-
1.ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ହରିଶ ଟଣ୍ଡନଙ୍କୁ ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ଟଣ୍ଡନଙ୍କୁ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରିଛନ୍ତି।
-
2.୨୦୨୫ ମାର୍ଚ୍ଚ ୨୨ ଶନିବାର ବିଶ୍ୱ ଆର୍ଥ ଆଓ୍ବାର ପାଳନ କରାଯିବ। ବିଶ୍ୱର ବିଭିନ୍ନ ଭାଗରେ ଜନସାଧାରଣ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ରାତି ୮ଟା ୩୦ରୁ ୯ଟା ୩୦ ମିନିଟ୍ ପର୍ଯ୍ୟନ୍ତ ୧ ଘଣ୍ଟା ପାଇଁ ବିଦ୍ୟୁତ୍ ଲାଇଟ୍ଗୁଡ଼ିକୁ ବନ୍ଦ କରିବେ।
-
3.ଏପ୍ରିଲ ପହିଲାରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ ହେବ। ଏହି ମର୍ମରେ ଆୟୁଷ୍ମାନ ଭାରତ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି। ଏଣିକି ଦେଶବ୍ୟାପୀ ତାଲିକାଭୁକ୍ତ ୨୯ହଜାର ଡାକ୍ତରଖାନାରେ ରାଜ୍ୟର ହିତାଧିକାରୀ ଦେୟମୁକ୍ତ ଚିକିତ୍ସା ପାଇପାରିବେ।
-
4.ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ୨୨ ବର୍ଷର ଚମତ୍କାର କ୍ୟାରିୟରରେ ଏବେ ବହୁତ ବଡ଼ ଚ୍ୟାଲେଞ୍ଜ ଆସିଛି। ଗତକାଲି ତାଙ୍କ ଘରେ ଲାଗିଥିବା ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀକୁ ଡକାଯିବା ପରେ ତାଙ୍କ ଘରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିଥିବା ଅଭିଯୋଗ ଆସିଛି ।
-
5.ସବୁଠୁ ଚର୍ଚ୍ଚାରେ ଥିବା ଯୋଜନା ହେଉଛି ‘ସୁଭଦ୍ରା’। ରାଜ୍ୟରେ ୧ କୋଟି ମହିଳାଙ୍କୁ ଦୁଇଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ଦିଆଯାଇଛି। ଏବେ ବି ଆବେଦନ ପ୍ରକ୍ରିୟା ଜାରି ରହିଛି, ଯାହା ଚଳିତ ମାସ ୩୧ ତାରିଖ ଯାଏଁ ଚାଲିବ। ରାଜ୍ୟର ୫୧ ହଜାର ୩୪୯ ଗାଁ ମଧ୍ୟରୁ ୩୦୮୧ ଗାଁରୁ ଏପର୍ଯ୍ୟନ୍ତ ଗୋଟିଏ ବି ଆବେଦନ ଆସିନି।
-
6.ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ସଦସ୍ୟଙ୍କୁ ଏଣିକି ପୁରୁଣା ନିୟମ ଅନୁସାରେ ନିଯୁକ୍ତି ଦିଆଯିବ। ୨୦୨୦ ମସିହାରେ ଓଡ଼ିଶା ବେସାମରିକ ସେବା(ଥଇଥାନ ସହାୟତା) ନିୟମ ଲାଗୁ ହେବା
-
7.ଶିଳ୍ପପତି ସଜ୍ଜନ ଜିନ୍ଦଲଙ୍କ ସଂସ୍ଥା ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ଓଡ଼ିଶାରେ ଏକ ତମ୍ବା ପ୍ରକଳ୍ପ ସ୍ଥାପନ କରିବାକୁ ଯୋଜନା ରଖିଛି।
-
8.ଆସନ୍ତା ୨୪ ଓ ୨୫ ତାରିଖରେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।
-
9.ରାଜ୍ୟର ୯ଟି ଜିଲ୍ଲାରେ ସୁନାର ଭଣ୍ଡାର ଥିବା ଅନୁମାନ କରାଯାଉଛି। ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦେଇଥିବା ସୂଚନା ଅନୁସାରେ ଦେବଗଡ଼, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ସୁନା ରହିଛି।
-
10.ବରିଷ୍ଠ କଂଗ୍ରେସ ନେତା ତଥା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ ଘଟିଛି। ୬୬ ବର୍ଷ ବୟସରେ ଭୁବନେଶ୍ଵରର ଏକ ଘରୋଇ ଡାକ୍ତରଖାନାରେ ଶୁକ୍ରବାର ତାଙ୍କର ଦେହାନ୍ତ ହୋଇଯାଇଛି।
