-
1.ଓଡ଼ିଶା ସମଗ୍ର ଦେଶରେ ଆର୍ଥିକ ସ୍ବାସ୍ଥ୍ୟ କ୍ଷେତ୍ରରେ ସବୁଠୁ ଭଲ ସ୍ଥିତିରେ ରହିଛି। ଓଡ଼ିଶାକୁ ନିତି ଆୟୋଗ ପ୍ରଶଂସା କରିଛି। ଆୟୋଗ ଜାରି କରିଥିବା ଆର୍ଥିକ ସ୍ବାସ୍ଥ୍ୟ ସୂଚୀ ୨୦୨୫ରେ ଓଡ଼ିଶା ଶୀର୍ଷ ସ୍ଥାନରେ ରହିଛି।
-
2.ୟୁନିସେଫ୍ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ କେବଳ ୨୦୨୪ରେ ଭାରତରେ ୫.୪୮ କୋଟି ପିଲା ଗ୍ରୀଷ୍ମଲହର ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଅତ୍ୟଧିକ ଉତ୍ତପ୍ତ ଦିନ ସାଙ୍ଗକୁ ବନ୍ୟା, ଭୂସ୍ଖଳନ, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ କେବଳ ପିଲାଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହେଉଛି ତାହା ନୁହେଁ, ଏହା ସେମାନଙ୍କ ଶିକ୍ଷାଗ୍ରହଣରେ ମଧ୍ୟ ବାଧା ସୃଷ୍ଟି କରୁଛି।
-
3.ଗୁଜରାଟର କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ (ଜିସିଏମ୍ଏମ୍ଏଫ୍) ର ପରିଚାଳନା ନିର୍ଦ୍ଦେଶକ ଜୟନ ମେହେଟ୍ଟା ଏ ବିଷୟରେ ସୂଚନା ଦେଇ କହିଛି, ଅମୁଲ ‘ତିନୋଟି ପ୍ରମୁଖ କ୍ଷୀର ଉତ୍ପାଦର ମୂଲ୍ୟ ଗୋଟିଏ ଟଙ୍କା ହ୍ରାସ କରାଯାଇଛି।
-
4.ଇଭିଏମ୍ (ଇଲେକ୍ଟ୍ରୋନିକ ଭୋଟିଂ ମେସିନ୍) ଯାଞ୍ଚ ପାଇଁ ଏକ ନୀତି ଆଣିବାକୁ ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନ ଉପରେ ପ୍ରଧାନ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଶୁଣାଣି କରିବେ।
-
5.ବ୍ରିଟେନରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଇମର୍ଜେନ୍ସି’ ପ୍ରଦର୍ଶନ ସମୟରେ ହିଂସାତ୍ମକ ଘଟଣାକୁ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗଭୀର ଉଦ୍ବେଗ ପ୍ରକାଶ କରିଛି।
-
6.ଆମେରିକାରେ ଏବେ ବେଆଇନ ଆପ୍ରବାସୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଚାଲିଛି। ନୂଆ ପ୍ରଶାସନ ଶପଥ ନେବାର ମାତ୍ର ୩ ଦିନ ମଧ୍ୟରେ ଆମେରିକାରେ ୫୩୮ ଜଣ ବେଆଇନ ଆପ୍ରବାସୀ ଗିରଫ ହେଲେଣି ଏବଂ ଶତାଧିକ ଆପ୍ରବାସୀଙ୍କୁ ଦେଶରୁ ତଡ଼ି ଦିଆଯାଇଛି।
-
7.ହାମାସ ଆଉ ୪ ଜଣ ମହିଳା ବନ୍ଧକଙ୍କ ନାମ ପ୍ରକାଶ କରିଛି। ଗାଜା ଉପତ୍ୟକାରେ ଘୋଷିତ ଅସ୍ତ୍ରବିରତି ଅଧୀନରେ ଏହି ବନ୍ଦୀମାନଙ୍କୁ ଶନିବାର ମୁକ୍ତ କରାଯିବ ।
-
