ ଦେଇଛନ୍ତି।

  19. ନୂଆଦିଲ୍ଲୀରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ପାରା ଗେମ୍ସରେ ଓଡ଼ିଶାକୁ ସଫଳତା। ପ୍ରଥମ ଦିନରେ ଜୟନ୍ତୀ ବେହେରା, ପଙ୍କଜ ଭୁଏ ଓ ମଙ୍ଗତ ହେମରାମ ପଦକ ବିଜୟୀ ହୋଇଛନ୍ତି।

  20. ପ୍ରଥମ ମ୍ୟାଚ୍‌ ବର୍ଷାରେ ଧୋଇଯିବା ପରେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳିବ ଭାରତ।

374 Y
1232 11-12-2023 Odia
  1. ଏଥର ଆତ୍ମସମର୍ପଣ କର ବୋଲି ରବିବାର ଦିନ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ହମାସ୍‌ ଆତଙ୍କବାଦୀମାନଙ୍କୁ ଚେତାବନୀ ଶୁଣାଇଛନ୍ତି।

  2. ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଟ୍ରକ୍‌ରେ ଏସି କ୍ୟ‌ାବିନକୁ ବାଧ୍ୟତାମୂଳକ କରାଯାଇଛି। ୨୦୨୫ ଅକ୍ଟୋବରରୁ ତାହା ଲାଗୁ ହେବ।

  3. ଛତିଶଗଡ଼ ବିଜେପିର ପୂର୍ବତନ ସଭାପତି ତଥା ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଷ୍ଣୁଦେବ ସାଏ ଛତିଶଗଡ଼ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

  4. ରାଷ୍ଟ୍ରୀୟ ରାଜପୁତ କରନୀ ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡ଼ିଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦୁଇ ଜଣ ସୁଟର ଏବଂ ଜଣେ ସହଯୋଗୀଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ରାଜସ୍ଥାନ ପୁଲିସର ମିଳିତ ଅପରେସନରେ ଚଣ୍ଡୀଗଡ଼ରୁ ଗିରଫ କରାଯାଇଛି।

  5. ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ସୁପ୍ରିମୋ ମାୟାବତୀ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ନିଜର ରାଜନୈତିକ ଉତ୍ତରାଧିକାରୀ ଭାବେ ମନୋନୀତ କରିଛନ୍ତି। ୨୦୧୯ରେ ମାୟାବତୀଙ୍କ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପ୍ରମୁଖ ଚେହେରା ଆକାଶ ଆନନ୍ଦ ଦଳର ରାଷ୍ଟ୍ରୀୟ ସଂଯୋଜକ ଅଛନ୍ତି।

  6. ରାଜସ୍ଥାନର ଜୟପୁର ସହରର ଏକ ଘରୋଇ ସ୍କୁଲର ଜଣେ ୮ ବର୍ଷୀୟା ଛାତ୍ରୀକୁ ପିକନିକ୍ ସମୟରେ ଏକ ହୋଟେଲରେ ନିଶା ଦେଇ ସ୍କୁଲ ଭ୍ୟାନ୍ ଡ୍ରାଇଭର ଓ ତା’ ସାଙ୍ଗମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

  7. ଅଯୋଧ୍ୟା ରାମ ମନ୍ଦିରର ପୂଜାରୀ ପଦ ପାଇଁ ଗାଜିଆବାଦସ୍ଥିତ ଶ୍ରୀ ଦୁଧେଶ୍ବରନାଥ ମଠର ପୂର୍ବତନ ଛାତ୍ର ମୋହିତ ପାଣ୍ଡେଙ୍କୁ ବଛାଯାଇଛି। ୩୦୦୦ ପ୍ରାର୍ଥୀଙ୍କର ସାକ୍ଷାତ୍‌କାର ନିଆଯାଇ ସେମାନଙ୍କ ମଧ୍ୟରୁ ପ୍ରଥମେ ୫୦ ଜଣଙ୍କୁ ବଛାଯାଇଥିଲା।

  8. ବାଗେଶ୍ବର ଧାମର ମୁଖ୍ୟ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଇ-ମେଲ ମାଧ୍ୟମରେ ହତ୍ୟା ଧମକ ଦେଇଥିବା ବ୍ୟକ୍ତିକୁ ମଧ୍ୟପ୍ରଦେଶର ଛତରପୁର ପୁଲିସ ଗିରଫ କରିଛି। ଇଣ୍ଟରପୋଲ ସହାୟତାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି ।

  9. କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଆଜି ଘୋଷଣା କରିଛନ୍ତି ଯେ ଆସନ୍ତା ମଙ୍ଗଳବାର (ଡିସେମ୍ବର ୧୯) ରେ ଇଣ୍ଡିଆ ମେଣ୍ଟର ଚତୁର୍ଥ ବୈଠକ ଅନୁଷ୍ଠିତ ହେବ।

  10. ଛତିଶଗଡ଼କୁ ମିଳିବ ୨ଉପମୁଖ୍ୟମନ୍ତ୍ରୀ। ବିଷ୍ଣୁ ଦେଓ ସାଏଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ପରେ ଏବେ ଅରୁଣ ସାଓ ଓ ବିଜୟ ଶର୍ମାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି।

  11. ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାର ୧,୧୪,୩୩୩ ଜାଲ ଜବ୍‌ କାର୍ଡକୁ ହଟାଇ ଦିଆଯାଇଛି ଯାହା ହେଉଛି ଦେଶରେ ଦ୍ବିତୀୟ ସର୍ବାଧିକ। ୨୦୨୧-୨୨ରେ ଓଡ଼ିଶାରେ ୫୦,୮୧୭ ନକଲି ଜବ୍‌ କାର୍ଡକୁ ବାଦ ଦିଆଯାଇଥିଲା। ଅର୍ଥାତ ବର୍ଷକ ଭିତରେ ଜାଲ ଜବ୍‌ କାର୍ଡ ସଂଖ୍ୟାରେ ରାଜ୍ୟରେ ଦୁଇ ଗୁଣାରୁ ଅଧିକ ବୃଦ୍ଧି ହୋଇଥିଲା।

  12. ପ୍ରତିବର୍ଷ ସନ୍ତାନ ପ୍ରସବ ପରେ ଅନୂ୍ୟନ ୪ କୋଟି ମହିଳା ବିଭିନ୍ନ ଦୀର୍ଘମିଆଦୀ ସ୍ବାସ୍ଥ୍ୟ ସମସ୍ୟା ଭୋଗୁଥିବା ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ଲାନ୍‌ସେଟ୍‌ ଗ୍ଲୋବାଲ ହେଲ୍‌ଥ ପତ୍ରିକାରେ ଉକ୍ତ ଅଧ୍ୟୟନ ପ୍ରକାଶ ପାଇଛି।

  13. କର୍ନାଟକରେ ହାଇକୋର୍ଟରେ ଛାଡପତ୍ର ମାମଲା ବିଚାରାଧୀନ ଥିବାବେଳେ ସ୍ତ୍ରୀ ଦ୍ୱିତୀୟ ବିବାହ କରିଥିଲେ। ହାଇକୋର୍ଟ ଏହି ମାମଲାରେ ସ୍ତ୍ରୀଙ୍କୁ ଝଟକା ଦେବା ଭଳି ରାୟ ଦେଇଥିଲେ। କୋର୍ଟ ଭରଣପୋଷଣ ଭତ୍ତା ଆବେଦନକୁ ରଦ୍ଦ କରିଛନ୍ତି।

  14. ସୁପ୍ରିମକୋର୍ଟ ଏକ ମାମଲାର ବିଚାର କରି ରାୟ ଦେଇଛନ୍ତି ଯଦି ଜଣେ ବ୍ୟକ୍ତି ଡିଏନଏ ରିପୋର୍ଟରେ ଜୈବିକ ପିତା ଘୋଷିତ ନ ହେଲେ ମଧ୍ୟ ତାଙ୍କୁ ଜନ୍ମ ହୋଇଥିବା ସନ୍ତାନର ଲାଳନପାଳନ ଦାୟିତ୍ୱରୁ ମୁକ୍ତି ମିଳିବ ନାହିଁ।

  15. କେନ୍ଦ୍ର ସରକାର କରିଥିବା ନିୟମାନୁସାରେ ଆଧାର କାର୍ଡରେ ଜନ୍ମ ତାରିଖ, ନାମ, ଏବଂ ଠିକଣାରେ କୌଣସି ତ୍ରୁଟି ଥିଲେ ପରବର୍ତ୍ତୀ ସମୟରେ ଏହାକୁ ସଂଶୋଧନ କରିପାରିବେ।UIDAI ଅନୁଯାୟୀ, ଆଧାର କାର୍ଡଧାରୀ, ଆଧାର କାର୍ଡରେ କେବଳ ଦୁଇଥର ନାମ ପରିବର୍ତ୍ତନ କରିପାରିବେ। କିନ୍ତୁ ଜନ୍ମ ତାରିଖ (DOB) ଓ ଲିଙ୍ଗ ବିବରଣୀ କେବଳ ଥରେ ସଂଶୋଧନ କରିପାରିବେ।

391 Y
1233 11-12-2023 English
  1. Heavy fighting raged overnight and into Sunday across Gaza, including in the devastated north, as Israel pressed ahead with its offensive after the US blocked the latest international push for a cease-fire and rushed more munitions to its close ally.
  2. The BJP Sunday picked Vishnu Deo Sai, a prominent tribal leader, as the next chief minister of Chhattisgarh
  3. Power consumption has increased by nearly nine per cent to 1,099.90 billion units (BU) in the country during April-November this fiscal compared to the same period a year ago, showing a surge in economic activities
  4. India’s coal imports dropped 2 per cent to 148.13 Million Tonne (MT) in the April-October period of the ongoing financial year.
  5. Making a dent in India’s startup growth story, the country slipped to fourth position in the global ranking among the highestfunded geographies in 2023, as it recorded lowest funding in five years.
  6. Researchers have said that an HIV (human immunodeficiency virus) drug could stop many coronavirus diseases, including the SARS-CoV2 variants when given to infected cells at the right concentration.
  7. BSP chief Mayawati Sunday declared her nephew Akash Anand as her uttaradhikari (heir), a party office-bearer said. Akash has been declared the ‘uttaradhikari (heir)’ by Mayawatiji, Udayveer Singh, the BSP’s Shahjahanpur district unit chief, told reporters.
  8. The total cash seizure in the Income-Tax department’s searches against an Odishabased distillery company, owned by a Congress MP’s family, has been calculated at `351 crore after five days of counting and is the highest-ever haul in a single action by any probe agency in the country, official sources said Sunday.
  9. Egos are getting bigger than issues and unity is torn apart by one-upmanship between the Samajwadi Party and the Congress, the two main constituents of the INDIA bloc in Uttar Pradesh
  10. "The 4th meeting of the leaders of INDIA parties will be held on Tuesday December 19th, 2023 in New Delhi at 3 pm," Congress general secretary Jairam Ramesh said in a post on X Sunday.
  11. The Jaipur police has arrested three men, including two shooters, for their alleged involvement in the Sukhdev Singh Gogamedi murder case after they were caught from Chandigarh in a joint operation conducted by the Rajasthan Police and the Delhi Police.
  12. All new trucks manufactured on or after October 1, 2025, must be equipped with AC cabins for drivers, as the Road Transport and Highways Ministry has issued a notification for mandating air-conditioned truck cabins.
  13. The Yogi government's unwavering commitment to enhancing accessibility and amenities for devotees at Kashi Vishwanath Dham has resulted in a remarkable surge in visitor numbers, with over 13 crore devotees, thronging the sacred site in last two years
  14. A statue of Thiruvalluvar, regarded a cultural icon by Tamils, was inaugurated in the French town of Cergy on Sunday.
  15. The Indian women’s doubles pair of Tanisha Crasto and Ashwini Ponnappa secured their second Super 100 title here Sunday with a straightgame win over Chinese Taipei’s Sung Shuo Yun and Yu Chien Hui at the Guwahati Masters badminton tournament.
411 Y
1234 10-12-2023 Odia
  1. ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା କମ୍ ରହିଛି। ଜାତୀୟ ହାର ତୁଳନାରେ ଓଡ଼ିଶା ପଛରେ ଅଛି। ଚଳିତ ସପ୍ତାହରେ ଟ୍ରାଇ ପକ୍ଷରୁ ପ୍ରକାଶିତ ତ୍ରୟମାସିକ ରିପୋର୍ଟରୁ ଏହା ଜଣାଯାଇଛି। ଜୁନ ୨୦୨୩ ଶେଷ ସୁଦ୍ଧା ରାଜ୍ୟରେ ପ୍ରତି ୧୦୦ ଜଣରେ ହାରାହାରି ପ୍ରାୟ ୫୨ ଜଣ (୫୧.୫୬) ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। 
  2. ୨୦୨୫ ମସିହା ଶେଷ ସୁଦ୍ଧା ଭାରତ ୫ ଲକ୍ଷ କୋଟି ଡଲାରର ଅର୍ଥନୀତିରେ ପରିଣତ ହେବ। ଉତ୍ତରାଖଣ୍ଡ ବିଶ୍ବ ନିବେଶକ ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ଆଜି ଉଦ୍‌ବୋଧନ ଦେଇ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। 
  3. ଅନଲାଇନ ବ୍ରୋକରେଜ୍‌ ସଂସ୍ଥା ଜିରୋଧାର ଦୁଇ ପ୍ରତିଷ୍ଠାତା ତଥା କାମାଥ ଭ୍ରାତା ୨୦୨୨-୨୩ ଆର୍ଥିକବର୍ଷରେ ୧୯୫.୪ କୋଟି ଟଙ୍କା ବେତନ ନେଇଛନ୍ତି। 
  4. ଭାରତ ସ୍ଥିରତା ଓ ପ୍ରଗତିର ପ୍ରତୀକ ଭାବେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଫିନ୍‌ଟେକ୍‌ର ଏକ ବିଶ୍ୱସ୍ତରୀୟ ବିଚାର ନେତୃତ୍ୱ ପ୍ଲାଟଫର୍ମ ଇନ୍‌ଫିନିଟି ଫୋରମ୍‌ର ଦ୍ୱିତୀୟ ସଂସ୍କରଣକୁ ସମ୍ବୋଧିତ କରି କହିଛନ୍ତି।
  5. ବିଏସ୍‌ପି ନେତା ତଥା ସାଂସଦ ଦାନିସ ଅଲ୍ଲୀ ଆଜି ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ସସ୍‌ପେଣ୍ଡ ହୋଇଛନ୍ତି। ବିଏସ୍‌ପି ସୁପ୍ରିମୋ ମାୟାବତୀ ଦାନିସଙ୍କୁ ଦଳରୁ ନିଲମ୍ବନ କରିଛନ୍ତି।
  6. ଦୁଇମାସ ତଳେ ହମାସର ଭୟଙ୍କର ଆକ୍ରମଣ ପରେ ଇସ୍ରାଏଲ ସେନା ହମାସକୁ ଧ୍ୱଂସ କରିବା ପାଇଁ ନିରନ୍ତର ଆକ୍ରମଣ ଜାରି ରଖିଥିବା ବେଳେ ଶୁକ୍ରବାର ଗାଜାରେ ଅସ୍ତ୍ରବିରତି ଡାକରା ଦେବା ପାଇଁ ଜାତିସଂଘର ପ୍ରୟାସକୁ ଆମେରିକା ଅଟକାଇ ଦେଇଛି। 
  7. ସଦ୍ୟ ସମାପ୍ତ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ବିଧାନସଭା ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟି (ବିଜେପି)ର ୧୧ ଜଣ ସାଂସଦ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ଲୋକସଭାରେ ବିଜେପି ସାଂସଦଙ୍କ ସଂଖ୍ୟା ୩୦୦ରୁ ୨୮୯କୁ ହ୍ରାସ ପାଇଛି। 
  8. ଦେଶର ଫାଷ୍ଟ-ଟ୍ରାକ୍‌ ସ୍ପେଶାଲ କୋର୍ଟ (ଏଫ୍‌ଟିଏସ୍‌ସି)ଗୁଡ଼ିକରେ ଚଳିତ ବର୍ଷ ଜାନୁୟାରୀ ୩୧ ସୁଦ୍ଧା ୨.୪୩ ଲକ୍ଷରୁ ଊର୍ଦ୍ଧ୍ୱ ପୋକ୍ସୋ ମାମଲା ବିଚାର ଅପେକ୍ଷାରେ ପଡ଼ିରହିଛି। ଏକ ଏନ୍‌ଜିଓ ପକ୍ଷରୁ ପ୍ରକାଶିତ ଗବେଷଣା ସନ୍ଦର୍ଭରୁ ଏହା ଜଣାପଡ଼ିଛି। ଓଡ଼ିଶାରେ ବିଚାରାଧୀନ ଥିବା ପୋକ୍ସୋ ମାମଲା ସଂଖ୍ୟା ୧୧,୯୪୦ ଥିବାବେଳେ ଏହା ତାଲିକାର ୧୫ତମ ସ୍ଥାନରେ ରହିଛି।
  9. ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯଦି ସ୍ତ୍ରୀଙ୍କ ବୟସ ୧୮ ବର୍ଷରୁ ଅଧିକ ତେବେ ବୈବାହିକ ବଳାତ୍କାରକୁ ଭାରତୀୟ ଦଣ୍ଡବିଧି (ଆଇପିସି) ଅନୁଯାୟୀ ଅପରାଧ ଭାବେ ବିବେଚନା କରାଯାଇପାରିବ ନାହିଁ।
  10. କଲିକତା ହାଇକୋର୍ଟ କହିଛନ୍ତି ବିବାହିତା ମହିଳାମାନେ ମଧ୍ୟ ତାଙ୍କ ପିତୃ ପରିବାରର ସଦସ୍ୟ ହୋଇ ଅନୁକମ୍ପାମୂଳକ ରାଜ୍ୟ ସରକାରଙ୍କ ଚାକିରି ପାଇବାକୁ ହକଦାର ହେବେ।
  11. ବିଇଡି ଡିଗ୍ରୀଧାରୀମାନେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାବରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ ବୋଲି ପାଟନା ହାଇକୋର୍ଟ କହିଛନ୍ତି।
  12. ଗତ ପାଞ୍ଚ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଜାତୀୟ ସ୍ତରରେ ବିରୋଧୀ କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ଦେଶରେ ୩୭ ହଜାର ଓ୍ବେବସାଇଟ ବ୍ଲକ କରିଛନ୍ତି। 
  13. ଲକ୍ଷ୍ନୌ ହାଇକୋର୍ଟ ଚାକିରିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସ୍ବାମୀ-ସ୍ତ୍ରୀ ଗୋଟିଏ କାର୍ଯ୍ୟକ୍ଷେତ୍ରରେ ନିଯୁକ୍ତି କରିବା ମାମଲାରେ ଏକ ପିଟିଶନ କୋର୍ଟରେ ଦାଖଲ କରାଯାଇଥିଲା। ଜଷ୍ଟିସ ପ୍ରକାଶ ଶୁକ୍ଲାଙ୍କ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଛନ୍ତି।
  14. ଇରାକର ଏକ ୟୁନିଭର୍ସିଟିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଘଟଣା ଶନିବାର ସାମ୍ନାକୁ ଆସିଛି। ଏହି ଅଗ୍ନିକାଣ୍ଡରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଏର୍‌‌ବିଲ୍‌‌ ସ୍ଥିତ ୟୁନିଭର୍ସିଟିର ହଷ୍ଟେଲରେ ଏହି ଅଗ୍ନିକାଣ୍ଡ ଘଟିଛି। 
  15. ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଚିତ୍ତରଞ୍ଜନ ପାତ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି
377 Y
1235 10-12-2023 English
  1. The US has vetoed an immediate ceasefire resolution on the Israel-Hamas conflict at the UN Security Council.

  2. Lakhs of child sexual abuse victims as more than 2.43 lakh such cases in India and nearly 12,000 cases in Odisha (ranking fifth in the country) were pending in various fast-track special courts (FTSCs) till January 31 this year.

  3. The seizure of “unaccounted” cash after the Income Tax (I-T) department raided an Odisha-based distillery group and entities linked to it is expected to reach `290 crore, making it the ‘highest-ever’ black money haul by any agency in a single operation, official sources said Saturday.

  4. 5T and Nabin Odisha Chairman VK Pandian reviewed the progress of Heritage Corridor Project in Puri, Saturday.

  5. More than 7.43 lakh fake job cards under the Mahatma Gandhi National Rural Employment Guarantee Scheme (MGNREGS) were deleted in 2022-23, of which over 1.14 lakh were in Odisha, according to Minister of State (MoS) for Rural Development Sadhvi Niranjan Jyoti.

  6. Chief Minister Naveen Patnaik appointed 16 coordinators for smooth implementation of Ama Odisha Nabin Odisha programme, Saturday.

  7. Tourists will soon get the comfort and luxurious experience of 5-star facilities as the state government has sanctioned `18 crore for the development of Daringbadi tourist site in Kandhamal district, a report said Saturday.

  8. The newlyelected BJP MLAs in Telangana Saturday stayed away from state Assembly on the first day, protesting appointment of AIMIM MLA Akbaruddin Owaisi as the protem Speaker.

  9. The Assam government has decided to introduce tribal languages into the basic education curriculum and use a multilingual teaching medium, according to state education minister Ranoj Pegu.

  10. Telangana Chief Minister A Revanth Reddy Saturday launched implementation of two of the six guarantees given by Congress party to people in recently concluded Assembly elections.

  11. Tamil Nadu Chief Minister MK Stalin Saturday announced Rs 6,000 relief to people affected by cyclone Michaung and also increased payout under other categories including compensation for flood-hit crops.

  12. The Bahujan Samaj Party Saturday suspended its Lok Sabha member Danish Ali for "anti-party" activities, with the Amroha MP denying the charge and asserting that he only raised his voice against the BJP-led government's "anti-people" policies.

  13. The Allahabad High Court has observed that marital rape cannot be considered an offence under the Indian Penal Code (IPC) if the wife is above the age of 18.

