-
1.ଦେଶରେ ମୁଣ୍ଡପିଛା ଆୟ ୨୦୧୯-୨୦ ତୁଳନାରେ ୪୧ ପ୍ରତିଶତ ବୃଦ୍ଧି ପାଇ ୨୦୨୩-୨୪ରେ ୨,୧୧,୭୨୫ ଟଙ୍କା ହୋଇଛି। ମୁଣ୍ଡପିଛା ଆୟ ବଢ଼ାଇବାରେ ସବୁ ରାଜ୍ୟକୁ ପଛରେ ପକାଇ ଦେଇଛି ଛୋଟ ରାଜ୍ୟ ସିକିମ୍। ଓଡ଼ିଶା ୧୫ତମ ସ୍ଥାନରେ ରହିଛି।
-
2.ଦେଶରେ ଧନୀ ଲୋକଙ୍କ ସଂଖ୍ୟାରେ ହେଉଥିବା ବୃଦ୍ଧିର ପ୍ରଭାବ ରିଅଲ ଇଷ୍ଟେଟ୍ ଶିଳ୍ପରେ ଦେଖିବାକୁ ମିଳିଛି। ୧୦୦ କୋଟି ଟଙ୍କାରୁ ଅଧିକ ଦାମ୍ର ଘର କିଣିବା ଲାଗି ଯେଭଳି ଏବେ ଦୌଡ଼ ଚାଲିଛି।
-
3. ହିରୋ ମୋଟୋକର୍ପ କମ୍ପାନୀ ଭାରତରେ ତିନୋଟି ବାଇକ୍ ସଂପୂର୍ଣ୍ଣ ଭାବେ ବନ୍ଦ କରି ଦେଇଛି। ହଁ, ବର୍ତ୍ତମାନ ଆପଣ ହିରୋ Xpulse 200T 4V, Xtreme 200S 4V ଏବଂ Passion Xtec କିଣିବାକୁ ସକ୍ଷମ ହେବେ ନାହିଁ |
-
4.ଆଗାମୀ ଦୁଇ ବର୍ଷରେ ପ୍ରତି ପଞ୍ଚାୟତରେ ଥିବ ହେଲ୍ଥ ଆଣ୍ଡ ୱେଲନେସ ସେଣ୍ଟର ଖୋଲାଯିବ। ନ୍ୟାସନାଲ ଡାଏଲିସିସ ମିସନ ଅଧୀନରେ ରାଜ୍ୟରେ ପିପିପି ମୋଡରେ ଡାଏଲିସିସ ସେଣ୍ଟର ଖୋଲାଯିବ।
-
5.ରୋଷେଇ ଲାଗି ପାଇପ୍ ଜରିଆରେ ଗ୍ରାହକଙ୍କୁ ପ୍ରଦାନ କରାଯାଉଥିବା ଘରୋଇ ପିଏନ୍ଜି ଗ୍ୟାସ୍ର ଦର ହ୍ରାସ ପାଇଛି। ଚଳିତ ବର୍ଷ ଅକ୍ଟୋବରରେ ଭୁବନେଶ୍ବରରେ ପାଇପ୍ ଗ୍ୟାସ୍ର ୟୁନିଟ୍ ପିଛା ଦାମ୍ ୫୭ ଟଙ୍କା ୧୮ ପଇସା ଓ କଟକରେ ୫୭ ଟଙ୍କା ୨୧ ପଇସା ଥିଲା। ଡିସେମ୍ବର ୧୬ରୁ ତାହା ୪୮ ଟଙ୍କା ୩୩ ପଇସା ଓ ୪୮ ଟଙ୍କା ୩୬ ପଇସାକୁ ହ୍ରାସ ପାଇବ। ଭୁବନେଶ୍ବର ଓ କଟକର ୧୮ ହଜାରରୁ ଅଧିକ ଗ୍ରାହକ ଉପକୃତ ହେବେ।
-
6.କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଦ୍ଵାରା ପରିଚାଳିତ ଆଇଏଏସ୍ ପରୀକ୍ଷା-୨୦୨୩ରେ ଦ୍ଵିତୀୟ ରାଙ୍କ ରଖିଥିବା ଓଡ଼ିଆ ପୁଅ ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି।
-
7.ଆମେରିକାରେ ଜଣେ ବ୍ୟକ୍ତିଙ୍କୁ ୧୦୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଯଦି ସେ ଏହି ଦଣ୍ଡ ପୂରଣ କରନ୍ତି ଏବଂ ବଞ୍ଚନ୍ତି, ତେବେ ସେ ୨୧୨୦ ମସିହାରେ ପାରୋଲ ପାଇଁ ଯୋଗ୍ୟ ହେବେ। ବର୍ତ୍ତମାନ ତାଙ୍କର ବୟସ ୩୨ ବର୍ଷ ଅଟେ ।
-