-
11.ଶିମିଳିପାଳ ବନ୍ଦ। ଆଜି ଓ ଆସନ୍ତାକାଲି ପାଇଁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ ରହିଛି। ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଏଭଳି ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆସନ୍ତା ୨୪ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା ରହିଛି।
-
12.ବିଶୃଙ୍ଖଳିତ ଆଚରଣ ପାଇଁ କର୍ଣ୍ଣାଟକ ବିଧାନସଭାରୁ ବିଜେପିର ୧୮ଜଣ ବିଧାୟକଙ୍କୁ ନିଲମ୍ବନ କରାଯାଇଛି। ବାଚସ୍ପତି ୟୁଟି ଖାଦେର ଫରିଦ୍ ବିଜେପି ବିଧାୟକଙ୍କୁ ଗୃହରୁ ୬ମାସ ପାଇଁ ନିଲମ୍ବନ କରିବା ସହିତ ମାର୍ଶାଲ ଲଗାଇ ସେମାନଙ୍କୁ ଗୃହରୁ ବାହାର କରିଦେଇଛନ୍ତି।
-
13.କଟକ ବୈଆଳିଶମୌଜାରୁ ବନ୍ଧୁକ କାରଖାନା ଠାବ ହେବା ଘଟଣାରେ ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଛି। କଟକ ଶଙ୍କରପୁର ଅଞ୍ଚଳରୁ ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ମାଷ୍ଟରମାଇଣ୍ଡ ଚଗଲା ଖୁଣ୍ଟିଆକୁ ଗିରଫ କରିଛି।
-
14.ଗାଜା ଉପରେ ଇସ୍ରାଏଲର ଆକ୍ରମଣ ପରେ, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଏଭଳି ହେବାର ଆଶଙ୍କା ବୃଦ୍ଧି ପାଇଛି। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୩୦ ଦିନର ଏକ ଅସ୍ଥାୟୀ ଯୁଦ୍ଧବିରତି ଟମ୍ପ୍ଙ୍କ ଦ୍ବାରା କରାଯାଇଛି।
-
15.ଗାଜା ଯୁଦ୍ଧରେ ଲକ୍ଷ୍ୟ ହାସଲ କରିବାରେ ବିଫଳ ହେବା ପରେ, ଇସ୍ରାଏଲୀ ସେନା ଏବେ ୱେଷ୍ଟବ୍ୟାଙ୍କ ବସତି ଦଖଲ କରିବା ପାଇଁ ଲକ୍ଷ୍ୟ ରଖିଛି।
-
16. ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ସହିତ ଯୁଦ୍ଧବିରତିର ସମୟସୀମା ଶେଷ ହେବା ପରେ ମଧ୍ୟ ଇସ୍ରାଏଲ ଲେବାନନରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିବାକୁ ମନା କରିଦେଇଛି ।
-
17.ଆମ୍ ଆଦମୀ ପାର୍ଟି (ଆପ୍) ପକ୍ଷରୁ ସୌରଭ ଭରଦ୍ବାଜଙ୍କୁ ଦିଲ୍ଲୀ ଶାଖା ମୁଖ୍ୟ ନିଯୁକ୍ତ କରାଯାଇଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପଞ୍ଜାବ ଶାଖା ଦାୟିତ୍ବ ଦିଆଯାଛି।
-
18.ରାଣା ଦଗୁବାତୀ, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା ଓ ମଞ୍ଚୁ ଲକ୍ଷ୍ମୀଙ୍କ ସମେତ ପ୍ରାୟ ୨୫ ଜଣ ଲୋକପ୍ରିୟ ସେଲିବ୍ରିଟି ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦାୟର କରିଛି ତେଲଙ୍ଗାନା ପୁଲିସ। ଏମାନଙ୍କ ବିରୋଧରେ ବେଆଇନ ବେଟିଂ ଆପ୍ସକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି।
-
19.ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନଙ୍କ ନେତୃତ୍ୱରେ ଶନିବାର ଚେନ୍ନାଇରେ ହେବାକୁ ଥିବା ଡିଲିମିଟେସନ ବୈଠକରେ ଯୋଗଦେବ ବିଜେଡି।
-
20.ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ବିଜୟୀ ଭାରତୀୟ ଦଳ ପାଇଁ ମୋଟ ୫୮ କୋଟି ଟଙ୍କାର ନଗଦ ପୁରସ୍କାର ଘୋଷଣା କରିଛି।