-
1.ହମାସ ସହ ଅସ୍ତ୍ରବିରତି ଚୁକ୍ତିକୁ ଇସ୍ରାଏଲ କ୍ୟାବିନେଟ୍ ଅନୁମୋଦନ ମିଳିଥିବାରୁ ଆସନ୍ତାକାଲି(ରବିବାର)ଠାରୁ ୬ ସପ୍ତାହ ଯୁଦ୍ଧବିରତି ସହ ଗାଜାରେ ଚାଲିଥିବା ୧୫ ମାସର ଯୁଦ୍ଧ ସ୍ଥଗିତ ହେବାର ବାଟ ଫିଟିଛି।
-
2. ଭାରତରେ ରାଜନୈତିକ ଆଶ୍ରୟ ନେଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା କହିଛନ୍ତି ଯେ ତାଙ୍କୁ କ୍ଷମତାଚ୍ୟୁତ କରିବାପରେ ତୁରନ୍ତ ହତ୍ୟା କରିବାକୁ ଯୋଜନା ହୋଇଥିଲା। ‘ରାଜନୈତିକ ପ୍ରତିଦ୍ବନ୍ଦ୍ବୀମାନେ ମୋତେ ଓ ମୋ ଭଉଣୀ ଶେଖ୍ ରେହନାଙ୍କୁ ହତ୍ୟା କରିବା ପାଇଁ ଷଡ୍ଯନ୍ତ୍ର କାର୍ଯ୍ୟକାରୀ କରିଥିଲେ ମଧ୍ୟ ଆମେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛୁ’ ବୋଲି ହସିନା କହିଛନ୍ତି।
-
3. କୋଲକାତାର ବହୁଚର୍ଚ୍ଚିତ ଆର୍ଜି କର ହସ୍ପିଟାଲ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଂଜୟ ରାୟ ଦୋଷୀ ସାବ୍ୟସ୍ତ ହୋଇଛି।
-
4.ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାଁଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ସନ୍ଦିଗ୍ଧ ଆକାଶଙ୍କୁ ଛତିଶଗଡ଼ରୁ ଗିରଫ କରାଯାଇଥିଲା । ସନ୍ଦିଗ୍ଧ ଜଣକ ଜ୍ଞାନେଶ୍ୱରୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା।
-
5.ତେଜସ୍ୱୀ ଯାଦବ ବିହାରରେ ଆରଜେଡିର ନୂଆ ମୁଖ୍ୟ ହେବେ । ଆରଜେଡିରେ ଏବେ ଏକ ତେଜସ୍ବୀ ଯୁଗ ଆରମ୍ଭ ହୋଇଛି ।
-
6.ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟର ଜନସଂଖ୍ୟା ବୃଦ୍ଧି ପାଇଁ ପ୍ରୋତ୍ସାହନ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ସେ ପ୍ରକାଶ କରିଛନ୍ତି ଯେ ଏକ ନୂତନ ଆଇନ ଅନୁଯାୟୀ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଅତି କମରେ ଦୁଇଟି ସନ୍ତାନ ରହିବା ଆବଶ୍ୟକ।
-
7.ଇଣ୍ଟରନେଟ୍ ଆଣ୍ଡ୍ ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଆଇଏଏମ୍ଏଆଇ) ଏବଂ ଗବେଷଣା ସଂସ୍ଥା କନ୍ତାରା ପକ୍ଷରୁ ମିଳିତଭାବେ ପ୍ରସ୍ତୁତ ଏକ ରିପୋର୍ଟ ଅନୁଯାୟୀ ୨୦୨୪ରେ ଭାରତରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୮୮.୬ କୋଟିରେ ପହଞ୍ଚି ଯାଇଛି।
-
