# |
Date |
Type |
Current Affairs |
No. Of Views |
Status |
Action |
1601 |
02-06-2023 |
Odia |
-
ଆଇଏମ୍ଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ୱ ପାଣିପାଗ ସଂସ୍ଥାର ତୃତୀୟ ଉପାଧ୍ୟକ୍ଷ ହେଲେ । ୪ ବର୍ଷ ପାଇଁ ସେ ଏହି ପଦବୀରେ ରହିବେ।
-
ଚୀନ୍ ଓ ପାକିସ୍ତାନ ସୀମାରେ ବିବାଦ ଲାଗିରହିଥିବା ବେଳେ ସମ୍ଭାବ୍ୟ ପରିସ୍ଥିତି ପାଇଁ ଭାରତ ଲାଗି ବ୍ରହ୍ମୋସ୍ ପରି ଦୂରଗାମୀ ସୁପରସୋନିକ୍ କ୍ରୁଜ୍ ମିସାଇଲର ଆବଶ୍ୟକତା ରହିଛି ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
-
ଉତ୍ତରାଖଣ୍ଡର ଋଷିକେଶ (ତେହରି)ରେ ଜି-୨୦ ଦୁର୍ନୀତି ବିରୋଧୀ ୱାର୍କିଂ ଗ୍ରୁପର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତମାସ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ତେହରିର ରାଜେନ୍ଦ୍ରନଗରରେ ଉକ୍ତ ବୈଠକ ହୋଇଥିଲା।
-
୧୯୮୮ ବ୍ୟାଚ୍ ଗୁଜରାଟ କ୍ୟାଡର୍ ଓଡ଼ିଆ ଆଇଏଏସ୍ ବିଦ୍ୟୁତ ବିହାରୀ ସ୍ଵାଇଁ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍ସି)ର ନୂତନ ସଦସ୍ୟ ଭାବେ ଗୁରୁବାର ଦିନ ଶପଥ ନେଇଛନ୍ତି।
-
ଗୁରୁବାର ଅପରାହ୍ନରେ ସ୍ଵଦେଶ ନିର୍ମିତ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୧ର ସଫଳ ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରେ ଥିବା ଡିଆରଡିଓର ୩ ନମ୍ବର ଲଞ୍ଚ ପ୍ୟାଡ଼ରୁ ପରୀକ୍ଷଣ ହୋଇଛି। ଏହି କ୍ଷେପଣାସ୍ତ୍ର ୬ ଶହ କିମିରୁ ୭ଶହ କିମି ଦୂରରେ ଥିବା ଲକ୍ଷ୍ୟ ସ୍ଥଳକୁ ଗତିକରି ଶତ୍ରୁ ପକ୍ଷର ସାମରିକ ଘାଟି ଓ ଗୁରୁତ୍ୱପୂର୍ଣ୍ଣ ସହର ଉପରେ ସଠିକ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଛି।
-
ଆଜି ଦିନ ୧୧ ଟାରେ ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ। ବିଭାଗୀୟ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ ଫଳ ପ୍ରକାଶ କରିବେ। ଏହା ପରେ ଛାତ୍ରଛାତ୍ରୀମାନେ ୱେବ୍ ସାଇଟ୍ ରୁ ନିଜ ରେଜଲ୍ଟ ପାଇ ପାରିବେ।
-
ମହିଳାଙ୍କ ମର ଶରୀରକୁ ଦୁଷ୍କର୍ମ କରିବା ଆଇପିସିର ୩୭୬ ଧାରାରେ ଅପରାଧ ନୁହେଁ। ଜଣେ ୨୧ ବର୍ଷର ଝିଅକୁ ହତ୍ୟା କରିବା ପରେ ଯୌନ ନିର୍ଯାତନା ଦେଇଥିବା ଜଣେ ବ୍ୟକ୍ତିକୁ ହାଇକୋର୍ଟ ଏହି ଅଭିଯୋଗରୁ ମୁକ୍ତ କରିଛନ୍ତି। କିନ୍ତୁ ସଂପୃକ୍ତ ଝିଅକୁ ହତ୍ୟା କରିବା ଅଭିଯୋଗରେ ଉକ୍ତ ବ୍ୟକ୍ତି ଜଣକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କର୍ଣ୍ଣାଟକ ହାଇକୋର୍ଟ ଏହି ରାୟ ଦେଇଛନ୍ତି।
-
ଗତ ମାସ ଚାର୍ଲ୍ସ ଡାରୱିନଙ୍କ ଥିଓରି ଅଫ୍ ଇଭଲ୍ୟୁସନ (ବିବର୍ତ୍ତନବାଦ)କୁ ୯ମ ଓ ୧୦ମ ଶ୍ରେଣୀ ବିଜ୍ଞାନ ପାଠ୍ୟପୁସ୍ତକରୁ ହଟାଇବା ପାଇଁ ଏନ୍ସିଇଆର୍ଟିର ନିଷ୍ପତ୍ତି ପରେ ଏହା ଏବେ ଦଶମ ଶ୍ରେଣୀ ପାଠ୍ୟପୁସ୍ତକରୁ ପର୍ଯ୍ୟାୟ ସାରଣୀ ସମେତ ଗଣତନ୍ତ୍ର ଓ ଶକ୍ତିଉତ୍ସ ପରି ଅଧ୍ୟାୟକୁ ବି ବାଦ୍ ଦେଇଛି।
-
ପାକିସ୍ତାନର ଆଲିନା ଖାନ ନାମକ ଜଣେ କିନ୍ନରଙ୍କୁ ମିସ୍ ଟ୍ରାନ୍ସ ପାକିସ୍ତାନ ୨୦୨୩ ପୁରସ୍କାରରେ ସମ୍ମାନିତ କରାଯାଇଛି |
-
ଆୟୁଷ୍ମାନ ଭାରତ ଯୋଜନାର ଲାଭ ଉଠାଇଥିବା ସମୁଦାୟ ରୋଗୀଙ୍କ ମଧ୍ୟରୁ ଅଧିକାଂଶ ଅର୍ଥାତ ପ୍ରାୟ ୭୦ ପ୍ରତିଶତ ହେଉଛନ୍ତି ତମାଖୁ ନିଶା ଜନିତ ରୋଗରେ ପୀଡ଼ିତ ରୋଗୀ ବୋଲି ସୂଚନା ମିଳିଛି।
-
ମେ ୨୦୨୩ରେ ଦେଶର ଜିଏସଟି ଆଦାୟ ୧ ଲକ୍ଷ ୫୭ ହଜାର କୋଟିକୁ ବୃଦ୍ଧି ପାଇଛି । ଏହା ମେ ୨୦୨୨ ତୁଳନାରେ ୧୨ ପ୍ରତିଶତ ଅଧିକ । କିନ୍ତୁ ଏପ୍ରିଲ ୨୦୨୩ରେ ଆଦାୟ ହୋଇଥିବା ରେକର୍ଡ ୧ ଲକ୍ଷ ୮୭ ହଜାର କୋଟିର ଜିଏସଟି ସଂଗ୍ରହ ତୁଳନାରେ ଏହା ୧୭ ପ୍ରତିଶତ କମ ।
-
ଦୁଷ୍କର୍ମ ଅଭିଯୋଗରେ ୨୦୧୮ରେ ବିଶପ ଦାୟିତ୍ୱରୁ ସାମୟିକ ଭାବେ ମୁକ୍ତ ହୋଇଥିବା ଫ୍ରାଙ୍କୋ ମୁଲାକ୍କଲ ଜଳନ୍ଧରର ବିଶପ୍ ପଦରୁ ଇସ୍ତଫା ଦେଇଛନ୍ତି । ପୋପ ଫ୍ରାନ୍ସିସ୍ ଅବସରପ୍ରାପ୍ତ ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ।
-
ଶାଶୂଘର ଲୋକେ ଆପତ୍ତି କରିବାରୁ ବିହାରର ହାଜିପୁର ଅଞ୍ଚଳରେ ‘ଫେସ୍ବୁକ୍’ ଓ ‘ଇନ୍ଷ୍ଟ୍ରାଗ୍ରାମ’ ପ୍ରତି ଆସକ୍ତ ଥିବା ଜଣେ ନବବଧୂ ତାଙ୍କ ସ୍ଵାମୀମୀଙ୍କୁ ଛାଡ଼ି ପଳାଇଛନ୍ତି।
-
ମଣିପୁରରେ ବିଭିନ୍ନ ଅଞ୍ଚଳରେ ଲୁଟ୍ ଏବଂ ପୋଡ଼ାଜଳା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ତେବେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ମଧ୍ୟରେ ମଣିପୁରରେ ଏକ ପ୍ରମୁଖ ପ୍ରଶାସନିକ ପରିବର୍ତ୍ତନ ହୋଇଛି।
-
ଜୁନ ୧ରୁ ଦେଶରେ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟ ୮୩ ଟଙ୍କା ହ୍ରାସ ପାଇଛି । ଏହାଫଳରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ସିଲିଣ୍ଡର ଦରରୁ ସରକାର ଆଶ୍ୱସ୍ତି ଦେଇଛନ୍ତି।
-
ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍ଓ) ରିପୋର୍ଟ ଅନୁସାରେ ଗରିବ ଦେଶଗୁଡ଼ିକରେ ସ୍ଥିତି ଏପର୍ଯ୍ୟନ୍ତ ସୁଧୁରିନାହିଁ। ସେଠାରେ ବେକାରି ସମସ୍ୟା ଏବେବି ଅଧିକ ରହିଛି। ଆଫ୍ରିକା ଓ ଆରବ ଅଞ୍ଚଳରେ ବେକାରି ସମସ୍ୟାରେ ସୁଧାର ହେବା ଲାଗି ଆହୁରି ସମୟ ଲାଗିବ ବୋଲି ଆକଳନ କରାଯାଇଛି।
-
ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍’(ଟିପିଏସ୍ଓଡିଏଲ୍)ର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଭାବେ ଅମିତ୍ ଗର୍ଗଙ୍କୁ ନିକଟରେ ନିଯୁକ୍ତି ଦିଆଯାଇଛି।
-
ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୨୦୨୨-୨୩ ବର୍ଷରେ ୭.୨%କୁ ହ୍ରାସ ପାଇଛି। ପୂର୍ବବର୍ଷ ଅର୍ଥାତ୍ ୨୦୨୧-୨୨ରେ ଜିଡିପି ଅଭିବୃଦ୍ଧି ୯.୧% ଥିଲା।
-
ସୁଦାନ ସେନା ଓ ଅର୍ଦ୍ଧସୈନିକ ବଳଙ୍କ ମଧ୍ୟରେ ପ୍ରାୟ ୨ ମାସ ହେବ ଲଢେଇ ଜାରି ରହିଛି। ଖାର୍ତୁମରେ ଏକ ଅନାଥାଶ୍ରମରେ ଗତ ୬ ସପ୍ତାହରେ ଅତିକମରେ ୬୦ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି
-
ସାଲାଲା (ଓମାନ),ରେ ଚାଲିଥିବା ଏସିଆ କପ୍ ଜୁନିୟର ହକି ଟୁର୍ନାମେଣ୍ଟର ଫାଇନାଲରେ ଭାରତ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ ସେମିଫାଇନାଲରେ ଭାରତ ବବିଂ ସିଂଙ୍କ ହ୍ୟାଟ୍ରିକ ଗୋଲ ବଳରେ ଦକ୍ଷିଣ କୋରିଆକୁ ୯-୧ ଗୋଲରେ ପରାସ୍ତ କରିଛି।
|
469 |
Y |
|
1602 |
02-06-2023 |
English |
-
Mrutyunjay Mohapatra , Director General of the India Meteorological Department (IMD), was elected Thursday as one of the vice-presidents of the World Meteorological Organisation (WMO). Mohapatra was elected as the third VP of the WMO receiving 113 votes out of 148.
