-
1.ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି। ବର୍ତ୍ତମାନ ଯେଉଁ ସନ୍ତାନମାନେ ଏଭଳି କରିବେ ତାଙ୍କ ପ୍ରତି କଠୋର ପଦକ୍ଷେପ ଗ୍ରହଣ କରାଯିବ। ଏଭଳି ସନ୍ତାନମାନଙ୍କୁ ଉତ୍ତରାଧିକାରୀ ସୂତ୍ରରେ ମିଳିଥିବା ସମ୍ପତ୍ତିକୁ ଫେରସ୍ତ କରିବାକୁ ପଡିବ।
-
2.ମହାରାଷ୍ଟ୍ରର ମହୁୟୁତି ସରକାରଙ୍କ ଉଚ୍ଚାଭିଳାଷୀ ' ଲାଡଲି ବହେନ' ଯୋଜନା ଏବେ ବିବାଦ ଘେରକୁ ଆସିଛି। ହିତାଧିକାରୀ ମହିଳାଙ୍କ ଭୋଟ୍ ଯୋଗୁ ନିର୍ବାଚନରେ ଏକ ଐତିହାସିକ ବିଜୟ ହାସଲ କରିଥିଲେ। ଏବେ ସରକାର ହିତାଧିକାରୀ ମହିଳାଙ୍କ ଯୋଗ୍ୟତା ପୁନଃଯାଞ୍ଚ କରିବାକୁ ଯାଉଛନ୍ତି।
-
3.୧୯୭୫ ଓ ୧୯୯୮ ପରମାଣୁ ପରୀକ୍ଷଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ରାଜଗୋପାଲା ଚିଦମ୍ବରମ୍ଙ୍କର ଶନିବାର ପରଲୋକ ଘଟିଛି ବୋଲି ଆଣବିକ ଶକ୍ତି ବିଭାଗ (ଡିଏଇ) ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କୁ ୮୮ ବର୍ଷ ହୋଇଥିଲା।
-
4.ଚାଷୀମାନଙ୍କ ସମସ୍ୟା ସମାଧାନ ତଥା ଶମ୍ଭୁ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନର ସମାଧାନ ପାଇଁ ସୁପ୍ରିମ୍କୋର୍ଟ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟି ପଞ୍ଜାବ ଓ ହରିୟାଣା ସରକାରଙ୍କଠାରୁ ଅଢ଼େଇ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ ଦାବି କରିଛି
-
5. ପଞ୍ଚମ ପିଢ଼ି (୫ଜି) ମୋବାଇଲ ସେବା ପ୍ରଦାନକୁ ଦୁଇବର୍ଷ ପୂରଣ ହୋଇଛି।
-
6.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଶନିବାର ମନୋଜ ସାହୁ ନିଯୁକ୍ତ ହୋଇଛନ୍ତି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଅରିନ୍ଦମ ଡାକୁଆଙ୍କ ସ୍ଥାନରେ ମନୋଜଙ୍କୁ ନିଯୁକ୍ତି ମିଳିଛି। ଇଣ୍ଟର କ୍ୟାଡର ଡେପୁଟେଶନରେ ଆସିଛନ୍ତି ମନୋଜ
-
7. ରିଜର୍ଭ ବ୍ୟାଙ୍କ ୨୦୨୪ ଅକ୍ଟୋବର ଓ ନଭେମ୍ବରରେ ୨୦ ଟନ୍ ସୁନା କିଣିଛି। ଚଳିତ ଆର୍ଥିକବର୍ଷର ପ୍ରଥମ ୬ ମାସ ଅର୍ଥାତ୍ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ରିଜର୍ଭ ବ୍ୟାଙ୍କ ମୋଟ ୩୦ ଟିନ୍ ସୁନା କିଣିଥିବାବେଳେ ପରବର୍ତ୍ତୀ ୨ ମାସରେ ୨୦ ଟନ୍ ସୁନା କିଣିଛି।
