-
1.ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ବିରୋଧରେ ଦେଇଥିବା ବୟାନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଦାଏର ମାନହାନି ମାମଲାରେ ଚାଲିଥିବା ଆପରାଧିକ କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମ୍କୋର୍ଟ ରୋକ୍ ଲଗାଇଛନ୍ତି।
-
2.ଡୋନାଲ୍ଡ ଟ୍ରମ୍ପ ଦେଶର ଦକ୍ଷିଣ ସୀମାରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିବାକୁ ଘୋଷଣା କରିଥିଲେ, ସେତେବେଳେ ଏହାକୁ ବିପୁଳ ସମର୍ଥନ ମିଳିଥିଲା। ଏହା ଟ୍ରମ୍ପଙ୍କ ସବୁଠାରୁ ବଡ଼ ନିଷ୍ପତ୍ତି ବୋଲି କୁହାଯାଉଛି। ମେକ୍ସିକୋ ସୀମାରେ ବେଆଇନ ଅନୁପ୍ରବେଶକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘୋଷଣା କରାଯାଇଛି। ସେଠାରେ ସେନା ମୁତୟନ ହେବେ।
-
3.ଗତବର୍ଷ କୋଲକାତାର ଆର୍ଜି କର ହସ୍ପିଟାଲରେ ଜଣେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ଅଦାଲତ ଆଜି ଦୋଷୀ ସାବ୍ୟସ୍ତ ସଞ୍ଜୟ ରାୟକୁ ମୃତ୍ୟୁ ପର୍ଯ୍ୟନ୍ତ ଆଜୀବନ କାରାଦଣ୍ଡ ଏବଂ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।
-
4.ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିବାବେଳେ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ମଧ୍ୟ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏବେ ଇମ୍ରାନ ଖାନଙ୍କ ନିକଟବର୍ତ୍ତୀ ଲୋକଙ୍କୁ ମଧ୍ୟ ପାକିସ୍ତାନରେ ଟାର୍ଗେଟ କରାଯାଉଛି।
-
5.ଟେଲିଭିଜନ ଅଭିନେତା ଯୋଗେଶ ମହାଜନଙ୍କର ଜାନୁଆରି ୧୯ ତାରିଖରେ ଅକାଳ ବିୟୋଗ ହୋଇଛି। ତାଙ୍କୁ ତାଙ୍କ ଉମରଗାଓଁ ଫ୍ଲାଟରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି।
-
6.'ବିଗ୍ ବସ୍ ୧୮'କୁ ମିଳିଲା ନୂଆ ବିଜେତା । ସର୍ବାଧିକ ଭୋଟ ପାଇ 'ବିଗ୍ ବସ୍ ୧୮' ସିଜିନର ବିଜୟ ମୁକଟ ପିନ୍ଧିଛନ୍ତି କରଣ ବୀର ମେହେରା ।
-
7.ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ଛୁରୀ ମାରିବା ଅଭିଯୋଗରେ ଗିରଫ ହୋଇଥିବା ୩୦ ବର୍ଷୀୟ ବାଂଲାଦେଶୀ ନାଗରିକ ନିଜ ଅପରାଧ ସ୍ବୀକାର କରିଛି। ସେ ସ୍ବୀକାର କରି କହିଛି ଯେ ‘ହଁ ମୈନେ କିୟା ହେ (ହଁ ମୁଁ କରିଛି)’।
-
8.ଭିତରକନିକାରେ ଏବେ ଚାଲିଛି କୁମ୍ଭୀର ଗଣନା। କୁମ୍ଭୀର ଗଣନା ପାଇଁ ସ୍ଥିର ଜଳରାଶି ଓ ଶାନ୍ତ ପରିବେଶର ଆବଶ୍ୟକତା ରହିଛି। ଚଳିତମାସ ୧୪ରୁ ୨୨ ତାରିଖ ଯାଏଁ ୯ଦିନ ଧରି ଭିତରକନିକାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି।
-
9.ଇ-କେୱାଇସିରୁ ରାସନ ଦୁର୍ନୀତିର ସାଂଘାତିକ ଗୁମର ଖୋଲୁଛି। ବାଲେଶ୍ବର ଜିଲ୍ଲାର ବାଲିଆପାଳ ପରେ ଏବେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ରେ ମାଳମାଳ ସରକାରୀ ଚାକିରିଆ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ସାଜି ରାସନ ଉଠାଉଥିବା ଜଣାପଡ଼ିଛି।
-
10.ରାଜ୍ୟ ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ କୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବାକୁ ଯୋଜନା କରିଛନ୍ତି। ସମ୍ପୃକ୍ତ ଶିକ୍ଷାବର୍ଷର ସେପ୍ଟେମ୍ବର 1 ତାରିଖ ସୁଦ୍ଧା ୬ ରୁ ଅଧିକ ବର୍ଷ ବୟସ ପ୍ରାପ୍ତ କରିଥିବା ପିଲାମାନେ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଯୋଗ୍ୟ ହେବେ।
-
11.ଏବେ ଇନଷ୍ଟାଗ୍ରାମରେ ୩ ମିନିଟ ପର୍ଯ୍ୟନ୍ତ ରିଲ ଅପଲୋଡ କରାଯାଇପାରିବ।
-
12.ଆମ ସୌର ଜଗତର ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ନେପଚୁନ୍ ଓ ୟୁରେନସ୍ ସମେତ ୬ଟି ଗ୍ରହଙ୍କୁ ନେଇ ବିରଳ ମହଜଗତିକ ଦୃଶ୍ୟ ଆସନ୍ତା ଜାନୁଆରି ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଦେଖିବାକୁ ମିଳିବ ।
-
13.୧୭୬୫ରୁ ୧୯୦୦ ମସିହା ଯାଏ ଉପନିବେଶବାଦ ଶାସନ ସମୟରେ ଇଂରେଜମାନେ ଭାରତରୁ ପ୍ରାୟ ୬୪.୮୨ ଟ୍ରିଲିୟନ ଡଲାରର ବା ୬୪ ଲକ୍ଷ ୮୨ ହଜାର କୋଟି ଡଲାର ନେଇ ଯାଇଛନ୍ତି। ଏହା ମଧ୍ୟରୁ ୩୩.୮ ଟ୍ରିଲିୟନ ଡଲାର ବ୍ରିଟେନର ୧୦% ଧନୀଙ୍କ ପକେଟକୁ ଯାଇଛି।
-
14.ରିଙ୍କୁ ଓ ପ୍ରିୟା ପ୍ରାୟ ଗୋଟିଏ ବର୍ଷରୁ ଅଧିକ ଦିନ ହେଲା ପରସ୍ପରକୁ ଭଲ ପାଉଥିଲେ। ଏବେ ପରିବାର ଲୋକଙ୍କ ଅନୁମତିକ୍ରମେ ସେମାନେ ବାହା ହେବାକୁ ଯାଉଛନ୍ତି।
-
15.ରାଜ୍ୟରେ ୨୨ ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ୪ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯିବା ସହ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, କନ୍ଧମାଳ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି।