Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
261 29-04-2025 Odia
  1. 1.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟରେ ୭୧ ଜଣଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ୪ ଜଣଙ୍କୁ ପଦ୍ମବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଏବଂ ୫୭ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଛନ୍ତି।
  2. 2.ରାଷ୍ଟ୍ରପତି ମୁର୍ମୁ ଓଡ଼ିଶାର ୩ ବିଶିଷ୍ଟ ପ୍ରତିଭା- ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ଅଦ୍ବୈତ ଚରଣ ଗଡ଼ନାୟକ, ଖ୍ୟାତନାମା ଚିକିତ୍ସିକ ଡାକ୍ତର ଅଶୋକ କୁମାର ମହାପାତ୍ର ଓ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ଦୁର୍ଗାଚରଣ ରଣବୀରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି।

  3. 3.ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଉତ୍ତେଜନାମୂଳକ ଓ ସାମ୍ପ୍ରଦାୟିକ ସମ୍ବେଦନଶୀଳ ବିଷୟବସ୍ତୁ ପ୍ରସାରଣ କରିଥିବାରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୁପାରିସକ୍ରମେ ଭାରତରେ ମୋଟ ୬୩ ନିୟୁତ ସବ୍‌ସ୍କ୍ରାଇବର ଥିବା ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ନିଷିଦ୍ଧ କରାଯାଇଛି। 

  4. 4. ଭ‌ାରତୀୟ ନୌସେନା ସେନା ପାଇଁ ପ୍ରାୟ ୬୩ ହଜାର କୋଟି ଟଙ୍କାର ରାଫେଲ ମେରାଇନ ଯୁଦ୍ଧ ବିମାନ କିଣିବାପାଇଁ ଭ‌ାରତ ଏବଂ ଫ୍ରାନ୍ସ ମଧ୍ୟରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର ହୋଇଛି। 

  5. 5.ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ବିଗିଡ଼ିଛି। ଦୁଇ ଦେଶ ମୁହାଁମୁହିଁ ପରିସ୍ଥିତିରେ ଅଛନ୍ତି। ଏଭଳି ସମୟରେ ପାକିସ୍ତାନକୁ ଚୀନ ଓ ତୁର୍କୀ ସମର୍ଥନ ଦେବା ଆରମ୍ଭ କରିଛନ୍ତି।

  6. 6.ଦେଶର ଅଗ୍ରଣୀ ସୋଲାର ମଡ୍ୟୁଲ୍ ନିର୍ମାତା ଆଇକନ୍ ସୋଲାର ନୂଆ ନିବେଶ ପାଇଁ ଓଡ଼ିଶାର ଗୋପାଳପୁରକୁ ଚୟନ କରିଛି। କମ୍ପାନି ସେଠାରେ ଏକ ୨ ଗିଗାୱାଟ୍‌ର ସୋଲାର୍ ସେଲ୍‌ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା ରଖିଛି।

  7. 7.ସ୍ବତନ୍ତ୍ର ଓଡ଼ିଶାର ଗଠନର କର୍ଣ୍ଣଧାର ଥିଲେ ମଧୁବାବୁ। ଓଡ଼ିଶାକୁ ସ୍ବତନ୍ତ୍ର ଭାଷାଭିତ୍ତିକ ରାଜ୍ୟଗଠନ କରିବା ପାଇଁ ମଧୁବାବୁ ଜୀବନକାଳ ସଂଘର୍ଷ କରିଥିଲେ। ଏଥିପାଇଁ ଓଡ଼ିଶାବାସୀ ତାଙ୍କୁ ସର୍ବଦା ମନେରଖିବେ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବିଚାରପତି ଡ. ଜଷ୍ଟିସ୍‌ ସଞ୍ଜିବ କୁମାର ପାଣିଗ୍ରାହୀ କହିଛନ୍ତି। 

  8. 8.୮୯ ବର୍ଷରେ ଓଡ଼ିଆ ଚଳଚ୍ଚିତ୍ର ଇତିହାସ– ୧୯୩୬, ଏପ୍ରିଲ ୧ରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ଆଜିର ଦିନରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡ଼ିଆ କଥାକୁହା ଚଳଚ୍ଚିତ୍ର ‘ସୀତା ବିବାହ’।

  9. 9.ଦେଶରେ ୩୪୭୭ ମତ୍ସ୍ୟଗ୍ରାମ ରହିଥିବା ବେଳେ ସେଥିରୁ ୭୨୯ଟି ଗ୍ରାମ ଓଡ଼ିଶାରେ ରହିଛି। ମୁମ୍ବାଇରେ ଅନୁଷ୍ଠିତ ଉପକୂଳ ରାଜ୍ୟ ମତ୍ସ୍ୟ ସମ୍ମିଳନୀରେ ଜାରି କରାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। 

  10. 10.ଆସନ୍ତା ମାସରେ ବିଜୟ ଦିବସ ପାଳନର ୮୦ ବର୍ଷ ପୂର୍ତ୍ତି ଅବସରରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନରେ ଚାଲିଥିବା ସାମରିକ ଅଭିଯାନରେ ୭୨ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା କରିଛନ୍ତି।

  11. 11.ପାକିସ୍ତାନ ଆକାଶ ସୀମା ବନ୍ଦ ହେବ।  ପାକିସ୍ତାନକୁ ବିମାନ ସେବା ବନ୍ଦ କରାଯିବା ନେଇ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି।

  12. 12.ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ) କ୍ୟାମ୍ପସରେ ବିଶୃଙ୍ଖଳା ଆଚରଣ କରୁଥିବା ଅଭିଯୋଗରେ ୧୦୦ଜଣ ଛାତ୍ରଙ୍କ ବିରୋଧରେ ଭିସୁଟ କର୍ତ୍ତୃପକ୍ଷ ପଦକ୍ଷେପ ନେଇଛନ୍ତି।

  13. 13.ପହଲଗାମ୍‌ ଆକ୍ରମଣ ପରେ ପାକିସ୍ତାନୀମାନଙ୍କୁ ଭାରତ ଛାଡ଼ି ଚାଲିଯିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ତଦନୁଯାୟୀ ୨୪ରୁ ଅଦ୍ୟାବଧି ଅଟ୍ଟାରୀ-ଓ୍ବାଘା ସୀମା ଦେଇ ୫୩୭ ପାକିସ୍ତାନୀ ନାଗରିକ ଭାରତ ଛାଡ଼ିଛନ୍ତି।

  14. 14.ଓଡ଼ିଶାରେ ସମବାୟ ଆନ୍ଦୋଳନର ଆଦ୍ୟ ପ୍ରବକ୍ତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଆଜି ଭୁବନେଶ୍ୱର ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ଜମାକାରୀମାନଙ୍କ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ସମୁଦାୟ ୯,୫୩୭ ଜଣ ଜମାକାରୀ ୨୦ କୋଟି ୯୬ ଲକ୍ଷ ଟଙ୍କା ଫେରସ୍ତ ପାଇବାର ପ୍ରକ୍ରିୟା ଆରମ୍ଭ ହୋଇଛି।

  15. 15.୧୪ ବର୍ଷୀୟ ବୈଭବ ଜୟପୁରରେ ଇତିହାସରେ ରଚିଛନ୍ତି। ମାତ୍ର ୩୫ ବଲ୍‌ରେ ନିଜର ପ୍ରଥମ ଶତକ ହାସଲ କରି ଏହି ଯୁବ କ୍ରିକେଟର ସମସ୍ତଙ୍କୁ ଚମକାଇ ଦେଇଛନ୍ତି।

184 Y
262 29-04-2025 English
  1. 1.Three distinguished personalities from Odisha were conferred with Padma Shri by President Droupadi Murmu Monday for their outstanding contributions in various fields. The awardees are: Adwaita Charan Gadanayak and Durga Charan Ranbir for Art and Ashok Kumar Mahapatra for Medicine. Adwaita Charan Gadanayak, a renowned sculptor, is acclaimed for his profound works that embody Indian culture, spirituality, and heritage.

