Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
21 02-09-2025 Odia
  1. 2.ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ହ୍ରାସ ଯୋଜନା ରହିଛି। ପ୍ରାୟ ୧୭୫ଟି ଜିନିଷ ଉପରୁ ଟିକସ ୧୦% କମ୍ ହେବା ଆଶା କରାଯାଉଛି। ସେହି ଜିନିଷଗୁଡ଼ିକ ମଧ୍ୟରେ ଟିଭି, ସାମ୍ପୁ, ହାଇବ୍ରିଡ୍ କାର୍, କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଆଦି ରହିଛି।
  2. 2.ପୂର୍ବ ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ଆତଙ୍କ ଖେଳାଇ ଦେଇଛି। ରବିବାର ରାତି ୧୧ଟା ୪୭ରେ ହୋଇଥିବା ଭୂକମ୍ପରେ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୨୮୦୦ ଲୋକ ଆହତ ହୋଇଛନ୍ତି।

  3. 3.୨୫ତମ ଶିଖର ସମ୍ମିଳନୀର ମିଳିତ ଘୋଷଣାନାମାରେ ଗତ ଏପ୍ରିଲ ୨୨ର ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରାଯାଇଛି।

  4. 4. ୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର। ରାଜଧାନୀର ଉପକଣ୍ଠରେ ଥିବା ମଳିପଡ଼ା, ଦାସପୁର, ଅନ୍ଧାରୁଆ, ଗୋଠପାଟଣା ଭଳି ଅଞ୍ଚଳକୁ ନେଇ ହେବ ନୂଆ ସହର ହେବା ନେଇ ଓଡ଼ିଶାର ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

  5. 5.ବିହାରରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସଆଇଆର)ର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି । ଏହି ସମୟରେ ନିର୍ବାଚନ କମିସନ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ବିହାରରେ ଭୋଟର ତାଲିକାରୁ ନାଁ କାଟିବାକୁ ଅଧିକ ଆବେଦନ ଆସୁଛି । କମିସନନଙ୍କ ଏହି ଉତ୍ତର ଶୁଣି କୋର୍ଟ ମଧ୍ୟ ତାଜୁବ ହୋଇଯାଇଥିଲେ ।

  6. 6.ଶିକ୍ଷକତା ପାଇଁ TET ବାଧ୍ୟତାମୂଳକ, ନହେଲେ ପଦୋନ୍ନତି ନାହିଁ,ଚାକିରି ଛାଡ଼ିବାକୁ ପଡ଼ିବ- ସୁପ୍ରିମକୋର୍ଟଙ୍କ ବଡ଼ ରାୟ  ।

  7. 7.ଭୁବନେଶ୍ୱରରେ ଅପରେସନ ‘ଅନ୍ଵେଷଣ’,ର  ୫ ଦିନରେ ୩୫୮ ଶିଶୁ ଓ ୨୦୫୯ ମହିଳା ଉଦ୍ଧାର କରାଯାଇଛି ।

  8. 8.ଅକ୍ଟୋବର ୮ରୁ ଆରମ୍ଭ ହେବ ଆରଆଇ, ଅମିନ ପରୀକ୍ଷା,ନଭେମ୍ବର ୩ୟ ସପ୍ତାହ ପର୍ଯ୍ୟନ୍ତ ଚାଲିପାରେ।

  9. 9.ବରମୁଣ୍ଡା ବସ ଟର୍ମିନାଲକୁ ଯିବ ପୁରୁଣା ବସ୍ ଷ୍ଟାଣ୍ଡ ଦୋକାନ, ଲଟେରୀ ଜରିଆରେ ଦୋକାନୀ ପାଇବେ ଦୋକାନ।

  10. 10.ପ୍ରଥମ ଥର ୧ ଲକ୍ଷ ୫ ହଜାର ଟଙ୍କା ପାର୍‌ କଲା ସୁନା ଦର , ରୂପା  ଦର ମଧ୍ୟ ରେକର୍ଡ ସ୍ତରରେ।

  11. 11.ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୮୦୦,୧୩୦୦ରୁ ଅଧିକ ଲୋକ ଏଥିରେ ଆହତ।

  12. 12.ବହୁ ଚର୍ଚ୍ଚିତ ଇ୨୦ ପେଟ୍ରୋଲ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ପ୍ରଧାନ ବିଚାରପତି ବି ଆର୍‌ ଗଭାଇ ଓ ଜଷ୍ଟିସ୍ କେ ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି।

  13. 13.ଶୁଳ୍କ ଲଗାଇ ଆମେରିକା ସୃଷ୍ଟି କରିଥିବା କ୍ଷତକୁ ବ୍ରିଟେନ ଜରିଆରେ ଭରଣା କରିବା ଉପରେ ଭାରତ ସରକାର ବିଚାର କରୁଛନ୍ତି। ବ୍ରିଟେନକୁ ବୟନ ସାମଗ୍ରୀ ଓ ପୋଷାକ ରପ୍ତାନି ବଢ଼ାଇବା ଲାଗି ରଣନୀତି ପ୍ରସ୍ତୁତ କରାଯାଉଛି।

  14. 14.କର୍ମକ୍ଷେତ୍ରରେ ନିଜ ଅଧୀନରେ କାମ କରୁଥିବ‌ା ଜଣେ କର୍ମଚାରୀଙ୍କୁ ଲୁଚାଛପା ପ୍ରେମ କରି ଆଉ ଜଣେ ସିଇଓ ଚାକିରିରୁ ତଡ଼ା ଖାଇଛନ୍ତି। ସେ ହେଉଛନ୍ତି ବିଶ୍ବର ଅଗ୍ରଣୀ ଖାଦ୍ୟ ବ୍ରାଣ୍ଡ୍‌ ନେସ୍‌ଲେର ସିଇଓ ଲରେଣ୍ଟ ଫ୍ରେଇକ୍ସ।

  15. 15.ଉଦୟପୁର- ପତ୍ନୀଙ୍କ ଦେହର ରଙ୍ଗ କଳା ହୋଇଥିବାରୁ ରାଜସ୍ଥାନର ଜଣେ ବ୍ୟକ୍ତି ତାଙ୍କୁ ବାରମ୍ବାର ନିର୍ଯାତନା ଦେବାସହିତ ଶେଷରେ ନିଆଁ ଲଗାଇ ପୋଡି ଦେଇଥିଲେ। ଏହି ଘଟଣାରେ ଉଦୟପୁରସ୍ଥିତ ଏକ ଅଦାଲତ ଅଭିଯୁକ୍ତ ସ୍ବାମୀଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଛନ୍ତି।

  16. 16.ଇସ୍ତଫା ଦେବାର ୪୨ ଦିନ ପରେ ସରକାରୀ ବାସଭବନ ଛାଡ଼ିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼। ବର୍ତ୍ତମାନ ସେ ଦିଲ୍ଲୀର ଛତରପୁରରେ ଥିବା ଏକ ଘରୋଇ ଫାର୍ମହାଉସକୁ ସ୍ଥାନାନ୍ତର ହୋଇଛନ୍ତି।

  17. 17.କଲକାତାରେ ଅଷ୍ଟମ ଋତୁ ରଙ୍ଗମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପୁରସ୍କୃତ ହୋଇଛି ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର “ଚାରିକାନ୍ଧ”।

  18. 18.କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଓ ମେଲବୋର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଁଟିବା ପରେ ଚଳଚ୍ଚିତ୍ର ‘ଲହରୀ’ ସେପ୍ଟେମ୍ବର ୧୨ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି।

  19. 19. ଶ୍ରୀମନ୍ଦିର ପରିସରରେ ଖୋଲିଲା ମାତୃ ଶିଶୁ ସ୍ତନ୍ୟପାନ କକ୍ଷ।

  20. 20.ଜିଲ୍ଲା ପ୍ରଦୂଷଣ ବୋର୍ଡର ଅନୁମତି ପତ୍ର ମିଳିବାରେ ବିଳମ୍ବ ହେତୁ ଜିଲ୍ଲାର ଏକମାତ୍ର ସରକାରୀ ଗୋ – ଶାଳା ଖୋଲିବାରେ ବିଳମ୍ବ ହୋଇଛି । ଯାହାଫଳରେ ପାଖରେ ଗୋ – ଶାଳା ଥାଇ ମଧ୍ୟ ଘଟଗାଁ ଓ ପାଟଣା ପୋଲିସ ଜବତ କରୁଥିବା ଗୋରୁ ଗୁଡିକୁ ପୁଲିସ ଅର୍ଥ ଶ୍ରାଦ୍ଧ କରି ମୟୂରଭଞ୍ଜ ଜିଲ୍ଲାର ଗୋ-ଶାଳାକୁ ପଠାଉଛି ।

139 Y
22 02-09-2025 English
  1. 1.Gold price surges Rs1,000 to hit yet another record high of Rs1,05,670 per 10 gram in the national capital Monday.

