- 1.ଭାରତୀୟ ସେନାର ପ୍ରତିଷ୍ଠା ଦିବସର କିଛି ଦିନ ପୂର୍ବରୁ ଚୀନ୍ ପୂର୍ବ ଲଦାଖର ଏଲ୍ଏସି ନିକଟରେ ସମ୍ରୁଦ ପତ୍ତନଠାରୁ ଅତ୍ୟନ୍ତ ଉଚ୍ଚ ଅଞ୍ଚଳରେ ଏହାର ସାମରିକ ସମରାଭ୍ୟାସ କରିଛି।
-
2.ୟୁକ୍ରେନ୍ ସହ ଯୁଦ୍ଧ ପରେ ରିହାତିରେ ତେଲ ବିକ୍ରି କରୁଥିବା ରୁଷ୍ଠାରୁ ଭାରତ ବିପୁଳ ଅଶୋଧିତ ତେଲ କିଣୁଥିଲା। କିନ୍ତୁ ନିକଟରେ ଏହା ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛି। ଆମେରିକା ଯେଉଁ ସଂସ୍ଥାଗୁଡ଼ିକ ଉପରେ କଟକଣା ଲଗାଇଛି, ସେମାନଙ୍କଠାରୁ ତେଲ ନ କିଣିବାକୁ ଭାରତ ନିଷ୍ପତ୍ତି ନେଇଛି।
-
3.ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ସ୍ଥିତି ବେଶ୍ ଶୋଚନୀୟ ହୋଇପଡ଼ିଛି। ଗୋଟିଏ ଡଲାରର ମୂଲ୍ୟ ଦେଶରେ ୮୬ ଟଙ୍କା୫୮ ପଇସା ହୋଇଯାଇଛି।
-
4.ଭାରତୀୟ ସେନା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ତୃତୀୟ ଜେନେରେସନର ଆଣ୍ଟି ଟ୍ୟାଙ୍କ ଫାୟର-ଏଣ୍ଡ୍-ଫରଗେଟ୍ ଗାଇଡେଡ୍ ମିସାଇଲ(ଏଟିଜିଏମ୍) ନାଗ ଏମକେ ୨ର ସଫଳତାପୂର୍ବକ ପରୀକ୍ଷଣ କରିଛି ।
-
5.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଜମ୍ମୁ-କାଶ୍ମୀରର ସୋନମାର୍ଗ ଅଞ୍ଚଳରେ ଜେଡ୍-ମୋଡ୍ ସୁଡ଼ଙ୍ଗର ଉଦ୍ଘାଟନ କରିଛନ୍ତି, ଯଦ୍ଵାରା ଏହି ପର୍ଯ୍ୟଟନ ସ୍ଥଳୀକୁ ବର୍ଷ ସାରା ଯାତାୟତ ସୁଗମ ହୋଇଛି।
-
6.ମସ୍ତିଷ୍କାଘାତ ରୋଗୀଙ୍କୁ ଅଧିକ ପ୍ରଭାବଶାଳୀ ଭାବେ ମସ୍ତିଷ୍କକୁ ସଂକେତ ପ୍ରେରଣ ସହ ପୁନଃ ଗତିଶୀଳତା ପ୍ରଦାନ କରିବାରେ ସହାୟତା କରିବା ପାଇଁ ଏହି ପ୍ରୌଦ୍ୟୋଗିକ ପ୍ରତିଷ୍ଠାନ ବିଶ୍ୱର ପ୍ରଥମ ବ୍ରେନ୍-କମ୍ପ୍ୟୁଟର ଇଣ୍ଟରଫେସ୍ (ବିସିଆଇ)-ଆଧାରିତ ରୋବୋଟିକ୍ ହାତ ଏକ୍ସୋସ୍କେଲେସନ୍ (ହାତରେ ପିନ୍ଧାଯାଉଥିବା ଯାନ୍ତ୍ରିକ ଉପକରଣ) ବିକଶିତ କରିଛି।
-
7.ପ୍ରୟାଗରାଜରେ ମହାକୁମ୍ଭର ମହାଶୁଭାରମ୍ଭ। ଦେଢ଼ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ପୌଷ ପୂର୍ଣ୍ଣମୀର ଶୁଭ ଯୋଗରେ ଭୋରରୁ ବୁଡ଼ ପକାଇଛନ୍ତି ।
-
