# |
Date |
Type |
Current Affairs |
No. Of Views |
Status |
Action |
411 |
04-02-2025 |
Odia |
- 1.ଆଜି ବିଶ୍ଵ କର୍କଟ ଦିବସ। ଚଳିତବର୍ଷର ଥିମ୍ ରହିଛି ୟୁନାଇଟେଡ୍ ବାଏ ୟୁନିକ୍। ରାଜ୍ୟରେ ପ୍ରତି ୧୦୦ ଜଣରେ ପ୍ରାୟ ୫ ଜଣ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି। ମୁଖ ଗହ୍ବର, ସ୍ତନ ଓ ପାକସ୍ଥଳୀ କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଗ୍ରେ ରହିଛି।
-
2.ଭାରତୀୟ ଆମେରିକୀୟ ସଙ୍ଗୀତଜ୍ଞ ତଥା ଉଦ୍ୟୋଗୀ ଚନ୍ଦ୍ରିକା ଟଣ୍ଡନ ତାଙ୍କ ଆଲବମ୍ ‘ତ୍ରିବେଣୀ’ ପାଇଁ ବେଷ୍ଟ ନ୍ୟୁ ଏଜ୍, ଆମ୍ବିଆଣ୍ଟ ଏବଂ ଚାଣ୍ଟ୍ ଆଲବମ୍ ଶ୍ରେଣୀରେ ଗ୍ରାମୀ ପୁରସ୍କାର ଜିତିଛନ୍ତି।
-
3.ଉତ୍ତର ସିରିଆର ମନ୍ବିଜ୍ ସହର ଉପକଣ୍ଠ ଅଞ୍ଚଳରେ ସୋମବାର ବୋମା ବିସ୍ଫୋରଣ ଘଟି ୧୯ ଜଣଙ୍କର ମୃତ୍ୟୁ ହୋଇଯାଇଛି।
-
4.ଫେବ୍ରୁଆରି ୧୨ ତାରିଖରେ ରାଷ୍ଟ୍ରପତି ଭବନ ନିଜ ପରିସରରେ ଜଣେ ସିଆର୍ପିଏଫ୍ ଅଧିକାରୀଙ୍କୁ ବିବାହ ଉତ୍ସବ ଆୟୋଜନ କରିବାକୁ ଅନୁମତି ଦେଇଛି।
-
5.ସୁପ୍ରିମକୋର୍ଟ ମହାକୁମ୍ଭ ଦଳାଚକଟା ଘଟଣାକୁ ଏକ "ଦୁର୍ଭାଗ୍ୟଜନକ" ଘଟଣା ବୋଲି କହିଛନ୍ତି।
-
6.ଫୋବର୍ସ ୨୦୨୫ରେ ବିଶ୍ୱର ୧୦ଟି ସବୁଠାରୁ ଶକ୍ତିଶାଳୀ ଦେଶର ରାଙ୍କିଂ ପ୍ରକାଶ କରିଛି। ଏଥିରେ ଭାରତକୁ ଶ୍ରେଷ୍ଠ ୧୦ରୁ ବାଦ ଦିଆଯାଇଛି।
-
7.ଡଲାର ତୁଳନାରେ ଭାରତୀୟ ଟଙ୍କା ହ୍ରାସ ପାଇଛି। ପ୍ରଥମ ଥର ପାଇଁ, ଡଲାର ତୁଳନାରେ ଟଙ୍କା ୮୭ ଅତିକ୍ରମ କରିଛି।
-
8.ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ନାଭିଗେସନ ମିଶନକୁ ଏକ ବଡ଼ ଝଟକା ଲାଗିଛି। ଜାନୁଆରୀ ୨୯ରେ GSLV-MK 2 ରକେଟ ଦ୍ୱାରା ଉତ୍କ୍ଷେପଣ କରାଯାଇଥିବା ନାଭିଗେସନ ସାଟେଲାଇଟ NVS-02,ଇସ୍ରୋର ଇଚ୍ଛା କରାଯାଇଥିବା କକ୍ଷପଥରେ ସ୍ଥାପିତ ହୋଇପାରିଲା ନାହିଁ।
-
9.ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ଅଧ୍ୟକ୍ଷ ଏବଂ ଜଣାଶୁଣା ସଂଗୀତଜ୍ଞ ମହତାବ ଖାନ ରାଜା କଂଗ୍ରେସ ଛାଡି ଆମ ଆଦମୀ ପାର୍ଟି (ଆପ)ରେ ଯୋଗ ଦେଇଛନ୍ତି।
-
10.ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ବ୍ରେନ ହାମରେଜ ହୋଇଛି। ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଲକ୍ଷ୍ନୌ ରେଫର କରି ଦିଆଯାଇଛି।
-
11.ଓଡ଼ିଶାରେ ୫୯ଟି ଅମୃତ ଷ୍ଟେସନ ପାଇଁ ବ୍ୟୟବରାଦ କରାଯାଇଛି ବୋଲି ରେଳମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ଏହା ଅନ୍ତର୍ଗତ ଅମୃତ ଷ୍ଟେସନ ପାଇଁ ୨ ହଜାର ୩୭୯ କୋଟି ଖର୍ଚ୍ଚ ହେବ।
-
12.ପୂର୍ବତନ ଚଳଚ୍ଚିତ୍ର ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ମହାମଣ୍ଡଳେଶ୍ୱର ହେବା ପୁଣି ସେଥିରୁ ବିଦା ହେବା ଘଟଣା ଚର୍ଚ୍ଚାରେ ରହିଛି। କିଛି ଦିନ ପୂର୍ବରୁ ମମତା କୁଲକର୍ଣ୍ଣୀଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର କରାଯାଇଥିଲା କିନ୍ତୁ ବିବାଦ ପରେ ତାଙ୍କୁ ଏହି ପଦବୀରୁ ହଟାଇ ଦିଆଯାଇଥିଲା।
-
13.ପଶ୍ଚିମବଙ୍ଗର ହାଓଡ଼ାର ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ କିଡ୍ନୀ ବିକ୍ରି କରିବାକୁ ବାଧ୍ୟ କରିଥିଲେ। ସ୍ତ୍ରୀଙ୍କ କଥାକୁ ଗ୍ରହଣ କରି ସ୍ବାମୀ ୧୦ ଲକ୍ଷ ଟଙ୍କାରେ ନିଜ କିଡ୍ନୀକୁ ମଧ୍ୟ ବିକ୍ରି କରିଥିଲେ। ବିଳମ୍ବିତ ରାତିରେ ମହିଳା ଜଣକ ଉକ୍ତ ୧୦ ଲକ୍ଷ ଟଙ୍କା ନେଇ ତାଙ୍କ ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି।
-
14.ତେଲୁଗୁ ଫିଲ୍ମ ନିର୍ମାତା ସୁକର୍ଣ୍ଣ କୃଷ୍ଣ ପ୍ରସାଦ ଚୌଧୁରୀ ସୋମବାର ଗୋଆସ୍ଥିତ ଭଡ଼ାଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।
-
15.ମାଲକାନଗିରି ଜିଲାର ପୂର୍ବତନ ଜିଲାପାଳ ମନୀଷ ଅଗ୍ରୱାଲଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା(ଏନବିଡବ୍ଲ୍ୟୁ) ଜାରି ହୋଇଛି। ମାଲକାନଗିରି ଏସଡିଜେଏମ କୋର୍ଟ ମନୀଷ ଏବଂ ଅନ୍ୟ ୩ ଜଣଙ୍କ ବିରୋଧରେ ଏହି ଏନବିଡବ୍ଲ୍ୟୁ ଜାରି କରିଛନ୍ତି।
|
202 |
Y |
|
412 |
04-02-2025 |
English |
-
1.The Indian rupee fell to a record low Monday after US President Donald Trump slapped tariffs on imports from the country's three biggest trade partners, stoking fears of a trade war that rattled global financial markets.