  14. Ukraine Saturday strongly condemned Russian plans to hold presidential elections next spring on occupied territory, declaring them “null and void” and pledging to prosecute any observers sent to monitor them.

  15. Sebi chairperson Madhabi Puri Buch has said that the capital markets regulator wishes to sachetise mutual fund investments going forward.

383 Y
1236 09-12-2023 Odia
  1. ସୌର ଜଗତକୁ ପଠାଯାଇଥିବା ଆଦିତ୍ୟ-ଏଲ୍‌୧ ସୂର୍ଯ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ଫଟୋ ପୃଥିବୀକୁ ପଠାଇଛି। ଆଦିତ୍ୟ-ଏଲ୍‌୧‌ରେ ଥିବା ସୋଲାର ଅଲଟ୍ରାଭାଓଲେଟ୍ ଇମେଜିଂ ଟେଲିସ୍କୋପ୍‌ (ଏସ୍‌ୟୁଆଇଟି) ଉପକରଣ ଜରିଆରେ ଏହି ଫଟୋ ସଂଗ୍ରହ କରାଯାଇଛି। ଭାରତର ପ୍ରଥମ ମହାକାଶ ସୂର୍ଯ୍ୟ ପର୍ଯ୍ୟବେକ୍ଷଣାଗାର ସଫଳତାର ସହିତ ସୂର୍ଯ୍ୟଙ୍କ ପୂର୍ଣ୍ଣାଙ୍ଗ ଫଟୋକୁ ୨୦୦ରୁ ୪୦୦ ନାନୋମିଟର ୱେଭଲେନ୍ଥ ରେଞ୍ଜ୍‌ରେ ଆଣିଛି।

  2. ମୁଦ୍ରାନୀତି ସମୀକ୍ଷା ବିଷୟରେ ଘୋଷଣା କରି ଶକ୍ତିକାନ୍ତ କହିଛନ୍ତି ଯେ ଦରଦାମ୍‌ ନିୟନ୍ତ୍ରଣ ହେଉଛି ଆମର ସର୍ବୋଚ୍ଚ ପ୍ରାଥମିକତା। କୌଣସି ନିଷ୍ପତ୍ତି ନେବା ବେଳେ ଆମେ ଦୁଇଟି ବିଷୟକୁ ଧ୍ୟାନ ଦେଉଛୁ। ତାହା ହେଉଛି ମୁଦ୍ରାସ୍ଫୀତି ଓ ଅଭିବୃଦ୍ଧି। ଚାରି ପ୍ରତିଶତ ମୁଦ୍ରାସ୍ଫୀତି ଲକ୍ଷ୍ୟ ହାସଲ କରିବାକୁ ଆହୁରି ବହୁ ଦୂର ଯାତ୍ରା କରିବାକୁ ପଡ଼ିବ।

  3. ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୪ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି । ୧ ଡିସେମ୍ବରରେ ସମାପ୍ତ ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୬ ବିଲିୟନ ଡଲାର ବୃଦ୍ଧି ସହ ୬୦୦ ବିଲିୟନ ଡଲାର ଅତିକ୍ରମ କରିଛି ।

  4. ମାନବିକତା ଦୃଷ୍ଟିରୁ ଗାଜାରେ ତୁରନ୍ତ ଅସ୍ତ୍ରବିରତି ଦାବି କରି ‘ଜାତିସଂଘ ସୁରକ୍ଷା ପରିଷଦ୍‌’ର ଅଧିକାଂଶ ସଦସ୍ୟ ଓ ଅନ୍ୟ ରାଷ୍ଟ୍ରମାନଙ୍କ ସମର୍ଥନରେ ଜାତିସଂଘ ଆଗତ କରିଥିବା ପ୍ରସ୍ତାବନାକୁ ବାସ୍ତବତାଠାରୁ ଭିନ୍ନ କହି ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଏହା ଉପରେ ‘ଭିଟୋ’ ପ୍ରୟୋଗ କରିଛି।

  5. ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ବିଶ୍ବର ଏକ ପ୍ରମୁଖ ମଦ କମ୍ପାନିର ସହାୟକ ସଂସ୍ଥା ପର୍‌ନଡ୍‌ ରିକାର୍ଡ ଇଣ୍ଡିଆର ଆଞ୍ଚଳିକ ସାଧାରଣ ପରିଚାଳକ ବିନୟ ବାବୁଙ୍କୁ ଜାମିନ ପ୍ରଦାନ କରିବା ସମୟରେ କହିଛନ୍ତି, ବିଚାରଣ ପୂର୍ବରୁ ତୁମେ ଦୀର୍ଘ ସମୟ ଧରି ଲୋକଙ୍କୁ ଜେଲ୍‌ରେ ରଖି ପାରିବ ନାହିଁ।

  6. ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆର୍‌ଏସ୍‌ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ (କେସିଆର୍‌) ଆଜି ଗାଧୁଆଘରେ ପଡ଼ି ଆହତ ହୋଇଛନ୍ତି। ତାଙ୍କ କଟି ହାଡ଼ ଭାଙ୍ଗିଯାଇଛି। ଯଶୋଧାରା ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି।

  7. ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଜେଡ୍‌ପିଏମ୍‌ (ଜୋରାମ୍‌ ପିପୁଲ୍ସ ମୁଭମେଣ୍ଟ୍‌) ନେତା ଲାଲଦୁ‌ହୋମା ଆଜି ଶପଥ ନେଇଛନ୍ତି।

  8. ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୬ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ସ୍ଥାନ ପାଇଛନ୍ତି।

  9. ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ୟୁପିଆଇ ଦେୟ ସୀମା ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଛି।

  10. ବ୍ୟବହାରକାରୀଙ୍କୁ ସୁରକ୍ଷା ଦେବା ପାଇଁ ଗୁଗୁଲ ନୂଆ ନୂଆ ପଦକ୍ଷେପ ନେଉଛି। ସମ୍ପ୍ରତି ଗୁଗୁଲ୍ ୧୮ ଟି ସ୍ପାଏ ଲୋନ୍‌ ଆପକୁ ଡିଲିଟ୍ କରିଦେଇଛି। ଲକ୍ଷ ଲକ୍ଷ ଲୋକ ପ୍ଲେ ଷ୍ଟୋରରୁ ଏହି ଆପଗୁଡ଼ିକୁ ଡାଉନଲୋଡ୍ କରିଥିଲେ।

  11. ‘ରୋପୋ ରେଟ୍‌’ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ‘ମନିଟାରି ପଲିସି କମିଟି’ ନିଷ୍ପତ୍ତି  ଗ୍ରହଣ କରିଥିବା କଥା ଆଜି ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି।

  12. ଇସ୍ରାଏଲ୍‌ ସହିତ ତୃତୀୟ ଲେବାନନ୍‌ ଯୁଦ୍ଧ ଆରମ୍ଭ ନ କରିବା ଲାଗି ଇରାନ୍‌ ସହିତ ସମ୍ପର୍କ ରଖିଥିବା ଆତଙ୍କବାଦୀ ସଙ୍ଗଠନ ହିଜ୍‌ବୋଲ୍ଲାକୁ କଡ଼ା ସତର୍କବାଣୀ ଶୁଣାଇ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି।

  13. କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ(ସିପିଆଇ) କେରଳ ରାଜ୍ୟ ସମ୍ପାଦକ ୭୩ବର୍ଷିୟ କାନମ ରାଜେନ୍ଦ୍ର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କୋଚିର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ତାଙ୍କର ପରଲୋକ ଘଟିଛି।

