-
1.ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗୁରୁବାର ସକାଳେ ଦୁଇଟି ଭାରତୀୟ ଉପଗ୍ରହକୁ ମହାକାଶରେ ଡକିଂ ବା ସଂଯୋଗ କରାଇବାରେ ସଫଳ ହୋଇଛି।
-
2.ତାଞ୍ଜାନିଆରେ ମାର୍ବର୍ଗ ଭୂତାଣୁ ବ୍ୟାପିବା ପରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାରୁ ଦେଶ ଓ ଏହାର ପଡ଼ୋଶୀ ଦେଶରେ ଚିନ୍ତା ବଢ଼ିଯାଇଛି। ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି।
-
3.ଗାଜା ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ଇସ୍ରାଏଲ ଆକ୍ରମଣରେ ଗାଜାରେ ୪୬ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୪୦ ହଜାରରୁ ଅଧିକଙ୍କୁ ଚିହ୍ନଟ କରାଯାଇଛି। ମୃତକଙ୍କ ମଧ୍ୟରେ ୧୩,୩୧୯ ଜଣ ଶିଶୁ ଅଛନ୍ତି।
-
4.ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋବ ସୁବିୟାଣ୍ଟୋ ମୁଖ୍ୟ ଅତିଥି ହେବେ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି।
-
5.ବହୁ ପ୍ରତୀକ୍ଷିତ ଅଷ୍ଟମ ବେତନ ଆୟୋଗ ଗଠନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମଞ୍ଜୁରି ଦେବାପରେ କର୍ମଚାରୀ ଖୁସ୍।
-
6.ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗୁରୁବାର ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି ।
-
7.ବଦଳିବ ଅଙ୍ଗନବାଡ଼ି କର୍ମୀ/ଶିକ୍ଷକଙ୍କ ଯୋଗ୍ୟତା। ଦ୍ବାଦଶ କିମ୍ବା ତଦୁର୍ଦ୍ଧ ଯୋଗ୍ୟତାଧାରୀ ଅଙ୍ଗନବାଡ଼ି ଶିକ୍ଷକଙ୍କୁ ଶୈଶବ ଯତ୍ନ ଓ ଶିକ୍ଷା(ଇସିସିଇ)ରେ ୬ ମାସିଆ ପ୍ରମାଣପତ୍ର ହାସଲ କରିବାକୁ ପଡ଼ିବ। ନିମ୍ନ ଶିକ୍ଷାଗତ ଯୋଗ୍ୟତା ଥିବା ବ୍ୟକ୍ତିଙ୍କ ପାଇଁ ଏକବର୍ଷିଆ ଡିପ୍ଲୋମା କାର୍ଯ୍ୟକ୍ରମ ଦିଆଯିବ।
-
8.ସମଗ୍ର ବିଶ୍ବରେ ୪୦.୨ କୋଟି ଲୋକ କାମ କରିବାକୁ ଚାହୁଛନ୍ତି, କିନ୍ତୁ ସେମାନଙ୍କୁ କାମ ମିଳୁନାହିଁ। ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍ଓ) ଏହାର ରିପୋର୍ଟରେ ଏକଥା ଜଣାଇଛି। ୧୮.୬ କୋଟି ଲୋକ ସମ୍ପୂର୍ଣ୍ଣ ବେକାର ହୋଇ ବୁଲୁଥିବା ବେଳେ ୧୩.୭ କୋଟି ଲୋକ କାମ ପାଇଁ ନିଜକୁ ଉପଲବ୍ଧ କରିପାରିନାହାନ୍ତି। ୭.୯ କୋଟି ଲୋକ କାମ ଖୋଜିଖୋଜି ହତାଶ ହୋଇପଡ଼ିଛନ୍ତି।
-
9.ଓଡିଶାରେ ରାଜ୍ୟର ରାସନ କାର୍ଡ ହିତାଧିକାରୀମାନେ ସେମାନଙ୍କ ଆଧାରକାର୍ଡ ଇ-କେୱାଇସି କରିବା ଜରୁରୀଅଟେ।
-
10.ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଘୋଷଣା କରିଛି ଯେ ନ୍ୟାସନାଲ ଏଲିଜିବିଲିଟି-କମ୍-ଏଣ୍ଟ୍ରାନ୍ସ ଟେଷ୍ଟ ବା NEET (UG)-୨୦୨୫ ପେନ୍ ଆଣ୍ଡ୍ ପେପର୍ ମୋଡ୍ (OMR-ଆଧାରିତ) ରେ ଗୋଟିଏ ଦିନ ଏବଂ ଗୋଟିଏ ସିଫ୍ଟରେ କରାଯିବ।
-
11.ଆଦାନୀ ଗ୍ରୁପର ୧୫୦ ବିଲିଅନର ପର୍ଦ୍ଦାଫାଶ କରି କମ୍ପାନୀକୁ ଦୋହଲାଇ ଦେଇଥିବା ହିଣ୍ଡେନଗ୍ରୁପରେ ତାଲା ପଡିଛି। ହିଣ୍ଡେନବର୍ଗର ପ୍ରତିଷ୍ଠାତା ଆଣ୍ଡରସନ, ଫାର୍ମକୁ ବନ୍ଦ କରିବା ନେଇ ବଡ଼ ଘୋଷଣା କରିଛନ୍ତି।
-
12.ଭୋଜପୁରୀ ସିନେମା ଶିଳ୍ପରୁ ଏକ ଦୁଃଖଦ ଖବର ଆସିଛି। ଲୋକପ୍ରିୟ ଅଭିନେତା ସୁଦୀପ ପାଣ୍ଡେଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଖବର ମିଳିଛି।
-
13.ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ତାଙ୍କ ମୁମ୍ବାଇର ବାନ୍ଦ୍ରାସ୍ଥିତ ଘରେ ଆକ୍ରମଣକାରୀ ଛଅଥର ଛୁରାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଆକ୍ରମଣକାରୀଙ୍କ ଛୁରୀର ଏକ ଅଂଶ ଭାଙ୍ଗି ସୈଫଙ୍କ ମେରୁଦଣ୍ଡ ଭିତରକୁ ପଶିଯାଇଥିଲା।
-
14.୫୦ ବର୍ଷ ବୟସରେ ଗ୍ରାଜୁଏଟ୍ ହୋଇଥିଲେ ଅକ୍ଷୟ କୁମାରଙ୍କ ସ୍ତ୍ରୀ ଜଣାଶୁଣା ବଲିଉଡ ଅଭିନେତ୍ରୀ ଟ୍ୱିଙ୍କଲ ଖାନ୍ନା । ସେ ଲଣ୍ଡନ ୟୁନିଭର୍ସିଟିରୁ ଫିକ୍ସନ ରାଇଟିଙ୍ଗରେ ମାଷ୍ଟର ଡିଗ୍ରୀ ଶେଷ କରିଥିଲେ ।
-
15.କଳିଙ୍ଗ ଷ୍ଟାଡିୟମରେ ଫେବୃଆରୀ ୧୫ରୁ ଆରମ୍ଭ ହେବ ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି।