-
1.ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଯେଉଁ ୧୪ଟି ଜିଲ୍ଲା ପାଇଁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି, ସେଗୁଡ଼ିକ - ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକ।
-
2.ଅକ୍ଟୋବର ୨୩ ତାରିଖରେ NRTS ଏବଂ ୨୫ ତାରିଖରେ ପ୍ରାଥମିକ ବୃତ୍ତି ପରୀକ୍ଷା କରିବା ପାଇଁ ପୂର୍ବରୁ ସ୍ଥିର ହୋଇଥିଲା। ତେବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଏହାକୁ ସ୍ଥଗିତ ରଖିଛି ବୋର୍ଡ। ପରୀକ୍ଷା ପୁଣି କେବେ ହେବ, ସେ ସଂପର୍କରେ ପରେ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।
-
3.ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଫଳରେ ସେମାନଙ୍କ ମହଙ୍ଗା ଭତ୍ତା ୫୦ ପ୍ରତିଶତରୁ ୫୩ ପ୍ରତିଶତକୁ ବୃଦ୍ଧି ପାଇଛି। ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ୨୦୨୪ରୁ ପିଛିଲା ଭାବେ ଲାଗୁ ହେବ।
-
4.ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟର ପୁଲିସ୍ ମୁଖିଆ ଅଲୋକ ରାଜଙ୍କୁ ହାତ ଯୋଡ଼ି କରିଛନ୍ତି ବଡ଼ ଅନୁରୋଧ। ପୁଲିସ୍ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରିବାକୁ ସେ ହାତ ଯୋଡ଼ି ନିବେଦନ କରିଛନ୍ତି।
-
5.ବୈତରଣୀ ବେସିନର ମୁଖ୍ୟଯନ୍ତ୍ରୀ କୈଳାସ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। କୈଳାସଙ୍କ ପୈତୃକ ଘର ସମେତ ୧୦ଟି ସ୍ଥାନରେ ଆଜି ସକାଳେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ କୈଳାସଙ୍କର ୩୬ଟି ପ୍ଲଟ୍ , ୩ଟି ଫ୍ଲାଟ୍ ଓ ଯାଜପୁରର କୋରେଇଠାରେ ଏକ ୩ ମହଲା କୋଠା ଓ ଏକ ଡଷ୍ଟର ଗାଡ଼ି ଠାବ ହୋଇଛି।
-
6.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସ୍ଥଗିତ। ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଥିବା ଓଡ଼ିଶା ଗସ୍ତ ସ୍ଥଗିତ ହୋଇଥିବା ସୂଚନା ମିଳିଛି। ବାଙ୍ଗିରିପୋଷି, ରାଇରଙ୍ଗପୁର, ପୁରୀ ଓ ଭୁବନେଶ୍ୱରରେ କାର୍ଯ୍ୟକ୍ରମ ଥିଲା।
-
7.ବିଶ୍ୱ ବ୍ୟାଙ୍କର ଭାରତ ବିକାଶ ଅଦ୍ୟତନ ଅନୁଯାୟୀ, ଦେଶର ଜିଡିପି ୨୦୨୪-୨୫ ଆର୍ଥିକ ବର୍ଷରେ ୭% ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ଯାହା ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ଦର୍ଶାଉଛି।
-
8.ଧର୍ମନିରପେକ୍ଷତା ସବୁବେଳେ ଭାରତୀୟ ସମ୍ବିଧାନ ମୌଳିକ ଢାଞ୍ଚାର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଥିବା ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଏକ ପିଟିଶନଗୁଡ଼ିକର ଶୁଣାଣି କରି ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି।
-
9.ଭାରତ ଓ ଚୀନ ଦୁଇ ଦେଶର ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ପାଟ୍ରୋଲିଂ ଆରମ୍ଭ ପାଇଁ ଦୁଇ ଦେଶ ରାଜି ହୋଇଛନ୍ତି। ଦୂଇ ଦେଶ ମଧ୍ୟରେ ଏ ନେଇ ଗତ କିଛି ସପ୍ତାହ ଧରି ଆଲୋଚନା ପରେ ପାଟ୍ରୋଲିଂ ଆରମ୍ଭ ନିଷ୍ପତ୍ତି ହୋଇଛି।
-
10.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୩ ତାରିଖରେ ମୁଖ୍ୟ କାର୍ଯ୍ୟକ୍ରମରେ ରୁଷ୍ ଗସ୍ତରେ ଯିବେ। କାଜାନ୍ରେ ଆୟୋଜିତ ଷୋଡ଼ଶ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାପାଇଁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ରୁଷ୍ ଯିବେ।