  14. ମଣିପୁରରେ ପୁଣି ବିକ୍ରି ହେବ ମଦ। ରାଜ୍ୟରେ ମଦ ନିଷେଧ ଆଇନକୁ ପ୍ରତ୍ୟାହାର କରାଯାଇଛି। ୩୦ବର୍ଷ ତଳେ ରାଜ୍ୟରେ ମଦବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଥିଲା।

  15. ପ୍ରତ୍ୟେକ ମହିଳା ଏବଂ କିଶୋରୀ ମାନଙ୍କ ଯୌନ ଇଛା ଉପରେ କୋଲକାତା ହାଇକୋର୍ଟ ଦେଇଥିବା ବୟାନକୁ ଗମ୍ଭିରାତାର ସହିତ ନେଇଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟ ତାଙ୍କର ଏହି ବୟାନରେ କହିଥିଲେ କି ”ଝିଅମାନେ ସେମାନଙ୍କର ଯୌନ ଇଛା ଉପରେ ରଖନ୍ତୁ, କାରଣ ସମାଜ ଆଖିରେ ଯେତେବେଳେ ଗୋଟିଏ ଝିଅ ଦୁଇ ମିନିଟର ସୁଖ ପାଇଁ ପ୍ରସ୍ତୁତ ହୋଇଯାଏ ସେତେବେଳେ ସେ ହାର ମାନିଯାଏ।”

  16. ଦକ୍ଷିଣ ଇସ୍ରାଏଲ୍‌ ଉପରେ ହମାସ୍‌ ଅକ୍ଟୋବର ୭ରେ ଆକ୍ରମଣ କରିଥିଲା। ଏହି ଆକ୍ରମଣକୁ ୨ ମାସ ପୂରିଥିବାବେଳେ ଜୋର୍ଡାନ ନଦୀ ଏବଂ ଭୂମଧ୍ୟସାଗର ମଧ୍ୟବର୍ତ୍ତୀ ଭୂଖଣ୍ଡରେ ଧ୍ୱଂସ ଓ ମୃତ୍ୟୁର ବିଭୀଷିକା ଲାଗି ରହିଛି।

  17. ସାରା ଦେଶରେ ଅନେକ ଭୂକମ୍ପ ଘଟୁଛି। ଆଜି ଅର୍ଥାତ୍‌ ଶୁକ୍ରବାର ଦେଶର ବିଭିନ୍ନ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି। ତାମିଲନାଡୁ, କର୍ନାଟକ, ଗୁଜରାଟ ଏବଂ ମେଘାଳୟରେ ଭୂକମ୍ପ ଅନୁଭୂତ ହୋଇଛି।

  18. ଢେଙ୍କନାଳ ଜିଲା ଗଁଦିଆ ତହସିଲ ଅଧୀନ ବାଇଁଶିଆ ରାଜସ୍ବରେ ୪୦୦ଟି ପ୍ଲଟ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରେକର୍ଡରେ ଯୋଡି ହୋଇଛି। ଦୀର୍ଘବର୍ଷ ହେବ ବେବନ୍ଦୋବସ୍ତ ହୋଇ ପଡି ରହିଥିବା ୧୭୧ ଏକର ୪୧୨ ଡେସିମିଲ ଜମିକୁ ବନ୍ଦୋବସ୍ତ ଜରିଆରେ ଦିଅଁଙ୍କ ଖାତାକୁ ଫେରାଇ ଅଣାଯାଇଛି।

  19. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ତାଳଚେରଠାରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ କରିଛନ୍ତି।

  20. ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ଆଫଗାନିସ୍ତାନକୁ ୭ ୱିକେଟ୍‌ରେ ପରାସ୍ତ କରିଛି ଭାରତ।

393 Y
1237 09-12-2023 English
  1. Prime Minister Narendra Modi continues to be at the top among world leaders with an approval rating of 76 per cent, according to a survey by Morning Consult.

  2. The Congress government in Telangana launched the 'Maha Lakshmi scheme' on Thursday, which provides free travel for women, girls and transgender persons.

  3. The SUIT payload captures the first-ever full-disk representation of the Sun in near ultraviolet wavelengths ranging from 200 to 400 nm. It provides pioneering insights into the intricate details of the Sun’s photosphere and chromospheres.

  4. Chief Minister Naveen Patnaik Friday inaugurated Pabitra Mohan Pradhan Government Hospital at Talcher in Angul district in presence of Union ministers Dharmendra Pradhan and Pralhad Venkatesh Josh

  5. Two employees of a public sector bank were arrested for allegedly making fraudulent transactions that caused a loss of `3.33 crore, officials said Friday.

  6. Trinamool Congress leader Mahua Moitra was expelled from the Lok Sabha Friday after the House adopted the report of its Ethics Committee that held her guilty of accepting gifts and illegal gratification from a businessman to further his interest.

  7. Popular show Peaky Blinders actor and poet Benjamin Zephaniah, who played the role of Jeremiah Jesus, passed away at the age of 65.

  8. A court in Odisha has issued a non-bailable warrant (NBW) against absconding Odia singer Sourin Bhatt in connection with a sexual harassment case, police said Friday.

  9. There has been rise in the incidents of crime against women in Odisha, with Mayurbhanj district witnessing registration of the maximum number of cases, according to a latest report of the National Crime Records Bureau (NCRB).

  10. Over one crore people have visited the National Zoological Park here in the last five years, according to official data.

  11. Former Telangana Chief Minister K Chandrasekhar Rao needs to undergo a hip replacement surgery following a fracture sustained from a fall at his Erravelli residence and the recovery process would take about 6-8 weeks, doctors treating him said on Friday

  12. Zoram People's Movement (ZPM) leader Lalduhoma was sworn in as the chief minister of Mizoram Friday.

  13. Judges are not expected to express their personal views or preach, the Supreme Court remarked on Friday, strongly criticising a Calcutta High Court judgement which advised young girls to "control sexual urges" and adolescent boys to train themselves to respect women.

  14. Assam Chief Minister Himanta Biswa Sarma on Friday that the Tata Group has submitted an application to set up a semiconductor processing plant in Assam with an investment of ₹ 40,000 crore.

  15. The Jhelum Stadium in Janbazpora locality of the north Kashmir district was renamed 'General Bipin Rawat Stadium' on the second death anniversary of the country's first Chief of Defence Staff (CDS).

380 Y
1238 08-12-2023 Odia
  1. ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଅନୁମୁଲା ରେବାନ୍ତ ରେଡ୍ଡୀ ଶପଥ ନେଇଛନ୍ତି। ଏଥିସହିତ ଭଟ୍ଟି ବିକ୍ରମାର୍କା ମଲ୍ଲୁ ଉପମୁଖ୍ୟମନ୍ତ୍ରୀ ଏବଂ ୧୦ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

  2. ଜମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୭୦କୁ କେନ୍ଦ୍ର ସରକାର ୨୦୧୯ରେ ଉଚ୍ଛେଦ କରିଥିବା ବେଳେ ଏହି ନିଷ୍ପତ୍ତି ବିରୋଧରେ ଦାଖଲ ହୋଇଥିବା ବିଭିନ୍ନ ଆବେଦନ ଉପରେ ସୁପ୍ରିମକୋର୍ଟ ଡିସେମ୍ବର ୧୧ରେ ରାୟ ପ୍ରଦାନ କରିବେ।