  2. 2.Desperate Afghans clawed through rubble in the dead of the night in search of missing loved ones after a strong earthquake killed more than 800 people and injured more than 2,800 in eastern Afghanistan, according to figures provided Monday by the Taliban government.

  3. 3.In a new rant against India for its purchases of Russian oil, White House trade adviser Peter Navarro has said that ‘Brahmins’ are profiteering at the expense of the Indian people and it needs to ‘stop’.

  4. 4.The rupee depreciated just 1 paisa to close at an all-time low of 88.10 against the US dollar Monday amid Indo-US trade deal uncertainties and higher dollar demand from importers.

  5. 5.The Tata Power-led Odisha discoms Monday launched a 1-kW rooftop solar scheme, enabling households to generate around 100 units of electricity per month, officials said. The scheme was launched under the Utility-Led Aggregation (ULA) model, as part of the government’s flagship PM Surya Ghar Muft Bijli Yojana.

  6. 6.The Shree Jagannath Temple Administration (SJTA) Monday opened a breastfeeding room on the premises of the 12th-century shrine in Puri.

  7. 7.The Odisha Sub-Ordinate Staff Selection Commission (OSSSC) will re-conduct the preliminary examination for posts like RI, ICDS Supervisor, ARI, Amin, and Statistical Field Surveyor under the Combined Recruitment Examination (CRE) 2023 (IV) on CBRE mode from October 8, 2025, official sources said.

  8. 8.The 67-yearold Hirakud Dam, the world’s longest earthen dam, requires comprehensive overhauling to address structural concerns and enhance capacity, according to a senior official.

  9. 9.Nearly 37,000 child marriages were stopped in the last two years and 4,777 child victims of human trafficking were rescued in Madhya Pradesh with the help of government agencies, a functionary of an organisation working for the protection of child rights said Monday.

  10. 10.Former vice-president Jagdeep Dhankhar shifted from his official residence to a private farmhouse in the Chhatarpur area of south Delhi Monday evening, six weeks after he resigned from his post, according to officials.

  11. 11.Days after accusing the BJP of stealing elections, Congress leader Rahul Gandhi Monday threatened that he will soon amplify his charges by coming out with more “vote chori” disclosures that would be like a “Hydrogen bomb” and Prime Minister Narendra Modi would not be able to show his face to the country.

  12. 12.The Election Commission of India Monday said claims, objections and corrections in the draft electoral roll prepared in the Bihar special intensive revision (SIR) exercise can be fi led beyond September 1 but the same would be considered once the electoral roll was finalised.

  13. 13.A new Act that regulates matters related to foreigners and immigration and has provisions for heavy punishment for carrying a forged passport or visa came into effect Monday.

  14. 14.The Supreme Court Monday rejected a PIL challenging the nationwide rollout of 20 per cent ethanol-blended petrol (EBP-20), alleging millions of motorists were forced to use the fuel not designed for their vehicles.

  15. 15.Maratha quota leader Manoj Jarange Monday asked protesters to follow the directives of the Bombay High Court and not inconvenience the people of Mumbai by roaming on the streets.

