-
1.ଚୀନ୍ରେ ଶ୍ୱାସକ୍ରିୟାଜନିତ ରୋଗ ବୃଦ୍ଧି ପାଉଥିବା ବେଳେ ହ୍ୟୁମାନ ମେଟାନ୍ୟୁମୋଭାଇରସ୍ (ଏଚ୍ଏମ୍ପିଭି) ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି। ଏହି ଭାଇରସ୍ ପାଇଁ ଚୀନ୍ରେ ଅତି ଉଦ୍ବେଗଜନକ ସ୍ଥିତି ଉପୁଜିଥିବା ଖବର ପ୍ରକାଶ ପାଇବା ପରେ ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି ହୋଇଛି।
-
2.ଇସ୍ରାଏଲ ବାୟୁସେନା ୨୦୨୪ ସେପ୍ଟେମ୍ବର ୮ ତାରିଖରେ ୩ ଘଣ୍ଟାର ଅପରେସନ୍ରେ ସିରିଆର ଏକ ଭୂତଳ କ୍ଷେପଣାସ୍ତ୍ର କେନ୍ଦ୍ରକୁ ଧ୍ବଂସ କରିଦେଇଥିଲା। ଇସ୍ରାଏଲର ଏହି ସ୍ବତନ୍ତ୍ର ଅପରେସନ୍ର କୋଡ୍ ନାଁ ଥିଲା ‘ଅପରେସନ୍ ମେନି ୱେଜ୍’।
-
3.ଓଡ଼ିଶାର ଉପକୂଳ ସୀମା ୨୦.୬୩ ପ୍ରତିଶତ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ବାର୍ଷିକ ରିପୋର୍ଟ ୨୦୨୩-୨୪ରେ ଏହି ତଥ୍ୟ ଉଲ୍ଲେଖ ରହିଛି।
-
4.ଦେଶରେ ଦାରିଦ୍ର୍ୟ ହାର ୫ ପ୍ରତିଶତ ତଳକୁ ହ୍ରାସ ପାଇଥିବା ସହ ଉତ୍କଟ ଦାରିଦ୍ର୍ୟ ନଗଣ୍ୟ ସ୍ତରରେ ଥିବା ଷ୍ଟେଟ୍ ବ୍ୟାଙ୍କ କହିଛି।
-
5.ଭୁବନେଶ୍ବରରେ ଆଜି ସୁନା ଓ ରୁପା ଦର ପୁଣି ବୃଦ୍ଧି ପାଇଛି। ରୁପା ଦର କିଲୋଗ୍ରାମ ପିଛା ୨ ହଜାର ଟଙ୍କା ବୃଦ୍ଧି ଘଟି ୧ ଲକ୍ଷ ଟଙ୍କା ଛୁଇଁଛି। ୨୦୨୫ ଜାନୁଆରି ୧ ଓ ୨ ତାରିଖରେ ଏହା ୯୮ ହଜାର ଟଙ୍କାରେ ରହିଥିଲା। ସେହିଭଳି ସୁନା ଦାମ୍ ମଧ୍ୟ ଆଜି ବୃଦ୍ଧି ପାଇଛି।
-
6.ରାଜ୍ୟ ସରକାର ଘର ପିଛା ସର୍ବାଧିକ ୩ କିଲୋୱାଟ୍ କ୍ଷମତା ସମ୍ପନ୍ନ ଛାତ ଉପର ସୌର ପ୍ରକଳ୍ପ ସ୍ଥାପନ କରିବାକୁ ଦୁଇ କିଲୋୱାଟ୍ ପର୍ଯ୍ୟନ୍ତ କିଲୋୱାଟ୍ ପିଛା ୨୫ ହଜାର ଟଙ୍କା ଦେବେ। ତୃତୀୟ କିଲୋୱାଟ୍ ପାଇଁ ଅତିରିକ୍ତ ୧୦ ହଜାର ଟଙ୍କାର ସବ୍ସିଡି ପ୍ରଦାନ କରାଯିବ। ଯୋଜନାକୁ ଫଳପ୍ରଦ କରିବା ପାଇଁ ୨୦୨୪-୨୫ରୁ ୨୦୨୬-୨୭ ଆର୍ଥିକ ବର୍ଷ ମଧ୍ୟରେ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ।
-
7.ବର୍ତ୍ତମାନ ସୁଭଦ୍ରା ଯୋଜନାରେ ୧ କୋଟି ୬ ଲକ୍ଷରୁ ଅଧିକ ଆବେଦନ ପଞ୍ଜୀକୃତ ହୋଇଛି। ଏହା ମଧ୍ୟରୁ ୮୦,୨୯.୭୪୨୧ ଜଣଙ୍କ ଆବେଦନକୁ(ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ) ମଞ୍ଜୁର କରାଯାଇ ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି।
-
8.ରାଜ୍ୟ ସରକାର ପୁଣି ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ରାଜ୍ୟର ୮୦ ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କ ବୃଦ୍ଧ ଓ ବୃଦ୍ଧାଙ୍କୁ ମାସିକ ୩୫୦୦ ଟଙ୍କା ଭତ୍ତା ଦେବେ
-