-
The results of Odisha Joint Entrance Examination (OJEE)- 2023 will be announced Friday at 11.00am, an official informed Thursday. Skill Development and Technical Education Minister Preeti Ranjan Gharai and Principal Secretary Usha Padhi will brief the press.
-
The ‘Periodic Table’, ‘Democracy’, and ‘Sources of Energy’ chapters will be deleted from Class X textbooks, officials of the National Council of Educational Research and Training (NCERT) said Thursday. Complete chapters on the subjects now stand deleted as a part of a ‘rationalisation’ meant to reduce the ‘burden on students’, the NCERT said.
-
Demanding hike in their salaries, over 50,000 government employees under the banner of Odisha Ministerial Officers’ Association (OMOA) launched an indefinite strike at different districts across the state, Thursday. The employees said they will be on mass leave for an indefinite period till their demand is not met.
-
Acting on the instructions of Chief Minister Naveen Patnaik, Secretary to CM (5T) VK Pandian Thursday reviewed the progress of Baramunda Interstate Bus Terminal transformation work and asked the officials concerned to ensure that the entire work is completed by July this year.
-
The state has recorded a gross goods and services tax (GST) collection of `4,397.73 crore during May 2023 against the collection of `3,955.75 crore in the corresponding period of previous year – a growth rate of 11.17 per cent.
-
Enforcement Directorate (ED) has attached assets worth over `11 crore belonging to Pratap Samal, former deputy manager of Odisha Police Housing & Welfare Corporation (OPHWC), and his family members in connection with a case registered on the allegations of amassing wealth disproportionate to his known sources of income.
-
Elon Musk-run Twitter banned a record 25,51,623 accounts in India between March 26 and April 25, for promoting child sexual exploitation and non-consensual nudity.
-
The Economic Offences Wing (EOW) of Odisha Police has arrested Saroj Kumar Panda, one of the directors of Odyssa Homes & Commercials Pvt Ltd, in a `9 crore cheating case.
-
Union Home Minister Amit Shah Thursday said a judicial probe headed by a retired high court chief justice to inquire into clashes which erupted in the north-eastern state of Manipur, will soon be announced.
-
The iconic Deccan Queen, the first deluxe train of the Indian Railways, completed 93 glorious years of operations between Pune and Mumbai Thursday, according to the Central Railway.
-
Meta-owned WhatsApp banned a record of over 74 lakh bad accounts in India in the month of April, in compliance with the new IT Rules 2021, the company said Thursday.
-
A Delhi court Thursday directed officials to preserve the May 23 CCTV footage of the court premises after AAP leader Manish Sisodia alleged he was manhandled by security personnel that day during his production in a case related to the alleged excise policy scam.
-
GST collections crossed `1.50 lakh crore for the third month in a row, recording a 12 per cent increase in May at over `1.57 lakh crore, according to the official data released Thursday.
-
20-year-old Asmi Jain from Indore, Madhya Pradesh, is among the three winners of Apple's Swift Student Challenge.
-
Firozabad District Court on Thursday convicted a 90-year-old man of murdering 10 Dalits and sentenced him to life imprisonment. The convict, Ganga Dayal, was also asked to furnish a fine ₹ 55,000.
-
The Consultative Committee of Members of Parliament for the Ministry of Railways on Thursday resolved to upgrade 1,275 railway stations under Amrit Bharat Station. The decision was taken at a meeting in New Delhi.
-
A joint operation launched by the Indian Coast Guard with the Directorate of Revenue Intelligence (DRI) and Customs resulted in the seizure of 32.689 kgs of gold, valued at approximately ₹ 20.2 crore.
-
The Delhi government's law department has directed all the top officials for "strict compliance" of the Centre's ordinance related to services issued earlier this month, officials said on Thursday.
-
Five months after scoring the winning penalty in the World Cup final, Gonzalo Montiel converted the clinching spot-kick for Sevilla in the Europa League final to beat Jose Mourinho’s Roma. It earned Sevilla a seventh title in the competition Wednesday.
|
495 |
Y |
|
1603 |
01-06-2023 |
Odia |
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜୁନ୍ ୨୧ ତାରିଖରେ ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ବ ନେବେ। ଯୋଗ ଦିବସ ଉତ୍ସବ ଅବସରରେ ମୋଦୀ ସମଗ୍ର ବିଶ୍ବ ସମୁଦାୟର ନେତୃତ୍ବ ନେବେ।
-
ବିଶ୍ବର ସର୍ବବୃହତ ଖାଦ୍ୟ ଭଣ୍ଡାର ଗଠନ କରାଯିବ। ସେଥିରେ ୭୦୦ ଲକ୍ଷ ଟନ୍ ଖାଦ୍ୟଶସ୍ୟ ରହିବ। ଆସନ୍ତା ପାଞ୍ଚ ବର୍ଷରେ ସେହି ଭଣ୍ଡାର ସୃଷ୍ଟି କରାଯିବ। ସେଥିପାଇଁ ଏକ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଆଜି କ୍ୟାବିନେଟ୍ କମିଟି ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି
-
ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ପ୍ରତି ବ୍ଲକ୍ରେ ୨୦୦୦ ଟନ୍ କ୍ଷମତାର ଗୋଦାମ ସ୍ଥାପନ କରାଯିବ। ଏହା ସମବାୟ କ୍ଷେତ୍ରକୁ ସୁଦୃଢ଼ କରିବ। ପାକ୍ସଗୁଡ଼ିକ ଖାଦ୍ୟଶସ୍ୟ ପାଇଁ ଗୋଦାମ ସ୍ଥାପନ କରିପାରିବେ। ଦେଶରେ ଏକ ଲକ୍ଷ ପାକ୍ସ ଥିବା ବେଳେ ସେଥିରୁ ୬୩,୦୦୦ ସକ୍ରିୟ ରହିଛନ୍ତି।
-
ଭାରତର ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଅକ୍ଟୋବର ୨୦୧୯ରୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ୧୪,୧୮,୭୫୦.୫୫୨୩ କୋଟି ଟଙ୍କାର ଏଫ୍ଡିଆଇ ଆସିଛି।
-
ଓଡ଼ିଶାକୁ ୨୦୧୯ ଅକ୍ଟୋବରରୁ ମାର୍ଚ୍ଚ ୩୧, ୨୦୨୩ ମଧ୍ୟରେ ପ୍ରତ୍ୟକ୍ଷ ବିଦେଶ ପୁଞ୍ଜିଲଗାଣ (ଏଫ୍ଡିଆଇ) ରହିଛି ମାତ୍ର ୦.୦୮ ପ୍ରତିଶତ। କେନ୍ଦ୍ର ସରକାରଙ୍କ ଡିପାର୍ଟମେଣ୍ଟ୍ ଅଫ୍ ପ୍ରମୋସନ୍ ଅଫ୍ ଇଣ୍ଡଷ୍ଟ୍ରିଜ୍ ଆଣ୍ଡ୍ ଇଣ୍ଟରନାଲ୍ ଟ୍ରେଡ୍ (ଡିପିଆଇଆଇଟି)ର ସଦ୍ୟତମ ପରିସଂଖ୍ୟାନରୁ ଏହା ଜଣାପଡ଼ିଛି।