112 Y
23 01-09-2025 Odia
  1. 1.ଭାରତର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ‘ଏଜୁକେଟ୍‌ ଗାର୍ଲସ୍‌ ଗ୍ଲୋବାଲି’ ପ୍ରଥମ ଭାରତୀୟ ଏନ୍‌ଜିଓ ଭାବେ ୨୦୨୫ ରମଣ ମାଗ୍‌ସେସେ ପୁରସ୍କାର ଜିତି ଇତିହାସ ସୃଷ୍ଟି କରିଛି।  
  2. 2.ଟ୍ରମ୍ପଙ୍କ ଟାରିଫ ଟାର୍ଗେଟ୍ ବିରୋଧରେ ଏକାଠି ହେଉଛନ୍ତି ଅନେକ ରାଷ୍ଟ୍ର । ଆମେରିକାର ଶୁଳ୍କ ଚାପରେ ଅନେକ ଅଣନିଶ୍ବାସୀ ହୋଇ ସ୍ବର ଉଠାଉଥିବା ବେଳେ ଏବେ ଚୀନର ଛାତି ଉପରେ ଟ୍ରମ୍ପଙ୍କ ବିରୋଧରେ ଏକାଠି ହୋଇଛନ୍ତି ତ୍ରିଶକ୍ତି । ଭାରତ-ଚୀନ-ରୁଷ । ଏହି ରାଷ୍ଟ୍ରର ଶୀର୍ଷ ନେତୃତ୍ବ ଟ୍ରମ୍ପଙ୍କୁ ଚେକ୍ ଦେବାକୁ ବଡ ଯୋଜନା ପ୍ରସ୍ତୁତ କରି ପାରନ୍ତି ବୋଲି କୁହାଯାଉଛି । 
  3. 3.ବିଶ୍ଵ ରୁ ଆତଙ୍କବାଦର ମୂଳପୋଛ ପାଇଁ ଭାରତ ସବୁବେଳେ ସ୍ଵର ଉଠାଇ ଆସୁଥିବା ବେଳେ ପହଲଗାମ୍ ହମଲା ପରେ ଅପରେସନ ସିନ୍ଦୂରରେ ଜବାବ ଦେଇ ସାରା ବିଶ୍ଵକୁ ଆତଙ୍କବାଦ ବିରୋଧୀ ଆଭିମୁଖ୍ୟ ନେଇ ଅଭିଯାନ ଆରମ୍ଭ କରିଥିଲା ଭାରତ । ଆଉ ଏହି ଆତଙ୍କୀ ବିରୋଧୀ ଲଢେଇକୁ ଅଧିକ ଶକ୍ତିଶାଳୀ କରିବାକୁ ଚୀନର ସହଯୋଗ ଲୋଡିଛି ଭାରତ । 
  4. 4.ହାଇଦ୍ରାବାଦରେ: ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ। ନିଆଁରେ ଜଳିଗଲେ ୭ ଜଣ ଓଡ଼ିଆ। ଏମିତି ହୃଦୟ ବିଦାରକ ଘଟଣା ଘଟିଛି ହାଇଦ୍ରାବାଦରେ। ହାଇଦ୍ରାବାଦର କୁକୁଟପାଳିରେ ଥିବା ଆଜବେସ୍ଟସ କଲୋନୀରେ ରହୁଥିବା ଓଡ଼ିଆ ଶ୍ରମିକଙ୍କ ଘରେ ଘଟିଛି ଏହି ଘଟଣା। ଘର ଭିତରେ ସମସ୍ତେ ଶୋଇଥିବାବେଳେ ଭୋର ସମୟରେ ଗ୍ୟାସ ଟାଙ୍କି ଫାଟି ସବୁଠି ନିଆଁ ଲାଗିଯାଇଥିଲା।
  5. 5. ନିର୍ବାଚନ କମିଶନ ଶନିବାର କହିଛନ୍ତି ଯେ ପ୍ରାୟ ୧.୯୮ ଲକ୍ଷ ବ୍ୟକ୍ତି ଭୋଟର ତାଲିକାରୁ ନାମ ବାଦ ଦେବା ପାଇଁ ଆବେଦନ କରିଛନ୍ତି। ଅନ୍ୟପକ୍ଷରେ, ନାମ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରାୟ ୩୦୦୦୦ ଆବେଦନ ଗ୍ରହଣ କରାଯାଇଛି। ଡ୍ରାଫ୍ଟ ଭୋଟର ତାଲିକା ଅଗଷ୍ଟ ୧ ରେ ପ୍ରକାଶିତ ହୋଇଥିଲା ଏବଂ ଏହା ବ୍ୟକ୍ତି ଏବଂ ରାଜନୈତିକ ଦଳ ଦ୍ୱାରା "ଦାବି ଏବଂ ଆପତ୍ତି" ପାଇଁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଖୋଲା ରହିବ।
  6. 6.ଜୁଲାଇ ମାସରେ ଓଡ଼ିଶାରେ ୬୬,୦୯୨ ଜଣ ନୂଆ ମୋବାଇଲ ଗ୍ରାହକ ସୃଷ୍ଟି ହୋଇଛନ୍ତି। ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରୁ ଏହା ଜଣାଯାଇଛି। ଟ୍ରାଇ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଜୁନ ମାସରେ ମୋଟ ମୋବାଇଲ ଫୋନ୍‌ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୫୩ ଲକ୍ଷ ୨୧ ହଜାର ୨୩୬ ରହିଥିଲା। ଜୁଲାଇରେ ଏହି ସଂଖ୍ୟା ୩ କୋଟି ୫୩ ଲକ୍ଷ ୮୭ ହଜାର ୩୨୮ରେ ପହଞ୍ଚିଛି।
  7. 7.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ପ୍ରଭାବରେ ଦେଶରୁ ଚିଙ୍ଗୁଡ଼ି ରପ୍ତାନି ଚଳିତ ବର୍ଷ ୧୫-୧୮ ପ୍ରତିଶତ କମ୍ ହେବ ବୋଲି ରେଟିଂ ଏଜେନ୍ସି କ୍ରିସିଲ୍ ରେଟିଂସ୍‌ ଆକଳନ କରିଛି। ଚଳିତ ମାସ ୨୭ରୁ ବର୍ଦ୍ଧିତ ଶୁଳ୍କ ଲାଗୁ ହୋଇଛି। ଏବେ ଚିଙ୍ଗୁଡ଼ି ଉପରେ ପ୍ରଭାବୀ ଶୁଳ୍କ ୫୮.୨୬ ପ୍ରତିଶତକୁ ବୃଦ୍ଧି ପାଇଛି। 
  8. 8. ଆମେରିକାକୁ ଡାକସେବା ସମ୍ପୂର୍ଣ୍ଣ ଭାବେ ଭାରତୀୟ ଡାକ ବିଭାଗ ସ୍ଥଗିତ ରଖିଛି। ଚଳିତମାସ ୨୨ ତାରିଖରେ ଡାକ ବିଭାଗ ପକ୍ଷରୁ ୧୦୦ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀକୁ ବାଦ୍‌ ଦେଇ ଅନ୍ୟ ପାର୍ସଲ ଜାରି ରହିବ ବୋଲି କୁହାଯାଇଥିଲା। କିନ୍ତୁ ଏବେ ସମସ୍ତ ପାର୍ସଲକୁ ସ୍ଥଗିତ ରଖାଯାଇଛି।
  9. 9.ଗତ ୧ ମାସ ଧରି, ସୈୟାରା, ମହାବତାର ନରସିଂହ ଏବଂ କନ୍ନଡ ଫିଲ୍ମ ସୁ ଫ୍ରମ୍ ସୋକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। ଏହି ତିନୋଟି ଫିଲ୍ମର ମୋଟ ବଜେଟ୍ ୧୦୦ କୋଟି ମଧ୍ୟ ନୁହେଁ, ଯେତେବେଳେ ସେମାନଙ୍କର ମୋଟ ରୋଜଗାର ୧୦୦୦ କୋଟି ପାଖାପାଖି ପହଞ୍ଚିଛି।
  10. 10. ଟିଭି ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି। ‌ଲୋକପ୍ରିୟ ଧାରାବାହିକ 'ପବିତ୍ର ରିସ୍ତା'ରେ ବର୍ଷା ଭୂମିକାରେ ଅଭିନୟ କରିଥିବା ପ୍ରିୟା ମରାଠେଙ୍କର ଦେହାନ୍ତ ହୋଇଛି। ଅଭିନେତ୍ରୀଙ୍କୁ ମାତ୍ର ୩୮ବର୍ଷ ବୟସ ହୋଇଥିଲା। 
  11. 11. 'ରାମାୟଣ' ପ୍ରଯୋଜକ ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗରଙ୍କ ଦେହାନ୍ତ ହୋଇଛି। ପ୍ରସିଦ୍ଧ ସହ ପ୍ରଯୋଜକ ପ୍ରେମ ସାଗରଙ୍କ ମୃତ୍ୟୁରେ ମନୋରଞ୍ଜନ ଜଗତରେ ଶୋକ ପ୍ରକାଶ ପାଇଛି |
  12. 12.ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ସରକାର ମଧ୍ୟାହ୍ନଭୋଜନଠାରୁ ଆରମ୍ଭ କରି ପୋଷାକ, ବହି ଆଦି ଯୋଗାଇ ଦେଉଛନ୍ତି। ଏହା ସତ୍ତ୍ବେ ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ୁଛନ୍ତି। କେନ୍ଦୁଝର ଜିଲ୍ଲାରେ ଡ୍ରପ୍‌ଆଉଟ୍‌ ଚିନ୍ତାଜନକ: ପାଠ ଛାଡ଼ି ଶିଶୁ ଶ୍ରମିକ, ୧୦ ହଜାର ପାଠ ଛାଡ଼ି‌ଥିଲେ, ଫେରିଲେନି ୯ ହଜାର ।
  13. 13.୨୦୨୬ ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ କର। ଏଥି ସହ ସହରାଞ୍ଚଳରେ ଥିବା ମୁକୁଳା ଡ୍ରେନ୍‌ ବନ୍ଦ କରିବା ଦିଗରେ ପଦକ୍ଷେପ ନେବାକୁ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
  14. 14.ମୁଖ୍ୟମନ୍ତ୍ରୀ ୧୬ଟି ନୂତନ ଏନ୍‌ଏସି ଓ ୭ଟି ମ୍ୟୁନିସିପାଲଟି ନାମ ଘୋଷଣା କରିଥିଲେ।  ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ମୋଟ ୨୮ଟି ନୂଆ ଏନ୍‌ଏସି ଓ ୭ଟି ନୂଆ ମ୍ୟୁନିସିପାଲଟି ସୃଷ୍ଟି ହେବ।
  15. 15.ଚଳିତ ବର୍ଷ ଚାଷୀମାନେ ଧାନର ବୋନସ୍‌ କ୍ବିଣ୍ଟାଲ ପିଛା ୮୦୦ ଟଙ୍କା ଲେଖାଏଁ ପାଇଛନ୍ତି। ଏହା ସତ୍ତ୍ବେ ଖରିଫ ଚାଷ ଚାଲିଥିବାବେଳେ ଗୋଟିଏ ମାସ ମଧ୍ୟରେ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ୩ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି।
  16. 16.କାଗଜପତ୍ରରେ ଜାଲିଆତି କରି ବ୍ୟାଙ୍କରୁ କୋଟି କୋଟି ଟଙ୍କା ଠକେଇ ମାମଲାରେ ଛନ୍ଦି ହୋଇଥିବା ଖଣିମାଲିକ ଶକ୍ତିରଞ୍ଜନ ଦାଶଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର (ଇଡି) ଛାଟ ବାଜିଛି।ଜବତ ଗାଡ଼ିଗୁଡ଼ିକର ମୂଲ୍ୟ ୭ କୋଟି ଟଙ୍କାରୁ ଅଧିକ ହେବ ବୋଲି ଇଡି ଆକଳନ କରିଛି। ଏହାଛଡ଼ା ୧.୧୨ କୋଟି ଟଙ୍କାର ସୁନା ଅଳଙ୍କାର, ନଗଦ ୧୩ ଲକ୍ଷ ଟଙ୍କା ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଶ୍ରୀ ଦାଶଙ୍କ ୨ଟି ବ୍ୟାଙ୍କ ଲକରକୁ ମଧ୍ୟ ଫ୍ରିଜ୍‌ କରାଯାଇଛି।
140 Y
24 01-09-2025 English
  1. 1.Chief Minister Mohan Charan Majhi announced the formation of 16 new notified area councils (NACs) as well as upgradation of seven existing NACs into municipalities. NACs- Loisingha Sohela Badamba Narasinghpur Salipur Gondia Jagannath Prasad Patrapur Chandikhol Narla Jaipatna Tangi Borigumma Kaptipada Jashipur Rasgovindpur. Municipalities - Bhanjanagar ,Aska ,Chhatrapur, Municipalities , Polasara ,Karanjia  and Boudh .

  2. 2.India Post has suspended all categories of mail operations destined to the US in the absence of clarity over new rules issued by the American Customs Department, an offi cial statement said Sunday.

  3. 3.Indian online gaming app Mobile Premier League (MPL) will sack about 60 per cent of its local workforce as part of a major downsizing after the government banned paid games, said a company source.

  4. 4.The Enforcement Directorate (ED) has seized over a dozen luxury vehicles, including a Porsche, a Mercedes, a Mini Cooper and a BMW, following searches against an Odisha-based businessman and his companies in a money laundering case linked to Rs1,396 crore alleged bank fraud.

  5. 5.A shopping mall in Sweden’s Eskilstuna is a delightful surprise for many as it is the fi rst in the world to sell only secondhand and repurposed items. This is not just a retail space. It is a municipality-led experiment in circular consumption, where everything sold has been donated by the public, ‘The Conversation’ reported, quoting Mary-Ann Ball, a researcher at Nottingham Trent University.

  6. 6.Odisha Police have arrested a 27-year-old man from Gujarat’s Rajkot district for allegedly duping a state-based engineer of Rs7 lakh.

  7. 7.The Enforcement Directorate (ED) has seized a dozen luxury vehicles, including a Porsche, a Mercedes, a Mini Cooper and a BMW, following searches against an Odisha-based businessman and his companies in a money laundering case linked to Rs1,396 crore alleged bank fraud.

  8. 8.Prime Minister Narendra Modi Sunday lauded Odisha’s canoeist Rashmita Sahu, who recently clinched two gold medals at the inaugural Khelo India Water Sports Festival at Dal Lake in Srinagar, during the 125th edition of his monthly radio programme ‘Mann Ki Baat’.

  9. 9.The Kashmiri Pandit community Sunday reopened the Sharada Bhawani temple in Budgam district after over three decades with an overwhelming participation of the local Muslim community in the celebration.