-
8.ଅନ୍ଲାଇନ୍ ସାଇଟ୍ରେ ବନ୍ଧୁତା କରିବା ଆଜିକାଲି ଅନେକଙ୍କୁ ମହଙ୍ଗା ପଡୁଛି। ଅନ୍ଲାଇନ୍ ସାଇଟ୍ରେ ବନ୍ଧୁତା କରି ଜଣେ ଯୁବକ ପ୍ରାୟ ୭୦୦ ମହିଳାଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଛି। ପୂର୍ବ ଦିଲ୍ଲୀର ଶାକରପୁର ଅଞ୍ଚଳରୁ ୨୩ ବର୍ଷୀୟ ତୁଷାର ସିଂହ ବିଷ୍ଟଙ୍କୁ ଗିରଫ କରାଯାଇଛି।
-
9.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୩ରେ ଆମେରିକାର ପ୍ରଥମ ଲେଡି ଜିଲ ବିଡେନଙ୍କୁ ୧୭ ଲକ୍ଷ ଟଙ୍କା ମୂଲ୍ୟର ହୀରା ଉପହାର ଦେଇଥିଲେ। ମୋଦିଙ୍କ ଏହି ଉପହାର ୨୦୨୩ରେ ଜିଲ ବାଇଡେନଙ୍କୁ ବିଦେଶୀ ନେତାଙ୍କଠାରୁ ମିଳିଥିବା ସବୁଠାରୁ ମହଙ୍ଗା ଉପହାର ଥିଲା।
-
10.ବେଦାନ୍ତ ଆଲୁମିନିୟମକୁ ନିକଟରେ ଆଉ ଏକ ନୂତନ ସ୍ବୀକୃତି ଓ ସଫଳତା ମିଳିଛି। ଏପରିକି କମ୍ପାନୀର ଅତୁଳନୀୟ ସ୍ଥିରତା ପ୍ରୟାସ ପାଇଁ ଏସ୍ ଆଣ୍ଡ ପି ଗ୍ଲୋବାଲ କର୍ପୋରେଟ ସ୍ଥିରତା ମୂଲ୍ୟାଙ୍କନ (ସିଏସ୍ଏ)ରେ ବେଦାନ୍ତ ଆଲୁମିନିୟମ ୨ୟ ସ୍ଥାନ ଅଧିକାର କରିଛି।
-
11.ଛତିଶଗଡ ସୁକ୍ମା ଜିଲା ପୋଲିସ ୨ ମାଓବାଦୀଙ୍କୁ ବୁଧବାର ଗିରଫ କରିଛି। ସେମାନେ ହେଲେ ସୋଡି ମୁକା ଓ ସୋଡି ଭୀମା।
-
12.୧୯ ବର୍ଷୀୟା ଆମେରିକୀୟ କଣ୍ଟେଣ୍ଟ୍ କ୍ରିଏଟର ସୋଫିଆ ଲି ବର୍ତ୍ତମାନ ସୁଦ୍ଧା ୯୦ଟି ଦେଶ ଭ୍ରମଣ ଶେଷ କରି ସମସ୍ତଙ୍କୁ ଚକିତ କରିଛନ୍ତି। ସେ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।
-
13.ବିଭିନ୍ନ ବ୍ୟାଙ୍କରୁ ରଣ ଆଣୁଥିବା ବ୍ୟକ୍ତିଙ୍କ କ୍ରେଡିଟ୍ ରେକର୍ଡ ଏଣିକି ପ୍ରତି ୧୫ଦିନରେ ଋଣ ପ୍ରଦାନକାରୀ ତଥ୍ୟ ଦେବେ।
-
14.ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ସିଡନୀରେ ଚାଲିଛି। ଏହି ମ୍ୟାଚ୍ ରେ ଯଶସ୍ୱୀ ଜୟସ୍ୱାଲ ଏକ ସ୍ୱତନ୍ତ୍ର ରେକର୍ଡ କରିଛନ୍ତି।
-
15.ବର୍ଡ଼ର- ଗାଭାସ୍କର ଟେଷ୍ଟ ସିରିଜର ଶେଷ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଶେଷ ହୋଇଛି। ଭାରତ ଦ୍ୱିତୀୟ ଇନିଂସରେ ୬ ଉଇକେଟ୍ ହରାଇ ୧୪୧ ରନ୍ କରିଥିଲା