  2. 2.Political leaders cutting across party lines, including Chief Minister Mohan Charan Majhi, and different socio-cultural organisations paid homage to Utkal Gourav Madhusudan Das, fondly called Madhu Babu, on his 177th birth anniversary Monday.

  3. 3.Vaibhav Suryavanshi hits the fastest century for any Indian in the IPL as RR defeat GT by eight wickets.

  4. 4.The authorities of Veer Surendra Sai University of Technology (VSSUT) at Burla have taken disciplinary action against 100 students on charges of various forms of misconduct, including poor attendance, violation of university rules, and inappropriate behaviour.

  5. 5.The Supreme Court Monday called it an “important concern” and sought responses from the Centre and others on a plea seeking a ban on streaming of sexually explicit content on OTT and social media platforms.

  6. 6.Pakistan’s Defence Minister Khawaja Muhammad Asif Monday said a military incursion by neighbouring India is imminent in the aftermath of a deadly terrorist attack on tourists in Kashmir last week, as tensions rise between the two nuclear-armed nations.

  7. 7.Following Pahalgam terror attack that claimed 26 lives, including one from Odisha, the state government has decided to cancel ration cards illegally issued to foreign nationals over the years, officials said Monday.

  8. 8.Keeping in view the evolving situation across the country following the Pahalgam terror attack, the Indian Army and the Bhubaneswar-Cuttack Commissionerate of Police Monday held a strategic meeting and become familiar with each other so as to jointly face eventuality, if any.

  9. 9.The Odisha Crime Branch Monday arrested multiple fraudsters in connection with six major cases of cheating involving lakhs of rupees. Crime Branch director General Vinaytosh Mishra said the crackdown targeted individuals involved in cyber frauds, fake websites, and capital investment scams across different regions.

  10. 10. Bhitarkanika National Park will be out of bounds for tourists from May 1 to July 31 during a twomonth closure to accommodate the annual breeding season of saltwater crocodiles.

  11. 11.Panic gripped residents after a massive fire broke out Monday afternoon at the entry point of the IOCL refi nery at Paradip in Jagatsinghpur district.

  12. 12.Koraput Coffee has bagged two prestigious Fine Cup awards for its Arabica Washed and Arabica Naturals at the 2024 KYK (Know Your Kappi) Drive, organised by the Coffee Board of India. Recognised for exceptional taste and aroma, both the variants ranked among India’s top four coffees in the ‘Flavour of India’ competition.

  13. 13.West Bengal Chief Minister Mamata Banerjee Monday expressed hope that Digha would grow into an international tourist attraction after the newly-built Jagannath Temple is inaugurated April 30.

  14. 14.Extensive arrangements have been made across Brajbhumi’s temples for the smooth conduct of the Akshay Tritiya festival April 30 amid tight security and a detailed traffi c plan, offi cials here said Monday.

  15. 15.You are constructing huge highways but people are dying there because of lack of facilities, the Supreme Court Monday said as it pulled up the Centre over the delay in formulating a cashless scheme for treating motor accident victims.

111 Y
263 28-04-2025 Odia
  1. 1.ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ (ୟୁଏପିଏ) ଅଧୀନରେ ଜମ୍ମୁ-କାଶ୍ମୀର ପୁଲିସ ଆଜି ୬୪ ଜଣ ଆତଙ୍କବାଦୀ ସହଯୋଗୀଙ୍କ ଘରେ ଚଢ଼ଉ କରିଛି।  ନିଷିଦ୍ଧ ଆତଙ୍କବାଦୀ ସଂଗଠନର ଓଭର୍‌ଗ୍ରାଉଣ୍ଡ ୱାର୍କର୍ସ  ଏବଂ ଆତଙ୍କବାଦୀ ସହଯୋଗୀଙ୍କ ବାସଭବନରେ ବ୍ୟାପକ ଚଢ଼ଉ କରାଯାଇଥିଲା ବୋଲି ପୁଲିସ କହିଛି।

  2. 2.ପାକିସ୍ତାନ ମନ୍ତ୍ରୀ ହନିଫ୍‌ ଅବାସୀଙ୍କ ଅତ୍ୟନ୍ତ ଉତ୍ତେଜନାମୂଳକ ବୟାନ ଏବେ ଚର୍ଚ୍ଚାରେ ରହିଛି। ଭାରତ ଉପରେ ଆକ୍ରମଣ ପାଇଁ ପାକିସ୍ତାନ ୧୩୦ଟି ପରମାଣୁ ବୋମା ପ୍ରସ୍ତୁତ ରଖିଛି ବୋଲି ଅବାସୀ କହିଛନ୍ତି। 

  3. 3.ସିନ୍ଧୁ ଜଳ ଚୁକ୍ତି ଆଧାରରେ ପାଣି ପାଇଁ ଚିତ୍କାର କରୁଥିବା ପାକିସ୍ତାନ ଅଚାନକ ପିଓକେ (ପାକ୍‌ ଅଧିକୃତ କାଶ୍ମୀର)ରେ ବନ୍ୟାର ସମ୍ମୁଖୀନ ହୋଇଛି। ୨ ଶହରୁ ଅଧିକ ଗ୍ରାମ ପାଣି ଘେରକୁ ଆସିବା ସମ୍ଭାବନା ଥିବାରୁ ସେଠାରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। 

  4. 4.ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ରାମଜୀ ଲାଲ ସୁମନ ରବିବାର ଆଗ୍ରାରୁ ବୁଲନ୍ଦସହର ଯାଉଥିବା ବେଳେ ଆଲିଗଡ଼ରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ଗୋଭନା ଟୋଲ୍ ପ୍ଲାଜା ନିକଟରେ କରଣୀ ସେନା ସହିତ ଜଡିତ ଲୋକମାନେ କରିଥିଲେ।

  5. 5.ଓଡ଼ିଶା ରାଜକୋଷକୁ ସମୃଦ୍ଧ କରୁଛି ଖଣି ରାଜସ୍ବ। ରାଜ୍ୟରେ ଗଚ୍ଛିତ ଲୁହାପଥର ଓ ଏହାର ଉତ୍ତୋଳନ ହାରକୁ ହିସାବ କଲେ ଆଉ ମାତ୍ର ୬୨ବର୍ଷରେ ସବୁ ଲୁହାପଥର ଶେଷ ହୋଇଯିବ। 

  6. 6.ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷାରେ ପୁଣି ଜଣେ ଓଡ଼ିଆ ପୁଅ ଚମକିଛନ୍ତି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିବାସୀ ୟସ ଜୈନ ସର୍ବ ଭାରତୀୟ ନିଟ୍‌ ଏସ୍ଏ‌ସ୍‌(ସୁପର ସ୍ପେଶାଲିଟି ଏଣ୍ଟ୍ରାନ୍ସ ପରୀକ୍ଷା)-୨୦୨୫ରେ ସର୍ବ ଭାରତୀୟ ସର୍ବ ପଥ୍ରମ ହୋଇଛନ୍ତି। ସେ ସୁନିଲ ଜୈନ ଓ ମାତା ପୁଜା ଜୈନଙ୍କ ସୁପୁତ୍ର ଅଟନ୍ତି। 

  7. 7.ନିକଟରେ ସୁନା ଦରରେ ଅହେତୁକ ବୃଦ୍ଧି ଘଟିବା ପରେ ସେମାନଙ୍କ ପାଖରେ ଥିବା ସୁନାର ମୂଲ୍ୟ ୫୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଗତ ୧୫ ବର୍ଷ ଭିତରେ ଭାରତୀୟ ମହିଳାମ‌ାନେ ୧୨ ହଜାର ଟନ୍‌ର ସୁନା କିଣିଛନ୍ତି। 