  10. 10.In a wooden house on the misty slopes of Taksing village in Upper Subansiri district of Arunachal Pradesh, 72-yearold Chakiap Bai leans forward and hums a lullaby in Nah, a language spoken by barely a few hundred people.

  11. 11.India is likely to seal two mega submarine deals worth over `1 lakh crore by the middle of next year to crank up its undersea warfare capabilities against the backdrop of China's increasing naval prowess, authoritative sources said Sunday.

  12. 12.Motor vehicle tax is compensatory in nature and if a vehicle is not used or not kept for use in a 'public place', then its owner should not be burdened with motor vehicle tax for such period, the Supreme Court has said.

  13. 13. As many as 7,072 corruption cases probed by the CBI were pending trial in different courts, with 379 of them for over 20 years, according to the latest annual report of the Central Vigilance Commission (CVC).

  14. 14.Foreign investors pulled out Rs 34,993 crore (around $4 billion) from Indian equity markets in August, making it the sharpest sell-off in six months, weighed down by US tariffs on Indian exports and pricey domestic valuations.

  15. 15.India is pushing rice exports to the world's largest importer of the commodity -- the Philippines -- and to tap the opportunity, a large delegation of leading exporters will visit the Southeast Asian nation next month, an official said.

128 Y
25 30-08-2025 Odia
  1. 1.ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟ ୨୦୨୩ ଅନୁଯାୟୀ, ୨୦୨୩ରେ ସଡ଼କ ଦୁର୍ଘଟଣାରେ ପଥଚାରୀଙ୍କ ମୃତ୍ୟୁସଂଖ୍ୟା ୩୫,୨୨୧କୁ ବୃଦ୍ଧି ପାଇଛି, ଯାହା ୨୦୨୨ରେ ୩୨,୮୨୫ ଥିଲା। ଏହା ବାର୍ଷିକ ୭.୨୯ ପ୍ରତିଶତ ବୃଦ୍ଧିକୁ ଦର୍ଶାଉଛି। ୨୦୨୩ରେ ମୋଟ ସଡ଼କ ଦୁର୍ଘଟଣା ମୃତ୍ୟୁର ୨୦.୪ ପ୍ରତିଶତ ପଥଚାରୀ ହୋଇଥିବା ବେଳେ ୨୦୨୨ରେ ଏହା ୧୯.୫ ପ୍ରତିଶତ ଥିଲା।

  2. 2. ପ୍ରଧାନ ବିଚାରପତି ବି. ଆର୍‌. ଗୱାଇ ଶୁକ୍ରବାର ସୁପ୍ରିମକୋର୍ଟର ୨ ଜଣ ନୂଆ ବିଚାରପତି ଜଷ୍ଟିସ ଆଲୋକ ଆରାଧେ ଏବଂ ଜଷ୍ଟିସ ବିପୁଲ ଏମ୍‌ ପଞ୍ଚୋଲିଙ୍କୁ ଶପଥ ପାଠ କରାଇଛନ୍ତି।  ଉକ୍ତ ୨ ନୂଆ ବିଚାରପତିଙ୍କ ଶପଥ ସହ ସୁପ୍ରିମକୋର୍ଟରେ ମୋଟ୍‌ ବିଚାରପତିଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। 

  3. 3. ଭାରତୀୟ ରେଳବାଇ ମାନଚିତ୍ରରେ ଯୋଡ଼ି ହେବାକୁ ଯାଉଛି ମିଜୋରାମର ରାଜଧାନୀ ଆଇଜଲ। ସ୍ବାଧୀନତାର ୭୭ ବର୍ଷ ପରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସାଂସ୍କୃତିକ ଐତିହ୍ୟ ସହରକୁ ଗଡ଼ିବ ଟ୍ରେନ୍‌।

  4. 4.ବିଶ୍ୱର ସର୍ବବୃହତ୍‌ ତୈଳ ଭଣ୍ଡାର ଦେଶ ଭେନେଜୁଏଲା ଉପରେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତି ଆରମ୍ଭ କରିବା ଖବର ବିଶ୍ବରେ ହଇଚଇ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲା ଉପକୂଳକୁ ଯୁଦ୍ଧ ଜାହାଜ ପଠାଇଛନ୍ତି।

  5. 5.କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ୍ ଆଇନ ଅନୁଯାୟୀ ଘରୋଇ ହସ୍ପିଟାଲଗୁଡ଼ିକ ଦ୍ୱାରା ସମାନ ଚିକିତ୍ସା ସେବା ହାର ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ସରକାରୀ ଜମିରେ କିମ୍ବା ସରକାରୀ ରିହାତିରେ ନିର୍ମିତ ଘରୋଇ ହସ୍ପିଟାଲଗୁଡ଼ିକରେ ଇଡବ୍ଲୁଏସ ଏବଂ ବିପିଏଲୂ ରୋଗୀଙ୍କ ପାଇଁ ମାଗଣା ଚିକିତ୍ସାର ଅଭାବ ଉପରେ ଏକ ଜନସ୍ବାର୍ଥ ମାମଲା(ପିଆଇଏଲ)ର ବିଚାର କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି।

  6. 6.୨୦ ବର୍ଷ ପୂର୍ବେ ଅଶ୍ଳୀଳ ଭିଡିଓ ଥିବା ଭିଡିଓ କ୍ୟାସେଟ୍ ବିକ୍ରୟ ପାଇଁ ଦୋଷୀ ସାବ୍ୟସ୍ତ ହୋଇ ଦୁଇ ବର୍ଷ ଜେଲଦଣ୍ଡ ପାଇଥିବା ଜଣେ ବ୍ୟକ୍ତିଙ୍କୁ କେରଳ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

  7. 7.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଭାରତର ଅର୍ଥନୀତିକୁ 'ମୃତ ଅର୍ଥନୀତି' ବୋଲି କହି ଏହାକୁ କମ୍ ଆକଳନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଆଜି ଜାରି ହୋଇଥିବା ତଥ୍ୟ ତାଙ୍କ ବକ୍ତବ୍ୟକୁ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ କରିଛି। ଭାରତ ବିଶ୍ବର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ବଜାୟ ରଖିଛି ।

  8. 8. ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବରରେ ଭାରତ ଗସ୍ତରେ ଆସିବେ।

  9. 9.ତୁର୍କୀ ଏକ ବଡ଼ ପଦକ୍ଷେପ ନେଇ ଇସ୍ରାଏଲ ସହିତ ସମସ୍ତ ବାଣିଜ୍ୟ ଏବଂ ଆର୍ଥିକ ସମ୍ପର୍କ ଛିନ୍ନ କରିବାକୁ ଘୋଷଣା କରିଛି। ଏହା ସହିତ ଇସ୍ରାଏଲ ପାଇଁ ନିଜର ଆକାଶମାର୍ଗକୁ ବନ୍ଦ କରିଦେଇଛି ।

  10. 10.ସାରା ବିଶ୍ବରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ପ୍ରତିଦ୍ବନ୍ଦ୍ବିତା ଚାଲିଥିବା ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେହି ଦୌଡ଼ରେ ସାମିଲ ହୋଇଛି। ଏହା ନୂଆ ଏଆଇ କମ୍ପାନି ‘ରିଲାଏନ୍ସ ଇଣ୍ଟେଲିଜେନ୍ସ’ ଗଠନ କରିଥିବା ନେଇ କମ୍ପାନି ମୁଖ୍ୟ ମୁକେଶ ଅମ୍ବାନୀ କହିଛନ୍ତି।

  11. 11.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ୫୦% ଶୁଳ୍କ ପ୍ରଭାବରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ପ୍ରଥମ ଥର ୮୮ ଟଙ୍କା ସ୍ତର ଅତିକ୍ରମ କରିଛି। ଅର୍ଥାତ୍‌ ଗୋଟିଏ ଡଲାର କିଣିବା ଲାଗି ଭାରତୀୟ ମୁଦ୍ରାରେ ୮୮ ଟଙ୍କାରୁ ଅଧିକ ଗଣିବାକୁ ପଡ଼ୁଛି।

  12. 12.ମୁକେଶ ଅମ୍ବାନୀ କହିଛନ୍ତି ଯେ ଆମେ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୬ ସୁଦ୍ଧା ଜିଓର ଆଇପିଓ ପାଇଁ କାଗଜପତ୍ର ଦାଖଲ କରିବା ପାଇଁ ପୂର୍ଣ୍ଣ ପ୍ରସ୍ତୁତି କରୁଛୁ। ଜିଓର ପବ୍ଲିକ ଇସ୍ୟୁ ୨୦୨୭ ଆର୍ଥିକ ବର୍ଷରେ ବଜାରକୁ ଆସିବ। ଏଜିଏମରେ, ମୁକେଶ ଅମ୍ବାନୀ କମ୍ପାନୀର ଅଭିବୃଦ୍ଧି ଏବଂ ରାଜସ୍ୱ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି।