8.ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, ଗ୍ରାମୀଣ ଅର୍ଥନୀତି ଏବଂ ଗ୍ରାମୀଣ ଘରୋଇ ଆୟରେ ପଶୁପାଳନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଭାରତରେ ବିଭିନ୍ନ ପ୍ରକାରର ପଶୁପାଳନ ପ୍ରଜାତି ଅଛନ୍ତି। ସେହି ସମସ୍ତ ପ୍ରଜାତି ଦେଶର ସମୃଦ୍ଧ କୃଷି ବିକାଶରେ ସହାୟତା ପ୍ରଦାନ କରିଥାନ୍ତି।
-
9.ଦେଶରେ ୧୯୭୫ରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିରେ ଜେଲରେ ଥିବା ସଂଗ୍ରାମୀଙ୍କୁ ୨୦ ହଜାର ଟଙ୍କା ପେନ୍ସନ୍ ଏବଂ ମାଗଣାରେ ଚିକିତ୍ସା ଯୋଗାଇଦେବା ପ୍ରସ୍ତାବକୁ ଓଡ଼ିଶା ସରକାର ଅନୁମୋଦନ କରିଛନ୍ତି।
-
10.ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଉପଲବ୍ଧ ହେବ।
-
11.ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଜାରି ରହିଛି । ଏହି ଧାନ କିଣା ବ୍ୟବସ୍ଥା ଆହୁରି ତ୍ୱରାନ୍ୱିତ ହୋଇଛି । ରାଜ୍ୟରେ ଧାନ କିଣା ପ୍ରକ୍ରିୟା ୨୭ ଜିଲ୍ଲାରେ ଜାରି, ଅନ୍ୟ ଜିଲ୍ଲାରେ ଖୁବଶୀଘ୍ର କରାଯିବ।
-
12.ଦିଲ୍ଲୀ ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଘୋଷଣା । ଓଡ଼ିଶାର ପ୍ରତି ପଞ୍ଚାୟତରେ ହେବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ।
-
13.ଅମଳ ପରବର୍ତ୍ତୀ ଫସଲ କ୍ଷତି ଆକଳନ କାର୍ଯ୍ୟ ଶେଷ ହୋଇଛି । ସୋମବାର ସୁଦ୍ଧା ପ୍ରାୟ ୧ ଲକ୍ଷ କ୍ଷତିଗ୍ରସ୍ତ ପ୍ଲଟ ବାବଦକୁ ମୋଟ ୨୧ କୋଟି ୯୬ ଲକ୍ଷ ଟଙ୍କା କ୍ଷତିପୂରଣ ସିଧାସଳଖ ଚାଷୀମାନଙ୍କର ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଛି । ବୀମା କମ୍ପାନୀମାନଙ୍କ ପକ୍ଷରୁ ଏହି କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ସୂଚାରୁ ରୂପେ ଜାରି ରହିଛି ।
-
14.ମଧ୍ୟପ୍ରଦେଶ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ପଣ୍ଡିତ ବିଷ୍ଣୁ ରଜୋରିଆ ୪ସନ୍ତାନ ଜନ୍ମ କଲେ ମିଳିବ ୧ଲକ୍ଷ । ଯୁବ ବ୍ରାହ୍ମଣ ଦମ୍ପତିଙ୍କ ପାଇଁ ଏହି ଘୋଷଣା କରିଛନ୍ତି।
-
15.ଜାନୁଆରି ୧୫ତାରିଖରେ ଗଣଯୋଗାଯୋଗର ନେଟ୍ ପରୀକ୍ଷା ହେବାର ଥିଲା, ଯାହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।