  8. 8.ସତ୍ୟନଗରଠାରେ ଏକ ନୂଆ ଆଇଟି ଟାୱାର ସ୍ଥାପନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରସ୍ତାବିତ ଆଇଟି ଟାୱାରରେ ଆଇଟି କମ୍ପାନିଗୁଡ଼ିକ ଲାଗି ସମ୍ପୂର୍ଣ୍ଣ କାର୍ଯ୍ୟାଳୟ କ୍ଷେତ୍ର ବିକାଶ କରାଯିବ। ପ୍ରାୟ ୬ ଏକର ଜମିରେ ବିକାଶ ହେବାକୁ ଥିବା ଏହି ଆଇଟି ଟାୱାର ହେବ ଏକ ୩୪ ମହଲା କୋଠା।

  9. 9. ଭାରତ ଛାଡିଲେଣି ୫୩୭ ପାକିସ୍ତାନୀ, ୨୯ ଯାଏଁ ବଢ଼ିଲା ପାକିସ୍ତାନକୁ ଫେରିବା ସମୟସୀମା। ପାକିସ୍ତାନରୁ ଫେରିଛନ୍ତି ୧୩୮୭ ଜଣ ଭାରତୀୟ

  10. 10.ଉତ୍କଳ ବିଶ୍ବବିଦ୍ୟାଳୟ ପରିସରସ୍ଥ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡ. ବାବାଜୀ ଚରଣ ପଟ୍ଟନାୟକ, ମମତା ଦାଶ, ପ୍ରଫେସର ଶରତ ଚନ୍ଦ୍ର ଶତପଥୀ, ଡ. ନାରାୟଣ ଚନ୍ଦ୍ର ଶତପଥୀ, ଡ. ରମେଶ ପତ୍ରୀ ଏବଂ ହରିହର ଶୁକ୍ଳଙ୍କୁ ସତ୍ୟବାଦୀ ସାହିତ୍ୟ ସମ୍ମାନ-୨୦୨୪ ପ୍ରଦାନ କରାଯାଇଛି ।

  11. 11.ଗଞ୍ଜାମରେ ଡବଲ ମର୍ଡର: ଦୁଇ ଭାଇଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ, ବେଗୁନିଆପଡ଼ା ଥାନା ଶାଳବଣ ଜଙ୍ଗଲରୁ ମୃତଦେହ ଜବତ।

  12. 12.ଆରବ ସାଗରରେ ଭାରତୀୟ ନୌସେନାର ଯୁଦ୍ଧାଭ୍ୟାସ, ଘନଘନ କ୍ଷେପଣାସ୍ତ୍ର ପରୀକ୍ଷଣ ଜାରି ରହିଛି।

  13. 13.ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ଗତ ୮୦ ବର୍ଷ ମଧ୍ୟରେ ଦେଶର କୌଣସି ରାଷ୍ଟ୍ରପତିଙ୍କ ଠାରୁ ସର୍ବନିମ୍ନ ୧୦୦ ଦିନର ଅନୁମୋଦନ ରେଟିଂ ରେକର୍ଡ କରିଛନ୍ତି।

  14. 14.ଅନନ୍ତନାଗ ଜିଲାରେ ୧୭୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି।

  15. 15.ଲୋକସେବକ ମଣ୍ଡଳ ଓ ‘ସମାଜ’ ଦ୍ବାରା ଆଠଗଡ଼ ସନ୍ନିକଟ ମାଧପୁରଠାରେ ପରିଚାଳିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଜିମ୍‌ସାର)ର ନୂତନ ଅଧ୍ୟକ୍ଷ ଭାବେ ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନା ନିଯୁକ୍ତ ହୋଇଛନ୍ତି।

  16. 16.ଭାରତ ଓ ପାକିସ୍ତାନ ମଧ୍ୟରେ ସିଧାସଳଖ ବାଣିଜ୍ୟ ସମ୍ପର୍କ ନଥିଲେ ମଧ୍ୟ, ତୃତୀୟ ଦେଶ ମାଧ୍ୟମରେ ପ୍ରତିବର୍ଷ ପ୍ରାୟ ୧୦ ବିଲିୟନ ଡଲାର ମୂଲ୍ୟର ଭାରତୀୟ ସାମଗ୍ରୀ ପାକିସ୍ତାନ ପହଞ୍ଚୁଛି ବୋଲି ଗ୍ଲୋବାଲ ଟ୍ରେଡ ରିସର୍ଚ୍ଚ ଇନିସିଏଟିଭ ରିପୋର୍ଟ ।

  17. 17.ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ କ୍ୟାବିନେଟ୍‌ରୁ ୨ ବରିଷ୍ଠ ମନ୍ତ୍ରୀଙ୍କୁ ବିଦା କରାଯାଇଛି। ସେନ୍ଥିଲ ବାଲାଜୀ ଏବଂ କେ. ପୋନ୍‌ମୁଡ଼ି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ରାଜଭବନ ସୂତ୍ରରୁ ଜଣାପଡ଼ିଛି। ରାଜ୍ୟପାଳ ଆର୍‌.ଏନ୍‌. ରବି ସେମାନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି।

  18. 18.ପହଲଗାମ୍‌ରେ ଏପ୍ରିଲ ୨୨ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୬ ପର୍ଯ୍ୟଟକ ନିହତ ହେବାପରେ ଆସନ୍ତା ମାସରେ ଭାରତ ଓ ପାକିସ୍ତାନ ଇସ୍‌ଲାମାବାଦରେ ଖେଳାଯିବାକୁଥିବା ସେଣ୍ଟ୍ରାଲ ଏସିଆନ ଭଲିବଲ୍‌ ଟୁର୍ନାମେଣ୍ଟରୁ ଭାରତ ଓହରିଯାଇଛି।

  19. 19.ପାକିସ୍ତାନ ସୁପର ଲିଗ (ପିଏସ୍‌ଏଲ୍‌)ର ପ୍ରଡକଶନ ଓ ବ୍ରଡକାଷ୍ଟ ଦଳର ଅଂଶଥିବା ୨୩ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପହଞ୍ଚାଇବା ଲାଗି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ରବିବାର ବ୍ୟବସ୍ଥା କରାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କ ଆହୁରି ଖରାପ ହୋଇଛି।

  20. 20.ଏପର୍ଯ୍ୟନ୍ତ ଇଲେକ୍ଟ୍ରିକ କାର ବିଷୟରେ ଶୁଣିଥିବେ, କିନ୍ତୁ ଏବେ ଇଲେକ୍ଟ୍ରିକ ରାସ୍ତା ମଧ୍ୟ ଆସିଗଲାଣି। ସ୍ବିଡେନ ହେଉଛି ବିଶ୍ୱର ପ୍ରଥମ ଦେଶ, ଯିଏ ଏହି ବର୍ଷ ସ୍ଥାୟୀ ଭାବରେ ବିଦ୍ୟୁତୀକରଣ ହୋଇଥିବା ରାସ୍ତା ଖୋଲିବ। ଏହି ରାସ୍ତାର ବିଶେଷତ୍ୱ ହେଉଛି ଯେ ଯାତାୟାତ ସମୟରେ ଇଲେକ୍ଟ୍ରିକ ଯାନଗୁଡ଼ିକୁ ସହଜରେ ଚାର୍ଜ କରାଯାଇପାରିବ।