  13. 13.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଦେଶର ସିଫୁଡ୍‌ (ଚିଙ୍ଗୁଡ଼ି) ରପ୍ତାନି ଶିଳ୍ପ ସଙ୍କଟରେ ପଡ଼ିଯାଇଛି। ଏହି‌ କ୍ଷେତ୍ରରେ ନିୟୋଜିତ ୧୫ ଲକ୍ଷ ଲୋକଙ୍କ ଜୀବିକା ଏବେ ବିପଦରେ।

  14. 14.ବେଆଇନ୍ ମାଦକ ଦ୍ରବ୍ୟ ବିକ୍ରି, ଚୋରାଚାଲାଣରେ ଅଙ୍କୁଶ ଲଗାଇବା ପାଇଁ  ଆସନ୍ତା ୧ ତାରିଖରୁ ସମ୍ପୃକ୍ତ ବିଭାଗମାନଙ୍କର ମିଳିତ ସମନ୍ୱୟରେ ଭୁବନେଶ୍ୱର ସହର ସମେତ ରାଜ୍ୟର ସବୁ ଜିଲ୍ଲାରେ ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଆରମ୍ଭ କରାଯିବ।

  15. 15.ଅରୁଣ ମନ୍ତ୍ରୀଙ୍କ ପରେ ଡକ୍ଟର ନିର୍ମଳ ନାୟକ ଦ୍ୱିତୀୟ ଗୀତିକାର ଭାବେ ୨୦୦ଟି ଚଳଚ୍ଚିତ୍ରରେ ଗୀତ ଲେଖିବାର ଗୌରବ ଅର୍ଜନ କରିଛନ୍ତି। ‘କାଶିଆ କପିଳା’ରୁ  ଗୀତ ଲେଖା ଆରମ୍ଭ କରିଥିବା ନିର୍ମଳ ନିକଟରେ ମୁକ୍ତିଲାଭ କରିଥିବା ‘ଡେଲିଭରି ବୟ-୨’ ଜରିଆରେ ଏହି ରେକର୍ଡ ହାସଲ କରିଛନ୍ତି।

138 Y
26 29-08-2025 Odia
  1. 1.ରୁଷ୍‌ ପୁଣିଥରେ ୟୁକ୍ରେନ ଉପରେ କିବ୍‌କୁ ଟାର୍ଗେଟ୍‌ କରି ବଡ଼ଧରଣର ଆକ୍ରମଣ କରିଛି। ରୁଷ୍‌ର ଡ୍ରୋନ୍‌ ଏବଂ କ୍ଷେପଣାସ୍ତ୍ର ମାଡ଼ରେ ୩ ଶିଶୁଙ୍କ ସମେତ ୧୪ ନାଗରିକଙ୍କ ମୃତ୍ୟୁ ହୋଇଛି।

  2. 2.ଆମେରିକାର ମିନିଆନାପୋଲିସ ସ୍ଥିତ ଏକ ସ୍କୁଲରେ ହୋଇଥିବା ଗୁଳିକାଣ୍ଡକୁ ନେଇ ଏକ ବଡ଼ ଖୁଲାସା କରିଛି ଏଫବିଆଇ । ଏଫବିଆଇ କହିଛି ଯେ ଗୁଳିକାଣ୍ଡ କରିଥିବା ବ୍ୟକ୍ତି ରବିନ ଓ୍ବେଷ୍ଟମ୍ୟାନ ଧାର୍ମିକ ଘୃଣା ଓ ଆତଙ୍କବାଦୀ ଚିନ୍ତାଧାରା ଦ୍ବାରା ଗଭୀରଭାବେ ପ୍ରଭାବିତ ଥିଲା । ଏପରିକି ସେ ଚାହୁଁଥିଲା ଯେ ଭାରତ ଉପରେ ପରମାଣୁ ବୋମା ପକାଯିବା ଉଚିତ୍ ।

  3. 3.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସପ୍ତାହରେ ତିଆନଜିନ୍‌ରେ ଏସ୍‌ସିଓ ( ସାଂଘାଇ ସହଯୋଗ ସମ୍ମିଳନୀ)ରେ ଯୋଗ ଦେବା ଅବସରରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ।

  4. 4.ଦିଲ୍ଲୀ ବାସିନ୍ଦାମାନେ ସହରରେ ଅତି ଉଚ୍ଚ ୨.୫ ପିଏମ୍‌ ସ୍ତର ଯୋଗୁଁ ସେମାନଙ୍କ ଜୀବନକାଳର ୮.୨ ବର୍ଷ ହରାଇ ଦେଉଛନ୍ତି।

  5. 5.୧୯୯୦ ବ୍ୟାଚ୍‌ ଆଇଏଫ୍‌ଏସ୍‌ ଅଫିସର୍‌ ତଥା ଓଡ଼ିଆ ପୁଅ ଦୀନେଶ ପଟ୍ଟନାୟକ କାନାଡ଼ା ପାଇଁ ଭାରତର ପରବର୍ତ୍ତୀ ହାଇକମିସନର ଭାବେ ନିଯୁକ୍ତ ହୋଇଛନ୍ତି।

  6. 6. କେନ୍ଦ୍ର ସରକାର କପା ଉପରେ ଆମଦାନୀ ଶୁଳ୍କ ଛାଡ଼କୁ ୨୦୨୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

  7. 7.ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ପରେ ରାଜନୀତିରୁ ଅବସର ନେବାର କଳ୍ପନାଜଳ୍ପନାକୁ ଖାରଜ କରିଛନ୍ତି। ମୋହନ ଭାଗବତ କହିଛନ୍ତି 'ମୁଁ କେବେ କହିନାହିଁ ଯେ ମୁଁ ଅବସର ନେବି କିମ୍ବା ଅନ୍ୟ କେହି ୭୫ ବର୍ଷ ବୟସରେ ଅବସର ନେବା ଉଚିତ |

  8. 8.ଆରଏସଏସ ମୁଖ୍ୟ ଭାରତର ଲୋକମାନଙ୍କୁ ୩ଟି ସନ୍ତାନ ଜନ୍ମ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି- "ଯଦି ଜନ୍ମହାର ୩ରୁ କମ୍ ହୁଏ, ତେବେ ଜନସଂଖ୍ୟା ବିଲୁପ୍ତି ଆଡ଼କୁ ଗତିକରେ ।

  9. 9.ଚୀନର ବୈଜ୍ଞାନିକମାନେ ଏକ ବଡ଼ ସଫଳତା ପାଇଛନ୍ତି । ସେମାନେ ଏକ ଘୁଷୁରୀର ଫୁସଫୁସ ମଣିଷ ଶରୀରରେ ଜେନୋଟ୍ରନ୍ସପ୍ଲାଣ୍ଟେସନ ବା ପ୍ରତ୍ୟାର୍ପଣ କରିବାରେ ସଫଳତା ପାଇଛନ୍ତି । ଅସ୍ତ୍ରୋପଚାର ପରେ, ଏହା ୯ ଦିନ ପର୍ଯ୍ୟନ୍ତ ସଠିକ୍ ଭାବରେ କାର୍ଯ୍ୟ କରିଥିଲା।

  10. 10.ମହିଳାଙ୍କ ପାଇଁ ସବୁଠୁ ସୁରକ୍ଷିତ ସହର  ଭୁବନେଶ୍ବର ଓ  ମୁମ୍ବାଇ।  କୋହିମା, ବିଶାଖାପାଟଣା, ଆଇଜଲ, ଗ୍ୟାଙ୍ଗଟକ ଓ ଇଟାନଗର ମଧ୍ୟ ମହିଳାଙ୍କ ପାଇଁ ସୁରକ୍ଷିତ ସହର ତାଲିକାରେ ସ୍ଥାନ ପାଇଛି। ଭାରତର ସହରାଞ୍ଚଳରେ ୪୦ ପ୍ରତିଶତ ମହିଳା ନିଜକୁ ଅସୁରକ୍ଷିତ ମଣନ୍ତି।

  11. 11.ମାନସିକ ସ୍ୱାସ୍ଥ୍ୟସେବାକୁ ଆଗକୁ ବଢାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଏମ୍ସ ଭୁବନେଶ୍ୱର ମାନସିକ ରୋଗ ବିଭାଗ ପକ୍ଷରୁ ଏକ ଅତ୍ୟାଧୁନିକ ନ୍ୟୁରୋ ମଡ୍ୟୁଲେସନ୍ ସେବା କେନ୍ଦ୍ର ଆରମ୍ଭ କରାଯାଇଛି।

  12. 12.ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ  ବିଏମସି ପକ୍ଷରୁ କୁକୁର ଗଣନା ଆରମ୍ଭ ହେବ। ଭୋର ସମୟରେ ଗଣନା କରାଯିବ। ଏହି ସମୟରେ ଚାରିଆଡେ ଶୁନଶାନ ଥିବାରୁ କୁକୁରମାନେ ରାସ୍ତା ଉପରେ ମେଳି ହୋଇଥାନ୍ତି। ତେଣୁ ଏହି ସମୟରେ ସହଜରେ ଗଣନା କରାଯାଇପାରିବ ବୋଲି ବିଏମସି ବିଏମସି କମିସନର ଚଞ୍ଚଳ ରାଣା କହିଛନ୍ତି।