9.ଭାରତୀୟ-ଆମେରିକୀୟ ମହାକାଶ ଯାତ୍ରୀ ସୁନୀତା ଉଇଲିୟମଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ ସେ ତାଙ୍କ ସାଥୀମାନଙ୍କ ସହ ମିଶି ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେସନ (ଆଇଏସଏସ)ରେ ନୂଆ ବର୍ଷକୁ ସ୍ୱାଗତ କରି ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳୁଛି।
-
10.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ଅଦିନିଆ ବର୍ଷା ‘ପ୍ରାକୃତିକ ବିପର୍ଯ୍ୟୟ’ ଘୋଷଣା କଲେ ।
-
11.ମାଲକାନଗିରି:ଓଡ଼ିଶା ଓ ଛତିଶଗଡ଼ ପୋଲିସର ମିଳିତ ଅପରେସନରେ ସଫଳତା, ୩ ମାଓବାଦୀ ସଫା।
-
12.ସୁଭଦ୍ରାକୁ ନେଇ ବଡ଼ ଖବର, ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କଲେ ୧୦ ହଜାର ଟଙ୍କା ମିଳିବ ।
-
13.ଆସନ୍ତା ୫ ତାରିଖ ପରେ ରାଜ୍ୟରେ ଶୀତ କମିବା ସମ୍ଭାବନା ରହିଛି, ସକ୍ରିୟ ହେବାକୁ ଥିବା ପଶ୍ଚିମା ଝଡ ପ୍ରଭାବରେ ଶୀତ କମିବ।
-
14.ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଆସନ୍ତା ଜାନୁଆରୀ ୬ରୁ ଆରମ୍ଭ ହୋଇ ୧୨ ଯାଏଁ ଚାଲିବ ।
-
15.୨ଟି ଡବଲ ଡେକର୍ ବସ୍ ଭୁବନେଶ୍ବରରେ ପହଞ୍ଚିଲା , ବସ୍ରେ ରହିଛି ଶ୍ରୀମନ୍ଦିର, ଧଉଳି ଶାନ୍ତି ସ୍ତୁପ ଓ କଟକ ବାଲିଯାତ୍ରାର ଝଲକ।
-
16.ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ, ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଜାମିନ୍ ପ୍ରଦାନ କଲେ ହାଇଦ୍ରାବାଦ କୋର୍ଟ।
-
17.ସିରିୟାର ପୂର୍ବତନ ରାଷ୍ଟ୍ରପତି ବଶର ଅଲ ଅସଦଙ୍କୁ ରୁଷରେ ହତ୍ୟା ଷଡ଼ଯନ୍ତ୍ର, ରକ୍ତ ନମୁନା ପରୀକ୍ଷା ପରେ ବିଷ ଦିଆଯାଇଥିବା ସ୍ପଷ୍ଟ, ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା।
-
18.ସରକାର ଜାତୀୟ ଖୋ ଖୋ ଟିମର ପ୍ରାୟୋଜକ ହେବେ । ଆଗାମୀ ୩ ବର୍ଷ ପାଇଁ ଓଡ଼ିଶା ଖୋ ଖୋ ଟିମର ପ୍ରାୟୋଜକ ରହିବ।
-
19.ଜାନୁଆରି ୧୭ ଓ ୧୮ ତାରିଖରେ ସାରା ରାଜ୍ୟରେ ପକ୍ଷୀ ଗଣନା ଅନୁଷ୍ଠିତ ହେବ। ପକ୍ଷୀ ଗଣନା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ସହ ବର୍ଷକ ମଧ୍ୟରେ ୧୦ଟି ବିଦେଶାଗତ ପ୍ରଜାତିଙ୍କଠାରେ ସାଟେଲାଇଟ୍ ରିଂ ଲଗାଯିବ।
-
20.ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହର୍ମନପ୍ରୀତ ସିଂହଙ୍କୁ ‘ଖେଳରତ୍ନ’ ପୁରସ୍କାର ଓ ଅନ୍ୟ ୪ ଜଣ ପୁରୁଷ ଖେଳାଳି ଅଭିଶେଖ, ସୁଖଜିତ ସିଂହ, ଜର୍ମନପ୍ରୀତ ସିଂହ ଓ ସଞ୍ଜୟଙ୍କୁ ‘ଅର୍ଜୁନ ପୁରସ୍କାର’ ପ୍ରଦାନ କରାଯିବ।