197 Y
264 28-04-2025 English
  1. 1.As many as 537 Pakistani nationals, including nine diplomats and offi cials, left India in four days through the Attari-Wagah border point since April 24 after the government announced the visa revocation the previous day, officials said.
  2. 2.All references to Mughals and Delhi Sultanate have been dropped from Class VII NCERT textbooks, while chapter on Indian dynasties, ‘sacred geography’, references to Maha Kumbh, and government initiatives like Make in India and ‘Beti Bachao, Beti padhao’ are among the new additions.
  3. 3.Odisha Public Service Commission (OPSC) and Odisha Staff Selection Commission (OSSC) faced outrage when errors were detected in two major recruitment exams Sunday.
  4. 4.A 26-year-old man lodged in a jail in Ganjam district in a rape case, Sunday married the survivor on the premises of the prison, officials said.
  5. 5.Allegations have surfaced regarding the misappropriation of funds under ‘Shubhadra Sachetanata’ awareness programme in Khaira block of Balasore district with residents of 37 panchayats calling for a high-level probe into the matter.
  6. 6.Lioness Mahagauri gave birth to four cubs Sunday, making it the fi rst successful breeding of Asiatic lions at Delhi's National Zoological Park since 2009.
  7. 7.Asia’s oldest active newspaper, ‘Mumbai Samachar’, which published reports on the first war of Indian independence in 1857, the death of legendary Rani Laxmibai of Jhansi and the birth of Congress, is turning a new page in its illustrious history by digitising its rich legacy.
  8. 8.External Affairs Minister S Jaishankar Sunday conveyed to his British counterpart David Lammy India's policy of "zero tolerance" for terrorism while discussing the "cross-border" links to the dastardly terror attack in Pahalgam.
  9. 9.The Delhi High Court has highlighted the “acute shortage of judges” with respect to the population and the litigation quantum due to which several matters remain unheard.
  10. 10.Terrorists and their backers carried out the Pahalgam attack to destroy Kashmir again as they did not like the return of peace and prosperity, Prime Minister Narendra Modi said Sunday and vowed the “harshest” response to the “perpetrators and conspirators”.
  11. 11.Tamil Nadu Ministers V Senthil Balaji and K Ponmudy have resigned from the M K Stalin-led state cabinet and the Governor has accepted the same, the Raj Bhavan said Sunday.
  12. 12.The Indian Navy Sunday said its warships have successfully carried out multiple anti-ship fi rings, revalidating their readiness for long-range precision “offensive” strikes.
  13. 13.A retired CRPF offi cer allegedly shot dead his daughter and seriously injured his son-in-law in Maharashtra's Jalgaon district, some 400 kilometres from here, a police offi cial said Sunday.
  14. 14.Any Pakistani, who fails to leave India as per the deadlines set by the government, will be arrested, prosecuted and may face a jail term of up to three years or a fi ne of a maximum `3 lakh or both.
  15. 15.CM Mohan Charan Majhi said investments valued at Rs1 lakh crore will be brought to Ganjam district. More than 1 lakh people would get employment in the industrial units to be set up with the investment.
136 Y
265 27-04-2025 Odia
  1. 1.ଆମେରିକା ସହ ପରମାଣୁ ଚୁକ୍ତି ନେଇ ଆଲୋଚନା ଚାଲିଥିବା ବେଳେ  ଇରାନର ସାହିଦ ରାଜାଇ ବନ୍ଦରରେ ଭୟାବହ ବିସ୍ଫୋରଣ ଘଟିଛି। ଏଥିରେ ୫୬୧ ଜଣ ଆହତ ହୋଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ମୃତ୍ୟୁସଂଖ୍ୟା ୪ରେ ପହଞ୍ଚିଛି।

  2. 2. ରୁଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ସେ ୟୁକ୍ରେନ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ। 

  3. 3.ଚୀନ ପାଇଁ ଆମେରିକୀୟ କମ୍ପାନି ବୋଇଂ ତିଆରି କରିଥିବା ପ୍ରାୟ ୧୦ଟି ବିମାନକୁ ଭାରତର ଏୟାର ଇଣ୍ଡିଆ କିଣିପାରେ। ବୋଇଂ ପ୍ରଥମେ ୭୩୭ ମାକ୍ସ ବିମାନ ଚୀନ କମ୍ପାନି ପାଇଁ ନିର୍ମାଣ କରିଥିଲା।

  4. 4. ଦାରିଦ୍ର୍ୟ ଦୂରୀକରଣରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ବିଶ୍ବବ୍ୟାଙ୍କ ଭାରତକୁ ପ୍ରଶଂସା କରିଛି। ଏହା ଜଣାଇଛି ଯେ ଗତ ୧୦ ବର୍ଷ ଭିତରେ ଭାରତରେ ୧୭.୧ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ କବଳରୁ ମୁକଳିଛନ୍ତି।

  5. 5.ଭିସା ନିଷେଧାଦେଶ ସର୍ତ୍ତ ସରକାର କୋହଳ କଲେ । ପାକିସ୍ତାନରୁ ଆସି ଦୀର୍ଘକାଳୀନ ଭିସାରେ ଭାରତରେ ରହୁଥିବା ହିନ୍ଦୁଙ୍କ ପାଇଁ କଟକଣା କୋହଳ ,ହିନ୍ଦୁଙ୍କ ଭିସା ରଦ୍ଦ ହେବନି।

  6. 6.ଜମ୍ମୁ କାଶ୍ମୀର ପ୍ରଶାସନ ଶନିବାର କାଶ୍ମୀରରେ ଜଣେ ଏଲ୍ଇଟି କମାଣ୍ଡର  ସମେତ ୫ ଜଣ ଆତଙ୍କବାଦୀଙ୍କ ଘର ମାଟିରେ ମିଶାଇ ଦେଇଛି। ସୋପିଆନ୍‌ର ଛୋଟିପୁରା ଗ୍ରାମରେ ଏଲ୍‌ଇଟି କମାଣ୍ଡର ସାହିଦ ଅହମଦ କୁଟ୍ଟେର ଘରକୁ ସୁରକ୍ଷାକର୍ମୀ ଧ୍ବସ୍ତ କରିଛନ୍ତି।

  7. 7.ଏପ୍ରିଲ୨୧, ଇଷ୍ଟର ସୋମବାର ଦିନ ୮୮ ବର୍ଷ ବୟସରେ ପରଲୋକର କିଛି ଦିନ ପରେ ଶନିବାର ଭାଟିକାନରେ ଦୁଇ ଲକ୍ଷରୁ ଅଧିକ ଲୋକଙ୍କ ଉପସ୍ଥିତିରେ ପୋପ୍ ଫ୍ରାନ୍ସିସ୍‌ଙ୍କ ଅନ୍ତିମ ସଂସ୍କାର କରାଯାଇଛି। 

  8. 8.ରାଜସ୍ଥାନର ଜୈସଲମେରରେ ଅବସ୍ଥିତ ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମାର ନିୟନ୍ତ୍ରଣ ରେଖାରେ  ପରିସ୍ଥିତିର ଉତ୍ତେଜନାପୂର୍ଣ୍ଣ ରହିଛି। ଏହା ସହିତ, ପହଲଗାମ ଆକ୍ରମଣ ପରେ ସୀମାବର୍ତ୍ତୀ ଅଞ୍ଚଳର ପରିସ୍ଥିତି ବଦଳିଛି।

  9. 9.ରେକର୍ଡ କଲା ଗହୀରମଥା ୩ ଦିନ ମଧ୍ୟରେ ସମୁଦ୍ରକୁ ଏକ କୋଟି ୮୫ ଲକ୍ଷରୁ ଅଧିକ କଇଁଛ ଶାବକ ଫେରିଲେଣି।

  10. 10.ଜୁନିୟର ଡାଗର ବ୍ରଦର୍ସଙ୍କ ଶିବସ୍ତୁତିଙ୍କ ଶାସ୍ତ୍ରୀୟ ପରିବେଷଣକୁ ନେଇ କପିରାଇଟ୍ ମାମଲାରେ ୨ କୋଟି ଟଙ୍କା ଜମା କରିବାକୁ ଦିଲ୍ଲୀ ହାଇକୋର୍ଟ ସଙ୍ଗୀତ ନିର୍ଦ୍ଦେଶକ ଏଆର ରେହମାନ ଏବଂ ପୋନିୟିନ୍ ସେଲଭାନ-୨ର ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

