-
1.ବିଶ୍ୱରେ ବିଭିନ୍ନ ସରକାର ଓ ଅନୁଷ୍ଠାନଗୁଡ଼ିକୁ ଦୋହଲାଇ ଦେବାକୁ ପ୍ରୟାସ କରୁଥିବା ବିଲିୟନେୟାର ଜର୍ଜ ସୋରୋସ୍ଙ୍କୁ ରାଷ୍ଟ୍ରପତି ଜୋ ବାଇଡେନ୍ ଆମେରିକାର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କରିଛନ୍ତି।
-
2.ଇସ୍ରାଏଲ ସେନା ପୁଣି ଥରେ ଗାଜା ଉପରେ ଭୀଷଣ ଆକ୍ରମଣ କରି ବିପର୍ଯ୍ୟୟ ସୃଷ୍ଟି କରିଛି। ଗତ ୭୨ ଘଣ୍ଟା ମଧ୍ୟରେ ୯୪ଟି ଏୟାର ଷ୍ଟ୍ରାଇକ୍ ଓ ଗୁଳିମାଡ଼ରେ ୧୮୪ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି।
-
3.ଗୁଜୁରାଟର ପୋରବନ୍ଦରଠାରେ ଭାରତୀୟ ତଟରକ୍ଷୀ ବାହିନୀର ଏକ ଆଡଭାନ୍ସେଡ ଲାଇଟ୍ ହେଲିକପ୍ଟର (ଏଏଲ୍ଏଚ୍) ଧ୍ରୁବ ଏକ ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
-
4.ବିଶ୍ୱ ସୁନା ପରିଷଦ (WGC) ର ରିପୋର୍ଟ ଅନୁଯାୟୀ, ଭାରତୀୟ ମହିଳାମାନଙ୍କ ପାଖରେ ପ୍ରାୟ ୨୪ ହଜାର ଟନ୍ (୨.୪୦ କୋଟି) ସୁନା ଅଛି |
-
5.ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ହ୍ବାଇଟ ହାଉସର ଇଷ୍ଟ୍ ରୁମ୍ରେ ୧୯ ଜଣ ସେଲିବ୍ରିଟିଙ୍କୁ ରାଷ୍ଟ୍ରପତି ପଦକ ସର୍ବୋଚ୍ଚ ନାଗରିକ ସମ୍ମାନ ମେଡାଲ ଅଫ୍ ଫ୍ରିଡମ୍ ପ୍ରଦାନ କରିଛନ୍ତି। ରାଜନୀତି, କ୍ରୀଡା, ମନୋରଞ୍ଜନ, ନାଗରିକ ଅଧିକାର, ଏଲଜିବିଟିକ୍ୟୁ ଅଧିକାର ଏବଂ ବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
-
6.କ୍ୟାପିଟାଲ୍ ରିଜନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ଭୁବନେଶ୍ବରରୁ ପୁରୀ ମଧ୍ୟରେ ଡବଲ୍ ଡେକର୍ ବସ୍ର ଟ୍ରାଏଲ୍ ରନ୍ କରାଯାଇଛି। ଗତକାଲି ଆଞ୍ଚଳିକ ପରିବହନ ଦପ୍ତର ପକ୍ଷରୁ ସର୍ଭେ ହେବା ପରେ ଆଜି ବସ୍ ପୁରୀରେ ପହଞ୍ଚି ଭୁବନେଶ୍ବର ଫେରିଯାଇଛି।
-
7.ଆଗାମୀ ଦୁଇ ଦଶନ୍ଧି ରାଜ୍ୟ ତଥା ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ୨୦୩୬ରେ ରାଜ୍ୟ ସ୍ବତନ୍ତ୍ର ପ୍ରଦେଶ ଗଠନ ଓ ୨୦୪୭ରେ ଦେଶ ସ୍ବାଧୀନତାର ଶତବାର୍ଷିକୀ ପାଳନ କରିବ।
-
8.ରାଜ୍ୟର କୃଷକମାନଙ୍କ ଜମିକୁ ପାଣି ଯୋଗାଇଦେବା ପାଇଁ ନୂଆ ଫିଲ୍ଡ ଚ୍ୟାନେଲ ନିର୍ମାଣ ସହିତ ପୁରୁଣା ଚ୍ୟାନେଲଗୁଡ଼ିକୁ କଂକ୍ରିଟ୍ ଚ୍ୟାନେଲରେ ପରିଣତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ୮୦ ହଜାର ହେକ୍ଟର ଜଳସେଚିତ ଅଞ୍ଚଳରେ ୨୪୦୦ କିଲୋମିଟର ନୂତନ କଂକ୍ରିଟ୍ କରନାଳୀ ନିର୍ମାଣ କରାଯିବ।