8.ଅଭିନେତ୍ରୀ ମମତା କୁଲକର୍ଣ୍ଣି ଦୀର୍ଘ ଦୀର୍ଘ ୨୫ବର୍ଷ ପରେ ଭାରତ ଫେରି ଆସିବା ଖବର ପାଇବା ପରେ ତାଙ୍କ ଫ୍ୟାନ୍ସମାନେ ଖୁବ ଖୁସି ହୋଇଯାଇଥିଲେ।
-
9.ୱାକଫ ସଂଶୋଧନ ବିଲ ଉପରେ ସଂସଦୀୟ କମିଟି ବୈଠକରେ ଶୁକ୍ରବାର ପ୍ରବଳ ହଟ୍ଟଗୋଳ ହୋଇଥିଲା। ହଟ୍ଟଗୋଳ ଥମି ନଥିବା ଦେଖି, କମିଟିର ୧୦ ଜଣ ଏମ୍ପିଙ୍କୁ ପୂରା ଦିନ ପାଇଁ କମିଟିର ସଦସ୍ୟତାରୁ ନିଲମ୍ବିତ କରାଯାଇଥିଲା।
-
10.ଚଳିତ ବର୍ଷ ୪୦ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଶୁକ୍ରବାର ବଜେଟ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ସରକାର ୪୦ ହଜାର ନିଯୁକ୍ତି ଦେବେ।
-
11.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଫେବୃଆରୀରେ ମହାକୁମ୍ଭରେ ସ୍ନାନ କରିବେ। ତାଙ୍କର କାର୍ଯ୍ୟକ୍ରମ ଘୋଷଣା କରାଯାଇଛି।
-
12.ଓଡ଼ଶା ସରକାର ଅକ୍ଷୟ ଶକ୍ତିକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏପରିକି ୨୦୨୭ ସୁଦ୍ଧା ରାଜ୍ୟରେ ୩ ଲକ୍ଷ ରୁଫ୍ ଟପ୍ ସୋଲାର ପ୍ୟାନେଲ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି, ଯାହା ସବୁଜ ଶକ୍ତି ଆଡ଼କୁ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।
-
13.ଆମେରିକାରେ ପ୍ରବାସନ ଆଇନକୁ କଡକାଡି କରାଯାଇଛି। ବିଦେଶୀ ନାଗରିକଙ୍କ ଆମେରିକା ଆଗମନ ଉପରେ କଡା ନଜର ରଖାଯାଇଛି। ଏହି କ୍ରମରେ ନିଜ ସନ୍ତାନଙ୍କୁ ଭେଟିବା ଲାଗି ଆମେରିକା ଯାଇଥିବା ଏକ ଭାରତୀୟ ଦମ୍ପତିଙ୍କୁ ପ୍ରବେଶ ଅନୁମତି ମିଳି ନାହିଁ। ଦମ୍ପତି ଦ୍ବୟ ବି-୧/ବି-୨ ପରିଦର୍ଶନ ଭିସାରେ ଆମେରିକା ଯାଇଥିଲେ।
-
14.ଯୁକ୍ତରାଷ୍ଟ୍ର ଆମେରିକା ୧୯୪୮ ମସିହାରେ ହୁ’ର ପ୍ରତିଷ୍ଠାତା ସଦସ୍ୟ ଥିଲା ଏବଂ ସେବେଠାରୁ ବିଶ୍ୱ ସ୍ୱାସ୍ଥ୍ୟ ପରିଷଦ ଏବଂ କାର୍ଯ୍ୟନିର୍ବାହୀ ବୋର୍ଡରେ ସକ୍ରିୟ ଅଂଶଗ୍ରହଣ ସମେତ ଅନ୍ୟ ୧୯୩ଟି ସଦସ୍ୟ ରାଷ୍ଟ୍ର ସହିତ ଡବ୍ଲ୍ୟୁଏଚଓର କାର୍ଯ୍ୟକୁ ଆକାର ଦେବା ଏବଂ ପରିଚାଳନା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
-
15.ନୂଆପଡ଼ା ଜିଲା ଓ ଛତିଶଗଡ଼ ଗରିଆବନ୍ଦ ସୀମା କୁଲାରିଘାଟ ଜଙ୍ଗଲରେ ସୁରକ୍ଷାବାହିନୀ-ମାଓବାଦୀ ଗୁଳି ବିନିମୟରେ ନିହତ ହୋଇଥିବା ୧୬ ମାଓବାଦୀଙ୍କ ମଧ୍ୟରୁ ୧୨ ଜଣଙ୍କ ପରିଚୟ ମିଳିଛି। ମୃତକ ୧୨ ଜଣ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଓଡ଼ିଶାର ବୋଲି ଜଣାପଡ଼ିଛି।