-
ହିଣ୍ଡେନ୍ବର୍ଗର ଗମ୍ଭୀର ଅଭିଯୋଗ ସାମ୍ନା କରି ବହୁ ସମସ୍ୟା ଦେଇ ଗତି କରିଥିବା ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍ ପାଇଁ ପୁଣି ଏକ ସମସ୍ୟା ସୃଷ୍ଟି ହୋଇଛି। ପ୍ରଥମ ଥର ଲାଗି ଆଗଧାଡ଼ିର ଅଡିଟ୍ ସଂସ୍ଥା ଡେଲଏଟ୍ ଆଦାନି ପୋର୍ଟସ୍ର ତିନି କାରବାର ଉପରେ ପ୍ରଶ୍ନ ଉଠାଇଛି।
-
ଶୃଙ୍ଗାରଗୌରୀ ପୂଜା ପ୍ରସଙ୍ଗରେ ମୁସଲମାନ ପକ୍ଷର ଆବେଦନ ଆହ୍ଲାବାଦ ହାଇକୋର୍ଟରେ ଖାରଜ ।
-
ରାଜଧାନୀ ଭୁବନେଶ୍ବରରେ ୩ଟି ଫିଫା ମାନର ଫୁଟବଲ ଟ୍ରେନିଂ ସେଣ୍ଟର୍ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟ୍ରେନିଂ ସେଣ୍ଟର୍ ଗୁଡ଼ିକୁ ଆଜି ଲୋକାର୍ପିତ କରିଛନ୍ତି। ୩ଟି ଟ୍ରେନିଂ ସେଣ୍ଟର ମଧ୍ୟରେ ରହିଛି ଭୁବନେଶ୍ୱର ଫୁଟବଲ ଏକାଡେମୀ, ଓଡ଼ିଶା ଫୁଟବଲ ଏକାଡେମୀ ଓ କ୍ୟାପିଟାଲ ଫୁଟବଲ ଏରେନା।
-
ପୃଥିବୀରେ ୧୦ ହଜାର ମିଟର ଗଭୀର ଖନନ କରୁଛି ଚୀନ, ଋଷିଆ ପରେ ଦ୍ୱିତୀୟ ସୁପରଡିପ ବୋରହୋଲ ।
-
ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହେଲା ଭାରତ, ୨୦୨୨-୨୩ରେ ଜିଡିପି ଅଭିବୃଦ୍ଧି ହାର ୭.୨% ।
-
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେ ‘ଅହମ୍ମଦନଗର’ର ନାମ: ଅହିଲ୍ୟା ବାଇ ହୋଲକର ନାମରେ ନାମିତ କଲେ ।
-
ରାଜ୍ୟରେ ସରକାରୀ କର୍ମଚାରୀଙ୍କ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି, ଡ୍ୟୁଟିରେ ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ ଟଙ୍କା ।
-
ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଲା । ବିଜ୍ଞାନରେ ୮୪.୯୩ ଓ ବାଣିଜ୍ୟରେ ୮୧.୧୨ ପ୍ରତିଶତ ପାସ ହାର ।
-
ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପୂର୍ବତନ ଅତିରିକ୍ତ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ)ଅଭୟକାନ୍ତ ପାଠକଙ୍କ ୬୬ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି ।
-
ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଗକୁ ନିର୍ବାଚନକୁ ଆଗରେ ରଖି ୧୦୦ ୟୁନିଟ୍ ବିଜୁଳି ଫ୍ରି ଘୋଷଣା କଲେ ।
-
୪୫ବର୍ଷିୟ ସୁରେଶ ‘ରେଷ୍ଟୁରାଣ୍ଟ ସେଫ୍ ପିଲ୍ଲାଇ’ର ପ୍ରତିଷ୍ଠାତା ଅଟନ୍ତି। ବାଙ୍ଗାଲୋର, କୋଚି, କତାର, ଦୁବାଇ ଇତ୍ୟାଦି ସ୍ଥାନରେ ତାଙ୍କର ରେସ୍ତୋରାଁ ରହିଛି। ଧୀରେ ଧୀରେ ତାଙ୍କ ରେସ୍ତୋରାଁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେ କେରଳର ସର୍ବୋତ୍ତମ ଖାଦ୍ୟର ସ୍ୱାଦ ଲୋକଙ୍କ ପାଖରେ ପହଞ୍ଚାଇ ଏବେ ସାରା ବିଶ୍ୱରେ ଲୋକପ୍ରିୟ ହୋଇପାରିଛନ୍ତି।
-
ଜଗନ୍ନାଥ ଧାମ ପୁରୀକୁ ଆଜି ଗଞ୍ଜାମର ଶେରଗଡରୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫେରେନ୍ସ ଜରିଆରେ ଶେରଗଡ-ପୁରୀ ମଧ୍ୟରେ ଜଗନ୍ନାଥ ଏକ୍ସପ୍ରେସ ଏସି ବସ ସେବା ଚଳାଚଳକୁ ପତକା ହଲାଇ ଶୁଭାରମ୍ଭ କରିଥିଲେ । OSRTC ପକ୍ଷରୁ ଏହି ବସ ସେବା ଆରମ୍ଭ କରାଯାଇଛି ।
-
ଆସନ୍ତା ଶିକ୍ଷାବର୍ଷରୁ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇବ କ୍ରୀଡା ବିଷୟବସ୍ତୁ । ପରବର୍ତ୍ତୀ ସମୟରେ ଏହାକୁ ବାଧ୍ୟତାମୂଳକ କରାଯିବ। କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ନିଆଯାଇଥିବା ବିସ୍ତୃତ ଉନ୍ନୟନ ରିପୋର୍ଟ ଓ ଅନ୍ୟାନ୍ୟ ରୂପାନ୍ତରିତମୂଳକ ପଦକ୍ଷେପ ସମ୍ପର୍କରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେବା ସମୟରେ ଏହା କହିଛନ୍ତି।
-
ହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମା ସୁପରିଚାଳନା ନିମନ୍ତେ ଡିଜିଟାଇଜେସନ କରାଯିବାକୁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ପ୍ରାୟ ୧୧ କୋଟି ଟଙ୍କାର ଏକ ଯୋଜନା ରାଜ୍ୟ ସରକାରଙ୍କ ଅନୁମୋଦନ ଲାଭ କରିଛି। ଏହି ପ୍ରକଳ୍ପକୁ ଓରସାକ୍ ତତ୍ତ୍ୱାବଧାନରେ ସ୍ପାର୍କ ପ୍ରାଇଭେଟ ଲିମିଟେଡ ଦ୍ୱାରା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି।
-
ବିଗତ ୪ ବର୍ଷ ମଧ୍ୟରେ ରାଜ୍ୟ ସରକାର ଗଣଶିକ୍ଷା ବିଭାଗ ବଜେଟ୍କୁ ୫୫ପ୍ରତିଶତ ବୃଦ୍ଧି କରିଛନ୍ତି। ମୋ ସ୍କୁଲ, ୫-ଟି ସ୍କୁଲ ରୂପାନ୍ତରଣ ଭଳି ଯୋଜନା ରାଜ୍ୟର ଶିକ୍ଷା ଭିତ୍ତିଭୂମି ବିକାଶରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ଗତ ୪ ବର୍ଷରେ ୧୪୮୪୯ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ଏବଂ ଖୁବ୍ ଶୀଘ୍ର ଆଉ ୩୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
|
469 |
Y |
|
1604 |
01-06-2023 |
English |
-
The Odisha government Wednesday hiked the compassionate assistance for employees in the event of death while on duty from `4 lakh to `10 lakh. It also increased the assistance from `2 lakh to `5 lakh for employees who get permanently disabled due to injuries suffered while on duty and from `1 lakh to `2 lakh for employees partially disabled due to injuries suffered while on duty.
-
Top BJP leaders including Prime Minister Narendra Modi, Home Minister Amit Shah and Defence Minister Rajnath Singh will visit Odisha in June as a part of the month-long special public relations campaign (Maha Jansampark Abhiyan).
-
The Cuttack Municipal Corporation (CMC) announced Wednesday an ex-gratia of `10 lakh to the family of the minor girl who died Tuesday after suffering serious injuries due to the collapse of an old iron bridge here. The financial assistance was announced by CMC Mayor Subash Chandra Singh.
-
Scarface actor, Al Pacino, 83, is expecting a baby with girlfriend Noor Alfallah, who is eight months pregnant. He sparked romance rumours with Alfallah, 29, back in April 2022 when the two were seen leaving a restaurant in California together according to a report in ‘E! News’.
-
Auditor Deloitte has flagged three transactions, including recoveries from a contractor identified in the Hindenburg report, as it issued a qualified opinion on the accounts of Adani Ports & Special Economic Zone (SEZ).
-
Scarface actor, Al Pacino, 83, is expecting a baby with girlfriend Noor Alfallah, who is eight months pregnant. He sparked romance rumours with Alfallah, 29, back in April 2022 when the two were seen leaving a restaurant in California together according to a report in ‘E! News’.
-
The state government has provided 4.11 lakh new connections and addressed the grievances of 5,100 consumers through Mo-Bidyut portal. This was revealed during a review meeting chaired by Chief Minister Naveen Patnaik here Wednesday.
-
From delightful smoothies to flavourful paneer recipes, there are numerous ways to enjoy milk and other dairy products. Since 2001, World Milk Day is being celebrated June 1 to increase public awareness of the importance of milk in a balanced diet as well as how it benefits local economies and communities.