-
2.Indian-American vocalist and entrepreneur Chandrika Tandon has won the Grammy award for album ‘Triveni’ in the Best New Age, Ambient or Chant Album category.
-
3.A few minutes after Union Railway Minister Ashwini Vaishnaw announced allocation of Rs10,599 crore for Odisha’s railway sector development in the Union Budget 2025-26.
-
4.The Supreme Court Monday restrained until further orders the Centre and the states from taking any step that would reduce forest areas.
-
5.In a bid to provide emergency advance care to accident victims, a 500- bed trauma centre will be set up at SCB Medical College and Hospital in Cuttack, Chief Minister’s Offi ce (CMO) sources said, Monday.
-
6.Kedar Ranjan Pandu has been appointed as the managing director (MD) of Odisha Power Generation Corporation Limited (OPGC), starting Monday.
-
7.Around 250 government employees in Subarnapur district have returned their ration cards, according to district administration data received by Monday evening.
-
8.A new report from Jawaharlal Nehru University (JNU) has highlighted the signifi cant impact of illegal migration from Bangladesh and Myanmar on the socio-political, economic, and demography.
-
9.Terming as “unfortunate” the January 29 stampede at Maha Kumbh where at least 30 people were killed, the Supreme Court Monday refused to hear a PIL for guidelines over safety of devotees and asked the petitioner to move the Allahabad High Court instead.
-
10.BJP members in the Rajya Sabha have moved a notice for breach of privilege against senior Congress leader Sonia Gandhi for her “poor thing” reference to President Droupadi Murmu and have sought exemplary action.
-
11.India and the UK are expected to resume the talks for the proposed free trade agreement from February 24, an official said. The UK trade minister is likely to visit the national capital soon, the official said.
-
12.European leaders were bracing for US tariffs Monday after President Donald Trump imposed sweeping levies on Mexico, Canada and China that will affect billions of dollars worth of trade, roiling global markets and currencies.
-
13.The RBI is likely to reduce the key interest rate by 25 basis points this week after keeping it on hold for two years, complementing the Union Budget initiatives to push consumption-led demand, though the sliding rupee continues to be a concern.
-
14.India's factory activity started 2025 on a positive note, growing at the quickest pace in six months in January largely buoyed by resilient demand and strong output, a private survey showed Monday, encouraging firms to hire at a record rate.
-
15.Nearly 94 per cent of Indian professionals surveyed believe that mastering AI skills will fast-track their career growth, according to 2025 Global Workplace Skills Study conducted by Emeritus.
|
176 |
Y |
|
413 |
03-02-2025 |
Odia |
- 1.ହମାସ ସହ ଅସ୍ତ୍ରବିରତି ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ଗସ୍ତରେ ଯାଇଛନ୍ତି । ଆସନ୍ତା ୪ ତାରିଖ ମଙ୍ଗଳବାର ଦିନ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିପାରନ୍ତି।
-
2.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଚଢ଼ା ଶୁଳ୍କ ଲଗାଇବା ଆରମ୍ଭ କରିଛନ୍ତି। ସେ ଚୀନ୍, ମେକ୍ସିକୋ ଓ କାନାଡା ଉପରେ ଶୁଳ୍କ ବଢ଼ାଇଛନ୍ତି। ମେକ୍ସିକୋ ଓ କାନାଡା ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଯାଇଥିବା ବେଳେ କାନାଡା ଉପରେ ୧୦ ପ୍ରତିଶତ ଶୁଳ୍କ ଲଗାଯାଇଛି।
-
3.୨୦୨୪-୨୫ ଆର୍ଥିକ ବର୍ଷ ବଜେଟ୍ରେ ଲିଙ୍ଗଗତ ବଜେଟ୍କୁ ୪.୪୯ ଲକ୍ଷ କୋଟି ଟଙ୍କା ଦିଆଯାଇଛି। ମହିଳା ଓ ବାଳିକା କଲ୍ୟାଣ କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ ହେବ। ୨୦୨୪-୨୫ରେ ଏବାବଦକୁ ୩.୨୭ ଲକ୍ଷ କୋଟି ଟଙ୍କା ଦିଆଯାଇଥିଲା। ତାହା ତୁଳନାରେ ଏହା ୩୭.୨୫ ପ୍ରତିଶତ ଅଧିକ। ମୋଟ ବଜେଟ୍ରେ ଲିଙ୍ଗଗତ ବଜେଟ୍ର ଭାଗ ୮.୮୬ ପ୍ରତିଶତକୁ ବୃଦ୍ଧି ପାଇଛି।
-
4.କେନ୍ଦ୍ର ଟିକସ ବାବଦରେ ଓଡ଼ିଶା ୨୦୨୫-୨୬ ଆର୍ଥିକ ବର୍ଷରେ ୬୪୪୦୮କୋଟି ଟଙ୍କା ପାଇବ ଯାହାକି ୨୦୨୪-୨୫ ଆଥିକ ବର୍ଷ ତୁଳନାରେ ୯୧୭୬କୋଟି ଟଙ୍କା ଅଧିକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
-
5.ଛବିଳ ମଧୁ ବର୍ଣ୍ଣବୋଧ ବହି ପ୍ରକାଶ କରି ଭକ୍ତକବି ମଧୁସୂଦନ ରାଓ ରାଜ୍ୟର ହୃତ ଗୌରବ ଫେରାଇ ଆଣିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭକ୍ତକବି ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧର ଅବିକଳ ସଂସ୍କରଣର ଶୁଭ ଉନ୍ମୋଚନ କରିଛନ୍ତି।
-
6.ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ବିକାଶ ଗବେଷଣା ସଂସ୍ଥା (ଡିଆର୍ଡିଓ) ଦ୍ଵାରା ଶନିବାର ଅତି ସ୍ୱଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସ୍ଏଚ୍ଓଆର୍ଏଡିଏସ୍) କ୍ଷେପଣାସ୍ତ୍ରର ୩ଟି ପରୀକ୍ଷା ସଫଳ ହୋଇଛି।
-