  3. ଗତ ଜୁଲାଇ ମାସରେ ନିଜ ପଦରୁ ବହିଷ୍କୃତ ହୋଇଥିବା ଚୀନ୍‌ର ପୂର୍ବତନ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ୍‌ଙ୍କ ମୃତ୍ୟୁକୁ ନେଇ ଏବେ ପ୍ରଶ୍ନ ଉଠିଛି। ଆତ୍ମହତ୍ୟା କିମ୍ବା ନିର୍ଯାତନା ଯୋଗୁ ସେ ପ୍ରାଣ ହରାଇଥିବା ଜଣାପଡ଼ିଛି।

  4. ବଲାଙ୍ଗିର ସୁଦପଡା ମଦ ଭାଟିରେ ରେଡ୍‌ ବେଳେ ଆୟକର ବିଭାଗ ହାତରେ ଲାଗିଛି ଟଙ୍କା ଭର୍ତ୍ତି ସିନ୍ଦୁକ। ଯାହାକୁ ଦେଖି ତାଜୁବ ହୋଇଛି ଆୟକର ଟିମ୍। ଦୁଇ ଦିନର ରେଡ୍‌ ବେଳେ ୨୦୦ କୋଟିରୁ ଅଧିକ ଟଙ୍କା ଜବତ ହେଲାଣି।

  5. ଚେନ୍ନାଇ ସହରରେ ଏକ ବନ୍ୟା ପ୍ରଶମନ ପ୍ରକଳ୍ପ ନିର୍ମାଣ ପାଇଁ ୫୬୧.୨୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଦେଶରେ ଏହା ପ୍ରଥମ ସହରାଞ୍ଚଳ

  6. ୧୯୭୧ରେ ବାଂଲାଦେଶ ଗଠନ ପରେ ଭାରତକୁ ଅବୈଧ ପ୍ରବାସୀଙ୍କ ଆଗମନ ଏବଂ ସୀମାବର୍ତ୍ତୀ ରାଜ୍ୟଗୁଡ଼ିକ ଦ୍ୱାରା ଏହି ସମସ୍ୟାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ସୁପ୍ରିମ୍‌କୋର୍ଟ ଗୁରୁବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

  7. ଓଡ଼ିଶାରେ ଗତ ୫ ବର୍ଷରେ ରେଳ ଧାରଣାରେ ୧୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆଜି ରାଜ୍ୟସଭାରେ ବିଜେଡି ସାଂସଦ ଡ. ପ୍ରଶାନ୍ତ ନନ୍ଦଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ।

  8. କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପ୍ରହଲ୍ଲାଦ ସିଂ ପଟେଲ ଓ ରେଣୁକା ସିଂ ସରୁତାଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରହଣ କରିଛନ୍ତି। ଏବେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ କୃଷି ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

  9. ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ଏକ ସାକ୍ଷାତକାରରେ କହିଛନ୍ତି ଯେ ମୋ ବାପା ଶେଖ ଅବଦୁଲ୍ଲାଙ୍କୁ ଜବାହରଲାଲ ନେହେରୁ ଜେଲରେ ରଖିଥିଲେ, ତଥାପି ମୁଁ ତାଙ୍କ ପାଇଁ ଖରାପ ଶବ୍ଦ ବ୍ୟବହାର କରିବି ନାହିଁ କାରଣ ନେହେରୁଙ୍କ କାରଣରୁ କଶ୍ମୀର ଆଜି ଭାରତର ଅଂଶ ହୋଇ ରହିଛି.

  10. ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି।

  11. ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଅଇଁଠା ପ୍ଲେଟ୍‌ ଥିବା ଏକ ଟ୍ରେ ଅତିଥିମାନଙ୍କ ଦେହରେ ବାଯିବାରୁ ଜଣେ ୨୬ ବର୍ଷୀୟ ଓ୍ବେଟରଙ୍କୁ ପିଟିପିଟି ହତ୍ୟା କରାଯାଇଛି।

  12. ଭାରତୀୟ ନାଗରିକଙ୍କ ପାଇଁ ଆଧାର ଏବଂ ପାନ କାର୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଗତ କିଛି ବର୍ଷ ଧରି ଏହି ଦୁଇକୁ ଲିଙ୍କ କରିବା ବିଷୟରେ ସରକାରୀ ନିର୍ଦ୍ଦେଶାବଳୀ ଜାରି ହୋଇଛି।

  13. ସାହାରା ଇଣ୍ଡିଆରେ ରଖିଥିବା ଟଙ୍କା ଫେରିପାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗଷ୍ଟ ୪ରେ ‘ସାହାରା ଇଣ୍ଡିଆ ରିଫଣ୍ଡ ପୋର୍ଟାଲ’ ଲଞ୍ଚ କରାଯାଇଥିଲା। ଯଦି କାହା ଟଙ୍କା ଫସି ରହିଛି ସେ ଏହି ପୋର୍ଟାଲ ଜରିଆରେ ଆବେଦନ କରିପାରିବେ।

  14. ପଞ୍ଜାବରେ ଯେଉଁମାନେ ସଡ଼କ ଦୁର୍ଘଟଣାରେ ଆହତ ଲୋକଙ୍କୁ ଡାକ୍ତରଖାନାକୁ ନେଉଛନ୍ତି ସେମାନଙ୍କୁ ପୁରସ୍କାର ସ୍ବରୂପ ରାଜ୍ୟ ସରକାର ୨ ହଜାର ଟଙ୍କା ପ୍ରଦାନ କରିବେ।

  15. ନିକଟ ଅତୀତରେ ପ୍ରାୟ ୭୨% ଭାରତୀୟ ଅନ୍‌ଲାଇନ୍‌ ଠକେଇର ଶିକାର ହୋଇଛନ୍ତି। ବ୍ରିଟେନ୍‌ର ମାର୍କେଟିଂ ଗବେଷଣା ସଂସ୍ଥା ୟୁଗଭ୍‌ ପକ୍ଷରୁ ଗତ ନଭେମ୍ବରରେ କରାଯାଇଥିବା ଏକ ଇ-ସର୍ଭେରୁ ଏହି ବିଷୟ ଜଣାପଡ଼ିଛି।

  16. ରେଡିଓ ଜକି ବାରିଲ୍‌ ଭାନ୍ନିହସାଙ୍ଗି ହେଉଛନ୍ତି ମିଜୋରାମ ବିଧାନସଭାକୁ ସଦ୍ୟ ନିର୍ବାଚିତ ସର୍ବକନିଷ୍ଠା ଏମ୍‌ଏଲଏ। ଇନ୍‌ଷ୍ଟାଗ୍ରାମରେ ତାଙ୍କର ୨ ଲକ୍ଷ ୫୨ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି।

  17. ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ୍‌. ଅମ୍ବାନୀଙ୍କୁ ନିକଟରେ ସ୍ପୋଟର୍‌ସ ଲିଡର ଅଫ୍‌ ଦି ଇୟର (ମହିଳା) ଆଓ୍ବାର୍ଡ (ପୁରସ୍କାର)ରେ ସମ୍ମାନିତ କରାଯାଇଛି।

  18. ମହାରାଷ୍ଟ୍ର ବିଧାନସଭାରେ ଶାସକ ଦଳର ସଦସ୍ୟମାନଙ୍କ ପାଇଁ ଧାର୍ଯ୍ୟ ବେଞ୍ଚରେ ବିଧାୟକ ନବାବ ମଲିକ ବସିବାରୁ ବିଜେପି ଏହାକୁ ସହଜରେ ଗ୍ରହଣ କରିପାରି ନାହିଁ। ଏନସିପିର ଅଜିତ ପାୱାର ଗୋଷ୍ଠୀଙ୍କ ପାଖରେ ନବାବ ମଲିକ ବସିଥିଲେ। ହେଲେ ଏହାକୁ ବିଜେପି ସମାଲୋଚନା କରିଛି।