  13. 13.ଗତ ଦୁଇ ଦଶନ୍ଧି ମଧ୍ୟରେ ସିଫୁଡ୍ ରପ୍ତାନି କ୍ଷେତ୍ରରେ ଓଡ଼ିଶା ଏକ ପ୍ରମୁଖ ରାଜ୍ୟ ଭାବେ ଉଭା ହୋଇଛି। ୨୦ ବର୍ଷ ପୂର୍ବେ ରପ୍ତାନି ୩୦୦-୪୦୦ କୋଟି ଟଙ୍କା ମଧ୍ୟରେ ରହିଥିଲା। କିନ୍ତୁ ୨୦୨୪-୨୫ରେ ରାଜ୍ୟରୁ ୪୭୦୦ କୋଟି ଟଙ୍କାର ସିଫୁଡ୍‌ ରପ୍ତାନି କରାଯାଇଥିଲା। ଟ୍ରମ୍ପଙ୍କ ୫୦% ଶୁଳ୍କ ପ୍ରଭାବ: ବିପଦରେ ୪୭୦୦ କୋଟିର ରପ୍ତାନି।

  14. 14.ଜାତୀୟ ଗଣମାଧ୍ୟମ ସହ ଅନେକ ଅର୍ଥନୀତିଜ୍ଞ ଆକଳନ କରୁଛନ୍ତି ଯେ ଆମେରିକା ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ଭାରତର ବୟନ, ଗହଣା, ଚିଙ୍ଗୁଡ଼ି, ଚମଡ଼ାରୁ ପ୍ରସ୍ତୁତ ଉତ୍ପାଦ କ୍ଷେତ୍ରକୁ ଅଧିକ ପ୍ରଭାବିତ କରିବ।

  15. 15.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରଠାରୁ ଷ୍ଟକ୍ ବଜାର ଅସ୍ଥିର ହୋଇପଡ଼ିଛି।

140 Y
27 29-08-2025 English
  1. 1.India named seasoned diplomat Dinesh K Patnaik as the next high commissioner to Ottawa, while Canada appointed Christopher Cooter as its new envoy to New Delhi.

  2. 2.A few hours after US President Donald Trump’s 50 per cent tariffs on Indian products came into effect, White House trade adviser Peter Navarro dubbed the ongoing Russia-Ukraine conflict as ‘Modi’s war.

  3. 3. Equity investors became poorer by Rs 9.69 lakh crore in two days of sharp fall in the stock markets, where the benchmark Sensex tumbled 1,555 points.

  4. 4.Kohima, Visakhapatnam, Bhubaneswar, Aizawl, Gangtok, Itanagar and Mumbai have emerged as the safest cities in the country for women, while Patna, Jaipur, Faridabad, Delhi, Kolkata, Srinagar and Ranchi were ranked the lowest, according to the National Annual Report & Index on Women’s Safety (NARI) 2025.

  5. 5.The new tariff imposed by US President Donald Trump on Indian exports will affect the livelihood of at least 15 lakh people engaged in the fi shing sector in Odisha, Seafood Exporters’ Association said Thursday.

  6. 6. Bhitarkanika National Park will conduct a three-day monsoon bird census from August 30 at three locations within the park.

  7. 7.A delegation from the Asian Development Bank (ADB) and Ministry of Housing and Urban Affairs (MoHUA) visited Capital city Thursday as part of the Comprehensive Municipal Waste Management Project in Indian cities, under Swachh Bharat Mission 2.0 (SBM 2.0).

  8. 8.With a fleet of 450 e-buses already operational on the roads and future plans to cross the 1,000 mark in the coming years, Odisha has positioned itself as a frontrunner in sustainable urban transport, securing the fi fth position in India in the adoption of electric buses (e-buses).

  9. 9.All political parties in Madhya Pradesh are unanimous on giving 27 per cent reservation to Other Backward Classes (OBCs) in the state, Chief Minister Mohan Yadav said Thursday.

  10. 10. Nearly 30,000 Ganesh idols have been immersed till Thursday night in Mumbai, the metropolis’ civic body said.

  11. 11.Chief Justice of India B R Gavai will on Friday administer oath to Bombay High Court Chief Justice Alok Aradhe and Patna High Court Chief Justice Vipul Manubhai Pancholi who were elevated to the Supreme Court August 27.

  12. 12.The Supreme Court Thursday granted interim protection for four weeks to journalist Abhisar Sharma in an FIR lodged against him in Assam over a video post allegedly criticising the state’s policies.

  13. 13.Residents of 130 cities covered under the National Clean Air Programme (NCAP) could see their life expectancy increase by two years compared to 2017 if India achieves its revised target of a 40 per cent reduction in particulate pollution by 2026, a new report said Thursday.

  14. 14.Fourteen advocates have been elevated as additional judges of the Bombay High Court. According to the Union law ministry, the 14 new additional judges were appointed Wednesday.

  15. 15.India and Saudi Arabia Thursday explored the possibility of joint manufacturing of military equipment, reflecting their growing defence and strategic ties.

119 Y
28 28-08-2025 Odia
  1. 1.କେନ୍ଦ୍ର ସରକାର ବୁଧବାର ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଆଲୋକ ଆରାଧେ ଏବଂ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ବିପୁଲ ଏମ୍ ପାଞ୍ଚୋଲିଙ୍କୁ ସୁପ୍ରିମ୍‌କୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

  2. 2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ରାସ୍ତାକଡ଼ ବେପାରୀଙ୍କ ପାଇଁ କାର୍ଯ୍ୟକାରୀ କରାଯାଇଥିବା ପିଏମ୍ ସ୍ବନିଧି ‌ଯୋଜନାର ଅବଧିକୁ ୨୦୩୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହି ଯୋଜନାର ମୋଟ୍‌ ଅଟକଳ ୭୩୩୨ କୋଟି ଟଙ୍କା ରହିଛି।

  3. 3.କ୍ରୟ ଶକ୍ତି ସମାନତା (ପିପିପି) ଆଧାରରେ ଆସନ୍ତା ୨୦୩୮ ସୁଦ୍ଧା ଭାରତ ବିଶ୍ବର ଦ୍ବିତୀୟ ବୃହତ୍‌ ଅର୍ଥନୈତିକ ମହାଶକ୍ତି ଭାବେ ଉଭା ହେବାକୁ ଯାଉଥିବା ନେଇ ଇୱାଇ ଏହାର ଏକ ରିପୋର୍ଟରେ ଆକଳନ କରିଛି। 

  4. 4.ସ୍ପେସ୍ଏକ୍ସ ବୁଧବାର ଏହାର ଷ୍ଟାର୍‌ସିପ୍ ରକେଟ୍‌କୁ ସଫଳତାର ସହ ଉତ୍‌କ୍ଷେପଣ କରିଛି, ଯାହା କି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଉତ୍‌କ୍ଷେପଣ ଯାନର ବହୁ ପ୍ରତୀକ୍ଷିତ ଦଶମ ସମନ୍ୱିତ ପରୀକ୍ଷଣ ଉଡ଼ାଣ। ପାଣିପାଗ-ଜନିତ ବାଧା ଓ ବୈଷୟିକ ଯାଞ୍ଚ ଯୋଗୁଁ ଚଳିତ ସପ୍ତାହ ଆରମ୍ଭରେ ସୋମବାର ଓ ମଙ୍ଗଳବାର ଲଗାତାର ଦୁଇ ଥର ବାତିଲ ପରେ ଏହି ଉତ୍‌କ୍ଷେପଣ ହୋଇଛି।

  5.  5.ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନାର ସମାଧାନ କରିବା ସହ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରମାଣୁ ଯୁଦ୍ଧ ଆରମ୍ଭ କରିବାରୁ ରୋକିଥିଲେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ପୁଣି ଥରେ ନିଜର ଦାବି ଦୋହରାଇଛନ୍ତି।

  6. 6. ଆମେରିକା ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ଭାରତର ଲକ୍ଷ ଲକ୍ଷ ଚାକିରି ପ୍ରତି ବିପଦ ସୃଷ୍ଟି କରିଥିବା ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି (ସିଟିଆଇ) ସତର୍କ କରାଇଛି। ବିଶେଷ କରି ବୟନ, ଚମଡ଼ାରୁ ପ୍ରସ୍ତୁତ ସାମଗ୍ରୀ, ଗହଣା, ରତ୍ନପଥର, ଅଟୋମୋବାଇଲ୍ ଯନ୍ତ୍ରାଂଶ, ରସାୟନ, ଫାର୍ମା, ସିଫୁଡ୍‌, ଇଲେକ୍ଟ୍ରୋନିକ୍ସ ଆଦି କ୍ଷେତ୍ରରେ କ‌ାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ‌ ଲୋକ ଚାକିରି ହରାଇବା ଭଳି ସ୍ଥିତି ସୃଷ୍ଟି ହେବାକୁ ଯାଉଛି। 