8.ସିରିଆର ପରିସ୍ଥିତିକୁ ନେଇ ଇସ୍ରାଏଲ ପକ୍ଷରୁ ଜୋର୍ଡାନ ସହିତ ଗୁପ୍ତ ଆଲୋଚନା ଜାରି ରହିଛି। ଇସ୍ରାଏଲ ଅଧିକୃତ ୱେଷ୍ଟବ୍ୟାଙ୍କକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବିଷୟରେ ଆଲୋଚନା କରାଯାଉଛି।
-
9.ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ୭୩ ବର୍ଷ ବୟସରେ ପରଲୋକ ହୋଇଯାଇଛି।
-
10.ଗୁଜରାଟର ସୁରଟରେ ପୁଲିସ ୨.୫୭ କୋଟି ଟଙ୍କାର ଜାଲ୍ ନୋଟ୍ ଜବତ କରିଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି।
-
11.୪୬ ବର୍ଷ ପରେ ୟୁପିର ସମ୍ଭଲରେ ଖୋଲିଛି ଶିବ ମନ୍ଦିରର କବାଟ । ରବିବାର ଜିଲ୍ଲାର ଡିଏମ୍ ଓ ଏସ୍ ପି ମଧ୍ୟ ମନ୍ଦିର ଭିତରେ ପୂଜାର୍ଚ୍ଚନାରେ ଯୋଗ ଦେଇଥିଲେ।
-
12.ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦ୍ବିତା କରୁଥିବା କମଲା ହାରିସ୍ଙ୍କୁ ପ୍ରଭାବଶାଳୀ ମହିଳା ଭାବରେ ସମ୍ମାନିତ କରାଯାଇଛି।
-
13.ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିରୋଧରେ ମିଥ୍ୟା ଖବର ପ୍ରସାରଣ କରି ମାନହାନୀ ମାମଲାରେ ଫସିଥିଲେ ଆମେରିକାର ଅନ୍ୟତମ ପ୍ରଭାବଶାଳୀ ଗଣମାଧ୍ୟମ ପ୍ରତିଷ୍ଠାନ ଏବିସି ନ୍ୟୁଜ୍। ଏହି ମାମଲାରେ ସମାଧାନ ନିମନ୍ତେ ଏବିସି ନ୍ୟୁଜ୍ କର୍ତ୍ତୃପକ୍ଷ ରାଜି ହୋଇଛନ୍ତି। ସର୍ତ୍ତ ଅନୁସାରେ, ଏବିସି ନ୍ୟୁଜ୍ ‘ପ୍ରେସିଡେନ୍ସିଆଲ୍ ଫାଉଣ୍ଡେସନ୍ ଓ ମ୍ୟୁଜିଅମ୍’କୁ ୧୫ ନିୟୁତ ଆମେରିକୀୟ ଡଲାର ପ୍ରଦାନ କରିବ।
-
14.ବିଶ୍ବ ହିନ୍ଦୁ ପରିଷଦର ଏକ ସଭାରେ ‘ଭାରତରେ ସଂଖ୍ୟାଗରିଷ୍ଠ ମତକୁ ପ୍ରାଧାନ୍ୟ ଦେବା ଉଚିତ’ ବୋଲି ମତ ଦେଇ ବିବାଦୀୟ ହୋଇଥିବା ଆହ୍ଲାବାଦ ହାଇକୋର୍ଟର ବିଚାରପତି ଶେଖର ଯାଦବ ସ୍ପଷ୍ଟୀକରଣ ନିମନ୍ତେ ସୁପ୍ରିମକୋର୍ଟ କଲେଜିୟମ୍ ସମ୍ମୁଖରେ ହାଜର ହୋଇପାରନ୍ତି।
-
15. ପୁଣି ଥରେ ଦେଶ ପାଇଁ ଗୌରବ ଆଣିଛନ୍ତି ଉଦୀୟମାନ ସିନେନିର୍ଦ୍ଦେଶିକା ପାୟଲ୍ କପାଡ଼ିଆ। ପୂର୍ବରୁ ନିଜ ଫିଲ୍ମ ପାଇଁ କାନ୍ ଫିଲ୍ମ ଫେଷ୍ଟିଭାଲ୍ରେ ପୁରସ୍କୃତ ହୋଇସାରିଥିବା ବେଳେ ଏବେ ତାଙ୍କର ଆଉ ଏକ ଫିଲ୍ମ ଚର୍ଚ୍ଚାରେ ରହିଛି।