7.ଜିଲ୍ଲା କୃଷି ବିଭାଗ ପକ୍ଷରୁ ଇ-କେୱାଇସି ୩୨ହଜାର୬୫୦ଜଣ, ଲ୍ୟାଣ୍ଡ ସିଡିଙ୍ଗ ୩୩ହଜାର ୬୭୭, ଏନପିସିଆଇ ସିଡିଙ୍ଗ ୧୨ହଜାର ୭୦୫ଜଣଙ୍କର ବାକି ରଖିଥିବା ସୂଚନା ମିଳିଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସହ ଅଧିକା ବ୍ୟାଙ୍କ ଥିବା ଜୟପୁରରେ ହିଁ ସବୁ କ୍ଷେତ୍ରରେ ପଛୁଆ ରହିଛି।
-
8.ଫେବ୍ରୁଆରି ଆରମ୍ଭରୁ ଦିନର ତାପମାତ୍ରା ଉପରମୁହାଁ ହୋଇଛି। ଉପକୂଳରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ, ସବୁଠି ତାପମାତ୍ରା ୩୦ ଡିଗ୍ରି ଡେଇଁଯାଇଛି। ଯେଉଁ ସମୟରେ ଶୀତର ପ୍ରକୋପ ରହିବା କଥା ସେତେବେଳେ ରାଜ୍ୟବାସୀଙ୍କୁ ଟାଇଁଟାଇଁ ଖରାର ସାମନା କରିବାକୁ ପଡ଼ୁଛି।
-
9.ଓଡ଼ିଶାରୁ ବାହାରକୁ ଯାଇଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ଦୁଇ ବର୍ଷରେ ପ୍ରାୟ ୨୪୯ ଜଣ ପ୍ରାଣ ହରାଇଲେଣି।
-
10.ବିଜେଡି ସରକାର ଅମଳର ବହୁଚର୍ଚ୍ଚିତ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନା ବନ୍ଦ କରି ଆରମ୍ଭ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା।
-
11.ବ୍ୟାଙ୍କିଙ୍ଗ୍ ରେଗୁଲେସନ ଆକ୍ଟ-୧୯୪୯ର ଧାରା-୨୬(କ) ଓ ଧାରା ୯ରେ ପ୍ରାବଧାନକୁ ଅନୁପାଳନ କରିବାରେ ବିଫଳ ଥିବା ଯୋଗୁ ରାଜ୍ୟ ସମବାୟ ବ୍ୟାଙ୍କ ଉପରେ ୪ଲକ୍ଷ ଟଙ୍କାର ଜୋରିମାନା ଧାର୍ଯ୍ୟ କରିଛନ୍ତି ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ।
-
12.ପ୍ରୟାଗରାଜ ସଙ୍ଗମରେ ଚାଲିଥିବା ମହାକୁମ୍ଭରେ ଅମୃତ ସ୍ନାନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ସମଗ୍ର ବ୍ୟବସ୍ଥା ତ୍ରୁଟିଶୂନ୍ୟ କରିବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-
13.ସୋନିଆ ଗାନ୍ଧୀଙ୍କ ବିରୋଧରେ ମୁଜାଫରପୁର କୋର୍ଟରେ ମାମଲା ରୁଜୁ ହୋଇଛି। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ଅସମ୍ମାନ କରିଥିବା ଅଭିଯୋଗରେ ସୋନିଆଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ସ୍ଥାନୀୟ ଆଇନଜୀବୀ ସୁଧୀର ଓଝା ଶନିବାର କୋର୍ଟରେ ଅଭିଯୋଗ ଦାଖଲ କରିଛନ୍ତି।
-
14.ଭାରତ ଆଇସିସି ୧୯ ବର୍ଷରୁ କମ୍ ମହିଳା ଟ୍ବେଣ୍ଟି୨୦ କ୍ରିକେଟ ବିଶ୍ବକପ ଟ୍ରଫି ବଜାୟ ରଖିଛି। କ୍ବାଲାଲାମ୍ପୁରରେ ଆୟୋଜିତ ଉକ୍ତ ପ୍ରତିଯୋଗିତାର ଦ୍ବିତୀୟ ସଂସ୍କରଣ ଫାଇନାଲ ରବିବାର ବୈମାସ ଓଭାଲରେ ଖେଳାଯାଇଥିଲା। ଏଥିରେ ଭାରତ ୯ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ ଚମ୍ପିଆନ ହୋଇଛି। ଭାରତ ୨୦୨୩ ପ୍ରଥମ ସଂସ୍କରଣରେ ମଧ୍ୟ ଚମ୍ପିଆନ ହୋଇଥିଲା।
-
15.କଟକ ବାରବାଟୀ ଷ୍ଟାଡିୟମରେ ଫେବୃଆରୀ ୯ରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଅନଲାଇନ ଟିକେଟ୍ ବିକ୍ରି ଅପରାହ୍ନ ୪ଟାରୁ ଆରମ୍ଭ ହୋଇଛି। ଓଡ଼ିଶା କ୍ରିକେଟ ଆସୋସିଏସନ୍ ସୂଚନା ଅନୁଯାୟୀ ୪ ହଜାର ଟିକେଟ୍ ଅନଲାଇନରେ ବିକ୍ରି ହେବ।
|
211 |
Y |
|
414 |
03-02-2025 |
English |
-
1.President Donald Trump Saturday signed an order to impose stiff tariffs on imports from Mexico, Canada and China, drawing swift retaliation and an undeniable sense of betrayal from the country’s North American neighbours as a trade war erupted among the long time allies.
-
2.An utterly dominant India fl aunted their embarrassment of riches to win a second successive U-19 Women’s T20 World Cup title with a nine-wicket shellacking of South Africa here Sunday, the triumph giving a peek into the game’s most perfectly calibrated youth structure.
-
3.ISRO’s attempts to place the NVS-02 satellite in the desired orbit suffered a setback after the thrusters on board the spacecraft failed to fi re, the space agency said Sunday.
-
4.Chief Minister Mohan Charan Majhi Sunday released the republished original edition of Odia primer ‘Barnabodha’ written by ‘Bhaktakabi’ Madhusudan Rao.
-
5.Deputy Chief Minister Pravati Parida Sunday said the fi rst instalment of ‘Subhadra Yojana’, the women welfare scheme of the BJP government, will be distributed to eligible new applicants February 8 in Jajpur.
-
6.According to the dashboard of the Department of Justice, Odisha has 21 operational and 31 notified gram nyayalayas. The state has received Rs 5.24 crore from the Centre since the inception of the scheme in 2009.
-
7.Odisha Tourism bagged the ‘Best Decoration Award’ at Outbound Travel Mart (OTM) Mumbai, held from January 30 to February 1.
-
8.The Central Bureau of Investigation (CBI) has arrested a professor of Sambalpur University (SU), who was a member of the NAAC Peer Review Committee, in connection with alleged bribery case in the accreditation rating process.
-
9.Chitrasen Behera, a 70-year-old artisan from Balsakumpa village in Khajuripada block of this district, has dedicated his life to bamboo craftsmanship
-
10.Chief Justice of India Sanjiv Khanna, along with two senior judges of the Supreme Court, Sunday held a meeting with high court judges to discuss issues related to filling up of vacancies, appointment of ad-hoc judges in high courts and establishment of evening courts
-
11.Union Minister of State for Petroleum and Natural Gas Suresh Gopi Sunday courted a controversy by stating that the members of the "upper castes" should handle the tribal affairs portfolio, which he backtracked later.
-
12.The food infl ation rate in India has remained fi rm over the past two years defying the global trend, and frequent extreme weather events are one of the reasons, the government said in its latest Economic Survey.
-
13.Markets regulator Sebi is looking to come out with a new mechanism to ensure secure and efficient payments in the securities market through Unifi ed Payments Interface (UPI) in bid to distinguish legitimate fi nancial intermediaries from fraudsters.
-
14.India is reviewing its stance on cryptocurrencies due to shifting attitudes towards the virtual asset in other countries, a senior government official told Reuters Sunday
-
15.An utterly dominant India flaunted their embarrassment of riches to win a second successive U-19 Women’s T20 World Cup title with a nine-wicket shellacking of South Africa here Sunday, the triumph giving a peek into the game’s most perfectly calibrated youth structure.
|
194 |
Y |
|
415 |
02-02-2025 |
Odia |
- 1.ରଥ ନିର୍ମାଣ ପାଇଁ ବଡ଼ଦାଣ୍ଡରେ ପ୍ରଥମ ପର୍ଯ୍ୟାୟ ରଥକାଠ ପହଞ୍ଚିବା ପରେ ପବିତ୍ର ବସନ୍ତ ପଞ୍ଚମୀରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଥକାଠ ଅନୁକୂଳ ହେବ। ପୁରୀ ରାଜନଅର ପକ୍ଷରୁ ଶୋତ୍ରୀୟ ବ୍ରାହ୍ମଣମାନେ ପୂଜାର୍ଚ୍ଚନା କାର୍ଯ୍ୟ ସଂପାଦନ କରିବେ।
-
2.ବଜେଟ୍ରେ ଆଣବିକ ଶକ୍ତି କ୍ଷେତ୍ରକୁ ଘରୋଇ କମ୍ପାନିମାନଙ୍କ ପାଇଁ ଖୋଲିବାକୁ ପ୍ରସ୍ତାବ ଦେଇଛନ୍ତି। ୨୦୩୩ ସୁଦ୍ଧା ପାଞ୍ଚଟି କ୍ଷୁଦ୍ର ଏବଂ ମଡ୍ୟୁଲାର ରିଆକ୍ଟର ସ୍ଥାପନ କରିବା ଲକ୍ଷ୍ୟରେ ଏହି କ୍ଷେତ୍ରରେ ଗବେଷଣା ପାଇଁ ୨୦,୦୦୦ କୋଟି ଟଙ୍କାର ଆଣବିକ ଶକ୍ତି ମିସନ ଘୋଷଣା କରିଛନ୍ତି।
-
3. ୨୫ ପ୍ରକାର କ୍ରିଟିକାଲ୍ ମିନେରାଲ୍ ଉପରୁ ମୌଳିକ ସୀମା ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼
-
4. ବୁଣା ହୋଇଥିବା ଫ୍ୟାବ୍ରିକ୍ ଉପରେ ମୌଳିକ ସୀମା ଶୁଳ୍କ ୧୦ ପ୍ରତିଶତରୁ ୨୦ ପ୍ରତିଶତକୁ ସଂଶୋଧନ କରାଯାଇଛି। କେଜି ପିଛା ୧୧୫ ଟଙ୍କା କିମ୍ବା ଟିକସ ଯାହା ଅଧିକ ତାହା ଲାଗୁ ହେବ।
-
5.ଜାହାଜ ନିର୍ମାଣ ପାଇଁ କଞ୍ଚାମାଲ, ଉପକରଣ, କଞ୍ଜ୍ୟୁମେବଲ୍ ଓ ଯନ୍ତ୍ରାଂଶ ଉପରୁ ମୌଳିକ ସୀମା ଶୁଳ୍କ ୧୦ ବର୍ଷ ପର୍ଯ୍ୟନ୍ତ ଛାଡ଼ କରାଯାଇଛି। କ୍ୟାରିୟର ଗ୍ରେଡ୍ ଇଥରନେଟ୍ ସ୍ବିଚ୍ ଉପରେ ମୌଳିକ ସୀମା ଶୁଳ୍କ ୨୦ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ କରାଯାଇଛି। ଜାହାଜ ଭାଙ୍ଗିବା ଉପରେ ମଧ୍ୟ ସେହି ନିଷ୍ପତ୍ତି ଲାଗୁ ହେବ।
-
6. ଫ୍ରୋଜେନ୍ ଫିସ୍ ପେଷ୍ଟ୍ ଉପରୁ ମୌଳିକ ସୀମା ଶୁଳ୍କ ୩୦%ରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ମାଛ ଖାଦ୍ୟରେ ବ୍ୟବହୃତ ଫିସ୍ ହାଇଡ୍ରୋଲାଇସେଟ୍ ଉପରୁ ମୌଳିକ ସୀମା ଶୁଳ୍କକୁ ୧୫ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି।
-
7.ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଘୋଷଣା କରାଯାଇଛି। ଯାହାର ଲକ୍ଷ୍ୟ ହେଉଛି କୃଷି ଉତ୍ପାଦକତା ବଢ଼ାଇବା, ଫସଲର ବିବିଧକରଣ କରିବା ଏବଂ ନିରନ୍ତର କୃଷି ଅଭ୍ୟାସକୁ ପ୍ରୋତ୍ସାହିତ କରିବା। କୃଷି ବଜେଟ୍କୁ ୪ ପ୍ରତିଶତ ଅଧିକ ପାଣ୍ଠି ଦିଆଯାଇଛି।
-
8.ଡାଲି ମିସନ୍ ପାଇଁ ୧୦୦୦ କୋଟି, ପନିପରିବା ଏବଂ ଫଳ ମିସନ୍ ପାଇଁ ୫୦୦ କୋଟି, ମାଖନା ବୋର୍ଡ ପାଇଁ ୧୦୦ କୋଟି, ହାଇବ୍ରିଡ୍ ମଞ୍ଜି ମିସନ ପାଇଁ ୧୦୦ କୋଟି ଏବଂ କପା ପ୍ରଯୁକ୍ତି ମିସନ୍ ପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
-
9.ଶିକ୍ଷା ଓ ଦକ୍ଷତା ବିକାଶର ଗୁରୁତ୍ବକୁ ବୁଝିପାରି ଦେଶରେ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ୍ ସ୍ଥାପନ, ମେଡିକାଲ୍ ସିଟ୍ ସଂଖ୍ୟାରେ ୧୦ ହଜାର ବୃଦ୍ଧି, ପ୍ରତି ଜିଲ୍ଲା ଚିକିତ୍ସାଳୟରେ ଡେ କେୟାର କ୍ୟାନସର୍ ସେଣ୍ଟର୍ ଖୋଲାଯିବ ବୋଲି ଘୋଷଣା କରାଯାଇଛି।
-
10.କେନ୍ଦ୍ର ସରକାର ମୋଟ ବଜେଟ୍ ରାଶି ମଧ୍ୟରୁ ସର୍ବାଧିକ ବ୍ୟୟ କେନ୍ଦ୍ରୀୟ କ୍ଷେତ୍ରର ଯୋଜନା ବା ପ୍ରକଳ୍ପ ବାବଦରେ ହେବ। ଏଥିପାଇଁ ୧୬ ଲକ୍ଷ ୨୧ ହଜାର ୮୯୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
-
11.ଆର୍ଥିକ ବର୍ଷ ୨୦୨୫-୨୬ରେ ରେଳବାଇକୁ ୨,୫୨,୨୦୦ କୋଟି ଟଙ୍କା ଦିଆଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ରେକର୍ଡ ୬.୮୧ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହା କି ପୂର୍ବ ବର୍ଷ ତୁଳନାରେ ୯.୫୩% ଅଧିକ।
-
12.ସରକାର ଭାରତୀୟ ଡାକ ବିଭାଗକୁ ୧.୫ ଲକ୍ଷ ଗ୍ରାମୀଣ ଡାକଘର ସହିତ ଏକ ବୃହତ ଲଜିଷ୍ଟିକ୍ସ ସଂଗଠନରେ ପରିଣତ କରିବାକୁ ଯୋଜନା କରୁଛନ୍ତି।
-
13.ଜାନୁଆରି ୩୦ ତାରିଖ ରାତିରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ସ୍ଥିତ ଏକ ଦେଶୀ ମଦଭାଟିରୁ ଡକାୟତମାନେ ୩.୫ କୋଟି ଟଙ୍କା ଲୁଟି ନେଇଥିଲେ। କିନ୍ତୁ ୨୪ ଘଣ୍ଟା ଭିତରେ କଳାହାଣ୍ଡି ଜିଲ୍ଲା ପୁଲିସ ଏହି ଲୁଟ୍ରେ ସମ୍ପୃକ୍ତ ୮ଜଣିଆ ଝାଡ଼ଖଣ୍ଡୀ ଡକାୟତ ଗ୍ୟାଙ୍ଗ୍କୁ ବାନ୍ଧିବା ସହ ସବୁତକ ଟଙ୍କା ଜବତ କରିବାରେ ସଫଳ ହୋଇଛି।
-
14.ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବଡ଼ ଘୋଷଣା। ଏଣିକି ରେରା ପୂର୍ବରୁ ନିର୍ମିତ ଆପାର୍ଟମେଣ୍ଟ କିଣାବିକା ହୋଇପାରିବ। ଏ ନେଇ ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।
-
15.୧୮ ଟନ ତମାଖୁପତ୍ର ବୋଝେଇ ଟ୍ରକ ଜବତ ହୋଇଥିବା ସୂଚନା ମିଳିଛି। ଆଇଟି ବିଭାଗ ପକ୍ଷରୁ ଜାତୀୟ ରାଜପଥ ୧୬ରେ ଚୋରା ଚାଲାଣବେଳେ ୧୮ ଟନ ତମାଖୁପତ୍ର ବୋଝେଇ ଟ୍ରକ ଜବତ କରାଯାଇଛି।
|
215 |
Y |
|
416 |
02-02-2025 |
English |
-
1.Union Minister Ashwini Vaishnaw Saturday said the Budget 2025-26 maintained the government’s continuous push to improve Railways by allocating Rs2.52 lakh crore to it and approving projects such as manufacturing 17,500 general coaches, 200 Vande Bharat and 100 Amrit Bharat trains, among others.