  7. 7.ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାୟପୁରରେ ଗୁରୁବାର  ଗୋଲ ଟେବୁଲ ବୈଠକ ହେବ।  ବୈଠକ ପରେ ୨୯ ତାରିଖରେ ଛତିଶଗଡ ସରକାରଙ୍କ ପଦାଧିକାରୀଙ୍କ ସହିତ ଆଲୋଚନା କରାଯିବ। ବୈଠକରେ ଅଧ୍ୟକ୍ଷତା କରିବେ ଜଳ ମାନବ ଡ. ରାଜେନ୍ଦ୍ର ସିଂହ।

  8. 8.ମୁଖ୍ୟମନ୍ତ୍ରୀ ଲୋକଙ୍କ ଠାରୁ ସିଧାସଳଖ ମତାମତ ନେବେ । ଟୋଲ୍ ଫ୍ରି ନମ୍ବର ୧୪୪୭୧ରେ କଲ୍ କରି ତୁରନ୍ତ ଅଭିଯୋଗ କରି ହେବ।

  9. 9.ରାଜ୍ୟ ମହିଳା ଆୟୋଗ ୧୫ ଦିନରେ ୧୦୦ ଟି ମାମଲାର ସମାଧାନ କରିଦେଲେ ।

  10. 10.ଭିତରକନିକାରେ ଅଗଷ୍ଟ ୩୦ରୁ ପକ୍ଷୀ ଗଣନା ହେବ।

  11. 11.କେନ୍ଦୁଝର ଘଟଗାଁ ତାରିଣୀ ପୀଠ ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ୨୧୫ କୋଟି ଟଙ୍କା ସରକାର ବ୍ୟୟ କରିବେ ।

  12. 12.ଜମ୍ମୁ ବୈଷ୍ଣୋଦେବୀ ଭୂସ୍ଖଳନରେ ୩୬ ମୃତ, ବନ୍ୟାରେ ଭୟଙ୍କର ସ୍ଥିତି, ଉଦ୍ଧାର କାର୍ଯ୍ୟରେ ବାୟୁସେନା ସାମିଲ ହେଲେ।

  13. 13.ଭାରତ ଉପରେ ଲାଗୁହେଲା ଟ୍ରମ୍ପଙ୍କ ୫୦% ଶୁଳ୍କ। ଅତିରିକ୍ତ ୨୫% ଶୁଳ୍କ ନୋଟିସ୍‌ ଜାରି ହୋଇଛି ।

  14. 14.ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କଲେ ଭାରତୀୟ ସେନା। ଆତଙ୍କବାଦୀଙ୍କୁ ମିଳିଲା ମୁହଁତୋଡ଼ ଜବାବ। ସେନା ଗୁଳିଲେ ଟଳିଲେ ୨ଆତଙ୍କବାଦୀ। ଗୁରୁବାର ଭାରତ ସୀମାକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ୨ଜଣଙ୍କ ଜୀବନ ଯାଇଥିବା ଜଣାଯାଇଛି।

  15. 15. ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ପୁଲିସକୁ ମିଳିଛି ବଡ଼ ସଫଳତା। ଅପରେସନ ମନସୁନ ଚାଲିଥିବା ବେଳେ ଏକା ଥରକେ ୩୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।

  16. 16.କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ତରମାକାନ୍ତରେ ହେବ ରାଜ୍ୟର ପ୍ରଥମ ଟି’ ଟୁରିଜିମ୍‌ ସେଣ୍ଟର। ଏଠାରେ ଥିବା ଚା’ ବଗିଚାର ପୁନରୁଦ୍ଧାର କରାଯାଇ ଏହାକୁ ଟି’‌ ଟୁରିଜିମ୍‌ ସେଣ୍ଟରରେ ପରିଣତ କରାଯିବ।

  17. 17.ଓଡ଼ିଶାର ବିଦୁସ୍ମିତା  ଅହମଦାବାଦରେ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଲେ ।

  18. 18.୨୦୩୦ରେ ଭାରତକୁ ଫେରିପାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା।

  19. 19.ଜାପାନର ଟୋକିଓରେ ଆସନ୍ତା ସେପ୍ଟେମ୍ବର ୧୩ରୁ ୨୧ ପର୍ଯ୍ୟନ୍ତ ବିଶ୍ବ ଦୌଡ଼କୁଦ ଚମ୍ପିଆନସିପ୍ ଆୟୋଜିତ ହେବ।

  20. 20.ସେପ୍ଟେମ୍ବର ୯ରୁ ୟୁଏଇରେ ଏସିଆ କପ୍ ଟ୍ବେଣ୍ଟି ୨୦ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ୧୪ରେ ଭାରତ-ପାକିସ୍ତାନ ମୁକାବିଲା ହେବ।

127 Y
29 28-08-2025 English
  1. 1.Bombay High Court Chief Justice Alok Aradhe and Patna High Court Chief Justice Vipul Manubhai Pancholi were Wednesday elevated as judges of the Supreme Court, the government said.

  2. 2.Israeli tanks pushed into a new area on the edge of Gaza City overnight, destroying houses and prompting residents to fl ee, witnesses said, ahead of an expected meeting on the war to be chaired by US President Donald Trump Wednesday.

  3. 3.Global airlines’ grouping IATA has proposed increasing the upper age limit to 67 years for pilots who are operating multi-pilot commercial flights.

  4. 4.The Union Cabinet, chaired by Prime Minister Narendra Modi, has approved four railway projects with a cost of Rs 12,328 crore, a government press note said Wednesday.

  5. 5.Silver prices surged by Rs 2,000 to hit a fresh peak of Rs 1,20,000 per kilogram in the national capital Wednesday, as traders flocked to safe-haven assets after the steep US tariff on Indian products came into effect.

  6. 6.The USA's steep 50 per cent tariffs on Indian goods entering America will severely impact exports and job creation in labour-intensive export sectors such as shrimp, apparel, leather and gems and jewellery.

  7. 7.The Goods and Services Tax (GST) Council, scheduled to meet September 3, will likely discuss ending the compensation cess by October 31, ahead of schedule.

  8. 8.A day before the agrarian festival ‘Nuakhai’, Chief Minister Mohan Charan Majhi Wednesday disbursed Rs 1,041 crore to the bank accounts of more than 51 lakh farmers as the third instalment under the CM-Kisan Yojana.

  9. 9. India saved billions of dollars by stepping up imports of discounted Russian oil in the wake of the war in Ukraine, but punitive tariffs imposed by US that came into effect Wednesday will quickly undo the gains, with no easy solutions in sight.

  10. 10.Vigilance sleuths Wednesday arrested State Tax Assistant Commissioner (Bhubaneswar-IV Circle) Sarita Barik on the charge of accepting a bribe of Rs 25,000 from a bakery owner to close pending showcause notice for payment of tax and fine.

  11. 11.Former Finance Minister Prafulla Chandra Ghadei has urged Chief Minister Mohan Charan Majhi to take immediate steps to reopen the Mideast Integrated Steels Limited (MISL) plant at the Kalinga Nagar Industrial Complex in Jajpur district.

  12. 12.Rajasthan Cricket Association (RCA) will construct cricket stadiums at all 33 district cricket centres of the state to strengthen grassroots cricket and provide world-class facilities to young players.

  13. 13.As many as thirty Naxalites, 20 of them carrying a collective bounty of `79 lakh, surrendered in Bijapur district of Chhattisgarh Wednesday, police said. The cadres include nine women, an officer said.

  14. 14.Veteran India off-spinner Ravichandran Ashwin Wednesday announced his retirement from the Indian Premier League, bringing the curtains down on a 16-year-long association with the tournament months after saying goodbye to international cricket.

  15. 15.Indian weightlifters Ajith Narayana and Nirupama Devi Seram delivered superlative performances to clinch the gold and silver medals in the men's 71kg and women's 63kg category respectively at the Commonwealth Championships here Wednesday.

