-
1.ବିଶ୍ଵରେ ସବୁଠୁ ଖୁସି ଦେଶ ଫିନ୍ଲାଣ୍ଡ୍। ଏହି ଦେଶ କ୍ରମାଗତଭାବେ ୮ ବର୍ଷ ହେଲା ଶୀର୍ଷ ସ୍ଥାନ ବଜାୟ ରଖିଛି। ଜାତିସଂଘର ଅନ୍ତର୍ଜାତୀୟ ଖୁସି ଦିବସରେ ପ୍ରକାଶିତ ବିଶ୍ବ ଖୁସି ତାଲିକାରୁ ଏହା ଜଣାଯାଇଛି। ଭାରତ ୧୧୮ତମ ସ୍ଥାନରେ ରହିଛି।
-
2.ଏଲନ ମସ୍କଙ୍କ ମାଲିକାନାରେ ଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ର ଏଆଇ ବଟ୍ ‘ଗ୍ରକ୍ ଏଆଇ’କୁ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି । ତେବେ ଏହାକୁ ନେଇ ବିବାଦ ମଧ୍ୟ ଦେଖାଦେଇଛି । ଗ୍ରକ୍ ବିଭିନ୍ନ ପ୍ରଶ୍ନର ଯେପରି ଅପମାନଜନକ ଉତ୍ତର ଦେଉଛି ତାହାକୁ ନେଇ ବିବାଦ ଦେଖାଦେଇଛି ।
-
3.ଗତ ତିନି ବର୍ଷ ମଧ୍ୟରେ ଓଡ଼ିଶା ଚାଇନାକୁ ୪,୧୮,୭୯,୦୫୦ ମେଟ୍ରିକ୍ ଟନ୍ ଲୁହାପଥର ରପ୍ତାନି କରିଛି, ଯାହା ରାଜ୍ୟ ପାଇଁ ଯଥେଷ୍ଟ ରାଜସ୍ୱ ଆଣିଛି।
-
4.ଆଗାମୀ ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ଦୁଇ ବର୍ଷିଆ ବି. ଏଡ଼/ଏମ. ଏଡ଼/ ବି.ଏଚ.ଏଡ଼ ପାଠ୍ୟକ୍ରମରେ ନାମଲେଖା ପ୍ରକିୟା ଶୀଘ୍ର ଆରମ୍ଭ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି।
-
5.କୃଷକଙ୍କ ଆନ୍ଦୋଳନସ୍ଥଳ ପାଲଟିଥିବା ଶମ୍ଭୁ ଏବଂ ଖନୌରୀ ସୀମାରେ ପୁଲିସର ଉଚ୍ଛେଦ ଅଭିଯାନ ଜୋରଦାର୍ ହୋଇଛି। ପ୍ରାୟ ୭୦୦ କୃଷକ ଅଟକ ରହିଛନ୍ତି। ପଡ଼ୋଶୀ ହରିୟାଣାର ଶମ୍ଭୁ-ଅମ୍ବାଲା ରୋଡ୍ରେ ପୁଲିସ୍ ବୁଲଡୋଜର୍ ଜରିଆରେ ସିମେଣ୍ଟ ବ୍ୟାରିକେଡ୍ ହଟାଇଛି।
-
6.ଦକ୍ଷିଣ ମୁମ୍ବାଇର ଜଣେ ୮୬ ବର୍ଷୀୟ ବୃଦ୍ଧା ସାଇବର ଅପରାଧୀଙ୍କ ଶିକାର ହୋଇଛନ୍ତି। ଡିଜିଟାଲ୍ ଗିରଫର ଭୟ ଦେଖାଇ ଅପରାଧୀମାନେ ବୃଦ୍ଧାଙ୍କର ପ୍ରାୟ ୨୦ କୋଟି ଟଙ୍କା ଠକି ନେଇଛନ୍ତି।
-
7.ଆସନ୍ତା ଏପ୍ରିଲ ୧ରୁ ଲାଗୁ ହେବ ୟୁନିଫାଏଡ୍ ପେନସନ ସ୍କିମ । ଏ ନେଇ ପିଏଫଆରଡିଏ ଆଜି ଏକ ବିଜ୍ଞପ୍ତି ଜାରି କରିଛି ।
-