-
11.ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ଜନସଂଖ୍ୟା ବୃଦ୍ଧି ହାର କମ୍ ରହିଛି। ତେଣୁ ଲୋକଙ୍କୁ ଅଧିକ ପିଲା ଜନ୍ମ ପାଇଁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡ଼ୁ ଗତ ସପ୍ତାହରେ ପରାମର୍ଶ ଦେଇଥିଲେ। ନାଇଡ଼ୁଙ୍କ ସ୍ବର ସହ ଏବେ ସ୍ବର ମିଳାଇଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍। ସେ ମଧ୍ୟ ତାଙ୍କ ରାଜ୍ୟର ଲୋକଙ୍କୁ ଅଧିକ ପିଲା ଜନ୍ମ କରିବା ପାଇଁ କହିଛନ୍ତି।
-
12.ବୃତ୍ତିରେ ଥିବା ଓକିଲମାନେ ସାମ୍ବାଦିକ ଭାବେ କାର୍ଯ୍ୟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମତ ଦେଇଛନ୍ତି। ଏହାସହ ଏନେଇ ଜବାବ ରଖିବାକୁ ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆକୁ ନୋଟିସ୍ ଜାରି କରିଛନ୍ତି।
-
13.ଆର.ଜି.କର ମେଡିକାଲ କଲେଜ ଓ ହସ୍ପିଟାଲର କନିଷ୍ଠ ଡାକ୍ତରମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ କନିଷ୍ଠ ଡାକ୍ତରମାନେ ୧୮ ଦିନର ଅନଶନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।
-
14.ଏକ କୋଟି ଟଙ୍କାରୁ ଅଧିକ ଆୟ କରୁଥିବା ଟିକସଦାତାଙ୍କ ସଂଖ୍ୟାରେ ୧୦ ବର୍ଷ ମଧ୍ୟରେ ୫ ଗୁଣା ବୃଦ୍ଧି ଘଟିଛି। ୨୦୧୨-୧୩ ଆର୍ଥିକ ବର୍ଷରେ ସେଭଳି କୋଟିପତି ଟିକସଦାତାଙ୍କ ସଂଖ୍ୟା ଥିଲା ୪୪,୦୭୮। ୨୦୨୨-୨୩ ସୁଦ୍ଧା ସେଭଳି ଟିକସଦାତାଙ୍କ ସଂଖ୍ୟା ୨ ଲକ୍ଷ ୩୦ ହଜାର ପାଖାପାଖି ବୃଦ୍ଧି ପାଇଛି।
-
15.ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି)ର ନୂତନ ସଭାପତି ଭାବେ ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ ମନୋନୀତ ହୋଇଛନ୍ତି। ଏପରିକି ଆଇସିସିର ବାର୍ଷିକ ପୂର୍ଣ୍ଣାଙ୍ଗ ଅଧିବେଶନରେ ଅଭ୍ୟୁଦୟଙ୍କୁ ନୂଆ ସଭାପତି ଭାବେ ଘୋଷଣା କରାଯାଇଛି।
-
16.୨୦୨୪ ହୁରୁନ୍ ଧନୀ ତାଲିକା ଅନୁସାରେ ଜୁହିଙ୍କ ସମ୍ପତ୍ତି ପରିମାଣ ହେଉଛି ୪୬୦୦ କୋଟି ଟଙ୍କା। ବଲିଉଡ୍ ଅଭିନେତା ଶାହରୁଖ ଖାନ୍ ସବୁଠୁ ଧନୀ ଅଭିନେତା ହୋଇଥିବା ବେଳେ ସେହି ତାଲିକାର ଦ୍ବିତୀୟ ସ୍ଥାନରେ ଜୁହିଙ୍କ ନାମ ରହିଛି।
-
17. ସିରମ୍ ଇନଷ୍ଟିଚ୍ୟୁଟ୍ର ଅଦାର ପୁନାୱାଲା ବଲିଉଡ୍ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ଓ ଧର୍ମାଟିକ୍ ଏଣ୍ଟରଟେନ୍ମେଣ୍ଟ୍ର ୫୦ ପ୍ରତିଶତ ଅଂଶଧନକୁ ୧୦୦୦ କୋଟି ଟଙ୍କାରେ କିଣିଛନ୍ତି।
-
18.ଯାଜପୁର ଜିଲ୍ଲା କାଳିଆପାଣି ଥାନା ଓଏମ୍ସି କଲରଙ୍ଗି ଟ୍ରକ୍ ପାର୍କିଂୟାର୍ଡରେ ମୈତ୍ରୀ ମୁଭି ମେକର୍ସ ପକ୍ଷରୁ ଆଜି ବହୁଚର୍ଚ୍ଚିତ ପୁଷ୍ପା-୨ ଫିଲ୍ମ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟ ସୁଟିଂ କରାଯାଇଛି।
-
19.କର୍ଣ୍ଣାଟକ ହାଇକୋର୍ଟ ଦୁଷ୍କର୍ମ ଓ ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ ଜନତା ଦଳ (ଏସ୍)ର ନିଲମ୍ବିତ ନେତା ପ୍ରଜ୍ୱଲ ରେଭାନ୍ନାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି ।
-
20.ମିଜୋରାମ ପାଇଁ ରଣଜୀ ଖେଳୁଥିବା ଅଗ୍ନି ଅରୁଣାଚଳ ପ୍ରଦେଶ ବିପକ୍ଷ ମ୍ୟାଚରେ ଏପରି ରେକର୍ଡ ବ୍ରେକିଂ ଇନିଂସ ଖେଳିଛନ୍ତି। ପ୍ରଥମ ଇନିଂସରେ ସେ ୧୩୮ ବଲରେ ୧୧୦ ରନର ଇନିଂସ ଖେଳିଥିଲେ।