-
West Bengal Chief Minister Mamata Banerjee Wednesday took to the streets here to protest against the alleged manhandling of wrestlers at New Delhi's Jantar Mantar after they tried to march towards the new Parliament building following its inauguration three days ago.
-
The Allahabad High Court Wednesday rejected a plea challenging the maintainability of a suit filed by five Hindu women seeking permission for regular worship of Shringar Gauri and other deities in Varanasi's Gyanvapi mosque compound.
-
The Centre's ambitious Ayushman Bharat Pradhan Mantri Jan Arogya Yojana (ABPM-JAY) has achieved a milestone of 5 crore hospital admissions amounting to `61,501 crore worth free treatment of people.
-
The first public meeting of a NASA panel studying what the government calls “unidentified aerial phenomena,” commonly known as UFOs, kicked off Wednesday to discuss findings since its formation last year.
-
About 40-50 foreign direct investment (FDI)proposals from countries sharing land border with India under the provisions of Press Note 3 are pending for approval with the government, official sources said.
-
Congress leader Rahul Gandhi has said that he did not imagine his disqualification from Lok Sabha was possible when he joined politics but asserted that it has given him a "huge opportunity" to serve the people.
-
The Air Intelligence Unit (AIU) at Trichy International Airport arrested three passengers on Wednesday and seized 1197.5 grams of 24-carat gold worth ₹ 72,73,781, officials said on Wednesday.
-
Jharkhand Chief Minister and Jharkhand Mukti Morcha (JMM) leader Hemant Soren on Wednesday confirmed his party's attendance at the meeting of leading Opposition forces in Patna on June 12.
-
India and China on Wednesday held in-person diplomatic talks here and discussed proposals for disengagement in the remaining friction points along the Line of Actual Control (LAC) in eastern Ladakh in a "frank and open manner".
-
Madhya Pradesh Chief Minister Shivraj Singh Chouhan performed the Shila Pujan of the grand Devi Lok of Vijayasan Mata to be built at Salkanpur at a cost of ₹ 211 crore .
-
India’s Kiran George stuns World No. 9 Shi Yuqi of China at the Thailand Open Super 500 badminton tournament.
-
Several wrestlers continue to protest against former Wrestling Federation of India chief Brij Bhushan despite calls from the government to trust the ongoing police probe. Farmers today will hold a 'mahapanchayat' to discuss the issue.
|
499 |
Y |
|
1605 |
31-05-2023 |
Odia |
-
ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ ପାଇଁ କେନ୍ଦ୍ର ସରକାରଙ୍କଠାରୁ ଓଡିଶା ରାଜ୍ୟ ସମ୍ମାନଜନକ ” ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ” ୨୦୨୩ ପୁରସ୍କାର ପାଇଛି।
-
ଓଡ଼ିଶା ବିପର୍ଯ୍ୟୟ ପୁନରୁଦ୍ଧାର ପ୍ରକଳ୍ପ ( ODRP ) ଅଧୀନରେ ଗଞ୍ଜାମ, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ୧୬,୪୪୨ ବିପର୍ଯ୍ୟୟ ପ୍ରତିରୋଧୀ ଗୃହ ନିର୍ମାଣ କରାଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଏବଂ CSR ପାଣ୍ଠି ଅଧୀନରେ ୫୯ଟି ନୂତନ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି । ସାତଭାୟା ( ରାଜନଗର ତହସିଲ ) ଅଞ୍ଚଳର ବିସ୍ଥାପିତ ୫୭୧ ପରିବାରଙ୍କୁ ବଗାପାଟିଆ ଗ୍ରାମଠାରେ ଥଇଥାନ ନିମନ୍ତେ ୩୩ କୋଟି ୮୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।
-
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ୨ ପରୀକ୍ଷାଫଳକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱର ଅନ୍ତ ଘଟିଛି। ବୁଧବାର ପୂର୍ବାହ୍ନ ୧୧ଟାରେ ପରିଷଦ କାର୍ଯ୍ୟାଳୟରେ ୨୦୨୨-୨୩ ଶିକ୍ଷାବର୍ଷର ଯୁକ୍ତ୨ ପରୀକ୍ଷାଫଳ ପ୍ରକାଶ ପାଇବାକୁ ଯାଉଛି
-
ଦେଶରେ ୨୦୨୨-୨୩ ଆର୍ଥିକ ବର୍ଷରେ ବ୍ୟାଙ୍କ ଠକେଇ ସଂଖ୍ୟା ୧୩,୩୫୦କୁ ବୃଦ୍ଧି ପାଇଛି। ଯଦିଓ ଠକେଇ ସଂଖ୍ୟା ବଢ଼ିଛି କିନ୍ତୁ ଠକେଇ ରାଶି ୩୦,୨୫୨ କୋଟି ଟଙ୍କାରେ ରହିଛି।
-
ଆସନ୍ତା ଜୁନ୍ ପହିଲାରୁ କର୍ଣ୍ଣାଟକରେ ମହିଳାମାନେ ମାଗଣାରେ ବସ୍ ଯାତ୍ରା କରିପାରିବେ। ଉଲ୍ଲେଖଯୋଗ୍ୟ, ସାଧାରଣ ବସରେ ମହିଳାଙ୍କ ପାଇଁ ବହୁ ପ୍ରତୀକ୍ଷିତ ମାଗଣା ଯାତ୍ରା ସଦ୍ୟ ସମାପ୍ତ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ଅନ୍ୟତମ ନିର୍ବାଚନୀ ପ୍ରତିଶ୍ରୁତି ଥିଲା
-
ସହରାଞ୍ଚଳ ବେକାରି ସମସ୍ୟାରେ ବଡ଼ଧରଣର ଉନ୍ନତି ଘଟିଛି। ସହରାଞ୍ଚଳ ବେକାରି ହାର ୫ ବର୍ଷର ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ)ର ଶ୍ରମ ଶକ୍ତି ସର୍ବେକ୍ଷଣରୁ ଏହି ଚିତ୍ର ସାମ୍ନାକୁ ଆସିଛି।
-
ଉଭୟ କେନ୍ଦ୍ର ଏବଂ ମଣିପୁର ସରକାର ରାଜ୍ୟରେ ହିଂସା ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି। ମୃତକଙ୍କ ପରିବାରରୁ ଜଣଙ୍କୁ ସରକାରୀ ଚାକିରି ମିଳିବ ବୋଲି ଘୋଷଣା କରାଯାଇଛି।
-
ଯୁଦ୍ଧ ଯୋଗୁ ସୁଦାନରେ ଏବଂ ଲୋକ ଓ ସାମଗ୍ରୀର ଯାତାୟାତ ଉପରେ କଟକଣା ଯୋଗୁ ହାଇତି, ବୁର୍କିନା ଫାସୋ ଏବଂ ମାଲିରେ ଦେଖାଦେଇଥିବା ସମସ୍ୟା ସେସବୁ ଦେଶରେ ଖାଦ୍ୟ ଅଭାବଜନିତ ପରିସ୍ଥିତିକୁ ଜଟିଳ କରିଛି।
-
ତେଲେଙ୍ଗାନା ରାଜ୍ୟ ଗଠନ ଇତିମଧ୍ୟରେ ୧୦ ବର୍ଷରେ ପଦାର୍ପଣ କରିଛି। ଏହି ଉତ୍ସବକୁ ଧୁମ୍ଧାମ୍ରେ ରାଜ୍ୟ ସରକାର ଆସନ୍ତା ମାସ ୨ ତାରିଖରୁ ୨୧ ଦିନ ଧରି ପାଳନ କରିବେ।
-
ସୁପ୍ରିମ୍କୋର୍ଟ ବା ହାଇକୋର୍ଟର ବିଚାରପତିମାନଙ୍କ ଅବସର-ପର ରାଜନୈତିକ ନିଯୁକ୍ତିକୁ ନେଇ ନାନା ସମାଲୋଚନା ହୋଇ ଆସୁଥିବା ବେଳେ ବମ୍ବେ ଓକିଲ ସଂଘ ତରଫରୁ ସେମାନଙ୍କ ଅବସର-ପର ପୁନର୍ନିଯୁକ୍ତି ପୂର୍ବରୁ ବିରାମକାଳ (କୁଲିଂ ଅଫ୍ ପିରିୟଡ଼) ୨ ବର୍ଷ କରିବାକୁ ସୁପ୍ରିମ୍କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଛି।
-
ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଜେଲ୍ରେ କେହି ବିଳାସରେ ରହିପାରିବେନି କିମ୍ବା ବିଳାସ ପାଇପାରିବେନି। ଜେଲ୍ରେ ବିଳାସ ଆଶା କରିବା ଅସମ୍ଭବ ଏବଂ ଅଯଥାର୍ଥ ବୋଲି କୋର୍ଟ କହିଛନ୍ତି।
-
ଜୁନ୍ ୨୦ରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ରାଜଧାନୀର ୫୭ଟି ସ୍ଥାନରେ ହେବ ରଥଯାତ୍ରା । ଏହାର ସୁ ପରିଚାଳନା ନେଇ ପୁଲିସ ସେବା ଭବନଠାରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା।
-
ଦେଶର ୪୦ ଟି ମେଡିକାଲ କଲେଜର ମାନ୍ୟତା କେନ୍ଦ୍ର ସରକାର ରଦ୍ଦ କରିଛନ୍ତି। ୧୫୦ ଟି ମେଡିକାଲ କଲେଜ କେନ୍ଦ୍ର ରାଡାରରେ ଅଛି।
-
ଫୋନ୍ପେ ୟୁପିଆଇ ଜରିଆରେ ରୁପେ କ୍ରେଡିଟ ମାଧ୍ୟମରେ ୧୫୦ କୋଟି ଟଙ୍କାର ମୋଟ୍ ପେମେଣ୍ଟ ମୂଲ୍ୟ (ଟିପିଭି) ମଧ୍ୟ ପ୍ରକ୍ରିୟାକରଣ କରିଛି ା ଏପରିକି ଏନପିସିଆଇ ସହଭାଗିତାରେ ଫୋନ୍ପେ ୟୁପିଆଇରେ ରୁପେ କ୍ରେଡିଟ ପାଇଁ ବ୍ୟାପକ ଶ୍ରେଣୀର ସମାଧାନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।
-
ଚଳିତ ବର୍ଷ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଦେଶର ଅନ୍ୟ ଅଧିକାରୀମାନଙ୍କୁ ଦକ୍ଷିଣ ଆଫ୍ରିକା ସରକାର କୂଟନୈତିକ ସୁରକ୍ଷା ପ୍ରଦାନ କରିଛନ୍ତି।
-
ଜୁନ୍ ୧ରୁ ଇ-ସ୍କୁଟର ୩୨ ହଜାର ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବ ବୋଲି ଆକଳନ କରାଯାଇଛି। ଫେମ୍-୨ ସ୍କିମ୍ରେ ଦୁଇଚକିଆ ଇଲେକ୍ଟ୍ରିକ୍ ଯାନ ପାଇଁ ଦିଆଯାଉଥିବା ସବ୍ସିଡି ରାଶିକୁ କିଲୋୱାଟ୍ ଆଓ୍ବାର ପିଛା ୧୦ ହଜାର ଟଙ୍କାକୁ ହ୍ରାସ କରାଯାଇଛି। ସେହିପରି ଏକ୍ସ-କାରଖାନା ମୂଲ୍ୟ ଉପରେ ଦିଆଯାଉଥିବା ପ୍ରୋତ୍ସାହନକୁ ୪୦ ପ୍ରତିଶତରୁ ୧୫ ପ୍ରତିଶତକୁ ହ୍ରାସ କରାଯାଇଛି।
-
ଭାରତ ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ମଙ୍ଗଳବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଶିଖର ସମ୍ମିଳନୀ ଭର୍ଚୁଆଲ ମୋଡରେ ହେବ।
-
ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର କେତେକ ସମ୍ଭାବ୍ୟ ବିପଦ ବିଷୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ଏହା ମଣିଷ ସଭ୍ୟତାର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ସେମାନେ ଚେତାଇ ଦେଇଛନ୍ତି
-
ଅଲିମ୍ପିକ୍ସ ପଦକ ବିଜେତା ମୀରାବାଇ ଚାନୁଙ୍କ ସମେତ ମଣିପୁରର ମୋଟ ୧୧ ଜଣ କ୍ରୀଡ଼ାବିତ୍ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ଯଥାଶୀଘ୍ର ଶାନ୍ତି ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି। ଏଥିସହିତ ଯଦି ଖୁବଶୀଘ୍ର ତାଙ୍କ ରାଜ୍ୟରେ ଶାନ୍ତି ବଜାୟ ନ ଆସେ ତେବେ ସେମାନେ ପୁରସ୍କାର ଫେରାଇଦେବେ ବୋଲି ଚେତାବନୀ ଦେଇଛନ୍ତି ।
-
ଚାଇନା ଏହାର ତିଆଙ୍ଗୋଙ୍ଗ୍ ମହାକାଶ କେନ୍ଦ୍ରକୁ ମଙ୍ଗଳବାର ୩ ଜଣ ମହାକାଶଚାରୀଙ୍କୁ ପଠାଇଛି। ମହାକାଶକୁ ମାନବଙ୍କୁ ପ୍ରେରଣ କରିବାରେ ଚାଇନାର ଏହା ପ୍ରଥମ ଅଭିଯାନ ହୋଇଥିବାବେଳେ ଚଳିତ ଦଶନ୍ଧି ଶେଷ ସୁଦ୍ଧା ମଙ୍ଗଳକୁ ମଧ୍ୟ ଅନୁରୂପ ଅଭିଯାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।
|
418 |
Y |
|
1606 |
31-05-2023 |
English |
-
On a drama-filled Tuesday, some of India's best wrestlers accompanied by hundreds of supporters gathered here on the banks of the Ganga, threatening to immerse their World and Olympic medals in the holy river but refrained after being convinced by Khap and farmer leaders who sought five days to address their grievances.
-
Around 40 medical colleges across the country have lost recognition over the past two months allegedly for not following standards set by the National Medical Commission (NMC), official sources said Tuesday.
-
The Telangana State Public Service Commission (TSPSC) exam paper leak case could be one of the first instances in the country where ChatGPT and Bluetooth earbuds were used to cheat the system.
-
In a bid to ensure that farmers get remunerative price for their produce through better market access, the state government has brought all agricultural markets under 66 regulated market committees (RMCs) under e-NAM platform. This was revealed by Cooperation department principal secretary Sanjeev Kumar Chadha here, Tuesday.
-
Chief Minister Naveen Patnaik Tuesday inaugurated four industrial units and laid foundation stones for 17 projects with cumulative investment of `3,600 crore. These projects can create employment opportunities for 9,200 persons.
-
The state government has taken steps to provide 4G mobile connectivity to all unconnected villages of the state in a year, IT secretary Manoj Kumar Mishra said Tuesday.
-
Vigilance sleuths Tuesday arrested Karanjia tehsildar in Mayurbhanj district for allegedly receiving a bribe of `12 lakh through two cheques from a person, an official said
-
The Uddhav Thackeray-led Shiv Sena (UBT) Tuesday claimed 22 MLAs and nine MPs from rival Shiv Sena were feeling suffocated due to "stepmotherly treatment" by the BJP and could quit the group led by Maharashtra Chief minister Eknath Shinde.
-
The Supreme Court Tuesday directed the Delhi Police to grant protection to a 20- year-old woman who allegedly ran away from home and is apprehending threat to her life from her family members.
-
The NCERT has dropped references to the demand for a separate Sikh nation Khalistan from the Class 12 political science textbook following objections from the Shiromani Gurdwara Parbandhak Committee (SGPC), according to top education ministry officials.
-
A rare drone attack jolted Moscow early Tuesday, causing only light damage but forcing evacuations as residential buildings were struck in the Russian capital for the first time in the war against Ukraine.
-
President Joe Biden says he “feels good” about the debt ceiling and budget deal negotiated with House Speaker Kevin McCarthy as the White House and congressional leaders work to ensure its passage this week in time to lift the nation’s borrowing limit and prevent a disastrous US Default.
-
The government has announced to reduce the subsidy provided under FAME-II (Faster Adoption of Manufacturing of Electric Vehicles in India) scheme applicable on electric two-wheelers registered on or after June 1, 2023.
-
Outgoing Wrestling Federation of India (WFI) chief Brij Bhushan Sharan Singh, who is facing sexual harassment charges levelled by female wrestlers, on Wednesday said he will hang himself even if a single allegation is proved against him.
-
In a setback for the mosque committee in one of the main cases involving Varanasi's Gyanvapi Mosque, the Allahabad High Court on Wednesday dismissed a plea that requested it to scrap a civil suit being heard in a local court.
-
Brij Bhushan Sharan Singh's statement came as the Delhi Police deleted a tweet saying, "This case is still under investigation and a proper report will be placed in the court only after complete investigation."
-
The wrestlers are demanding action against Brij Bhushan Singh, President of the Wrestling Federation of India (WFI), who has been accused of sexually harassing female athletes.
-
Mamata Banerjee on Tuesday announced that her government would appoint 1.25 lakh employees in various positions of the government and state-aided institutes within a few months.
-
West Bengal Chief Minister Mamata Banerjee on Wednesday took to the streets here to protest against the alleged manhandling of wrestlers at New Delhi's Jantar Mantar after they tried to march towards the new Parliament building following its inauguration three days ago.