  11. 11 ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ସନ୍ଦିଗ୍ଧଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ପହଲଗାମ ଆତଙ୍କୀ ଆକ୍ରମଣ ଘଟଣା ପରେ ପୁଲିସ ପକ୍ଷରୁ ବ୍ୟବସ୍ଥା କଡ଼ାକଡ଼ି ହୋଇଛି ବୋଲି ଖୋଦ୍‌ ଏସ୍‌ପି ବିବୃତି ରଖିଲେ।

  12. 12.ଏପ୍ରିଲ୍ ୨୯ରୁ ଜୁନ୍ ୨୭ ତାରିଖ ଯାଏ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ। ଜୁନ୍ ୨୮ରୁ ପୁଣି ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ।

  13. 13.ଗଞ୍ଜାମ ଜିଲ୍ଲାର ଏକ ୪ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ଶ୍ଵାସରୁଦ୍ଧ କରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପାଟପୁର ଥାନା ତଥା ସାନଖେମୁଣ୍ଡି ବ୍ଲକ୍‌ର ଖଲିଙ୍ଗି ଗ୍ରାମରେ ଘଟିଛି ଏହି ହୃଦୟବିଦାରକ ଘଟଣା।

  14. 14.ନାବାଳିକାକୁ ଭୁଲାଇ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରିବା ମାମଲାରେ ସୁନ୍ଦରଗଡ଼ ପକ୍ସୋ କୋର୍ଟ ଅଭିଯୁକ୍ତ ଯୁବକକୁ ୧୦ ବର୍ଷ କାରାଦଣ୍ଡା ଓ ୨୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଅଭିଯୁକ୍ତ ହେଲେ ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଚକ୍ରାମାଲ ଗ୍ରାମର ମାହାତ ମୁଣ୍ଡା।

  15. 15.ଫେବ୍ରୁଆରି ମାସରେ ଓଡ଼ିଶାରେ ପ୍ରାୟ ୨ ଲକ୍ଷ ମୋବାଇଲ ଫୋନ୍‌ ଗ୍ରାହକ କମ୍ପାନି ବଦଳାଇଛନ୍ତି। ଦେଶରେ ମୋବାଇଲ ନମ୍ବର ପୋର୍ଟେବିଲିଟି (ଏମ୍‌ଏନ୍‌ପି) କାର୍ଯ୍ୟକାରୀ ହେବା ଦିନଠାରୁ ‌ଚଳିତବର୍ଷ ଫେବ୍ରୁଆରି ଶେଷ ପର୍ଯ୍ୟନ୍ତ ଓଡ଼ିଶାରେ ୧ କୋଟି ୯୨ ଲକ୍ଷ ୬୦ ହଜାର ଲୋକ କମ୍ପାନି ବା ଅପରେଟର ବଦଳାଇଲେଣି।

  16. 16.ମେ’ ୧୫ରୁ ୨୦ ତାରିଖରେ +୨ ପରୀକ୍ଷା ଫଳ ପ୍ରକାଶ ପାଇବ।

  17. 17.ପାକିସ୍ତାନୀଙ୍କୁ ଖୋଜୁ ଖୋଜୁ ୫୫୦ ବାଂଲାଦେଶୀ ବାହାରିଲେ, ଗୁଜରାଟରେ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ ସମୟରେ ଧରାପଡ଼ିଲେ ବେଆଇନ ଭାବେ ଏହି ବାଂଲାଦେଶୀ ନାଗରିକ ରହୁଥିଲେ।

  18. 18.ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଭାବେ ନିଯୁକ୍ତି ମିଳିଛି।

  19. 19.ବିଜେପି ନେତା ରାଜା ଇକ୍‌ବାଲ ସିଂହ ଦିଲ୍ଲୀ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ନିର୍ବାଚନରେ ରାଜା ୧୩୩ଟି ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରତିଦ୍ବନ୍ଦ୍ବୀ ମନଦୀପ ସିଂହଙ୍କୁ କେବଳ ୮ଟି ଭୋଟ ମିଳିଛି।

  20. 20.ପ୍ରାୟ ଲକ୍ଷେ ଲୋକଙ୍କ ରାଶନ କାର୍ଡ କଟିଛି। ଏହାବାଦ୍‌ ଅନ୍ୟ ୫ ଲକ୍ଷ ମୃତ ହିତାଧିକାରୀଙ୍କୁ ମିଶାଇ ମୋଟ ୬ ଲକ୍ଷ କାର୍ଡ କାଟି ଦିଆଯାଇଛି। ଏହି ୬ ଲକ୍ଷ କାର୍ଡ ଗରିବ ଲୋକଙ୍କୁ ଦିଆଯିବ ବୋଲି ଶନିବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

164 Y
266 27-04-2025 English
  1. 1.Opposition BJD Rajya Sabha MP Sulata Deo faced backlash Saturday after making contentious remarks about the Pahalgam attack that claimed 26 lives, including a tourist from Odisha.

  2. 2.After a gap of nearly five years, India and China will resume the Kailash Mansarovar Yatra from June -- a move being seen as an attempt to normalise their relationship that was severely hit by the eastern Ladakh border standoff.

  3. 3.Union Fisheries, Animal Husbandry & Dairying Minister Rajiv Ranjan Singh will Monday inaugurate and lay the foundation stones for key projects for six coastal states, including Odisha, and a Union territory with an outlay of Rs255.30 crore under Pradhan Mantri Matsya Sampada Yojana (PMMSY).

  4. 4.The state continued to reel under extreme hot and humid conditions as 14 places recorded temperatures at or above 40 degree Celsius even as the Indian Meteorological Department (IMD) warned of thundershowers in several districts Sunday.

  5. 5.Union Minister of State for Corporate Affairs, Road Transport and Highways Harsh Malhotra distributed appointment letters to 258 candidates during a Rozgar Mela held at the Institute of Minerals and Materials Technology (IMMT) here Saturday.

  6. 6.Following the recent terrorist attack in Jammu and Kashmir’s (J&K) Pahalgam area in which 26 people were brutally killed and scores were injured, Rajasthan authorities have initiated the process of identifying and sending back Pakistani citizens currently residing in the state.

  7. 7.The Allahabad High Court has admitted a petition against Uttar Pradesh Deputy Chief Minister Keshav Prasad Maurya that alleged that he furnished a ‘fake’ degree while getting a licence for a petrol pump and contesting the election.

  8. 8.After a gap of nearly five years, India and China will resume the Kailash Mansarovar Yatra from June -- a move being seen as an attempt to normalise their relationship that was severely hit by the eastern Ladakh border standoff.

  9. 9.India has lifted 171 million people from extreme poverty in the decade between 2011-12 and 2022-23, the World Bank said.

  10. 10.The threestriped roofed turtle, once found in numbers in the Ganga and Brahmaputra rivers, has now largely disappeared with a government-funded study detecting an over 80 per cent drop in its population in half a century, largely due to habitat loss, illegal trade and pollution.

  11. 11.The UNSC has “condemned in the strongest terms” the terrorist attack in Jammu and Kashmir, stressing that those responsible should be held accountable and the organisers and sponsors of this “reprehensible act of terrorism” should be brought to justice.

  12. 12.Russia Saturday declared full liberation of western Kursk region and lauded the role of North Korean troops in purging the Armed Forces of Ukraine.

  13. 13.Edible oil industry body SEA has demanded that the government should raise import duty on refi ned palm oil to 40 per cent from the current 32.5 per cent to protect the domestic processing industries.

  14. 14.Apple aims to make most of its iPhones sold in the United States at factories in India by the end of 2026, and is speeding up those plans to navigate potentially higher tariffs in China, its main manufacturing base, a source told Reuters.

  15. 15.The Indian women’s hockey team fought valiantly before losing 3-5 to a clinical Australia 'A' in its opening match of tour Down Under here Saturday.

