-
1.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀଠାରେ ପଞ୍ଚମ ଜାତୀୟ ଜଳ ପୁରସ୍କାର ୨୦୨୩ ପ୍ରଦାନ କରିଛନ୍ତି। ୯ଟି ବର୍ଗରେ ୩୮ ଜଣ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ଜିଲ୍ଲା, ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ, ଶ୍ରେଷ୍ଠ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ଶ୍ରେଷ୍ଠ ଜଳ ଉପଭୋକ୍ତା ସଂଘ ଏବଂ ଶ୍ରେଷ୍ଠ ନାଗରିକ ସମାଜ ଅନ୍ତର୍ଭୁକ୍ତ।
-
2.ଭାରତୀୟ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ବିଭିନ୍ନ ଘରୋଇ ଓ ଅନ୍ତର୍ଜାତୀୟ ସଂସ୍ଥାର ବିମାନକୁ ବୋମା ଧମକ ମିଳିବା ଜାରି ରହିଛି। ଗତକାଲି ସନ୍ଧ୍ୟାରୁ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ୩୦ଟି ବିମାନକୁ ବୋମା ଧମକ ମିଳିଛି।
-
3.ମୋଦୀ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ହୋଇଛି। ରୁଷ୍- ୟୁକ୍ରେନ ଯୁଦ୍ଧ ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁ ଉପରେ ଉଭୟ ରାଷ୍ଟ୍ରମୁଖ୍ୟ ଆଲୋଚନା କରିଛନ୍ତି।
-
4.ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ମହାବିକାଶ ଆଘାଡିରେ ଆସନ ବଣ୍ଟନକୁ ନେଇ ବିଚାରବିମର୍ଶ ଚାଲିଛି। ରାଜ୍ୟରେ ମୋଟ ୨୮୮ ଆସନ ମଧ୍ୟରୁ ମହାରାଷ୍ଟ୍ରରେ କଂଗ୍ରେସ ୧୧୦ରୁ ୧୧୫, ଶରଦ ପାୱାରଙ୍କ ଦଳ ୭୫ରୁ ୮୦ ଏବଂ ଉଦ୍ଧବଙ୍କ ଶିବସେନା ୯୦ରୁ ୯୫ ଆସନରେ ଲଢ଼ିପାରେ। ତେବେ ଏ ନେଇ ଔପଚାରିକ ଘୋଷଣା ବାକି ରହିଛି।
-
5.ଓଡ଼ିଶାକୁ ଦେଶର ଶିଳ୍ପାୟନ ହବ୍ରେ ପରିଣତ କରିବା ଲାଗି କରାଯାଉଥିବା କାର୍ଯ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ୫ ଶିଳ୍ପୋନ୍ନତ ରାଜ୍ୟ ମଧ୍ୟରେ ସାମିଲ କରିବାକୁ ଆମର ଲକ୍ଷ୍ୟ ରହିଛି।
-
6.ଭାରତୀୟ ଷ୍ଟକ୍ ବଜାରରେ ଆଜି ନିବେଶକମାନେ ବଡ଼ ଧରଣର କ୍ଷତି ସହିଛନ୍ତି। ସେନସେକ୍ସ ୯୩୧ ପଏଣ୍ଟ ଏବଂ ନିଫ୍ଟି ୩୦୯ ପଏଣ୍ଟ ତଳକୁ ଖସିଛି ଯଥାକ୍ରମେ ୮୦,୨୨୦ ପଏଣ୍ଟ ଏବଂ ୨୪୪୭୨ ପଏଣ୍ଟରେ ବନ୍ଦ ହୋଇଛି।
-
7.ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ଚେୟାରମ୍ୟାନ୍ ମାଧବୀ ପୁରୀ ବୁଚଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପରେ ତାଙ୍କୁ ଦୋଷାରୋପ କରାଯାଇ ନାହିଁ।
-
8.ବାତ୍ୟା ପାଇଁ ବିଭିନ୍ନ ବିଭାଗକୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ୬ ଆଇଏଏସଙ୍କୁ ବିଭିନ୍ନ ଜିଲ୍ଳା ଦାୟିତ୍ୱ ଦିଆଗଲା।
-
9.ଅବସରପ୍ରାପ୍ତ ଆଇପିଏସ ଲଳିତ ଦାସ ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି।
-
10.ଓଡିଶା ସରକାରଙ୍କ ମହିଳା କର୍ମଚାରୀଙ୍କ ପାଇଁ ବର୍ଷକୁ ୧୨ ଦିନ ଅତିରିକ୍ତ ସାମୟିକ ଛୁଟି ଘୋଷଣା କତିଛନ୍ତି ।
-
11.୧୪ଟି ଜିଲ୍ଲାରେ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟଗୁଡ଼ିକ ଆଜିଠାରୁ ୨୫ ତାରିଖ ଶୁକ୍ରବାର ୩ ଦିନ ଛୁଟି ଘୋଷଣା କରାଯାଇଛି ।
-
12. ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ଆଜିଠାରୁ ୨୫ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ୩ ଦିନ ପାଇଁ ପରିଦର୍ଶକ ତଥା ପର୍ଯ୍ୟଟକଙ୍କ ନିମନ୍ତେ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ।
-
13.ସାମୁଦ୍ରିକ ବାତ୍ୟା ‘ଦାନା’ ପ୍ରଭାବକୁ ଦୃଷ୍ଟିରେ ରଖି ରେଳଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ଭାରତୀୟ ରେଳପଥ ପକ୍ଷରୁ ଉପକୂଳ ଓଡ଼ିଶା ଦେଇ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଛତିଶଗଡ, ଝାଡଖଣ୍ଡ ସମେତ ଅନ୍ୟାନ୍ୟ ରାଜ୍ୟକୁ ଚଳାଚଳ କରୁଥିବା ୧୯୮ଟି ରେଳକୁ ବାତିଲ କରାଯାଇଛି।
-
14.ସରକାର ଭାରତ ବ୍ରାଣ୍ଡ୍ ନାଁରେ ଶସ୍ତା ଡାଲି, ଚାଉଳ, ଅଟା ବିକିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରିଟେଲ୍ ଚେନ୍ ଜରିଆରେ ଲୋକଙ୍କ ପର୍ଯ୍ୟନ୍ତ ଏହାକୁ ପହଞ୍ଚାଇବା ପାଇଁ ଯୋଜନା ଚାଲିଛି । ସରକାର ଏଥିପାଇଁ ଉଦ୍ୟେଗପତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ସହିତ ଆଲୋଚନା କରୁଛନ୍ତି ।
-
15.ପଶ୍ଚିମ ଲଣ୍ଡନରେ ଥିବା ଘରୋଇ ସେଣ୍ଟ ଜେମ୍ସ ଇଣ୍ଡିପେଣ୍ଡେଣ୍ଟ ସ୍କୁଲ ସମୁହରେ ଏହାର ଜୁନିୟର ବିଦ୍ୟାର୍ଥୀମାନଙ୍କ ପାଇଁ ସଂସ୍କୃତ ଶିକ୍ଷା ବାଧ୍ୟତାମୂଳକ ବିଷୟ କରାଯାଇଛି।
-
16.ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀ କୈଳାଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ କୈଳାଶ ସାହୁଙ୍କ ପୈତୃକ ଘର ସମେତ ୧୦ଟି ସ୍ଥାନରେ ରେଡ୍ କରାଯାଉଛି।
-
17. ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଟେସ୍ଲା ଏବଂ ସ୍ପେସ୍ ଏକ୍ସ ମାଲିକ ଏଲୋନ ମସ୍କ ଏଭଳି ଏକ ଘୋଷଣା କରିଛନ୍ତି, ଯାହାକି କୋଟିପତି ହେବାର ସ୍ବପ୍ନକୁ ପୂରଣ କରିପାରିବ। ସେ ପ୍ରତ୍ୟେହ ଜଣେ ବ୍ୟକ୍ତିଙ୍କୁ ୮,୦୦୦,୦୦,୦୦ ଟଙ୍କା ଦେବେ। ଏହି ପୁରସ୍କାର ପାଇଁ ସେ ଏକ ସର୍ତ୍ତ ସ୍ଥିର କରିଛନ୍ତି ଯାହା କେବଳ ତାଙ୍କ ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଉପକୃତ କରିବ। ତେବେ ମସ୍କ ତାଙ୍କର ଏହି ଯୋଜନାକୁ ନେଇ ବିବାଦକୁ ମଧ୍ୟ ଆସିଛନ୍ତି।
-
18.ଓ୍ବକଫ୍ (ସଂଶୋଧନ) ବିଲ୍ ଉପରେ ଆଲୋଚନା ପାଇଁ ମଙ୍ଗଳବାର ସଂସଦୀୟ କମିଟି ବୈଠକ ବସିିଥିବାବେଳେ ଟିଏମ୍ସି ଏମ୍ପି କଲ୍ୟାଣ ବାନାର୍ଜୀ ଏକ ଗ୍ଲାସ୍ ବୋତଲ ଭାଙ୍ଗି ଅଧ୍ୟକ୍ଷଙ୍କ ଉପରକୁ ଫିଙ୍ଗିବା ବେଳେ ନିଜେ ଆହତ ହୋଇଛନ୍ତି। ତେବେ ଆକ୍ରମଣରୁ କମିଟି ଅଧ୍ୟକ୍ଷ ଜଗଦମ୍ବିକା ପାଲ୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
-
19.ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାଓ୍ବାର ଲିମିଟେଡ୍ (ଜେଏସ୍ପିଏଲ୍)ର ସହାୟକ କମ୍ପାନୀ ଜିନ୍ଦଲ ପାନ୍ଥର ସିମେଣ୍ଟ (ଜେପିସି) ବର୍ତ୍ତମାନ ଓଡ଼ିଶା ବଜାରରେ ଉପଲବ୍ଧ ବୋଲି ଜିନ୍ଦଲ ଗ୍ରୁପ୍ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି।
-
20.କମନୱେଲଥ ଗେମ୍ସରେ ଭାରତର ପଦକ ସମ୍ଭାବନାକୁ ଏକ ବଡ଼ ଝଟ୍କା ଲାଗିଛି। ଆୟୋଜକ ସହର ଗ୍ଲାସ୍ଗୋ ୨୦୨୬ ସଂସ୍କରଣରୁ କ୍ରିକେଟ, ହକି, ବ୍ୟାଡମିଣ୍ଟନ, ରେସଲିଂ ଏବଂ ଶୁଟିଂ ଭଳି ପ୍ରମୁଖ କ୍ରୀଡାକୁ ବାଦ୍ ଦେଇଛି।