1. ଆର୍ଯ୍ୟ ସମାଜର ଜଣାଶୁଣା ସନ୍ଥ ସ୍ବାମୀ ଅଗ୍ନିବେଶଙ୍କର ଆଜି ନୂଆଦିଲ୍ଲୀର ଏକ ଡ଼ାକ୍ତରଖାନାରେ ୮୦ ବର୍ଷ ବୟସରେ ପରଲୋକ ଘଟିଛି ।
2. ହୋମ୍ ଡେଲିଭରୀରେ ଆମୱେ ଇଣ୍ଡିଆର ୨୦୦% ବୃଦ୍ଧି ।
3. ଆସନ୍ତା ସେପ୍ଟେମ୍ବର ୧୪ ତାରିଖରୁ ମାଟ୍ରିକ୍ ସପ୍ଲିମେଂଟାରୀ ପରୀକ୍ଷା ଆରମ୍ଭ ହେବ । ଏହାସହ ଓପନ୍ ସ୍କୁଲ ସପପ୍ଲିମେଂଟାରୀ ପରୀକ୍ଷା ମଧ୍ୟ ସେହି ଦିନ ଠାରୁ ଆରମ୍ଭ ହେବ ।
4. ସଫେଇ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ‘ଗରିମା’ କାର୍ଯ୍ୟକ୍ରମ – ୫୦ କୋଟିର କର୍ପସ ପାଣ୍ଠି ଏବଂ ସଫେଇ କର୍ମଚାରୀଙ୍କ ପାଇଁ ରାଜ୍ୟ କମିଶନ ଗଠନ କରାଯିବ – ମୁଖ୍ୟମନ୍ତ୍ରୀ ।
5.ବନ୍ୟା ପ୍ରଭାବିତ ଚାଷୀ ପାଇଁ ବଡ ଘୋଷଣା । ୩୦୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
6.ମସ୍କୋରେ ଭାରତ-ଚୀନ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ କଥାବାର୍ତ୍ତା ଶେଷ,ସୀମାରେ ଶାନ୍ତି ପାଇଁ ଉଭୟ ଦେଶ ମଧ୍ୟରେ ପଞ୍ଚସୂତ୍ରୀ ସହମତି,ଏସ୍. ଜୟଶଙ୍କର-ୱାଙ୍ଗ ୟି କଥାବାର୍ତ୍ତା ନେଇ ମିଳିତ ବିବୃତି,ବର୍ତ୍ତମାନର ସୀମା ସ୍ଥିତି କୌଣସି ଦେଶକୁ ଲାଭବାନ କରିବ ନାହିଁ, ବିବାଦ ଦୂର ପାଇଁ ଉଭୟ ଦେଶର ନେତା ଯତ୍ନବାନ ହେବେ |
7.ସେପ୍ଟେମ୍ବର ୧୪ରୁ ହାଇସ୍କୁଲ ସାର୍ଟିଫିକେଟ୍ ଓ ଓପଲ ସ୍କୁଲ ସାର୍ଟିଫିକେଟ ସପ୍ଲିମେଂଟାରୀ ପରୀକ୍ଷା ଆରମ୍ଭ । ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶଙ୍କ ସୂଚନା । ୧୫୩ଟି କେନ୍ଦ୍ରରେ ହେବ ସପ୍ଲିମେଂଟାରୀ ପରୀକ୍ଷା
8.୧୪ ଟି ରାଜ୍ୟକୁ ୬,୧୯୫ କୋଟି ଟଙ୍କା ପ୍ରଦାନ କଲା କେନ୍ଦ୍ର, ଯେଉଁ ୧୪ଟି ରାଜ୍ୟକୁ ସରକାର ଏହି ଟଙ୍କା ଦେଇଛନ୍ତି ସେଗୁଡ଼ିକ ହେଲା ମଧ୍ୟରେ ହିମାଚଳ ପ୍ରଦେଶ, କେରଳ, ମଣିପୁର, ଆନ୍ଧ୍ରପ୍ରଦେଶ, ଆସାମ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ସିକ୍କିମ, ତାମିଲନାଡୁ ଏବଂ ତ୍ରିପୁରା ଅନ୍ତର୍ଭୁକ୍ତ!!
9.ଅକ୍ଟୋବରରେ ଖୋଲିପାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଅକ୍ଟୋବରରେ ଖୋଲିବାକୁ ବିଚାର ବିମର୍ଶ ଚାଲୁ ରହିଛି ବୋଲି ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲ୍ ସୂଚନା ଦେଇଛନ୍ତି।
10.ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାରଙ୍କ ୩୦୦ କୋଟିର ପ୍ୟାକେଜ୍ ଘୋଷଣା, ହେକ୍ଟର ପିଛା ମିଳିବ ୬,୮୦୦ ଟଙ୍କା।