-
2.Prime Minister Dhan-Dhaanya Krishi Yojana to be launched in partnership with states, covering 100 districts, to benefit 1.7 crore farmers.
-
3.Thirty six live savings drugs and medicines fully exempted from basic customs duty.
-
4. Fifty thousands Atal Tinkering Labs to be set up in Government schools in next 5 years.
-
5.Nuclear Energy Mission for research and development of Small Modular Reactors (SMR) with an outlay of Rs20,000 crore to be set up, 5 indigenously developed SMRs to be operational by 2033.
-
6.The Ministry of Education has been allocated more than Rs1.28 lakh crore in the Budget, higher than the revised estimate of Rs1.14 lakh crore in 2024-25.
-
7.The government has allocated Rs6.81 lakh crore to the defence sector, marking a major increase from the Rs6.2 lakh crore assigned in the current fiscal year.
-
8.India Post will be transformed into a large public logistics organisation, finance minister Nirmala Sitharaman said presenting Budget 2025 Saturday.
-
9.Odisha Police Saturday busted an inter-state robbery gang, arresting eight persons and recovering Rs3.51 crore of looted money from their possession, a senior officer said.
-
10.Ushering in reforms, Union Finance Minister Nirmala Sitharaman Saturday proposed to open up the nuclear power sector for private players and announced a Rs20,000 crore Nuclear Energy Mission for research in the field, with an aim to set up five small and modular reactors by 2033.
-
11.A total of 7,552 electors have opted for the home voting facility, available to elderly voters and differently-abled persons, for the upcoming Delhi Assembly election.
-
12.The government’s announcement, in the Union Budget 2025-26, to add 10,000 seats next year and 75,000 seats in the next five years heralds a significant boost to India’s healthcare sector and will boost the doctor-patient ratio in the country, said public health experts Saturday.
-
13.India Post will be transformed into a large public logistics organisation, finance minister Nirmala Sitharaman said presenting Budget 2025 Saturday. “India Post, with 1.5 lakh rural post offices.
-
14.India wicketkeeper-batter Wriddhiman Saha retired from all forms of cricket Saturday, bringing down the curtains on an illustrious career after playing his final Ranji Trophy group-stage match for Bengal against Punjab at the iconic Eden Gardens here.
-
15.The CBI has arrested the chairman and six members of a National Assessment and Accreditation Council (NAAC) inspection committee, including a JNU professor, in a corruption case Saturday, officials said.
|
183 |
Y |
|
417 |
01-02-2025 |
English |
-
1.Finance Minister Nirmala Sitharaman has announced revised tax slabs and rates under the new regime to reduce the burden for all taxpayers. There will be no tax burden on up to Rs 12 lakh annual income, except special income.
-
2.Those earning up to Rs 12 lakh annually won't have to pay any income tax under the new regime. Add to it the standard deduction of Rs 75,000 and taxpayers with up to Rs 12.75 lakh annual income will have to pay zero tax.
-
3.Nirmala Sitharaman announced a Nuclear Energy Mission to promote research and development of small modular reactors, with an outlay of Rs 20,000 crore.
-
4.The state government is planning to invest Rs 6,152 crore to ease the burgeoning traffi c congestion here, expand the City, and improve connectivity.
-
5.Indian-origin astronaut Sunita Williams has broken the record for total spacewalking time by a woman by logging 62 hours and 6 minutes of spacewalk. Williams and her colleague Butch Wilmore, who have been stranded on the International Space Station (ISS) since June 2024, conducted a spacewalk Thursday.
-
6.Madhusudan Padhi took charge as the State Election Commissioner, Friday. Padhi, a retired IAS officer, succeeded AP Padhi as the eighth State Election Commissioner.
-
7.Ahead of a high-octane ODI clash between India and England February 9, Chief Minister Mohan Charan Majhi Friday visited Barabati Stadium in Cuttack to take stock of the preparations and security measures put in place there.