125 Y
267 26-04-2025 Odia
  1. 1.ଦାରିଦ୍ର୍ୟ ଦୂରୀକରଣରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ବିଶ୍ଵବ୍ୟାଙ୍କ ଭାରତକୁ ପ୍ରଶଂସା କରିଛି। ଏହା ଜଣାଇଛି ଯେ ଗତ ୧୦ ବର୍ଷ ଭିତରେ ଭାରତରେ ୧୭.୧ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ କବଳରୁ ମୁକଳିଛନ୍ତି।

  2. 2.ବିଶ୍ଵ ଅର୍ଥନୀତିରେ ଅନିଶ୍ଚିତତା ଲାଗି ରହିଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ସୁନା ଭଣ୍ଡାରକୁ ମଜଭୁତ କରିବାରେ ଲାଗିଛି। ୨୦୪-୨୫ରେ ଏହା ୫୭.୫ଟନ୍ ସୁନା କିଣିଛି।

  3. 3.ଦେଶର ମାତ୍ର ୧୨ ପ୍ରତିଶତ ଧନୀ ପରିବାର କାର୍‌ କିଣିବା ଭିତରେ ସୀମିତ ରହିଯାଇଛି। ଯେଉଁମାନଙ୍କ ବାର୍ଷିକ ଆୟ ୧୨ ଲକ୍ଷ ଟଙ୍କାରୁ ଅଧିକ, କେବଳ ସେମାନେ ହିଁ କାର୍‌ କିଣିପାରୁଛନ୍ତି। ଅବଶିଷ୍ଟ ୮୮ ପ୍ରତିଶତ ପରିବାର ଛୋଟ କାର୍‌ କିଣିବାକୁ ମଧ୍ୟ ସକ୍ଷମ ନୁହନ୍ତି ବୋଲି ମାରୁତି ସୁଜୁକିର ଅଧ୍ୟକ୍ଷ ଆର୍‌ ସି ଭାର୍ଗବ କହିଛନ୍ତି।

  4. 4.ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଥିବା ଦୁଇ ଜଣ ଆତଙ୍କବାଦୀଙ୍କ ଘର ଶୁକ୍ରବାର ସୁରକ୍ଷା ବାହିନୀ ଓ ଜମ୍ମୁ-କଶ୍ମୀର କର୍ତ୍ତୃପକ୍ଷ ଧ୍ବଂସ କରିଛନ୍ତି।

  5. 5.ଵକଫ୍ (ସଂଶୋଧନ) ଆଇନ, ୨୦୨୫ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ପିଟିସନଗୁଡ଼ିକୁ ଖାରଜ କରିବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମ୍‌କୋର୍ଟରେ ପ୍ରାଥମିକ ସତ୍ୟପାଠ ଦାଖଲ କରିଛନ୍ତି।

  6. 6.ଇସ୍ରୋର ପୂର୍ବତନ ମୁଖ୍ୟ, ନୂଆ ଜାତୀୟ ଶିକ୍ଷା ନୀତି (ଏନ୍‌ଇପି)ର ଡ୍ରାଫ୍ଟିଂ କମିଟି ଅଧ୍ୟକ୍ଷ ତଥା ପଦ୍ମବିଭୂଷଣ କେ. କସ୍ତୁରୀରଙ୍ଗନଙ୍କର ଶୁକ୍ରବାର ସକାଳେ ବେଙ୍ଗାଲୁରୁସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା।

  7. 7.ଏକ ସାକ୍ଷାତକାରରେ ପାକ୍‌ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଆମେ ୩ ଦଶନ୍ଧି ଧରି ଆତଙ୍କବାଦୀଙ୍କୁ ତାଲିମ ଦେଇ ଆସୁଛୁ ଏବଂ ସେମାନଙ୍କ ପୋଷଣ ପାଇଁ ପାକିସ୍ତାନ ବହୁତ ମୂଲ୍ୟ ଦେଉଛି। 

  8. 8. ରୁଷର ରାଜଧାନୀ ମସ୍କୋରେ ଏକ କାର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଜଣେ ବରିଷ୍ଠ ଜେନେରାଲଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

  9. 9.ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତର ସମ୍ଭାବ୍ୟ  କାର୍ଯ୍ୟାନୁଷ୍ଠାନକୁ ନେଇ ପାକିସ୍ତାନ ସେନା ଆତଙ୍କିତ ହୋଇପଡ଼ିଛି। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ନିଜ ପରିବାରକୁ ବିଦେଶ ପଠାଇ ଦେଇଛନ୍ତି।

  10. 10. ପାକିସ୍ତାନ ନାଗରିକଙ୍କ ଭିସା ବାତିଲ କରିଛନ୍ତି ଭାରତ ସରକାର ଏବଂ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡିବାକୁ ୩ ଦିନର ମହଲତ ଦିଆଯାଇଛି । ଆଉ ଏବେ ସବୁ ରାଜ୍ୟରୁ ପାକିସ୍ତାନୀଙ୍କୁ ତଡ଼ିବାକୁ ପ୍ରୟାସ ଆରମ୍ଭ ହୋଇଛି । 

  11. 11.ନବନିଯୁକ୍ତ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ମନୋଜ ପରିଡ଼ା ଓ ଅନ୍ୟ ୩ ରାଜ୍ୟ ସୂଚନା ଆୟୁକ୍ତ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ପବିତ୍ର ମଣ୍ଡଳ ଓ କଳ୍ପନା ପଟ୍ଟନାୟକ ଆଜି ଶପଥ ନେଇଛନ୍ତି।

  12. 12.ଏମ୍‌ସ ଭୁବନେଶ୍ୱରରେ ଅତ୍ୟାଧୁନିକ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ ହୋଇଛି। ଅସ୍ଥିଶଲ୍ୟ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗର ଜଣେ ୬୬ ବର୍ଷୀୟା ମହିଳାଙ୍କର ରୋବୋଟିକ୍‌ ଆଣ୍ଠୁ ପ୍ରତିରୋପଣ ବେଶ୍‌ ସରଳ ଭାବେ ସମ୍ପନ୍ନ ହୋଇଛି।

  13. 13.ମେ ୧ତାରିଖରୁ ରବି ଋତୁ ପାଇଁ ରାଜ୍ୟ ସରକାର ଧାନ କିଣିବେ। ଚଳିତ ଋତୁରେ ୧୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥିପାଇଁ ୩ ଲକ୍ଷ ୩୭ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି। ଯାହା ଗତବର୍ଷ ତୁଳନାରେ ୧୨୨% ଅଧିକ। 

  14. 14.ଓଡ଼ିଶାରେ ୧୨ଜଣ ପାକିସ୍ତାନୀ ନାଗରିକ ରହୁଥିବା ଜଣାପଡ଼ିଛି। ଦୀର୍ଘକାଳୀନ ଭିସା ବଳରେ  ପାକିସ୍ତାନୀ ନାଗରିକମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବସବାସ କରୁଛନ୍ତି।

  15. 15. ରାଜ୍ୟର ଅକ୍ଷୟ ଶକ୍ତି କ୍ଷେତ୍ରରେ ୧୧୯୧.୪୭ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଛି।

  16. 16.ଆପଲ୍ କମ୍ପାନୀ ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୬ ସୁଦ୍ଧା ଆମେରିକା ବଜାର ପାଇଁ ସମ୍ପୂର୍ଣ୍ଣ ଆଇଫୋନ୍ ଆସେମ୍ବଲିକୁ ଭାରତକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି ବୋଲି ଏକ ରିପୋର୍ଟରେ ଦାବି କରାଯାଇଛି।

  17. 17.ଶିମିଳିପାଳ ଜାତୀୟ ଉଦ୍ୟାନରେ ୪୦ ମହାବଳ ଅଛନ୍ତି। ଜିନତ ଓ ଯମୁନାକୁ ମିଶାଇ ଅଛନ୍ତି ୪୦ ମହାବଳ ବାଘ। ତେବେ ଏହି ୪୦ରୁ ୬ ଶାବକ, ୧୭ଟି ବାଘୁଣୀ ରହିଛନ୍ତି। ସେହିଭଳି ଶିମିଳିପାଳରେ ଥିବା ମହାବଳ ମଧ୍ୟରେ ୧୮ ଟି କଳା ମହାବଳ ଅଛନ୍ତି। 

