-
ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟଙ୍କୁ ମିଳିଲା ୨୦୨୪ ମସିହାର ସମ୍ମାଜନକ ‘ଏକଲବ୍ୟ ପୁରସ୍କାର’। ପ୍ରତ୍ୟାଶା ଜୁନିଅର ଓ ସିନିଅର ବର୍ଗରେ ଜାତୀୟ ଓ ଆନ୍ତର୍ଜାତୀୟ ପଦକ ପାଇଛନ୍ତି। ତାଙ୍କୁ ପୁରସ୍କାର ବାବଦରେ ୭ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି।
-
ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଧାବକ ଦଣ୍ଡପତି ମୃତ୍ୟୁମ୍ ଜୟରାମ ଓ ବ୍ୟାଡ୍ମିଣ୍ଟନ ଖେଳାଳି ତନ୍ଭୀ ପତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି। ସେମାନଙ୍କୁ ମାନପତ୍ର ସହ ୧.୫ ଲକ୍ଷ ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି । ଇମ୍ଫା ର ଇମ୍ପାକ୍ଟ ପକ୍ଷରୁ ୧୯୯୩ ମସିହାରୁ ଏହି ସମ୍ମାନ ଜନକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଉଛି।
-
ହାଇ ଆଣ୍ଡ ମାଇଟି- ଦି ଅଲଟିମେଟ୍ ପାୱାର ଲିଷ୍ଟ ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ର ରହିଛନ୍ତି। ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବି ଏହି ପାୱାରଫୁଲ୍ ଲିଷ୍ଟରେ ରହିଛନ୍ତି। ତାଲିକାର ପ୍ରଥମ ସ୍ଥାନରେ ପିକେ ମିଶ୍ର ରହିଥିବା ବେଳେ ତୃତୀୟ ରହିଛନ୍ତି ଶକ୍ତିକାନ୍ତ ଦାସ।
-
ଶ୍ରୀମନ୍ଦିର ସୁରକ୍ଷା କବଚ ମେଘନାଦ ପାଚେରିର ଏକାଧିକ ସ୍ଥାନରେ ଫାଟ ଓ କଣା ରହିଛି। ସେଥି ମଧ୍ୟରୁ ଅନବରତ ଝରୁଛି ପାଣି। ସିଂହଦ୍ୱାର ସମ୍ମୁଖସ୍ଥ ଲଙ୍ଗୁଳି ମଠ ଧୂନିକୁଣ୍ଡ ଠାରୁ ରାମଦୟା ପରିଷଦ ପର୍ଯ୍ୟନ୍ତ ପ୍ରାୟ ୬୦ ଫୁଟ୍ ଲମ୍ବରେ ମେଘନାଦ ପାଚେରିର ଏକାଧିକ ସ୍ଥାନରେ ଫାଟ ଜଳ ଜଳ ହୋଇ ଦିଶୁଛି।
-
ଚଳିତ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ ୫୦ଟି ହାତୀଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଛି। ଏବେ ଏହାର ତଦନ୍ତ ହେବ। ଡିଭିଜନ ସ୍ତରରେ ତଦନ୍ତ କରି ମାସକ ମଧ୍ୟରେ ରିପୋର୍ଟ ଦେବା ପାଇଁ କୁହାଯାଇଛି।
-
ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ନିକଟରେ ୩ ବିଲିଅନ ଡଲାରରୁ ଅଧିକ ମୂଲ୍ୟର ସେୟାର ବିକ୍ରି କରିଛନ୍ତି। ଏହା ସତ୍ତ୍ବେ ସେ ବିଶ୍ବର ଦ୍ବିତୀୟ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି।
-
ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍ପିଆଇ)ମାନେ ଭାରତୀୟ ସେୟାର ବଜାରରୁ ଅକ୍ଟୋବର ମାସରେ ୯୪ ହଜାର କୋଟି ଟଙ୍କା(ପ୍ରାୟ ୧୧.୨ ବିଲିଅନ ଡଲାର)ରୁ ଅଧିକ ରାଶି ଉଠାଇ ନେଇଛନ୍ତି।
-
ଅକ୍ଟୋବର ମାସ ଦେଶର ଦୁଇ ଚକିଆ ବିଦ୍ୟୁତ୍ ଯାନ (ଇଭି) ପାଇଁ ଅତ୍ୟନ୍ତ ଭଲ ସାବ୍ୟସ୍ତ ହୋଇଛି। ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତବର୍ଷ ଅକ୍ଟୋବରରେ ଦୁଇ ଚକିଆ ଇଭି ବିକ୍ରିରେ ୮୫ ପ୍ରତିଶତ ବୃଦ୍ଧି ଘଟି ୧,୩୯,୦୩୧ ୟୁନିଟ୍ରେ ପହଞ୍ଚିଛି।
-
ବିଶ୍ବସ୍ତରୀୟ ପ୍ରଯୁକ୍ତି କମ୍ପାନି ଗୁଗଲ୍ ଆଡ଼କୁ ଏକ ବଡ଼ ବିପଦ ମାଡ଼ି ଆସିଛି। ସର୍ଚ୍ଚ ଇଞ୍ଜିନ କ୍ଷେତ୍ରରେ କମ୍ପାନିର ଯେଉଁ ଆଧିପତ୍ୟ ଥିଲା ତାହା ଏବେ ସଙ୍କଟରେ। କାରଣ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଶକ୍ତିକୁ ଉପଯୋଗ କରି ବିଶ୍ବବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ଆମେରିକୀୟ କମ୍ପାନି ଓପନ୍ଏଆଇ ପକ୍ଷରୁ ଚାଟ୍ଜିପିଟି ସର୍ଚ୍ଚ ଇଞ୍ଜିନ ଆରମ୍ଭ କରାଯାଇଛି।
-
କନ୍ନଡ଼ ଫିଲ୍ମ ନିର୍ଦ୍ଦେଶକ ଗୁରୁପ୍ରସାଦଙ୍କ ମୃତଦେହ ରବିବାର ବେଙ୍ଗାଲୁରୁର ମଦନାୟକନହଲ୍ଲୀସ୍ଥିତ ତାଙ୍କ ଆପାର୍ଟମେଣ୍ଟରୁ ମିଳିଛି। ପ୍ରକାଶ ଯେ, ଗୁରୁପ୍ରସାଦ ‘ମାତା’, ‘ୟେଦେଲୁ ମଞ୍ଜୁନାଥ’, ‘ଡିରେକ୍ଟର୍ସ ସ୍ପେଶିଆଲ’ ଆଦି ସୁପରହିଟ୍ କନ୍ନଡ଼ ଫିଲ୍ମର ନିର୍ଦ୍ଦେଶନା ଦେଇ ପ୍ରସିଦ୍ଧି ଲାଭ କରିଥିଲେ।
-
ବନ୍ଧନ ବ୍ୟାଙ୍କର ନୂଆ ଏମ୍ଡି ତଥା ସିଇଓ ଭାବେ ପାର୍ଥ ପ୍ରତୀମ ସେନଗୁପ୍ତା ନିକଟରେ ଦାୟିତ୍ୱ ଗ୍ରହଣ କରିଛନ୍ତି।
-
ଦୀପାବଳି ପରେ ଦିଲ୍ଲୀ ପୁଣିଥରେ ବିଶ୍ୱର ସବୁଠୁ ପ୍ରଦୂଷିତ ସହରରେ ପରିଣତ ହୋଇଛି। ରବିବାର ଦିଲ୍ଲୀର ବାୟୁ ମାନ ସୂଚକାଙ୍କ (ଏକ୍ୟୁଆର୍) ୩୮୨ରେ ପହଞ୍ଚତ୍ଥିବାବେଳେ ଆନନ୍ଦ ବିହାରରେ ୪୩୭ରେ ପହଞ୍ଚତ୍ଛି।
-
ଉତ୍ତରପ୍ରଦେଶ ହାଥ୍ରାସ୍ ଅଞ୍ଚଳର ଜଣେ ୧୪ ବର୍ଷୀୟ ବାଳକଙ୍କ ପେଟରେ ଅସ୍ତ୍ରୋପଚାର କରାଯାଇ ବ୍ୟାଟେରି, ଚେନ୍, ରେଜର ବ୍ଲେଡ ଫ୍ରାଗମେଣ୍ଟ, ସ୍କ୍ରୁ ସମେତ ୬୫ଟି ବସ୍ତୁ ମିଳିଛି।
-
ଭାଜପା ସତ ଶର୍ମାଙ୍କୁ ଜମ୍ମୁ କଶ୍ମୀର ଭାଜପାର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି।
-
ଶ୍ରୀନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ। ବିସ୍ଫୋରଣରେ ୧୦ରୁ ଅଧିକ ନାଗରିକ ଆହତ ହୋଇଥିବା ସୂଚନା।