8.ଦେଶର ଅନ୍ୟତମ ପ୍ରମୁଖ ଆଇଟି କମ୍ପାନି ୱିପ୍ରୋ ୨୦୨୫-୨୬ ବର୍ଷରେ ୧୦ ହଜାରରୁ ୧୨ ହଜାର କର୍ମଚାରୀଙ୍କୁ କ୍ୟାମ୍ପସ୍ ଜରିଆରେ ନିଯୁକ୍ତି ପ୍ରଦାନ କରିବ। ଚଳିତ ଆର୍ଥିକବର୍ଷର ତୃତୀୟ ତ୍ରୟମାସ ଆର୍ଥିକ ଫଳାଫଳ ଘୋଷଣା ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ୱିପ୍ରୋର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ସୌରଭ ଗୋଭିଲ ଦେଇଛନ୍ତି ।
-
9.ମେଗା ଅଟୋ ଏକ୍ସପୋରେ ଭାରତରେ ନିର୍ମିତ ପ୍ରଥମ ସୌରଚାଳିତ କାର୍ ପ୍ରଦର୍ଶିତ ହୋଇଛି। ଭେଭି ମୋବିଲିଟି ପକ୍ଷରୁ ଏହି କାର୍ ନିର୍ମାଣ କରାଯାଇଛି। ୩ଟି ଭାରିଆଣ୍ଟ୍ର କାର୍ ହେଲା ନୋଭା, ଷ୍ଟେଲା ଏବଂ ଭେଗା। ଏହି କାର୍ର ଏକ୍ସ ସୋରୁମ୍ ମୂଲ୍ୟ ୩ ଲକ୍ଷ ୨୫ ହଜାର ଟଙ୍କାରୁ ଆରମ୍ଭ ହୋଇଛି।
-
10.ସିଙ୍ଗାପୁର ସରକାରଙ୍କ ସହ ଓଡ଼ିଶା ସରକାରଙ୍କର ୮ଟି ଗୁରୁତ୍ବପୂର୍ଣ୍ଣ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି।
-
11.ଲୋକମାନେ ଘରୋଇ ଟେଲିକମ୍ କମ୍ପାନୀଗୁଡ଼ିକର ମହଙ୍ଗା ରିଚାର୍ଜରେ ବିରକ୍ତ ହୋଇଗଲେଣି। ନିକଟ ଅତୀତରେ, ଲୋକମାନେ ଘରୋଇ କମ୍ପାନୀଗୁଡ଼ିକୁ ଛାଡି ସରକାରୀ ଟେଲିକମ୍ ମ୍ପାନୀକ ବିଏସଏନଏଲକୁ ଆଦରିବା ଆରମ୍ଭ କରିଛନ୍ତି।
-
12.ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନାର କେ.ପି ପାଓ୍ବାର ପ୍ଲାଣ୍ଟରେ କୋଲ୍ ହପର ଭୁଶୁଡିବା ଯୋଗୁ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମୃତଦେହ ମିଳିବା ପରେ କମ୍ପାନୀର ସୁରକ୍ଷାକୁ ନେଇ ଉକ୍ତ ପାଓ୍ବାର ପ୍ଲାଣ୍ଟକୁ ବନ୍ଦ ପାଇଁ ଫ୍ୟାକ୍ଟ୍ରିଜ୍ ଆଣ୍ଡ ବ୍ରଏଲର ଉପନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି।
-
13.ସାବରମତୀ ଢାଞ୍ଚାରେ ମହାନଦୀ ରିଭରଫ୍ରଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏବେ ବାସ୍ତବ ରୂପ ନେବାକୁ ଯାଉଛି।
-
14.ଇ-କଓ୍ବୋଇସି କରିବା ଲାଗି ଧାର୍ଯ୍ୟ କରାଯାଇଥିବା ସମୟ ସରି ଆସୁଥିବାବେଳେ ଏପର୍ଯ୍ୟନ୍ତ ଆହୁରି ୪୧ ଲକ୍ଷ ହିତାଧିକାରୀ ବାକି ରହିଛନ୍ତି। ଯେଉଁ ହିତାଧିକାରୀ ତାଲିକାରେ ରହିଛନ୍ତି ସେମାନଙ୍କ ମଧ୍ୟରୁ ୪ ଲକ୍ଷ ଆୟକର ଭରୁଥିବା ଖୋଦ୍ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
-
15.ନିଯୁକ୍ତିଦାତାଙ୍କ ବିନା ଯାଞ୍ଚ ଏବଂ ଅନୁମୋଦନରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍ଓ)ର ୭.୬ କୋଟିରୁ ଊର୍ଦ୍ଧ୍ୱ ସଦସ୍ୟ ସେମାନଙ୍କ ନାମ, ଜନ୍ମତାରିଖ ଆଦି ଅନ୍ଲାଇନରେ ବଦଳାଇପାରିବେ।