-
8.Keeping in view the willingness of the farmers to participate in the paddy procurement process, the Group of Ministers (GoM), during a meeting held at Lok Seva Bhawan Friday, approved the enhancement of the Kharif procurement target to 77 lakh tonne from 65 lakh tonne.
-
9.Deputy Chief Minister Kanak Vardhan Singh Deo, who also holds the portfolios of Agriculture & Farmer Empowerment, and Energy, Friday reviewed the projects being operated by Waaree Energies Limited in Dhenkanal district.
-
10.School and Mass Education department, in a notification Friday informed, “State government, after careful consideration have been pleased to decide that ‘Godabarish Mishra Adarsha Prathamika Vidyalaya’ (GMAPV) scheme shall be implemented through Odisha School Education Programme Authority (OSEPA) and ‘Aitihya Vidyalaya’ scheme shall be implemented through Panchasakha Sikhya Setu (PSS).”
-
11.Police here Friday arrested fi ve people working in a cash logistics company on the charge of stealing `10 lakh during transition of money to ATMs in Kalahandi district.
-
12.The Additional District & Sessions Court here Friday sentenced Prabin Dhurua, a resident of Sirisguda Kuanrmal under Laikera police limits, to life imprisonment for the murder of former vice chancellor of Sambalpur University (SU) Dhrubaraj Naik. The court also imposed a fine of Rs10,000 on Dhurua.
-
13.Residents of Prayagraj have thrown their doors open to the hundreds of stranded and hungry after a massive surge in number of pilgrims arriving for the Maha Kumbh sent the city infra groaning under its weigh.
-
14.In a setback to the AAP, seven of its outgoing MLAs resigned from the party Friday, with only fi ve days to go for the Delhi Assembly polls.
-
15. The Supreme Court Friday rejected a plea seeking to hold “Urs” festival between February 1 and February 3 at a dargah (Muslim shrine) razed in Gujarat's Gir Somnath district during a demolition drive.
|
205 |
Y |
|
418 |
01-02-2025 |
Odia |
-
1.ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବେ ବାର୍ଷିକ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକମାନଙ୍କୁ କୌଣସି ଟିକସ ଦେବାକୁ ପଡିବ ନାହିଁ ବୋଲି ଘୋଷଣା କରିଛନ୍ତି।
-
2.ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ ଜଳ ଜୀବନ ମିଶନକୁ ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଏହା ଗ୍ରାମୀଣ ଜନସଂଖ୍ୟାର ୧୦୦ ପ୍ରତିଶତକୁ ଅନ୍ତର୍ଭୁକ୍ତ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି।
-
3.ବଜେଟ୍ ରେ ଏଆଇ ସେଣ୍ଟରକୁ ପ୍ରୋତ୍ସାହନ ଦେବା ପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
-
4.୨୦୨୫ ବଜେଟ ପୂର୍ବରୁ କମିପାରେ ପେଟ୍ରୋଲ-ଡିଜେଲ ଦର। ଏଥିପାଇଁ, ଉତ୍ପାଦ ଶୁଳ୍କ ହ୍ରାସ କରାଯାଇପାରେ। ବର୍ତ୍ତମାନ ପେଟ୍ରୋଲ ଉପରେ ୧୯.୯୦ ଟଙ୍କା ଏବଂ ଡିଜେଲ ଉପରେ ୧୫.୮୦ ଟଙ୍କା ଶୁଳ୍କ ଲାଗୁ ହେଉଛି।
-
5.ରିପୋର୍ଟରେ କୁହାଯାଇଛି ଯେ ୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୬.୩%ରୁ ୬.୮% ମଧ୍ୟରେ ରହିବ । ଏହା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ)ର ଆକଳନ ୬.୫% ଓ ବିଶ୍ବ ବ୍ୟାଙ୍କର ଆକଳନ ୬.୭% ସହ ମେଳ ଖାଉଛି ।
-
6.ନାସା ବୈଜ୍ଞାନିକମାନେ ପୃଥିବୀ ସହ ଧକ୍କା ହୋଇପାରୁଥିବା ଏକ ଗ୍ରହାଣୁର ଆବିଷ୍କାର କରିଛନ୍ତି। ଏନେଇ ସେମାନେ ସତର୍କ ସୂଚନା ଜାରି କରିଛନ୍ତି। ଏହି ଗ୍ରହାଣୁର ଚଉଡ଼ା ପ୍ରାୟ ୧୩୦ରୁ ୩୦୦ ଫୁଟ ହେବ ବୋଲି ଆକଳନ କରାଯାଇଛି।
-
7.ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ୧୦ ଜଣ ଏବଂ ନାରାୟଣପୁର ଜିଲ୍ଲାରେ ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଲଗାତାର ପୁଲିସର ଚଢାଉରେ ନକ୍ସଲ ଏବେ ଭୟଭିତ ହୋଇ ସଂଗଠନ ଛାଡି ଆରମ୍ଭ କଲେଣି।
-
8.ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୨୦୨୪ ଡିସେମ୍ବର ଶେଷ ସୁଦ୍ଧା ଏହା ୬୪୦.୩ ବିଲିୟନ ଆମେରିକୀୟ ଡଲାର ଥିଲା । ସେହିପରି ସେପ୍ଟେମ୍ବର ୨୦୨୪ ସୁଦ୍ଧା ଥିବା ଭାରତର ୭୧୧.୮ ବିଲିୟନ ଆମେରିକୀୟ ଡଲାରର ବୈଦେଶିକ ଋଣ ରହିଥିଲା ।
-
9.ଅର୍ଥନୈତିକ ସର୍ଭେରେ ଅଟକଳ କରାଯାଇଛି ଯେ ୨୦୨୪ରେ ଖରିଫ ଶସ୍ୟ ଉତ୍ପାଦନ ୧୬୪୭.୦୫ ଲକ୍ଷ ମେଟ୍ରିକ୍ ଟନ୍ (ଏଲଏମଟି)ରେ ପହଞ୍ଚିବ, ଯାହା ପୂର୍ବ ବର୍ଷ ତୁଳନାରେ ୮୯.୩୭ ଲକ୍ଷ ମେଟ୍ରିକ ଟନ୍ ଅଧିକ। ସମୀକ୍ଷା ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ବାର୍ଷିକ କୃଷି ଆୟ ୫.୨୩ ପ୍ରତିଶତ ବୃଦ୍ଧି ପାଇଛି।
-
10.ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ପୁଲିସ ଓ ଯଶିପୁର ଅବକାରୀ ବିଭାଗ ମିଳିତଭାବେ ଚଢ଼ାଉ କରି ୬୦ ଲକ୍ଷ ଟଙ୍କାର ଅଫିମ ଗଛ ନଷ୍ଟ କରିଛନ୍ତି। ସଂପୃକ୍ତ ଅଞ୍ଚଳରେ ଗଞ୍ଜେଇ ମାଫିଆ ଯେ ସକ୍ରିୟ ଅଛନ୍ତି, ଏହି ଘଟଣାରୁ ସ୍ପଷ୍ଟ ହୋଇଯାଇଛି।
-
11.ରାଜ୍ୟର ୧୩ଟି ଜିଲ୍ଲାରେ ଶୀତଳଭଣ୍ଡାର ନାହିଁ। କେନ୍ଦ୍ରାପଡ଼ା, ଦେବଗଡ଼, ସୁବର୍ଣ୍ଣପୁର, ନୟାଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଗୋଟିଏ ବି ହେଲେ ପ୍ରତିଷ୍ଠା ହୋଇନି। ୮ଟି ଜିଲ୍ଲା ଯଥା ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ଗଜପତି, ରାୟଗଡ଼ା, କଳାହାଣ୍ଡିରେ ଶୀତଳଭଣ୍ଡାର ରହିଥିଲେ ମଧ୍ୟ ତାହା ଅଚଳ।
-
12.ରାଜ୍ୟରେ ଫେବ୍ରୁଆରି ୧ ତାରିଖ ଠାରୁ ଇ-ଡିଟେକ୍ସନ୍ ପ୍ରକ୍ରିୟାରେ ଯୋଡ଼ି ହେଉଛି ବୀମା। ମୋଟର ଯାନରେ ବୀମା ନ ଥିଲେ ସ୍ୱୟଂକ୍ରିୟ ପ୍ରଣାଳୀରେ ଟୋଲ୍ ଗେଟରେ ଗାଡ଼ି ଚାଳକ ଧରାପଡ଼ିବେ ।
-
13.ଭୁବନେଶ୍ୱରର ସଂପ୍ରସାରଣ ପାଇଁ ଏକ ଆଉଟର୍ ରିଙ୍ଗ୍ ରୋଡ୍ର ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି। ୧୪୮ କିଲୋମିଟର ବିଶିଷ୍ଟ ଏହି ରିଙ୍ଗ୍ ରୋଡ୍, ୬ ଲେନ୍ ହେବା ସହିତ ୨ଟି ସର୍ଭିସ୍ ରୋଡ୍ ମଧ୍ୟ ରହିବ।
-
14.ଗ୍ରାହକଙ୍କ ପାଇଁ ଖୁସି ଖବର। ବଜେଟ୍ ପୂର୍ବରୁ ଗ୍ୟାସ୍ କମିଯାଇଛି। ୧୯ କେଜି ଏଲ୍ପିଜି ସିଲିଣ୍ଡର ଦର ୭ ଟଙ୍କା କମିଛି। ଫଳରେ ଦିଲ୍ଲୀରେ ୧୯ କେଜି ଗ୍ୟାସ ସିଲିଣ୍ଡର ଦର ୧୭୯୭ ଟଙ୍କାରେ ପହଞ୍ଚିଛି।
-
15.ଭାରତ ୨୦୨୫ରେ ଅନୁଷ୍ଠିତ ୧୯ ବର୍ଷରୁ କମ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ସେମିଫାଇନାଲରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଥିଲା।
|
180 |
Y |
|
419 |
31-01-2025 |
Odia |
- 1.ପାର୍ଲାମେଣ୍ଟର ବଜେଟ ଅଧିବେଶନ ଶୁକ୍ରବାର ଆରମ୍ଭ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବାହ୍ନ ୧୧ଟାରେ ଲୋକ ସଭା ଓ ରାଜ୍ୟ ସଭାର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ।
-
2.ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବରେ ପୁନର୍ବାର କ୍ଷମତାକୁ ଆସିବା ପରେ ବାଂଲାଦେଶକୁ ଏକ ବଡ଼ ଝଟକା ଲାଗିଛି। ଆମେରିକା ପ୍ରଶାସନ ବାଂଲାଦେଶକୁ ଲକ୍ଷ ଲକ୍ଷ ଡଲାରର ସହାୟତା ବନ୍ଦ କରିଦେଇଛି।
-
3.ଉତ୍ତରପ୍ରଦେଶର ନଏଡାସ୍ଥିତ ଶିବ ନାଡର ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଦକ୍ଷ ମଲିକ୍ (୧୪) ଏକ କ୍ଷୁଦ୍ରଗ୍ରହ (ଆଷ୍ଟେରଏଡ୍)ର ଆବିଷ୍କାର କରିଛନ୍ତି, ଯାହାକୁ ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ସ୍ବୀକୃତି ମିଳିଛି।
-
4.ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ (NPCI) ସମସ୍ତ UPI ଆପଗୁଡ଼ିକୁ ଟ୍ରାଞ୍ଜାକ୍ସନ ଆଇଡିରେ କେବଳ ଆଲଫାନ୍ୟୁମେରିକ (ଅକ୍ଷର ଏବଂ ସଂଖ୍ୟା) ଅକ୍ଷର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛି। ଯଦି ଆପ୍ସ ଏହି ନିୟମ ପାଳନ କରନ୍ତି ନାହିଁ, ତେବେ ଫେବୃଆରୀ ୧, ୨୦୨୫ ପରେ ସେମାନଙ୍କର କାରବାର ପ୍ରତ୍ୟାଖ୍ୟାନ କରାଯିବ। NPCI ୯ ଜାନୁଆରୀ ୨୦୨୫ରେ ଏକ ସର୍କୁଲାର ଜାରି କରିଥିଲା।
-
5.ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରେ ୮ ମାସ ଧରି ଫସିରହିଥିବା ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ୟୁଲିୟମ୍ସ ଓ ସହଯାତ୍ରୀ ବୁଚ୍ ଓ୍ବିଲମୋର ଗୁରୁବାର ପ୍ରଥମଥର ପାଇଁ ଆଇଏସ୍ଏସ୍ ବାହାରେ ସ୍ପେସ୍ଓ୍ବାକ୍ କରିଛନ୍ତି। ବିଭିନ୍ନ ବୈଜ୍ଞାନିକ ପରୀକ୍ଷଣ ପାଇଁ ଉଭୟେ ପୃଥିବୀରୁ ୪୨୦ କି.ମି. ଉଚ୍ଚରେ ପ୍ରାୟ ସାଢ଼େ ୬ ଘଣ୍ଟା ଧରି ସ୍ପେସ୍ଓ୍ବାକ୍ କରିଥିଲେ।
-
6.କୁକୁଡାଖଣ୍ଡି ଅଞ୍ଚଳରେ ରହୁଥିବା ଶିକ୍ଷକ ଦମ୍ପତି ସେମାନଙ୍କ ଠକେଇର ଶିକାର ହୋଇଛନ୍ତି। ସେମାନଙ୍କୁ ଡିଜିଟାଲ ଆରେଷ୍ଟର ଭୟ ଦେଖାଇ ୩୪ଲକ୍ଷ ୫୦ ହଜାର ଟଙ୍କା ନେଇଯାଇଛନ୍ତି
-
7.ଜଣେ ମହିଳାଙ୍କ ଦ୍ବାରା ହୋଇଥିବା ଏକ ଦୁଷ୍କର୍ମ ମାମଲାରେ କଂଗ୍ରେସ ସାଂସଦ ରାକେଶ ରାଠୋର ଉତ୍ତରପ୍ରଦେଶର ସୀତାପୁରରୁ ଗିରଫ ହୋଇଛନ୍ତି।
-
8.ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେପିର ବାଜିମାତ୍ ହୋଇଛି। ଆପ୍-କଂଗ୍ରେସ ମେଣ୍ଟକୁ ୧୭ ଭୋଟ୍ ମିଳିଥିବାବେଳେ ବିଜେପିକୁ ୧୯ଟି ଭୋଟ୍ ମିଳିଛି। ଆପ୍ର ପ୍ରେମଲତାଙ୍କୁ ହରାଇ ବିଜେପି ପ୍ରାର୍ଥୀ ହରପ୍ରୀତ କୌର ବବ୍ଲା ବିଜୟୀ ହୋଇଛନ୍ତି।
-
9.୬୪ ଜଣଙ୍କୁ ନେଇ ଯାଉଥିବା ଏକ ଆମେରିକୀୟ ଯାତ୍ରୀବାହୀ ବିମାନ ଗୁରୁବାର ସକାଳେ ୱାସିଂଟନ ନିକଟରେ ଏକ ସାମରିକ ହେଲିକପ୍ଟର ସହ ଧକ୍କା ହୋଇ ନିକଟସ୍ଥ ପୋଟୋମାକ୍ ନଦୀରେ ଖସିପଡ଼ିଛି। ଉଭୟ ଜେଟ୍ ଓ ହେଲିକପ୍ଟରରେ ଥିବା ସମସ୍ତ ୬୭ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।
-
10.ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବେ ।
-
11.ବିପଦରେ ମହାବଳ। ପ୍ରତିଦିନ ଗୋଟିଏ ଯୋଡ଼ିଏ ବାଘଙ୍କ ଜୀବନ ଯାଉଛି। କେଉଁଠି ଅଭୟାରଣ୍ୟ ଭିତରେ ତ ଆଉ କେଉଁଠି ଅଭୟାରଣ୍ୟ ବାହାରେ। ୨୦୨୫ ଜାନୁଆରି ମାସର ୨୪ ଦିନ ମଧ୍ୟରେ ସାରା ଦେଶରେ ୨୨ଟି ମହାବଳଙ୍କ ଜୀବନ ଗଲାଣି।
-
12.ପ୍ରୟାଗରାଜରେ ମହାକୁମ୍ଭ ମେଳାରେ ଦଳାଚକଟା ଯୋଗୁ ୩୦ଜଣଙ୍କର ମୃତ୍ୟୁ ଓ ୬୦ରୁ ଅଧିକ ଲୋକ ଆହତ ହେବା ପରେ ରାଜ୍ୟ ସରକାର କୁମ୍ଭମେଳା ପାଇଁ ଚାଲିଥିବା ସ୍ବତନ୍ତ୍ର ବସ୍ ସେବାକୁ ସାମୟିକ ଭାବେ ବାତିଲ କରିଛନ୍ତି।
-