  18. 18.ଭାରତୀୟ ଷ୍ଟକ୍ ବଜାର ଆଜି ପୁଣି ଏକ ବଡ଼ ଧରଣର ହ୍ରାସର ସମ୍ମୁଖୀନ ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନସେକ୍ସ ୧୦୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇ ୭୮,୮୦୦ ପଏଣ୍ଟ ସ୍ତରରେ କାରବାର କରୁଛି।

  19. 19.ଡାକ୍ତର ଦାମୀ ମେଡ଼ିସିନ ଲେଖିବା କୌଣସି ଅପରାଧ ନୁହେଁ। ଏସବୁ କଲେ ଡାକ୍ତରଙ୍କ ବରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଇପାରିବ ନାହିଁ। ଏପରି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଧେଶ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ।

  20. 20.ବେସରକାରୀ ସ୍କୁଲ ଓ କଲେଜକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସରକାରଙ୍କ ଗ୍ରୀଷ୍ମ ପ୍ରବାହ ଏସ୍‌ଓପି ନ ମାନି ସ୍କୁଲ, କଲେଜ ଖୋଲିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

178 Y
268 26-04-2025 English
  1. 1.China exempts select US imports from steep tariffs and seeks input from fi rms on essential goods, signaling concerns over impact of ongoing trade war.

  2. 2.Pakistan has reportedly been moving its military equipment towards the Line of Control (LoC) in Jammu & Kashmir in the wake of the escalating tensions with India.

  3. 3.The Supreme Court Friday censured Congress leader Rahul Gandhi for ‘irresponsible’ remarks on Vinayak Damodar Savarkar at a rally in Maharashtra but stayed the criminal proceedings against him. A bench of Justices Dipankar Datta and Manmohan said, “Let's not mock our freedom fighters.”

  4. 4.Former ISRO chief K Kasturirangan, who was at the helm of the space agency for nearly a decade, passed away in Bangalore Friday, officials said.

  5. 5.A Delhi court Friday refused to issue notice to Congress leaders Sonia Gandhi and Rahul Gandhi and others in the National Herald money laundering case for now.

  6. 6.The procurement of paddy for rabi season in 20 districts will begin May 1 and conclude June 30, Chief Secretary Manoj Ahuja said Friday.

  7. 7.The Odisha government has established 46 new civil judge courts in different parts of the state, officials said Friday.

  8. 8.Odisha Police arrested three persons including two serving Navy personnel in Khurda district, on the charge of extorting money from Agniveer aspirants during a recruitment drive in November 2024, an offi cer said Friday.

  9. 9.Principal Chief Conservator of Forests (PCCF) and Chief Wildlife Warden Prem Kumar Jha announced on social media platform X that the number of Royal Bengal tigers in Similipal has increased to 40 — a development that has brought joy to wildlife enthusiasts. Efforts are under way to raise the tiger population to more than 100 by 2036, he added.

  10. 10.Narmada Bachao leader Medha Patkar on bail after the Delhi High Court suspended her sentence in a defamation case filed by Delhi LG V K Saxena.

  11. 11.The net direct tax collection for the 2024-25 financial year narrowly missed the target, even as it grew 13.57 per cent to over `22.26 lakh crore, due to issuance of the highest-ever amount of refunds delivered, official data said Friday.

  12. 12.The Odisha government has set a target to construct one lakh houses under second phase of the Antyodaya Gruha Yojana, a flagship rural housing scheme of the state.

  13.  13.The Odisha government Friday started the process of deporting Pakistanis residing in the state, a top police official said.

  14. 14.Indian economy could grow at 6.5 per cent in the current fiscal as lower prices of crude oil are expected to ease inflationary pressure and support domestic growth, despite intensifying global trade tensions, EY said Friday.

  15. 15.After a month-long senior national training camp, the Indian women’s hockey team is set for a challenging fi ve-match tour of Australia from April 26 to May 4.

126 Y
269 25-04-2025 Odia
  1. 1.ଗୁରୁବାର ପାକିସ୍ତାନର ଜାତୀୟ ସୁରକ୍ଷା କମିଟି (ଏନ୍‌ଏସ୍‌ସି)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଭାରତ ପାଇଁ ପାକିସ୍ତାନର ଆକାଶପଥ  ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଶିମ୍‌ଲା ଚୁକ୍ତିକୁ ମଧ୍ୟ ସ୍ଥଗିତ ରଖାଯାଇଛି। ପାକିସ୍ତାନ ସମସ୍ତ ଭାରତୀୟ ବିମାନ ପାଇଁ ତା’ର ବାୟୁସୀମା ବନ୍ଦ କରିବାକୁ ଘୋଷଣା କରିଛି। 

  2. 2.ଆକାଶରେ ଭାରତର ଲଢୁଆ ବିମାନ ଗର୍ଜିଛନ୍ତି ।  ବାୟୁସେନାର ରାଫେଲ୍ ଓ ସୁଖୋଇ ୩୦ ଯୁଦ୍ଧାଭ୍ୟାସ ଆରମ୍ଭ କରିଛନ୍ତି । ଭାରତୀୟ ବାୟୁସେନାର ସ୍ବତନ୍ତ୍ର ଯୁଦ୍ଧାଭ୍ୟାସ ‘ଆକ୍ରମଣ’ ଆରମ୍ଭ ହୋଇଯାଇଛି । ଭାରତ-ପାକିସ୍ତାନ ଉତ୍ତେଜନା ଦୃଷ୍ଟିରୁ ବାୟୁସେନାର ଅଭ୍ୟାସ ଚାଲିଛି।

  3. 3.ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଆର୍ଥିକ ବର୍ଷ ୨୦୨୬ ପାଇଁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପୂର୍ବାନୁମାନକୁ ୬.୨%କୁ ହ୍ରାସ କରିଛି। 

  4. 4.ଜଣେ ବିଏସଏଫ୍‌ (ସୀମା ସୁରକ୍ଷା ବଳ) ଯବାନ  ପାକିସ୍ତାନ ରେଞ୍ଜର୍ସଙ୍କ ଦ୍ବାରା ଅଟକ ରହିଛନ୍ତି।  ଭୁଲ୍‌ରେ ସେ ପଂଜାବରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିଯିବାରୁ ପାକିସ୍ତାନୀ ରେଞ୍ଜର୍ସମାନେ ତାଙ୍କୁ ଧରି ନେଇଛନ୍ତି। 

  5. 5.ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ କୂଟନୈତିକ ପ୍ରହାର ଜାରି ରଖିଛି। ପାକିସ୍ତାନୀଙ୍କ ପାଇଁ ଭାରତ ଜାରି କରିଥିବା ସମସ୍ତ ବୈଧ ଭିସାକୁ ରଦ୍ଦ କରାଯାଇଛି ବୋଲି ଗୁରୁବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। କେବଳ ମେଡିକାଲ ଭିସା ଆଗାମୀ ୨୯ ତାରିଖ ପର୍ଯ୍ୟନ୍ତ ବୈଧ ରହିବ

  6. 6.ଭାରତୀୟ ନୌସେନାର ସ୍ୱଦେଶୀ ଗାଇଡେଡ୍ ଡେଷ୍ଟ୍ରୟର ଆଇଏନ୍‌ଏସ୍‌ ସୁରଟ୍‌ରୁ ଏକ ମଧ୍ୟମ ରେଂଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ପାକିସ୍ତାନ କରାଚି ଉପକୂଳରେ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ଯାଉଥିବା ବେଳେ ଭାରତୀୟ ନୌସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି।