  19. ପବ୍ଲିକ ସେକ୍ଟର କମ୍ପାନୀ ଇରକନ ଇଣ୍ଟରନ୍ୟାସନାଲ ଲିମିଟେଡର ୮ ପ୍ରତିଶତ ଅଂଶଧନ ବିକ୍ରୟ ପାଇଁ କେନ୍ଦ୍ର ସରକାର ଏକ ଅଫର ଆଣିଛନ୍ତି। ବିକ୍ରୟ ପାଇଁ ଏହି ଅଫର ଗୁରୁବାର, ଡିସେମ୍ବର ୭, ୨୦୨୩ ରେ ଖୋଲିବ

  20. ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ପ୍ଲେୟାର ଅଫ ଦି ମନ୍ଥ୍‌ ପୁରସ୍କାର ପାଇଁ ମନୋନୀତ କରିଛି। ନଭେମ୍ବର ମାସରେ ଶାମି ତାଙ୍କର ଭଲ ପ୍ରଦର୍ଶନ ପାଇଁ ସର୍ଟଲିଷ୍ଟ ହୋଇଛନ୍ତି।

439 Y
1239 08-12-2023 English
  1. Congress legislature party leader A Revanth Reddy was Thursday sworn in as Chief Minister of Telangana.

  2. The government on Thursday said it had allocated ₹ 1,310 crore to the Ministry of External Affairs for India's G20 presidency and summit.

  3. President Droupadi Murmu assigned Tribal Affairs Minister Arjun Munda the additional charge of the Agriculture ministry

  4. The Supreme Court Thursday asked the Centre why did it single out Assam and exclude West Bengal from grant of citizenship under Section 6A of the Citizenship Act when the latter shares a much larger border with Bangladesh.

  5. The Uttar Pradesh government has set up a three-member Special Investigation Team (SIT), to look into the financial sources of madrasas in the state.

  6. India announces ‘high-level’ probe on claims of a plot to assassinate Gurpatwant Singh Pannun.

  7. India’s largest private port operator Adani Ports and Special Economic Zone is in early talks to acquire real-estate conglomerate Shapoorji Pallonji Group’s (SP Group) Gopalpur port in Odisha for about Rs 11-12 billion ($132-$144 mln), The Economic Times reported Thursday

  8. The State-Level Single Window Clearance Authority (SLSWCA), chaired by Chief Secretary PK Jena, approved 19 investment projects worth `4,804.35 crore with a potential to create employment opportunities for 17,553 people, Thursday.

  9. Biju Janata Dal (BJD) MP Manas Mangaraj Thursday raised concern over the delay in coastal highway project in Odisha and requested the Union government to take steps for the completion of the 346 km project.

  10. Chief Minister Naveen Patnaik laid the foundation for Narsee Monjee Institute of Management Studies (NMIMS) at Infovalley in Bhubaneswar, Thursday.

  11. The Centre Thursday said that since December 2021 it has issued directions to block 122 YouTube news channels for carrying content related to the “sovereignty and integrity” of the country.

  12. The Enforcement Directorate has filed its first charge sheet in connection with its money laundering probe against Chinese smartphone maker vivo-India and some others, official sources said Thursday.

  13. Dr Samir Shah, an India-born media executive with over 40 years of experience in TV production and journalism, has been named as the UK government's preferred candidate to take over as the new BBC chairman.

  14. Former Telangana Chief Minister K Chandrasekhar Rao was admitted to a hospital in Hyderabad after a fall.

  15. At least 403 Indian students have died abroad since 2018 due to various reasons including natural causes and accidents, the government said today. Out of the 34 nations, the most deaths occurred in Canada.

  16. The Lt Governor has directed that all such files pending with the law minister for up to six months be submitted to him within three days, the officials said.

  17. The Indian economy will grow at 6.5 per cent in the current fiscal ending March 31, 2024, Chief Economic Advisor V Anantha Nageswaran said on Thursday.

  18. Karnataka Speaker UT Khader on Thursday said there is no proposal to remove the life size portrait of Hindutva ideologue VD Savarkar from the Assembly chamber here.

  19. Tennis legend Rafa Nadal says he will return to competitive tennis in January next year at Brisbane

  20. India’s senior fast-bowler Mohammed Shami, along with Australia’s ODI World Cup winning duo of Travis Head and Glenn Maxwell have been shortlisted for the ICC ‘Men’s Player of the Month’ award for November 2023.

384 Y
1240 07-12-2023 Odia
  1. ୨୦୨୪ ମସିହା ଜାନୁଆରି ୨୨ ସୋମବାର । ପୌଷ ଶୁକ୍ଳ କୁର୍ମ ଦ୍ୱାଦଶୀର ପବିତ୍ର ତିଥିରେ ଅଯୋଧ୍ୟାରେ ନବନିର୍ମିତ ଭବ୍ୟ-ଦିବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିଗ୍ରହର ପ୍ରାଣପ୍ରତିଷ୍ଠା ହେବ ।

  2. ଆଜି ଅପରାହ୍ଣ ୧.୦୪ ମିନିଟ୍‌ରେ ‘ଏଲ୍‌. ବି. ଷ୍ଟାଡିୟମ୍‌ରେ ଆୟୋଜନ ହେବାକୁ ଥିବା ସମାରୋହରେ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ୫୬ ବର୍ଷିୟ ଅନୁମୁଲା ରେବନ୍ତ ରେଡ୍ଡୀ ଶପଥ ଗ୍ରହଣ କରିବେ।

  3. ଫୋର୍ବସ୍‌ ପକ୍ଷରୁ ଜାରି କରାଯାଇଥିବା ବିଶ୍ବର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଭାରତର ଚାରି ଜଣଙ୍କ ନାମ ରହିଥିବା ବେଳେ ସେଥି ମଧ୍ୟରେ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ସୋମା ମଣ୍ଡଳଙ୍କ ନାମ ରହିଛି। ତାଲିକାର ୩୨ତମ ସ୍ଥାନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଛନ୍ତି ।

  4. ଓଡ଼ିଶାରେ ୨୭.୭୮ ଜିଡବ୍ଲୁପି (ଗିଗାୱାଟ୍‌ ପିକ୍‌) ସୌର ଶକ୍ତି ଉତ୍ପାଦନ ସମ୍ଭାବନା ରହିଥିବା କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ଓ ଶକ୍ତି ମନ୍ତ୍ରୀ ଆର.କେ ସିଂ ରାଜ୍ୟ ସଭାରେ ସୂଚନା ଦେଇଛନ୍ତି ।

  5. ସରକାର ୭ଟି ପିଏମ ମେଗା ଇଣ୍ଟିଗ୍ରେଟେଡ଼ ରିଜିଅନ ଆଣ୍ଡ ଏପାରେଲ ପାର୍କ ସ୍ଥାପନ ପାଇଁ ଅନୁମତି ଦେଇଛନ୍ତି।ତାମିଲନାଡୁ, ତେଲେଙ୍ଗାନା, ଗୁଜରାଟ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରରେ ଏହି ପାର୍କ ସ୍ଥାପନ ହେବ। ପ୍ରସ୍ତାବିତ ୫୪ଟି ଇଣ୍ଟିଗ୍ରେଟେଡ଼ ଟେକ୍ସଟାଇଲ ପାର୍କ ମଧ୍ୟରୁ ୩୦ଟିର କାର୍ଯ୍ୟ ଶେଷ ହୋଇଥିବା ବେଳେ ୨୨ଟିର କାର୍ଯ୍ୟ ଜାରି ରହିଛି।