8.ବିଭିନ୍ନ ଦେଶରେ ବହୁ ସଂଖ୍ୟକ ଭାରତୀୟ ନାଗରିକଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଛି। ଏମାନଙ୍କ ମଧ୍ୟରେ ୟୁଏଇର ୨୫, ସାଉଦି ଆରବରେ ୧୧, ମାଲେସିଆରେ ୬, କୁଏତରେ ୩ ଏବଂ ଇଣ୍ଡୋନେସିଆ, କତର, ଆମେରିକା ଓ ୟେମେନର ଜଣେ ଲେଖାଏଁ ଅଛନ୍ତି ।
-
9.ୟୁକ୍ରେନ୍- ରୁଷ୍ ମଧ୍ୟରେ ଯୁଦ୍ଧବିରତି ନିମନ୍ତେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ଉଭୟ ଦେଶ ପରସ୍ପର ଉପରକୁ ଘାତକ ଆକ୍ରମଣ ଜାରି ରଖିଛନ୍ତି। ରୁଷ୍ର ଆଣବିକ ବୋମାବର୍ଷୀ ବିମାନ ଥିବା ଘାଟି ଉପରେ ୟୁକ୍ରେନ ଡ୍ରୋନ୍ ଆକ୍ରମଣ କରିଛି।
-
10.ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ଓଡ଼ିଶାରେ ବାର୍ଷିକ ୫ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଏକ ତମ୍ବା ସ୍ମେଲଟର ପ୍ରତିଷ୍ଠା କରିବ। ୨୦୮-୨୯ ସୁଦ୍ଧା ତାହା ସ୍ଥାପନ ହେବ।
-
11.ଖଣିଜ ସମ୍ପଦ ଭରା ଓଡ଼ିଶା ମାଟି ତଳେ ମୂଲ୍ୟବାନ ସୁନା ବି ରହିଛି। ରାଜ୍ୟର ୯ଟି ଜିଲ୍ଲାରେ ସୁନାର ଭଣ୍ଡାର ଥିବା ଅନୁମାନ କରାଯାଉଛି। ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦେଇଥିବା ସୂଚନା ଅନୁସାରେ ଦେବଗଡ଼, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ସୁନା ରହିଛି।
-
12.ପ୍ରଯୁକ୍ତି ଦୁନିଆରେ ଚହଳ ସୃଷ୍ଟି କରିଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ଆପଣାଇବାରେ ଓଡ଼ିଶା ଏକ ବଡ଼ ଉପଲବ୍ଧି ହାସଲ କରିଛି। ରାଜ୍ୟର ଚାଷୀମାନେ ଏଆଇ ଟୁଲ୍ ବ୍ୟାପକ ଭାବେ ବ୍ୟବହାର କରୁଛନ୍ତି।
-
13.ପୁରୀ ଏକ ପ୍ରମୁଖ ସ୍ଥାନ ଭାବେ ଉଭା ହୋଇଛି। କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ଦ୍ବାରା ସିଧାସଳଖ ଅନ୍ତର୍ଜାତୀୟ ଫାଇବର୍ ସଂଯୋଗ ମିଳିବ, ସ୍ପିଡ୍ ସମସ୍ୟା ଦୂର ହେବ, ଇଣ୍ଟରନେଟ୍ ସ୍ପିଡ୍ ବଢ଼ିବ। ଏହା ଓଡ଼ିଶାକୁ ହାଇପରସ୍କେଲର୍, ଗ୍ଲୋବାଲ୍ କାପାବିଲିଟି ସେଣ୍ଟର (ଜିସିସି)ର ଏକ ପ୍ରମୁଖ ସ୍ଥଳରେ ପରିଣତ କରିବ।
-
14.ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଦେଇଥିବା ତଥ୍ୟ ଅନୁଯାୟୀ ଗତ ୧୦ ବର୍ଷରେ ଏହା ୯ ବର୍ଷ କ୍ଷତି ସହିଛି। ୨୦୨୦-୨୧ରେ କ୍ଷତି ୧୩୮୨.୩୮ କୋଟି ଟଙ୍କା ଥିଲା। ତେବେ ୨୦୨୩-୨୪ରେ ଏହାର ଭାଗ୍ୟରେ ପରିବର୍ତ୍ତନ ହୋଇଥିଲା। ସେହି ବର୍ଷ କମ୍ପାନି ୨୬୦.୪୪ କୋଟି ଟଙ୍କାର ଲାଭ ହୋଇଥିଲା।
-
15. ଇଲେକ୍ଟ୍ରିକ ସ୍କୁଟର ନିର୍ମାତା ଅଲଟ୍ରାଭାୟୋଲେଟର ନୂତନ ଇଲେକ୍ଟ୍ରିକ୍ ସ୍କୁଟର ଟେସେରାକ୍ଟ ଲଞ୍ଚ ହେବା ମାତ୍ରେ ବଜାରରେ ଝଡ଼ ସୃଷ୍ଟି କରିଛି। ବିଶେଷ କଥା ହେଉଛି ଏହା ଲଞ୍ଚ ହେବାର ମାତ୍ର ୧୪ ଦିନ ମଧ୍ୟରେ ୫୦୦୦୦ ବୁକିଂ ପାଇଛି।
-
16. ଛତିଶଗଡ଼ରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଗୁରୁବାର ବିଜାପୁର-ଦନ୍ତେୱାଡା ସୀମାରେ ସୁରକ୍ଷା ବାହିନୀ ୨୨ ଜଣ ମାଓବାଦୀଙ୍କୁ ହତ୍ୟା କରିଛନ୍ତି।
-
17.ଆମେରିକୀୟ କୋଟିପତି ଏଲୋନ୍ ମସ୍କଙ୍କ ମାଲିକାନାରେ ଥିବା ସୋସିଆଲ ମିଡିଆ ଜାଏଣ୍ଟ ‘X’ ଭାରତ ସରକାରଙ୍କ ବିରୁଦ୍ଧରେ କର୍ଣ୍ଣାଟକ ହାଇକୋର୍ଟରେ ଏକ ମାମଲା ଦାୟର କରିଛି। ଯାହାକୁ ଏହା ବେଆଇନ ବିଷୟବସ୍ତୁ ନିୟନ୍ତ୍ରଣ ଏବଂ ମନମୁଖୀ ସେନ୍ସରସିପ୍ ବୋଲି କୁହାଯାଉଛି।
-
18.ହିମାଚଳ ପ୍ରଦେଶ ହାଇକୋର୍ଟଙ୍କ ରହିତାଦେଶ ପରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଭାରତ ବକ୍ସିଂ ମହାସଂଘ (ବିଏଫ୍ଆଇ) ସଭାପତି ପାଇଁ ନିର୍ବାଚନ ଲଢ଼ିବା ଲାଗି ପଥ ପରିଷ୍କାର ହୋଇଛି।
-
19.ଗୁଗୁଲ ଭାରତରେ ଏହାର ନୂତନ ପିକ୍ସେଲ ଫୋନ୍ Google Pixel ୯a ଲଞ୍ଚ କରିଛି। ଏହି ଫୋନ୍ଟି ସୁଲଭ ଫୋନ ବର୍ଗରେ ପ୍ରଚଳନ କରାଯାଇଛି। ଏହି ଫୋନରେ Pixel ୯ ସିରିଜ ପରି ସମାନ ଚିପସେଟ୍ ଉପଲବ୍ଧ।
-
20.ଷ୍ଟାରଲିଙ୍କ୍ ନିଜର ପ୍ରତିଦ୍ୱନ୍ଦ୍ୱୀ ରିଲାଏନ୍ସ ଜିଓ ଏବଂ SES ତୁଳନାରେ 80-90 ଗୁଣ ଅଧିକ ଇଣ୍ଟରନେଟ ସ୍ପିଡ ପ୍ରଦାନ କରୁଥିବା ଦାବି କରିଛି। ଷ୍ଟାରଲିଙ୍କ ବର୍ତ୍ତମାନ ଦେଶରେ ସାଟେଲାଇଟ ଇଣ୍ଟରନେଟ ସେବା ଯୋଗାଉଥିବା ରିଲାଏନ୍ସ ଜିଓ ଏବଂ SES ଭଳି କମ୍ପାନୀଗୁଡ଼ିକ ତୁଳନାରେ ବହୁତ ଦ୍ରୁତ ଇଣ୍ଟରନେଟ ସ୍ପିଡ ପ୍ରଦାନ କରିବାକୁ ଯାଉଛି।