  7. 7.ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଜଣେ ନେପାଳୀ ନାଗରିକଙ୍କ ସମେତ ୨୬ ଜଣଙ୍କ ମୃତ୍ୟୁ ହେବାର ୪୦ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଭାରତୀୟ ସୁରକ୍ଷା ବାହିନୀ ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ)ରେ ଥିବା ୪୨ଟି ଆତଙ୍କବାଦୀ ଲଞ୍ଚପ୍ୟାଡ୍ ଓ ପ୍ରଶିକ୍ଷଣ ଶିବିର ଠାବ କରିଛି। 

  8. 8.ଜମ୍ମୁ-କାଶ୍ମୀରର ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁପରେ ସେଠାରେ କୋକୁଆ ଭୟ ସୃଷ୍ଟି ହୋଇଛି। ୯୦ ପ୍ରତିଶତ ଲୋକ ସେମାନଙ୍କ ଟ୍ରାଭେଲ ବୁକିଂ ବାତିଲ କରିଛନ୍ତି। 

  9. 9.ଦକ୍ଷିଣାଞ୍ଚଳ ପୁଲିସ ରେଞ୍ଜ ଅଧୀନରେ ରହିଥିବା ୫ଟି ପୁଲିସ ଜିଲ୍ଲାରେ ଗତ ତିନିବର୍ଷ ମଧ୍ୟରେ ୮୧୯ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ଦରଜ ହୋଇଛି ସର୍ବାଧିକ ୪୯୯ ମାମଲା। ନାବାଳିକାଙ୍କୁ କିପରି ସୁରକ୍ଷା ଦିଆଯାଇ ପାରିବ ତାହା ଏବେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।

  10. 10.ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଗହୀରମଥା ରେ ୩ଦିନ ଭିତରେ କୋଟିଏରୁ ଅଧିକ କଇଁଛ ଛୁଆ ଗଭୀର ସମୁଦ୍ରକୁ ଯାଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୫ରୁ ଆରମ୍ଭ ହୋଇଥିବା ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ଗହୀରମଥାର ନାସୀ-୨ରେ ୨ ଲକ୍ଷ ୫୩,୪୨୬ ଅଲିଭ୍‌ ରିଡ୍‌ଲେ ଅଣ୍ଡାଦାନ କରିଥିବା ବେଳେ ଏକକୂଳା ନାସୀରେ ୨ଲକ୍ଷ ୯୬,୪୩୬ କଇଁଛ ଅଣ୍ଡାଦାନ କରିଥିଲେ। 

  11. 11. ୧୦ ହଜାର କୋଟି ଟଙ୍କା ବିନିମୟରେ ଏଭଳି ଢଙ୍ଗରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାର ରୂପାୟନ ହେବ। ୨୦୨୬ ମସିହା ସୁଦ୍ଧା ପ୍ରତି ଗାଁକୁ ପାନୀୟ ଜଳ, ସବୁ ଗାଁକୁ ରାସ୍ତା ଏବଂ ବାସହୀନଙ୍କ ମୁଣ୍ଡ ଉପରକୁ ଛାତ ଯୋଗାଇ ଦିଆଯିବ।’

  12. 12.ରାଜ୍ୟର ଅକ୍ଷୟ ଶକ୍ତି କ୍ଷେତ୍ରରେ ୧୧୯୧.୪୭ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଛି। ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ୍‌ ୱିଣ୍ଡୋ କମିଟିର ଦଶମ ‌ବୈଠକରେ ୭ଟି ପ୍ରକଳ୍ପକୁ ନୀତିଗତ ମଞ୍ଜୁରି ପ୍ରଦାନ କରାଯାଇଛି।

  13. 13.ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସମୟରେ ଆମେରିକାର କଠୋର ଭିସା ନୀତି ମଧ୍ୟରେ ୪୧ଟି ଦେଶର ନାଗରିକଙ୍କ ପାଇଁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ୟୁଏସ୍ ଭିସା ଛାଡ଼ କାର୍ଯ୍ୟକ୍ରମ ଯୋଗୁଁ ଏହି ଦେଶଗୁଡ଼ିକର ଯୋଗ୍ୟ ଯାତ୍ରୀମାନେ ବିନା ଭିସାରେ ୯୦ ଦିନ ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କରିପାରିବେ।

  14. 14.ମୟୂରଭଞ୍ଜ ଜିଲାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟକୁ ଗୁରୁବାରଠାରୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିଛି।

  15. 15.ଭାରତୀୟ ନୌସେନାରେ ଅଗ୍ନିବୀର ଭାବେ ଚାକିରୀ ଦେବାର ମିଛ ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ତିନି ନୌସେନା କର୍ମଚାରୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ପୂର୍ବତନ ନୌସେନା ଅଧିକାରୀ ଏବଂ ଅନ୍ୟ ଦୁଇଜଣ ବର୍ତ୍ତମାନ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଆଇଏନଏସ କେସରୀ ଏବଂ ଆଇଏନଏସ ଚିଲକାରେ କାର୍ଯ୍ୟରତ ଅଛନ୍ତି।

151 Y
270 25-04-2025 English
  1. 1.The state government Thursday declared Similipal in Mayurbhanj district as a ‘National Park’, thus putting an end to over four decades of waiting.

  2. 2.Chief Minister Mohan Charan Majhi Thursday said his government is committed to providing drinking water to every village of the state by 2026.

  3. 3.Prime Minister Narendra Modi Thursday declared that India will ‘identify, track, and punish’ every terrorist and their ‘backers’ involved in the Pahalgam carnage and pursue the killers to the ‘ends of the earth’, as it stepped up the diplomatic offensive against Pakistan.

  4. 4.The National Commission for Scheduled Tribes (NCST) has sought an action-taken report (ATR) from the authorities concerned into the death of a tribal man during a recent eviction drive in Rourkela city, an offi cial statement said.

  5. 5.Tension gripped the Utkal University here Thursday after the administration put up a notice asking unauthorised occupants, mostly former students, to vacate the Fakir Mohan Chhatrabasa (hostel) in view of the growing instances of anti-social activities in the campus.

  6. 6.Odisha Thursday clinched the prestigious National Panchayat Award for the third consecutive year, showcasing its commitment to grassroots democracy and inclusive development, said an official.

  7. 7.As many as 6,06,399 Olive Ridley sea turtles arrived for mass nesting on the beaches within the Gahirmatha marine sanctuary—the world’s largest rookery for this species—from March 5 to March 10. Of these, 3,11,000 turtles nested at Nasi-2 beach, while 2,95,000 laid eggs at Ekakula Nasi beach.

  8. 8.Researchers from the Nagpur University claimed to have found remains of a nearly 3,000-year-old civilisation along with its houses in Maharashtra’s Yavatmal district which they believe date back to the Iron Age.

  9. 9.The Enforcement Directorate Thursday arrested Congress leader and former Rajasthan minister Mahesh Joshi in a money laundering case linked to alleged irregularities in the Jal Jeevan Mission scheme, officials said.

  10. 10.The Attari border in Punjab’s Amritsar district Thursday witnessed hectic activity with travellers from both India and Pakistan returning to their respective countries after New Delhi announced travel curbs in retaliation for the Pahalgam terror attack.

  11. 11.Russia pounded Kyiv with missiles and drones overnight, killing at least 12 people in the biggest attack on the Ukrainian capital this year and drawing a rare rebuke from Donald Trump, who told Vladimir Putin: “Vladimir, STOP!”

  12. 12.China called for all “unilateral” US tariffs to be cancelled Thursday, as signs emerged that the Trump administration may de-escalate its trade war with Beijing.

  13. 13.An Israeli airstrike hit a police station in Jabalia in the northern Gaza Strip Thursday, killing at least 10 people, local health authorities said, and Israel’s military said it had struck a command centre of Hamas and the Islamic Jihad groups.

  14. 14.With Pakistan suspending all trade ties with India, including that routes through third countries, the two-way commerce will now come to a complete halt, apex exporters' body FIEO said Thursday.

  15. 15.India Inc's revenue growth will remain flat at about 5-6 per cent in the March quarter, but profitability will widen, a domestic rating agency said Thursday.

111 Y