-
1.ଗଙ୍ଗା, ଯମୁନା ଓ ସରସ୍ୱତୀର ନଦୀର ମିଳନସ୍ଥଳ ‘ତ୍ରିବେଣୀ ସଙ୍ଗମ’ ପାଲଟିଛି ଦେଶବାସୀଙ୍କ ବିଶ୍ୱାସର ସଙ୍ଗମ।ଏ ବର୍ଷ ମହାକୁମ୍ଭ ମେଳା ଅନୁଷ୍ଠିତ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ୪୦ କୋଟି ଟପିଯିବାର ସମ୍ଭାବନା ରହିଛି।
-
2.ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
-
3.ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ବିଭିନ୍ନ ସ୍ଥାନରେ ଦେଖାଯାଉଥିବା ରହସ୍ୟମୟ ଡ୍ରୋନ୍ଗୁଡ଼ିକୁ 'ଖସାଇ' ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରହସ୍ୟମୟ ଡ୍ରୋନ୍ ପ୍ରଥମେ ନ୍ୟୁଜର୍ସିରେ ଦେଖିବାକୁ ମିଳିଥିଲା ।
-
4.ଭୂଷଣ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ (ବିଏସ୍ପିଏଲ୍)ର ୪୦୨୫ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ହସ୍ତାନ୍ତର କରାଯାଇଛି।
-
5.ଭୁବନେଶ୍ବରରେ ପ୍ରଥମ ଥର ପାଇଁ ସ୍ଥାପିତ ବିଶ୍ବର ଅନନ୍ୟ ଆକୃତିର ଅତ୍ୟାଧୁନିକ ଆବାସିକ ବ୍ୟାଡ୍ମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ର ବା ହାଇ ପର୍ଫରମାନ୍ସ ସେଣ୍ଟରର ନିର୍ମାଣ କାର୍ଯ୍ୟ ଡାଲମିଆ ଭାରତ ଲିମିଟେଡ୍ କମ୍ପାନି ଦ୍ବାରା କରାଯାଇଛି।
-
6.ବିଶ୍ବର ସବୁଠୁ ଲୋକପ୍ରିୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍ ଚାଟ୍ଜିପିଟି ବିକାଶ କରିଥିବା ସଂସ୍ଥା ଓପନ୍ଏଆଇରେ ଘଟୁଥିବା ଗୋପନ କଥାଗୁଡ଼ିକୁ ପ୍ରଘଟ କରିଥିବା ୨୬ ବର୍ଷୀୟ ଭାରତୀୟ ଯୁବକ ସୁଚିର ବାଲାଜୀଙ୍କ ମୃତ୍ୟୁ ହୋଇଛି।
-
7.ଆଧାର କାର୍ଡ ପୁରୁଣା ତେବେ ଏହାକୁ ଅପଡେଟ୍ କରିନେବା ଉଚିତ। ସମୟସୀମା ୬ ମାସକୁ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଏହାକୁ ୧୫ଜୁନ୍ ୨୦୨୫କୁ ବୃଦ୍ଧି କରାଯାଇଛି।
-
8.ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ବନ୍ଧକମୁକ୍ତ କୃଷିଋଣ ପରିମାଣ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। ୨୦୨୫ ଜାନୁଆରୀ ୧ରୁ ଏହା ଲାଗୁ ହେବ।
-
9.ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନଭି ମୁମ୍ବଇ ଆଇଆଇଏ(ଏନଏମଆଇଆଇଏ) କମ୍ପାନୀର ୭୪ ପ୍ରତିଶତ ଅଂଶଧନ କିଣିଛନ୍ତି। ଏଥିପାଇଁ ରିଲାଏନ୍ସ ୧୬୨୮ କୋଟି ଟଙ୍କା ଖର୍ଚ୍ଚ କରିଛି।
-
10.ଆମେରିକାର ଖ୍ୟାତନାମା ପତ୍ରିକା ଫୋର୍ବସ ପକ୍ଷରୁ ଚଳିତବର୍ଷର ସବୁଠୁ ପ୍ରଭାବଶାଳୀ ୧୦୦ ମହିଳାଙ୍କ ତାଲିକା ପ୍ରକାଶ କରାଯାଇଛି। ଏହି ତାଲିକାରେ ଭାରତର ତିନିଜଣ ମହିଳା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆଇଟି କମ୍ପାନୀ ଏଚସିଏଲ ଟେକ୍ନୋଲୋଜିର ଅଧ୍ୟକ୍ଷା ରୋଶନୀ ନାଦର ମାଲହୋତ୍ରା ଏବଂ ବାୟୋଫାର୍ମାସ୍ୟୁଟିକାଲ କମ୍ପାନୀ ବାଓକନ୍ ଅଧ୍ୟକ୍ଷା କିରଣ ମଜୁମଦାର ଶ’ ସ୍ଥାନ ପାଇଛନ୍ତି ।
-
11.ବିନା ଜରୁରୀ ଆବଶ୍ୟକତାରେ ଜରୁରିକାଳୀନ ପରିସ୍ଥିତି ଓ ସାମରିକ ଆଇନ ଲାଗୁ କରିବାକୁ ନେଇ ଦକ୍ଷିଣ କୋରିଆରେ ରାଜନୈତିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ୟୁନ୍ ସୁକ୍ ୟିଓଲ ମହାଭିଯୋଗରେ ନିଲମ୍ବିତ ହୋଇଛନ୍ତି।
-
12.ଗତକାଲି ରାତିରେ କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡ଼ାରେ ଘଟିଛି ଏକ ଘଟଣା। ଯାତ୍ରା ଆରମ୍ଭ ହେବା ପୂର୍ବରୁ ଭୁଶୁଡ଼ି ଗଲା ଲୁହାରେ ତିଆରି ଉଚ୍ଚ ଏଣ୍ଟ୍ରି ଗେଟ୍। ଗେଟ୍ ତଳେ ଚାପି ହୋଇ ଆହତ ହେଲେ ୩୦ରୁ ଅଧିକ ଦର୍ଶକ।
-
13.ଓଡ଼ିଶାର ଦକ୍ଷିଣରୁ ଉତ୍ତରକୁ ଯୋଡାଯିବ। ମାଲକାନଗିରି ଶେଷ ସୀମା ମୋଟୁରୁ ମୟୂରଭଞ୍ଜର ତିରିଂ ପର୍ଯ୍ୟନ୍ତ ୬ ଲାଇନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ। ରେଳ ଲାଇନ୍ ଓ ଏନ୍ଏଚ୍ କାମକୁ ତ୍ୱରାନ୍ୱିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
-
14.ମାଲକାନଗିରିରେ ୪୦୦୦ କୋଟି ଟଙ୍କା ବିନିଯୋଗରେ ସିମେଣ୍ଟ କାରଖାନା ପ୍ରତିଷ୍ଠା କରାଯିବ। ଏଥିରେ ୨୦୦୦ରୁ ଅଧିକ ଯୁବକ ଓ ଯୁବତୀ ନିଯୁକ୍ତି ପାଇବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
-
15.ରାଜ୍ୟ ସ୍ବାସ୍ଥ୍ୟ ରାଜ୍ୟ ମନ୍ତ୍ରୀ ପ୍ରତାପ ରାଓ ଯାଦବ ଲୋକ ସଭାରେ ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ଡିସେମ୍ବର ୧୧ ପର୍ଯ୍ୟନ୍ତ ଆୟୁଷ୍ମାନ ଭାରତ ଯୋଜନାରେ ୩ ଲକ୍ଷ ୪୨ ହଜାର ୯୮୮ ଠକେଇ ମାମଲା ରୁଜୁ ହୋଇଛି ଯେଉଁଥିରେ ଅନାବଶ୍ୟକ କିମ୍ବା ନକଲି ଅସ୍ତ୍ରୋପଚାର ମଧ୍ୟ ରହିଛି।