13.ଫିକୋ ୧୪ଟି ଦେଶର ପ୍ରାୟ ୧୧,୦୦୦ ଗ୍ରାହକଙ୍କ ସହିତ ୧୦୦୦ ଭାରତୀୟଙ୍କ ଉପରେ ସର୍ଭେ କରିଥିଲା।୮ ଲକ୍ଷ ଟଙ୍କା ଅଧିକ ତାହା ପୂର୍ବ ବର୍ଷ ୨% ଥିବାବେଳେ ୨୦୨୪ରେ ୪%କୁ ବୃଦ୍ଧିପାଇଛି। ସେହିପରି ୫୦ ହଜାର ଟଙ୍କା ମଧ୍ୟରେ ଛୋଟ ଛୋଟ ଠକେଇ ୫୬ ପ୍ରତିଶତ ରହିଛି।
-
14.ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭରେ ଘଟିଥିବା ଦୁଃଖଦ ଘଟଣା ପରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି, ଯେଉଁଥିରେ ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ତୀର୍ଥଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇବା ପାଇଁ ତୁରନ୍ତ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି।
-
15.ରାଜ୍ୟ ସରକାରଙ୍କ ପକ୍ଷରୁ ଇ-କେୱାସି ଶେଷ ତାରିଖ ଅବଧି ବୃଦ୍ଧି କରାଯାଇଥିବା ନେଇ ସୂଚନା ମିଳିଛି। ଇ-କେୱାଇସି ଅପଡେଟ୍ ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
|
201 |
Y |
|
420 |
31-01-2025 |
English |
-
1.The maximum increase in monthly per capita expenditure (MPCE) in rural areas was recorded in Odisha while Punjab topped the chart in urban areas during August 2023 to July 2024, a government survey stated.
-
2.Pitching a monumental and potentially controversial proposal to his Republican allies, President Donald Trump is seemingly floating the idea of scrapping federal income taxes altogether.
-
3.The state government Thursday cancelled the special bus service for Maha Kumbh Mela till February 4, an offi cial notice said.
-
4.A commercial American Eagle plane about to land at the Reagan National Airport collided with a US Army Black Hawk helicopter Wednesday night, in one of the worst aviation disasters in recent US history.
-
5.The state government extended the deadline for e-KYC (know your customer) verification of ration cards to February 15, Food Supplies Minister Krushna Chandra Patra said Thursday.
-
6.Paradeep Phosphates Limited (PPL) Thursday signed a memorandum of understanding (MoU) with the state government for an investment of Rs 4,000 crore.
-
7.The Odisha government Thursday introduced the state’s first automated testing station (ATS) in Cuttack, marking a significant advancement in ensuring the transparency and efficiency of motor vehicle fitness testing.
-
8.A teacher couple from the Kukudakhandi police station area in Ganjam district was defrauded of Rs34.5 lakh through digital arrest by cybercriminals, police said Thursday.
-
9.The Delhi Police has been adjudged the ‘Best Marching Contingent’ at the Republic Day Parade 2025 held at Kartavya Path on January 26, an official said Wednesday.
-
10.The BJP Thursday won the post of mayor while AAP-backed Congress candidates registered victory in the poll for the senior deputy mayor and deputy mayor posts in the high-stakes Chandigarh mayoral elections that took place here.
-
11.Andhra Pradesh government Thursday launched WhatsApp governance platform 'Mana Mitra' (our friend) offering 161 citizen-centric services, enabling people to procure documents real-time with the touch of a button on their smartphones.
-
12. AAP supremo Arvind Kejriwal Thursday accused Chief Election Commissioner Rajiv Kumar of engaging in politics by issuing him a notice over his claim that the Haryana government was “mixing poison” in the Yamuna.
-
13.Considering a backlog of over 18 lakh criminal cases, the Supreme Court Thursday allowed the high courts to appoint ad-hoc judges, not exceeding the 10 per cent of the court's total sanctioned strength.
-
14.Finance Minister Nirmala Sitharaman will table Economic Survey 2024-25 Friday, providing an official assessment of the performance of the economy in the ongoing financial year, and list out the challenges being faced by the nation.
-
15.The Swedish prime minister said the shooting of an anti-Islam campaigner just hours before a trial verdict was due Thursday over his burning the Quran might be linked to a foreign power, and police arrested five people over the killing.
|
206 |
Y |
|