121 Y
30 27-08-2025 Odia
  1. 1.ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଗାଁରୁ ସହର ଯାଏ ଉତ୍ସବମୁଖର ।  ଗଣେଶ ପୂଜା ସମଗ୍ର ଭାରତରେ ହର୍ଷୋଲ୍ଲାସର ସହିତ ପାଳନ କରାଯାଉଛି।
  2. 2.ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ଏକ ନୂତନ ଅଧ୍ୟୟନ ଅନୁଯାୟୀ ମିଜୋରାମରେ  କର୍କଟ ରୋଗ ହେବାର ଆଶଙ୍କା ବିପଦ ପ୍ରାୟ ଦୁଇଗୁଣ- ପୁରୁଷଙ୍କ ପାଇଁ ୨୧.୧ ପ୍ରତିଶତ ଓ ମହିଳାଙ୍କ ପାଇଁ ୧୮.୯ ପ୍ରତିଶତ। ବଡ଼ ମହାନଗରଗୁଡ଼ିକ ମଧ୍ୟରେ ଦିଲ୍ଲୀରେ ପୁରୁଷଙ୍କଠାରେ କର୍କଟ ହାର ସର୍ବାଧିକ ଥିବା ବେଳେ ଶ୍ରୀନଗରରେ ଫୁସ୍‌ଫୁସ୍ କର୍କଟ ରୋଗ ସର୍ବାଧିକ ରହିଛି।

  3. 3.ବିଶ୍ଵର ଦୁଇ ପ୍ରମୁଖ ଅର୍ଥନୀତି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବାଣିଜ୍ୟିକ ବିବାଦ ଚରମରେ ପହଞ୍ଚିଛି। ଭାରତର ରପ୍ତାନି ଉପରେ ଅଗଷ୍ଟ ୨୭ ତାରିଖ (ବୁଧବାର)ଠାରୁ ଯୁକ୍ତରାଷ୍ଟ୍ର ଆମେରିକା ୫୦ ପ୍ରତିଶତର ଚଢ଼ା ଶୁଳ୍କ ଲାଗୁ କରିବ।

  4. 4.ସମ୍ବିଧାନର ଧାରା ୨୦୦ ଅନୁଯାୟୀ, ରାଜ୍ୟପାଳମାନେ ଅର୍ଥ ବିଲ୍‌କୁ ମଧ୍ୟ ଅଟକାଇ ପାରିବେ  କି ବୋଲି ଆଜି ସୁପ୍ରିମ୍‌କୋର୍ଟ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି।

  5. 5.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ତାଙ୍କ ଗୁଜରାଟ ଗସ୍ତ ସମୟରେ ମାରୁତି ସୁଜୁକିର ପ୍ରଥମ ଇଲେକ୍ଟ୍ରିକ୍ ଏସୟୁଭି ମାରୁତି ଇ-ଭିଟାରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

  6. 6.ଟ୍ରେନ୍‌ର ଏସି କୋଚ୍‌ଗୁଡ଼ିକରେ ମଇଳା କମ୍ ଅଛି, କିନ୍ତୁ ସ୍ଲିପର କୋଚ୍‌ ଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଖରାପ। ଜେନେରାଲ କୋଚଗୁଡ଼ିକର ଅବସ୍ଥା ଏହାଠାରୁ ମଧ୍ୟ ଅଧିକ ଖରାପ। ଏହି ପରିପ୍ରେକ୍ଷୀରେ, ଦେଶର ନିୟନ୍ତ୍ରକ ଏବଂ ଅଡିଟର ଜେନେରାଲ ଅର୍ଥାତ୍ ସିଏଜି ଏଭଳି ମକ୍ତବ୍ୟ ଦେଇଛନ୍ତି।

  7. 7.ସୂଚନା ପ୍ରଯୁକ୍ତି କମ୍ପାନି ମାଇଣ୍ଡଟ୍ରିର ସହ ପ୍ରତିଷ୍ଠାତା ସୁବ୍ରତ ବାଗ୍‌ଚୀ ଓଡ଼ିଶା ସରକାରଙ୍କ ପାଇଁ ମୁଖ୍ୟ ଉପଦେଷ୍ଟା ( ସଂସ୍ଥାଗତ ଓ ଦକ୍ଷତା ଗଠନ) ଭାବେ କାର୍ଯ୍ୟ କରୁଥିବା ବେଳେ ବର୍ଷକୁ ମାତ୍ର ୧ ଟଙ୍କାର ଦରମା ନେଉଥିଲେ। ସେ ନିଜେ ଏକଥା ସୋସିଆଲ ମିଡିଆ ‘ଏକ୍ସ’ରେ ପ୍ରକାଶ କରିଛନ୍ତି। ନିଜ ଶେଷ ଦରମା ବାବଦ ଷ୍ଟେଟ୍‌ ବ୍ୟାଙ୍କର ୧ ଟଙ୍କାର ଚେକ୍‌କୁ ସେ ପୋଷ୍ଟ୍‌ କରିଛନ୍ତି।

  8. 8.ବିସି ଜିନ୍ଦଲ ଗ୍ରୁପ୍ ଏହାର ସହାୟକ ସଂସ୍ଥା ଜିନ୍ଦଲ ଇଣ୍ଡିଆ ଷ୍ଟିଲ୍ ଟେକ୍ ଲିମିଟେଡ୍‌ ଜରିଆରେ ୨୦୩୦ ସୁଦ୍ଧା ରାଜ୍ୟରେ ୧୫ ହଜାର କୋଟି ଟଙ୍କା ନିବେଶ କରିବା ଯୋଜନା ରଖିଛି।

  9. 9.ଚାରିଟି ସରକାରୀ ବ୍ୟାଙ୍କର ଅଂଶଧନ ବିକ୍ରି କରିବା ପ୍ରକ୍ରିୟାକୁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି। ଏହାର ପରିଚାଳନା କରିବା ଲାଗି ବିଶ୍ବସ୍ତରୀୟ ଆର୍ଥିକ ସଂସ୍ଥା ଗୋଲ୍ଡମ୍ୟାନ୍ ସଚ୍‌ସକୁ ଦାୟିତ୍ବ ଦିଆଯାଇଛି। ସରକାର ୟୁକୋ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ଆଣ୍ଡ୍‌ ସିନ୍ଧ ବ୍ୟାଙ୍କ ଓ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର ଅଂଶଧନ ବିକ୍ରି କରିବାକୁ ଯୋଜନା ରଖିଛନ୍ତି।

  10. 10.ସୀମାନ୍ତରେ ଆଇଇଡି ବିସ୍ଫୋରଣ ଏବଂ କେ.ବଲାଙ୍ଗ ଥାନା ଅଞ୍ଚଳରୁ ବିସ୍ଫୋରକ ଲୁଟ୍‌ ମାମଲାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ମାଓବାଦୀ ବିଶୁ ସିଂ (୫୮)କୁ ଗିରଫ କରିଛି ରାଉରକେଲା ପୁଲିସ।

  11. 11.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷ ନୂଆଁଖାଇର ପରଦିନ ଅର୍ଥାତ ଅଗଷ୍ଟ ୨୯ ତାରିଖ (ଶୁକ୍ରବାର)କୁ ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମାଜିଷ୍ଟ୍ରେରିଆଲ୍‌ କୋର୍ଟ (କାର୍ଯ୍ୟନିର୍ବାହୀ) ପାଇଁ ଛୁଟି ଘୋଷଣା କରିଛନ୍ତି।

  12. 12.୨୦୨୭ ଜନଗଣନା ପାଇଁ ଆସନ୍ତା ଜାନୁଆରି ୧ରୁ ମାର୍ଚ୍ଚ ୩୧, ୨୦୨୬ ପର୍ଯ୍ୟନ୍ତ ପ୍ରଶାସନିକ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସ୍ଥଗିତ ରହିବ। ଏଥି ପାଇଁ ରାଜ୍ୟ ସରକାର ଅନୁମତି ଦେଲେ ବୋଲି ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

  13. 13.ବିହାର ଭୋଟର ତାଲିକା ସ୍ବତନ୍ତ୍ର ସମୀକ୍ଷା କାର୍ଯ୍ୟ (ଏସ୍‌ଆଇଆର)କୁ ନେଇ ଲାଗି ରହିଥିବା ବିବାଦ ପରିପ୍ରେକ୍ଷୀରେ ଭାରତର ନିର୍ବାଚନ ଆୟୋଗ (ଇସି) ସାଧାରଣ ଜନତାଙ୍କ ଠାରୁ ମତ ଲୋଡିଛନ୍ତି।

  14. 14.ଅହମ୍ମଦାବାଦ , ସ୍ଥାନୀୟ ନାରଣପୁରା କ୍ରୀଡ଼ାଙ୍ଗନରେ ଚାଲିଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚମ୍ପିଆନସିପରେ ଭାରତ ପାଇଁ ଆଉ ଦୁଇ ପଦକ ଜିତିଛନ୍ତି ଓଡ଼ିଆ ଝିଅ ମୀନା ଶାନ୍ତା ଓ ସ୍ନେହା ସୋରେନ। ଜୁନିୟର ମହିଳା ୫୮ କିଗ୍ରା ବର୍ଗରେ ମୀନା ଶାନ୍ତା ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

  15. 15.କାଜାଖ୍‌ସ୍ତାନରେ ଚାଲିଥିବା ଏସିଆନ୍‌‌ ସୁଟିଂ ଚମ୍ପିଆନ୍‌ସିପରେ ଭାରତକୁ ନିରାଶ କରିଛନ୍ତି ପ୍ୟାରିସ୍‌‌ ଅଲିମ୍ପିକ୍‌ସରେ ଦୁଇଟି ପଦକ ଜିତିଥିବା ମାନୁ ଭାକର। ସୋମବାର ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଚତୁର୍ଥ ଓ ତାଙ୍କ ସାଥି ଇଶା ସିଂହ ଷଷ୍ଠ ସ୍ଥାନରେ ରହିଥିଲେ।

122 Y