  6. ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଓ ଫଳାଫଳ ପରେ ସେଠାରେ ନବ ନିର୍ବାଚିତ ୨୩୦ ବିଧାୟକଙ୍କ ମଧ୍ୟରୁ ୯୦ ଜଣ ବିଧାୟକଙ୍କର ଅପରାଧିକ ପୃଷ୍ଠଭୂମି ଥିବା ଜଣାପଡିଛି। ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି।

  7. ମିଜୋରାମ ବିଧାନସଭା ନିର୍ବାଚନରେ ବହୁମତ ସହ ଜିତିବା ପରେ ଜୋରାମ ପିପୁଲ୍ସ ମୁଭମେଣ୍ଟ(ଜେଡ୍‌ପିଏମ୍‌) ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲାଲଡୁହୋମା ବୁଧବାର ରାଜ୍ୟପାଳ ହରି ବାବୁ କମ୍ଭମପତିଙ୍କୁ ସାକ୍ଷାତ କରିଛନ୍ତି। ରାଜଭବନ ସୂତ୍ରରୁ ପ୍ରକାଶ ଯେ, ଲାଲଡୁହୋମା ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

  8. ୨୦୨୪ ଲୋକସଭା ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ବିଜେପିର ୧୦ ଜଣ ସାଂସଦ। ସେହି ସାଂସଦମାନେ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି।

  9. ଇସ୍ରାଏଲ-ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଯୋଗୁଁ ଗାଜାର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’) ଉଦ୍‌ବେଗ ପ୍ରକାଶ କରିଛି। ଇସ୍ରାଏଲ ସେନା ଏବେ ଗାଜାର ଦକ୍ଷିଣାଞ୍ଚଳ ଉପରେ ଆକ୍ରମଣ କରୁଛି।

  10. ଡାକ୍ତରମାନେ ଏବେ ରାଜନୀତିରେ ଆଗ୍ରହ ପ୍ରକାଶ କରୁଛନ୍ତି। ଶେଷ ହୋଇଥିବା ତେଲଙ୍ଗାନା ବିଧାନସଭା ନିର୍ବାଚନରେ ୧୫ଜଣ ଡାକ୍ତର ନିର୍ବାଚିତ ହୋଇଛନ୍ତି।

  11. ଓଟିଏମ୍‌‌ର ୫୨୨ଏକର ଜମି ଉପରେ ଏକ ସମନ୍ୱିତ ବୟନ ଶିଳ୍ପ ପ୍ରତିଷ୍ଠାପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଦେଶର ସୁପ୍ରତିଷ୍ଠିତ ୱେଲସ୍ପନ୍‌‌ କମ୍ପାନୀ ୩ହଜାର କୋଟି ଟଙ୍କା ବ୍ୟୟରେ ସମନ୍ୱିତ ବୟନ ଶିଳ୍ପ ପ୍ରତିଷ୍ଠା କରିବବୋଲି ନିଷ୍ପତ୍ତି ନିଆ ଯାଇଛି।

  12. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ‘ସାଇବର ସୁରକ୍ଷିତ ଭାରତ’ ନିର୍ମାଣ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଅନ୍ୟତମ। ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

  13. ରାଷ୍ଟ୍ରୀୟ ରାଜପୁତ କରନୀ ସେନାର ଅଧ୍ୟକ୍ଷ ସୁଖଦେବ ସିଂହ ଗୋଗାମେଡ଼ିଙ୍କୁ ଗତକାଲି ଜୟପୁରରେ ତାଙ୍କ ବାସଭବନରେ ଗୁଳିକରି ହତ୍ୟା କରାଯାଇଥିବା ବେଳେ ପୁଲିସ ଆଜି ଦୁଇ ହତ୍ୟାକାରୀଙ୍କୁ ଚିହ୍ନଟ କରିଛି।

  14. ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଲୋକସଭାରେ ଜମ୍ମୁ-କଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍ ୨୦୨୩ ଏବଂ ଜମ୍ମୁ-କଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍, ୨୦୨୩ ଉପସ୍ଥାପନ କରି ସୂଚନା ଦେଇଛନ୍ତି ଯେ କଶ୍ମୀର ଉପତ୍ୟକାରେ ଗୋଟିଏ ବିଧାନସଭା ଆସନ ବୃଦ୍ଧି କରାଯାଉଛି।

  15. ଉତ୍ତରପ୍ରଦେଶର ରାଏବରେଲିରେ ରେଳବାଇରେ କାର୍ଯ୍ୟରତ ଜଣେ ଡାକ୍ତର ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିବା ଘଟଣା ରେଳବାଇ କଲୋନିରେ ଶୋକର ଛାୟା ଖେଳାଇଦେଇଛି।

  16. ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ମଙ୍ଗଳବାର କହିଛି ଯେ ୨୦୧୮ରୁ ଦେଶରେ ସେପ୍ଟିକ୍ ଟାଙ୍କି ଓ ନର୍ଦ୍ଦମା ସଫା କରିବା ସମୟରେ ୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

  17. ଭାରତ ପାଇଁ ଆଶ୍ୱସ୍ତିର ଖବର ଆସିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବଡ଼ ଧରଣର ହ୍ରାସ ଘଟିଛି। ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୫ ଡଲାରକୁ ଖସି ଆସିଛି। ବ୍ରେଣ୍ଟ କ୍ରୁଡ ଅଏଲ ଦର ୧.୦୬ ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା ୭୬.୫୧ ଡଲାରରେ ପହଞ୍ଚିଛି।

  18. ଆମେରିକାର ମିସିସିପିରେ ରହୁଥିବା ଗେନ୍ନା ଟାଟୁ ନାମ୍ନୀ ୨୬ ବର୍ଷୀୟା ଯୁବତୀ ନିଜ ହାତରେ ଏପରି ଦାମୀ ଖେଳନା ବୁଣି ସେଗୁଡ଼ିକୁ ବିକ୍ରି କରୁଛନ୍ତି। ତେବେ ଏଥିରୁ ସେ ବାର୍ଷିକ ୬୬ ଲକ୍ଷ ଟଙ୍କା ଆୟକରିଛନ୍ତି।

  19. ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲର ଅନେକ ନାବାଳିକା ଏବଂ ମହିଳାଙ୍କୁ ଅପହରଣ କରି ନେଇଥିଲେ। ଏବେ ସେମାନଙ୍କ ପ୍ରତି ହୋଇଥିବା ଦୁଷ୍କର୍ମ ଓ ଯୌନ ହିଂସା ଖବର ମିଳିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହାର ଦୃଢ଼ ନିନ୍ଦା କରିବା ସହ ଏଭଳି ଆଚରଣକୁ ସାରା ବିଶ୍ବ ନିନ୍ଦା କରିବାକୁ ଆହ୍ୱାନ ଦେଇଛନ୍ତି।

  20. ଯୁବ ଭାରତୀୟ ଲେଗ୍ ସ୍ପିନର୍‌ ରବି ବିଷ୍ଣୋଇ ବୁଧବାର ତାଙ୍କ ଖେଳ ଜୀବନର ଶ୍ରେଷ୍ଠ ମାନ୍ୟତା ପାଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ‌ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ବିଷ୍ଣୋଇ ସଦ୍ୟ ପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି।

393 Y