-
A single-teacher government school in a remote block of Jharkhand catering to mostly tribal and marginalised girl students has delivered 93.10 pass percentage in Class X (matriculation) exams, the results of which were announced earlier this week.
|
451 |
Y |
|
1607 |
30-05-2023 |
Odia |
-
ଉତ୍ତର କୋରିଆ ଜୁନରେ ପ୍ରଥମ ଗୁପ୍ତଚର ଉପଗ୍ରହ ଲଞ୍ଚ କରିବାକୁ ପ୍ରସ୍ତୁତ ହେଲାଣି। ଉତ୍ତର କୋରିଆର ସରକାରୀ ସମାଚାର ଏଜେନ୍ସିର ସାମରିକ ମାମଲାର ପ୍ରଭାରି ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରର ସୂଚନା ଅନୁଯାୟୀ କହିଛି ଯେ ନିୟୋଜିତ ଲଞ୍ଚର ଉଦ୍ଦେଶ୍ୟ ବର୍ତ୍ତମାନ ସମୟ ଆଧାରରେ ଆମେରିକା ସାମରିକ କାର୍ଯ୍ୟକଳାପ ଉପରେ ନଜର ରଖିବ।
-
ମଣିପୁରରେ ହିଂସା ଥମୁନି। ହିଂସାରେ ଜଣେ ପୁଲିସ ସମେତ ୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଆହତ ହୋଇଛନ୍ତି। ସାନି ହିଂସା ଯୋଗୁ ଇମ୍ଫାଲରେ ପୁଣିଥରେ କର୍ଫ୍ୟୁ ଜାରି ହୋଇଛି। ଦୋକାନ ବଜାର ସବୁ ବନ୍ଦ ରହିଛି।
-
ନରେନ୍ଦ୍ର ମୋଦୀ କହିଛନ୍ତି, ଏନ୍ଡିଏ ଗଠନ ହେବାର ଇତିମଧ୍ୟରେ ୨୫ ବର୍ଷ ପୂରଣ ହୋଇଛି। ଏହାକୁ ଖୁବ୍ ବଡ଼ ଆକାରରେ ପାଳନ କରାଯିବା ଉଚିତ। କାରଣ ଏନ୍ଡିଏ ବ୍ୟତୀତ କୌଣସି ମେଣ୍ଟ ଆଜିଯାଏ ଏତେଦିନ ଏକାଠି ରହିପାରି ନାହାନ୍ତି।
-
ଭବିଷ୍ୟତରେ ଜନ୍ତର ମନ୍ତରରେ ଆନ୍ଦୋଳନ ପାଇଁ ଆବେଦନ କରିଲେ କୁସ୍ତିଯୋଦ୍ଧାମାନଙ୍କୁ ଏଥିପାଇଁ ଆଉ ଅନୁମତି ଦିଆଯିବ ନାହିଁ। ଜନ୍ତର ମନ୍ତର ଛଡ଼ା ସେମାନଙ୍କୁ ଅନ୍ୟ ଉପଯୁକ୍ତ ସ୍ଥାନରେ ଅନୁମତି ଦିଆଯିବ। ଗତକାଲିର ଘଟଣା ପରେ ଦିଲ୍ଲୀ ପୁଲିସ ଆଜି ଏହା କହିଛି।
-
ଶ୍ରୀଜୀଉଙ୍କ ଗୁରୁତ୍ୱପୂର୍ଣ୍ଣ ରୀତିନୀତି ମଧ୍ୟରେ ଜୁନ ୧୯ ତାରିଖରେ ନବଯୌବନ ଦର୍ଶନ, ଜୁନ ୨୦ ତାରିଖରେ ରଥଯାତ୍ରା, ୨୮ ରେ ବାହୁଡା ଯାତ୍ରା, ୨୯ ରେ ସୁନାବେଶ ଓ ଜୁଲାଇ ୧ ତାରିଖରେ ନୀଳାଦ୍ରିବିଜେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତ ପୁରୀରେ ସମାଗମ ହେବେ ।
-
ପ୍ରଥମ ଥର ପାଇଁ କୋରାପୁଟର ବିରଳ କିସମର କଳାବତୀ ଚାଉଳ ଏବେ ଆସାମ ଯିବ ବୋଲି ଜଣାପଡ଼ିଛି। ଯାହା କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ବିଭିନ୍ନ କିସମର ଧାନ ଉତ୍ପାଦନରେ କୋରାପୁଟ ଜିଲ୍ଲାର ସ୍ବତନ୍ତ୍ର ପରିଚୟ ରହି ଆସିଛି ।
-
ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଜୁଲାଇ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆପାତତଃ ସ୍ଥିର କରିଛନ୍ତି।
-
ଜନତା ମଇଦାନରେ ଚାଲିଥିବା ଅଷ୍ଟମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଓ ଗ୍ଲୋବାଲ ବିଜନେସ୍ କାର୍ଣ୍ଣିଭାଲ୍ର ନବମ ଦିନରେ ୩୦ହଜାରରୁ ଊର୍ଦ୍ଧ୍ବ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ପାଖାପାଖି ୨.୫କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବେପାର ହୋଇଛି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଶୁଭାରମ୍ଭ କରିଛନ୍ତି। ଏହା ମଧ୍ୟ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ।
-
ନିର୍ବାଚନ କମିଶନ ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ରାଜସ୍ଥାନ ଏବଂ ମିଜୋରାମ ଭଳି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ନିଜ ନିଜ ରାଜ୍ୟର ଭୋଟର ତାଲିକା ଅପଡେଟ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
-
୨୦୨୪ ଲୋକସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍) ସହ ମେଣ୍ଟ ପ୍ରସଙ୍ଗରେ ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂହ ସିଦ୍ଧୁ କହିଛନ୍ତି ଯେ ଯଦି ଆଦର୍ଶଗତ ମତଭେଦ ଥାଏ, ତେବେ ମେଣ୍ଟ ହୋଇପାରିବ ନାହିଁ।
-
ବିଶ୍ବର ବହୁ ଚର୍ଚ୍ଚିତ ପ୍ରଯୁକ୍ତି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ଓଡ଼ିଶା ସରକାର ଆପଣାଇଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଓଡ଼ିଶା ପାଇଁ ଆର୍ଟିଫିସିଆଲ୍ ଏଆଇ ଓ ଯୁବବର୍ଗଙ୍କ ପାଇଁ ଏଆଇ’ ର ଶୁଭାରମ୍ଭ କରିଛନ୍ତି।
-
ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ)ର ଶ୍ରମ ଶକ୍ତି ସର୍ବେକ୍ଷଣରୁ ଏହି ଚିତ୍ର ସାମ୍ନାକୁ ଆସିଛି। ୨୦୨୩ ମାର୍ଚ୍ଚ ସୁଦ୍ଧା ଶେଷ ତ୍ରୈମାସିକରେ ସହରାଞ୍ଚଳ ବେକାରି ହାର ୬.୮ ପ୍ରତିଶତ ରହିଛି ଯାହା ୨୦୧୮-୧୯ ପରେ ସବୁଠୁ କମ୍। ୨୦୨୨-୨୩ ଆର୍ଥିକ ବର୍ଷର ସମସ୍ତ ଚାରିଟି ତ୍ରୈମାସିକରେ ଶ୍ରମ ଶକ୍ତିରେ ଅଂଶଗ୍ରହଣ ହାର ମଧ୍ୟ ସର୍ବାଧିକ ସ୍ତରରେ ରହିଥିଲା।
-
ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗାଇଡ୍ଲାଇନ୍ ଜାରି କରିଥିଲେ ମଧ୍ୟ କିଛି ବ୍ୟାଙ୍କ କର୍ପୋରେଟ୍ ଗଭର୍ଣ୍ଣାସ୍ ନିୟମକୁ ବି ଠିକ୍ ଭାବେ ପାଳନ କରୁନାହାନ୍ତି।
-
କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ କରି ଦକ୍ଷ ମାନବ ସମ୍ବଳ ସୃଷ୍ଟି କ୍ଷେତ୍ରରେ ରାଜ୍ୟ ସରକାର ନିଜର ପ୍ରତିବଦ୍ଧତା ଦେଖାଇଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଲୋକସେବା ଭବନରେ ‘ଓଡ଼ିଶା ଫର୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି’ ଓ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଫର୍ ୟୁଥ୍’ କାର୍ଯ୍ୟକ୍ରମର ଲୋକାର୍ପଣ କରିଛନ୍ତି।
-
୨୦୧୯ ନିର୍ବାଚନୀ ଇସ୍ତାହାରରେ ୩ ହଜାର ୭୩୧ କିମି ରାସ୍ତା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ୬ ହଜାର ୨୪ କିମି ରାସ୍ତା ନିର୍ମାଣ ହୋଇଛି । ଆଗକୁ ୬ ହଜାର କୋଟି ଟଙ୍କାରେ ୧୫ଶହ ବିଜୁସେତୁ ନିର୍ମାଣ ଲକ୍ଷ୍ୟ ଅଛି । ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ବାର୍ଷିକ ସମୀକ୍ଷା କରିବା ପରେ ରାଜ୍ୟବାସୀଙ୍କୁ ବିଭାଗ ଏପରି ହିସାବ ଦେଇଛି ।
-
ଜମ୍ମୁ କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯିବାବେଳେ ଖାଇକୁ ଖସିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଜଣ ଆହତ ହୋଇଥିବା ଜଣାପଡିଛି ।
-
ପ୍ୟାରିସ୍ ସେଣ୍ଟ ଜର୍ମେନ୍ର ଖେଳାଳି କାଇଲିନ୍ ଏମ୍ବାପେ ଲିଗ୍-୧ର ଚଳିତ ଋତୁ ପାଇଁ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ପିଏସ୍ଜିକୁ ରେକର୍ଡ ୧୧ ଥର ଫ୍ରେଞ୍ଚ୍ ଟାଇଟଲ୍ ଜିତାଇବା ପରେ ଏମ୍ବାପେ ଲଗାତାର ଚତୁର୍ଥ ଥର ଏହି ପୁରସ୍କାରର ହକ୍ଦାର ହୋଇଛନ୍ତି।
-
ଉତ୍ତର ପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସୋମବାର ଓଡ଼ିଶାକୁ ୪ (୧ ସ୍ବର୍ଣ୍ଣ, ୨ ରୌପ୍ୟ, ୧ କାଂସ୍ୟ) ପଦକ ମିଳିଛି। ଓଡ଼ିଶାର ଦୁଇ ବିଶ୍ବବିଦ୍ୟାଳୟ କିଟ୍ (୨) ଓ ଉତ୍କଳ (୨)ର ଖେଳାଳିମାନେ ଏହି ପଦକ ଜିତିଛନ୍ତି।
-
ମାଂସପେଶୀ ଟାଣି ହୋଇଯିବାରୁ ଅଲିମ୍ପିକ୍ ବିଜେତା ଭାରତୀୟ ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଫନି ବ୍ଲାଙ୍କର୍ସ-କୋଏନ ଗେମ୍ସରୁ ଓହରିଯାଇଛନ୍ତି। ଜୁନ୍ ୪ ତାରିଖରେ ଏହି ପ୍ରତିଯୋଗିତା ନେଦରଲାଣ୍ଡ୍ସର ହେଙ୍ଗେଲୋରେ ଅନୁଷ୍ଠିତ ହେବ। ଏହା ଏକ ବିଶ୍ବ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ଗୋଲ୍ଡଡ ଲେବୁଲ୍ ପ୍ରତିଯୋଗିତା ଥିବାରୁ ନୀରଜ ଏଥି ପାଇଁ ପ୍ରସ୍ତୁତି ଚଳାଇଥିଲେ।
|
446 |
Y |
|
1608 |
30-05-2023 |
English |
-
India successfully put into orbit the first of its second generation navigation satellite NVS-01 Monday in a copy book style.
-
The Election Commission has asked chief electoral officers of poll-bound states of Madhya Pradesh, Chhattisgarh, Telangana, Rajasthan and Mizoram to carry out a fresh special summary revision to update the electoral rolls.
-
In a bid to boost rural connectivity, the state government is planning to construct 1,500 new bridges under Biju Setu Yojana (BSY) with an outlay of Rs 6,000 crore in the next 5 years. This was revealed during a review meeting taken by Chief Minister Naveen Patnaik here Monday
-
To woo voters ahead of 2024 elections, the state government Monday announced a new rural housing scheme ‘Mo Ghara’. Approximately 4 lakh people will be covered under the new scheme for which the government will bear `2,150 crore in two years
-
The Rath Yatra, important rituals like Nabajauban Darshan June 19, Bahuda Yatra June 28, Suna Besha June 29 and Niladri Bije July 1 will attract large number of devotees.
-
The executive committee of Orissa Environmental Society has decided to felicitate distinguished people from the state who have made significant contributions in different areas of environment protection.
-
The Delhi High Court Monday dismissed a plea challenging the Reserve Bank of India (RBI) and State Bank of India (SBI) notifications, that permits exchange of the withdrawn `2,000 notes without any identity proof.
-
The Delhi High Court Monday issued a notice to separatist leader Yasin Malik, who is presently serving a life term, on a plea by the National Investigation Agency seeking death penalty for him in a terror funding case.
-
The solar capacity addition in India fell by 48 per cent year-on-year to 1.9 GW in January-March period of 2023, according to Mercom India Research.
-
India has reclaimed its spot as the world’s fifth largest stock market after losing that status to France in January, as foreign investors snap up the Asian nation’s shares, as per reports Monday.
-
The state government has decided to develop the Konark temple complex under the Integrated Development of Heritage & Monuments and Tourist Destination Scheme. The project would be implemented with an expenditure of Rs 209.73 crore.
-
Tarun Ranjan Nayak, working as OAG-III, O/O GRF, TPCODL at Nayapalli in the capital city here and his associate Sailaja Muduli were apprehended by Odisha Vigilance while demanding and accepting Rs10,000 as bribe from a person.
-
The Congress' lone Lok Sabha member from Maharashtra, Balu Dhanorkar, died at a private hospital in the National Capital Region Tuesday early morning, a party leader said.
-
Tamil Nadu Chief Minister MK Stalin congratulated Chennai Super Kings (CSK) on their historic win in the final of the Indian Premier League (IPL) and credited the team's victory to its captain Mahendra Singh Dhoni.
-
Seven people died after a bus carrying pilgrims to the Vaishno Devi shrine skidded off a bridge and fell into a deep gorge in Jammu and Kashmir, officials said today.
-
Nationalist Congress Party (NCP) leader Ajit Pawar on Monday said that Maha Vikas Aghadi (MVA) will contest the Maharashtra assembly and Lok Sabha polls together to defeat the Shiv Sena-BJP alliance.
-
As many as 396 MLAs on Monday cast their votes in the bypoll to two vacant seats of the Uttar Pradesh Legislative Council for which both the ruling BJP and the Samajwadi Party have fielded candidates.
-
India’s first individual Olympic gold medallist shooter Abhinav Bindra has denounced the police action against the country’s top wrestlers at Jantar Mantar, saying the “horrifying images” had left him “sleepless” and “haunted”.
-
Back on her “favorite court in the world,” Sloane Stephens looked sharp in her opening match at the French Open with a 6-0, 6-4 win over two-time major finalist Karolina Pliskova.
-
Batting mainstay Virat Kohli joined the national team’s training session Monday at the picturesque Arundel Castle Cricket Club along with leftarm seamer Jaydev Unadkat, who seemed to have recovered from left shoulder injury. India will play Australia at the Oval in the one-off Test from June 7 to 11.
|
460 |
Y |
|
1609 |
29-05-2023 |
Odia |
-
ଦେଶକୁ ଆଜି ନୂଆ ସଂସଦ ଭବନ ମିଳିଛି। ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।
-
ଟାଟା ପ୍ରୋଜେକ୍ଟସ୍ ଲିଃ ଦ୍ୱାରା ନିର୍ମିତ ନୂତନ ପାର୍ଲାମେଣ୍ଟ ବିଲ୍ଡିଂରେ ପ୍ରାଣୀ ଆକୃତିଠାରୁ ଆରମ୍ଭ କରି ଅତ୍ୟାଧୁନିକ ପ୍ରଯୁକ୍ତି ପର୍ଯ୍ୟନ୍ତ ବିଶେଷତ୍ୱ ଦେଖିବାକୁ ମିଳିଛି। ୬୪,୫୦୦ ବର୍ଗମିଟର ସ୍ଥାନରେ ନିର୍ମିତ ତ୍ରିଭୁଜ ଆକୃତିର ଚାରି ମହଲା ବିଲ୍ଡିଂରେ ବିଶାଳ ସମ୍ବିଧାନ ହଲ୍ ରହିଛି, ଯେଉଁଠି ଭାରତର ଗଣତାନ୍ତ୍ରିକ ଐତିହ୍ୟ ପ୍ରଦର୍ଶିତ ହେବ।
-
ନୂଆ ବିଲ୍ଡିଂରେ ଏମ୍ପିମାନେ ସୁବିଧାରେ ବସିବା ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଛି। ଲୋକ ସଭା ପ୍ରକୋଷ୍ଠରେ ୮୮୮ ସଦସ୍ୟ ବସିବା ଲାଗି ଆସନ ରହିଥିବାବେଳେ ରାଜ୍ୟ ସଭା ଚାମ୍ବରରେ ୩୦୦ ଆସନ ରହିଛି। ସେହିପରି ଉଭୟ ଗୃହର ମିଳିତ ଅଧିବେଶନରେ ୧,୨୮୦ ସଦସ୍ୟ ବସିବା ଲାଗି ଆସନ ବ୍ୟବସ୍ଥା କରାଯାଇଛି। ଲୋକ ସଭା ଓ ରାଜ୍ୟ ସଭାର ପ୍ରତି ସଦସ୍ୟଙ୍କ ଡେସ୍କରେ ଟଚ୍ ସ୍କ୍ରିନ୍ ବ୍ୟବସ୍ଥା ରହିଛି।
-
ନୂଆ ସଂସଦ ଭବନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଏକ ସ୍ୱତନ୍ତ୍ର ସ୍ମାରକୀ ଡାକ ଟିକଟ ଏବଂ ୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧୀନରେ ଥିବା ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ମୁଦ୍ରାର ଓଜନ ୩୪.୬୫ ଗ୍ରାମରୁ ୩୫.୩୫ ଗ୍ରାମ ମଧ୍ୟରେ ରହିବ।
-
ନୂଆ ସଂସଦରେ ତିନୋଟି ମୁଖ୍ୟଦ୍ବାର ରହିଛି। ସେସବୁ ହେଉଛି; ଜ୍ଞାନଦ୍ବାର, ଶକ୍ତିଦ୍ବାର ଓ କର୍ମଦ୍ବାର। କର୍ମଦ୍ବାରର ଡାହାଣ କାନ୍ଥରେ କୋଣାର୍କ ସୂର୍ଯ୍ୟମନ୍ଦିରର ଚକ୍ର ଶୋଭା ପାଉଛି।
-
ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଡୋଗାନ ୨୦୨୩ ନିର୍ବାଚନରେ ପୁଣିଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ୬୯ ବର୍ଷୀୟ ଏର୍ଡୋଗାନ ଅଦ୍ୟାବଧି ୨୦ ବର୍ଷ ହେଲା କ୍ଷମତାରେ ରହିଥିବା ବେଳେ ସେ ଆଉ ୫ ବର୍ଷ ପାଇଁ ଶାସନ କ୍ଷମତାରେ ରହିବାକୁ ଯାଉଛନ୍ତି।
-
ନେଦରଲାଣ୍ଡର ହେଗଠାରେ ହଜାର ହଜାର ଜଳବାୟୁ କର୍ମୀ ଆନ୍ଦୋଳନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୧,୫୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଡଚ୍ ପୁଲିସ ଦ୍ବାରା ଗିରଫ କରାଯାଇଥିବା ଜଣାପଡ଼ିଛି।
-
ଋଷିଆର ବିଦେଶ ମନ୍ତ୍ରୀ ସେର୍ଗେଇ ଲାଭରୋଭ ରବିବାର ପାଶ୍ଚାତ୍ୟ ଦେଶମାନଙ୍କୁ ଏକ ବଡ଼ ଚେତାବନୀ ଦେଇଛନ୍ତି। ୟୁକ୍ରେନକୁ ଆମେରିକା ନିର୍ମିତ ଏଫ୍ -୧୬ ଲଢୁଆ ବିମାନ ଯୋଗାଇଦେବାକୁ ରାଜି ହୋଇ ଏସବୁ ଦେଶ ନିଆଁ ସହ ଖେଳୁଛନ୍ତି, ରୁଷ ଏହାର ଜବାବ ଦେବ ବୋଲି ସେ କହିଛନ୍ତି ।
-
ଋଣ ସଙ୍କଟ ସହ ସଂଘର୍ଷ କରୁଥିବା ଆମେରିକା ଦେବାଳିଆ ହେବାକୁ ଯାଉଥିବା ବେଳେ ଏବେ ଲାଗୁଛି କି ଖୁବଶୀଘ୍ର ଆମେରିକା ଏହି ସଙ୍କଟରୁ ବାହାରି ଆସିବ।
-
ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ ହେବାର ନାମ ନେଉନାହିଁ। ଏଥି ସହିତ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଅଞ୍ଚଳରେ ରୁଷିଆର ସୈନ୍ୟଙ୍କ ଅଭିଯାନକୁ ଆହୁରି ଜୋରଦାର କରିବାକୁ ସୀମା ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି।
-
ହିଂସାଗ୍ରସ୍ତ ମଣିପୁରରେ ଗତରାତିରେ ସଶସ୍ତ୍ର ଉଗ୍ରପନ୍ଥୀମାନେ ବ୍ୟାପକ ହିଂସା ଭିଆଇଛନ୍ତି।ସୁରକ୍ଷା ବାହିନୀ ଓ ଉଗ୍ରପନ୍ଥୀଙ୍କ ମଧ୍ୟରେ ସନ୍ଧ୍ୟା ସୁଦ୍ଧା ଗୁଳି ବିନିମୟ ଜାରି ରହିଥିବା ବେଳେ ଏଥିରେ ମୋଟ ୪୦ ଉଗ୍ରପନ୍ଥୀ ନିହତ ହୋଇଥିବା ଜଣାପଡ଼ିଛି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ତାଙ୍କର ୧୦୧ତମ ମନ୍ କୀ ବାତ୍ରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବି ଡି ସବରକରଙ୍କୁ ସ୍ମରଣ କରିଛନ୍ତି।
-
ମହାମାରୀ କାରଣରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିବା ଜନଗଣନା ପ୍ରକ୍ରିୟା ୨୦୨୪ ଏପ୍ରିଲ-ମେ ମାସରେ ହେବାକୁ ଥିବା ପରବର୍ତ୍ତୀ ଲୋକସଭା ନିର୍ବାଚନ ପୂର୍ବରୁ ହେବାର ସମ୍ଭାବନା ନାହିଁ।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନୂତନ ପାର୍ଲାମେଣ୍ଟ ଭବନ ଉଦ୍ଘାଟନ ଉତ୍ସବକୁ କଂଗ୍ରେସ ସମେତ ୨୧ ବିରୋଧୀ ଦଳ ବର୍ଜନ କରିଛନ୍ତି।
-
ଓଡ଼ିଶାର ପ୍ରସିଦ୍ଧ ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳ ମା’ ସମଲେଶ୍ୱରୀଙ୍କ ମନ୍ଦିର ରାଜ୍ୟର ଏକ ଆକର୍ଷଣୀୟ ସ୍ଥାନରେ ପରିଣତ ହେବ । ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କୁ ଏଠାରେ ଏକ ଅନନ୍ୟ ଅନୁଭୂତି ମିଳିବା ସହିତ ସ୍ଥାନୀୟ ଲୋକାଙ୍କ ସାମାଜିକ ଓ ଆର୍ଥିକ ବିକାଶରେ ସହାୟକ ହେବ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ‘୫-ଟି’ ସଚିବ ଭିକେ ପାଣ୍ଡିଆନ ସମ୍ବଲପୁର ଗସ୍ତ କରି ମା’ ସମଲେଇ ମନ୍ଦିର ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି।
-
ଓଡ଼ିଶା ସରକାରର ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ଆମେରିକାର ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି (ଏଫ୍ବିଆଇ)ର ସହାୟତା ଲୋଡିଛନ୍ତି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି।
-
ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଆସନ୍ତା ଜୁନ ୨୦ ତାରିଖ ପର୍ଯ୍ୟନ୍ତ ପିଲାମାନେ +୨ରେ ନାମଲେଖା ପାଇଁ ଆବେଦନ କରିପାରିବେ । ଏହାପରେ ଜୁନ ୨୮ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା ।
-
ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଅନ୍ତର୍ଗତ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳମାର୍ଗରେ ଭଦ୍ରକ ଏବଂ କଟକ ରେଲଓ୍ବେ ଷ୍ଟେଶନ ମଧ୍ୟରେ ୩ୟ ଲାଇନ ପ୍ରକଳ୍ପ ପାଇଁ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି।
-
ନେପାଳର କାଠମାଣ୍ଡୁରେ ରବିବାର ଶେଷ ହୋଇଥିବା ଏନ୍ଏସ୍ସି କାଭା (ସେଣ୍ଟ୍ରାଲ ଏସିଆନ ଭଲିବଲ ଆସୋସିଏଶନ) ମହିଳା ଭଲିବଲ ଚ୍ୟାଲେଞ୍ଜ୍ କପ୍ରେ ଭାରତ ଚାମ୍ପିୟନ ହୋଇଛି।
-
ଉତ୍ତର ପ୍ରଦେଶର ଗ୍ରେଟର ନଏଡାଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ସୁଇମିଂ ଇଭେଣ୍ଟରେ ଓଡ଼ିଶାର ପ୍ରତ୍ୟାଶା ରାୟ ରବିବାର ଆଉ ଏକ ରୌପ୍ୟ ପଦକ ହାସଲ କରିଛନ୍ତି।
|
450 |
Y |
|
1610 |
29-05-2023 |
English |
-
Prime Minister Narendra Modi inaugurated the new Parliament building here Sunday morning and expressed hope that it will become a cradle of empowerment, igniting dreams and nurturing them into reality.
-
The inauguration of the new Parliament building Sunday was marked with a boycott by 21 opposition parties which accused Prime Minister Narendra Modi of treating the event like his "coronation", and said democracy is run by people not by buildings.
-
Congress leader Rahul Gandhi received a new ordinary passport Sunday, two days after a local court granted its no objection to the issuance of the same, sources said. They said the passport office had assured Gandhi in the morning that the passport would be issued to him Sunday and he got it in the afternoon.
-
The decadal Census, which was postponed for an indefinite period due to the pandemic, is unlikely to be held before the next Lok Sabha elections that are due in AprilMay 2024, officials said.
-
The Bhubaneswar Zonal Unit of Narcotics Control Bureau (NCB) Sunday seized 273.8 Kg of ganja during a raid in the City. The NCB has apprehended two persons including the driver of the vehicle carrying the contraband items. Both the accused persons are residents of Dhanbad district in Jharkhand.
-
: Remains of an ancient temple belonging to medieval period were retrieved Sunday during the de-silting of a pond at Dadpur village about 12km from Bhawanipatna Sadar block of Kalahandi district, sources said Sunday. As a result, District Collector P Anvesha Reddy had to issue orders to stop the work and seal the area to prevent people from barging into the site.
-
Punjab has set up a Special Investigation Team (SIT) for investigating cases of human trafficking, especially women from Punjab to Middle East countries under visit and employment visas, who are being exploited, an official said Sunday.
-
Manipur Chief Minister N Biren Singh Sunday said nearly 40 armed militants involved in torching houses and firing at civilians have been killed by security forces since they began an operation to bring peace to the north eastern state beset by ethnic rioting.
-
To mark the inauguration of the new Parliament building and honour the workers who made it possible, Haryana Chief Minister Manohar Lal Khattar Sunday announced an increase of the scholarship of the children whose parents are registered with the state Labour Welfare Board.
-
The global electric vehicle (EV) market reached 11 million units last year with a penetration rate of 14 per cent, as more countries double down on electrification, connection, autonomous driving and sharing in the automobile industry.
-
Unified Payments Interface (UPI), which is driving the digital payments revolution, accounted for about 75 per cent of the total transaction volume in the retail segment during 2022-23, said the PwC report titled “The Indian Payments Handbook – 2022-27”.
-
Favourites Uttar Pradesh Hockey won the 13th Hockey India Sub-Junior Men’s national championships Sunday defeating Hockey Odisha 7-1 in the final played at the iconic Birsa Munda Stadium here. In another match played on the day Hockey Haryana beat Hockey Madhya Pradesh 4-2 finish third.
-
Congress leaders from Delhi and Punjab met the party leadership here in separate meetings on Monday, and suggested them not to support the Aam Aadmi Party on the Delhi services Ordinance issue, sources said.
-
Delhi Chief Minister Arvind Kejriwal on Monday urged Lieutenant Governor V K Saxena to take strict action over the murder of a minor girl in Shahbad Dairy here and said it was his responsibility to maintain law and order in the city.
-
The Congress bit the Rajasthan bullet today, summoning Chief Minister Ashok Gehlot to Delhi for a parley with Rahul Gandhi and party chief Mallikarjun Kharge.
|
458 |
Y |
|