-
9.ଓୟୋ ଏହାର ଚେକ୍-ଇନ୍ ନୀତିରେ ବଡ଼ ପରିବର୍ତ୍ତନ ଆଣିଛି। କୌଣସି ଅବିବାହିତ ଯୋଡ଼ିଙ୍କୁ ରହିବା ଅନୁମତି ନ ଦେବାକୁ କମ୍ପାନି ନିଷ୍ପତ୍ତି ନେଇଛି। କୌଣସି ଦମ୍ପତି ଓୟୋ ହୋଟେଲ୍ରେ ରହିବାକୁ ହେଲେ ସେମାନଙ୍କୁ କାଗଜପତ୍ର ଦେଖାଇବାକୁ ପଡ଼ିବ।
-
10.ମହିଳାଙ୍କ ନେତୃତ୍ବରେ ପରିଚାଳିତ ଷ୍ଟାର୍ଟଅପ୍ଗୁଡ଼ିକ ୨୦୨୪ ମସିହାରେ ୯୩୦ ନିୟୁତ ଡଲାରର ପାଣ୍ଠି ସଂଗ୍ରହ କରିଛନ୍ତି। ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୭୯୦୦ କୋଟି ଟଙ୍କା ହେବ। ୧୩୬ଟି ଚୁକ୍ତି କରି ମହିଳା ନେତୃତ୍ବାଧୀନ ଷ୍ଟାର୍ଟଅପ୍ଗୁଡ଼ିକ ଏହି ପାଣ୍ଠି ପାଇଛନ୍ତି।
-
11.ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ସୁବିଧା ପାଉଥିବା ହିତାଧିକାରୀଙ୍କ ପାଇଁ e-KYC ଅବଧି ବଢାଇଲେ ସରକାର। ପୂର୍ବରୁ ଜାନୁଆରୀ ୧୫ ତାରିଖ ଯାଏ ଏହି ତାରିଖ ଥିଲା ବେଳେ ଆସନ୍ତା ୩୧ ଯାଏଁ e-KYC ଅବଧି ବୃଦ୍ଧି କରାଯାଇଛି।
-
12.ଆସନ୍ତା ୮ ତାରିଖରୁ ୩ ଦିନ ବ୍ୟାପୀ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି।
-
13.ଉତ୍ତର ଜିମ୍ବାଓ୍ବେର ମେଶୋନାଲେଣ୍ଡ ପଶ୍ଚିମ ପ୍ରଦେଶର ‘କରିବା ଗ୍ରାମୀଣ’ ଜିଲାଲ ୭ ବର୍ଷୀୟ ବାଳକ ଟିନୋଟେଡା ପୁଡୁଙ୍କ କାହାଣୀ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ସେ ୫ ଦିନ ସିଂହ ଅଭୟାରଣ୍ୟ ମଧ୍ୟରେ ଭୟଙ୍କର ବନ୍ୟଜନ୍ତୁଙ୍କ ସହ ବିତାଇ ଜୀବିତ ଉଦ୍ଧାର ହୋଇଛନ୍ତି। ଏହାକୁ ସମସ୍ତେ ଚମତ୍କାର କହୁଛନ୍ତି।
-
14ଶୁଭାରମ୍ଭ ହୋଇଛି ସହିଦ୍ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା। ରବିବାର ଆଦିବାସୀ ସହିତ ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି।
-
15.ଗଞ୍ଜାମ ଜିଲା ପୁରୁଷୋତ୍ତମପୁରେ ଏକ ଅଟୋ ଯୋଗେ ଘରକୁ ଫେରୁଥିବା ବେଳେ ଅଟୋ ଚାଳକ ଜଣେ ବୃଦ୍ଧାଙ୍କ ସହ ୬ ବର୍ଷର ଶିଶୁ କନ୍ୟାଙ୍କୁ ଅପହରଣ କରି ସେମାନେ ପିନ୍ଧିଥିବା ସୁନା, ରୁପା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ବୃଦ୍ଧା ଏବଂ ଶିଶୁ କନ୍ୟାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ରାସ୍ତାକଡ଼ରେ ଫିଙ୍ଗିଦେଇ ଅଟୋ ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି।