-
1.ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି ରୁଷ୍କୁ ଏକ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଦୁଇ ଦେଶ ସେମାନଙ୍କର ଯୁଦ୍ଧବନ୍ଦୀମାନଙ୍କୁ ସଂପୂର୍ଣ୍ଣଭାବେ ମୁକ୍ତ କରିବା ଆବଶ୍ୟକ। ଯୁଦ୍ଧର ଅବସାନ ପାଇଁ ଏହା ପ୍ରଥମ ପ୍ରକ୍ରିୟା ବୋଲି ଜେଲେନସ୍କି କହିଛନ୍ତି।
-
2.ଆମେରିକୀୟ ଆନ୍ତର୍ଜାତୀୟ ବିକାଶ ସଂସ୍ଥା (ୟୁଏସଏଆଇଡି) ୨୦୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପକ୍ଷରୁ ଅଧିସୂଚନା ଜାରି କରାଯାଇଛି। ଏହାସହିତ ୧୦୦୦ ଅଧିକ କର୍ମଚାରୀଙ୍କୁ ଛୁଟିରେ ଯିବା ପାଇଁ ନିର୍ଦେଶ।
-
3.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଭୋପାଳ ଠାରେ ବିଶ୍ୱ ନିବେଶକ ସମ୍ମିଳନୀ ୨୦୨୫କୁ ଉଦଘାଟନ କରିଛନ୍ତି।
-
4.ଭାରତରେ ପ୍ରତି ୫ ଜଣ ଚିହ୍ନଟ କର୍କଟ ରୋଗୀଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହେଉଛି। ପୁରୁଷଙ୍କ ତୁଳନାରେ ମହିଳାମାନେ ଏକ୍ଷେତ୍ରରେ ଅତ୍ୟନ୍ତ ବିଷମ ବୋଝ ବହନ କରୁଛନ୍ତି। ତେବେ ଆମେରିକାରେ ୪ ଜଣରେ ଜଣେ ଏବଂ ଚୀନ୍ରେ ୨ ଜଣରେ ଜଣେ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି। ବିଶ୍ବରେ ସର୍ବାଧିକ କର୍କଟ ରୋଗ କ୍ଷେତ୍ରରେ ଭାରତ ତୃତୀୟ ସ୍ଥାନରେ ରହିଛି।
-
5.ଆମେରିକା, କାନାଡା ଓ ମଧ୍ୟପ୍ରାଚ୍ୟରେ ରହୁଥିବା ଓଡ଼ିଆମାନେ ପ୍ରତିବର୍ଷ ବିପୁଳ ପରିମାଣର ପାଣ୍ଠି ଓଡ଼ିଶାକୁ ପଠାଉଛନ୍ତି। ତାହା ମୁଖ୍ୟତଃ ଷ୍ଟାର୍ଟଅପ୍, ଆଇଟି, ରିଅଲ ଇଷ୍ଟେଟ୍, ଶିକ୍ଷା ଓ ମ୍ୟୁଚୁଆଲ୍ ଫଣ୍ଡ୍ରେ ନିବେଶ କରାଯାଉଛି। ସେ କହିଛନ୍ତି ଯେ ପ୍ରବାସୀମାନେ ପଠାଉଥିବା ୩୫ ପ୍ରତିଶତ ରାଶି ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ନିବେଶ ହେଉଛି।
-
6.ଭାରତୀୟ ଷ୍ଟକ୍ ବଜାର ଏହାର ନିବେଶକମାନଙ୍କୁ ଝଟ୍କା ପରେ ଝଟ୍କା ଦେଇଚାଲିଛି। ଲଗାତାର ଭାବେ ତଳକୁ ଖସୁଥିବା ସେନ୍ସେକ୍ସ ସୋମବାର ଆଉ ୮୫୭ ପଏଣ୍ଟ ହରାଇଛି। ଫଳରେ ଏହା ୭୫ ହଜାର ପଏଣ୍ଟ ତଳକୁ ଖସିଆସିଛି।
-
7.ରାଜଧାନୀକୁ ଜଗିବ AI କ୍ୟାମେରା, ଟ୍ରାଫିକ ଓ ATM ଥିବା ଅଞ୍ଚଳରେ ଲଗାଯିବ।
-
8.ଯାଜପୁର:ରତ୍ନଗିରି ବୌଦ୍ଧ ପୀଠରେ ଚାଲିଛି ପ୍ରତ୍ନତାତ୍ୱିକ ଖନନ, ମିଳିଛି ୧୩ଶହ ବର୍ଷ ତଳର ଅନେକ ବିରଳ କୀର୍ତ୍ତିରାଜି।
-
9.ଢେଙ୍କାନାଳ,ଧନିଆଁ ନାଳୀ ଗାଁ:ବୀଭତ୍ସ ! ଚିକେନ୍ ତରକାରୀ କରିନଥିବାରୁ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ଵାମୀ ।
-
10.ଋଷିକୁଲ୍ୟାରେ ଅଲିଭ୍ ରିଡ୍ଲେଙ୍କ ବିଶ୍ୱ ରେକର୍ଡ, ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେଲେ ୬ଲକ୍ଷ ୯୮ହଜାର ୭୧୮ କଇଁଛ।
-
11.ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମୃଦୁ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରେକର୍ଡ ହୋଇଛି। ସକାଳ ୬ଟା ୧୦ମିନିଟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି ।
-
12.ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୯ତମ କିସ୍ତି ପ୍ରଦାନ: ମୋଟ୍ ଚାଷୀଙ୍କ ଖାତାକୁ ଗଲା ୨୨ ହଜାର କୋଟି।
-
13.ଗତ ବର୍ଷ, ୨୦୧୮ ପରେ ପ୍ରଥମ ଥର ପାଇଁ ଭାରତ ଇଣ୍ଟରନେଟ ବନ୍ଦ କ୍ଷେତ୍ରରେ ସବୁଠାରୁ ଆଗରେ ନାହିଁ। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୨୪ରେ ମିଆଁମାରରେ ସବୁଠାରୁ ଅଧିକ ଇଣ୍ଟରନେଟ ଶଟଡାଉନ୍ ହୋଇଛି। ଏଠାରେ ୮୫ ଥର ଇଣ୍ଟରନେଟ ବନ୍ଦ କରାଯାଇଥିଲା। ଭାରତ ୮୪ ଥର ଇଣ୍ଟରନେଟ ବନ୍ଦ ସହିତ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛି।
-
14.ଭାରତୀୟ ଟେକ୍ ଶିଳ୍ପ ୨୦୨୪-୨୫ ଆର୍ଥିକ ବର୍ଷରେ କର୍ମଚାରୀ ସଂଖ୍ୟା ବୃଦ୍ଧିକୁ ଦ୍ୱିଗୁଣିତ କରି ୧.୨୫ ଲକ୍ଷ ନୂତନ ନିଯୁକ୍ତି ଦେବ, ଯାହା ଗତ ଆର୍ଥିକ ବର୍ଷରେ ୬୦,୦୦୦ ଥିଲା। ଏହି ବୃଦ୍ଧି ସହିତ, ପ୍ରାୟ ୫୮ ଲକ୍ଷ କର୍ମଚାରୀ ବର୍ତ୍ତମାନ ଏହି କ୍ଷେତ୍ରରେ ନିଯୁକ୍ତ ଅଛନ୍ତି।
-
15.୨୦୨୫ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ପାକିସ୍ତାନ ଏବେ ଟୁର୍ନାମେଣ୍ଟରୁ ବାହାର ହୋଇଯାଇଛି। ବାଂଲାଦେଶ ବିପକ୍ଷରେ ନ୍ୟୁଜିଲାଣ୍ଡର ବିଜୟ ଆୟୋଜକ ପାକିସ୍ତାନକୁ ଚାମ୍ପିଅନ୍ସ ଟ୍ରଫିରୁ ବାହାର କରିଦେଇଛି।