-
1.କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ବ୍ୟବସ୍ଥାରେ ଏକ ବଡ଼ ସଂସ୍କାର ଆଣିଛି। ୨୦୨୬ରୁ ସିବିଏସ୍ଇ ବର୍ଷକୁ ଦୁଇଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆୟୋଜନ କରିବ। ବାର୍ଷିକ ଦୁଇଥର ବୋର୍ଡ ପରୀକ୍ଷା ହେବାକୁ ଥିବା ବେଳେ ପ୍ରାକ୍ଟିକାଲ ଓ ଆଭ୍ୟନ୍ତରୀଣ ମୂଲ୍ୟାୟନ ବର୍ଷକୁ ଥରେ ହିଁ ହେବ।
-
2. ଦିଲ୍ଲୀ ବିଧାନସଭାରେ ଅବକାରୀ ନୀତି ଉପରେ ଉପସ୍ଥାପନ ହୋଇଥିବା ସିଏଜି ରିପୋର୍ଟରୁ ଜଣାପଡ଼ିଛି ଯେ ପୂର୍ବତନ ଆପ୍ ସରକାରଙ୍କ ଅବକାରୀ ନୀତି ଯୋଗୁଁ ୨୦୦୨ କୋଟି ଟଙ୍କାର ରାଜସ୍ବ କ୍ଷତି ହୋଇଛି।
-
3.ବୁଧବାର ରାତି ୧୦ଟାରେ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବ ବୋଲି ଭୁବନେଶ୍ୱର ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।
-
4.ଦେଶରେ ସିମ କାର୍ଡ ବିକ୍ରି କରିବାର ନିୟମ ୧ ଏପ୍ରିଲରୁ ପରିବର୍ତ୍ତନ ହେବାକୁ ଯାଉଛି। ୧ ଏପ୍ରିଲ ପରେ ଅଣପଞ୍ଜିକୃତ ଡିଲରମାନେ ସିମ କାର୍ଡ ବିକ୍ରି କରିପାରିବେ ନାହିଁ।
-
5.ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଏବଂ ଫାଷ୍ଟଲେଡି ଜୟଶ୍ରୀ କମ୍ଭମପାଟି ମଙ୍ଗଳବାର ପ୍ରୟାଗରାଜ ତ୍ରିବେଣୀ ସଙ୍ଗମସ୍ଥଳରେ ବୁଡ଼ ପକାଇବା ସହ ପୂଜାର୍ଚ୍ଚନା କରିଛନ୍ତି ।
-
6.ଗାଜା ଅସ୍ତ୍ରବିରତି ପରେ, ଇସ୍ରାଏଲୀ ସେନା ଟ୍ୟାଙ୍କ, ବୁଲଡୋଜର ଏବଂ ଅନ୍ୟାନ୍ୟ ଘାତକ ଅସ୍ତ୍ରଶସ୍ତ୍ର ସହିତ ୱେଷ୍ଟବ୍ୟାଙ୍କରେ ପ୍ରବେଶ କରିଛନ୍ତି ଏବଂ ନିରନ୍ତର ଘର ଏବଂ ନାଗରିକ ନିର୍ମାଣକୁ ଧ୍ୱଂସ କରୁଛନ୍ତି।
-
7.ଫ୍ରାନ୍ସର ଜଣେ ପୂର୍ବତନ ସର୍ଜନଙ୍କ ବିରୋଧରେ ପ୍ରାୟ ୩୦୦ ଶିଶୁଙ୍କୁ ଦୁଷ୍କର୍ମ ଓ ଯୌନ ନିର୍ଯାତନା ଦେବା ଅଭିଯୋଗ ହୋଇଛି। କିଛି ଅନୁସନ୍ଧାନରୁ ମିଳିଥିବା ସୂଚନା ଅନୁଯାୟୀ, ହସ୍ପିଟାଲ ରୁମ୍ରେ ଏକୁଟିଆ ଥିବାବେଳେ ଡାକ୍ତର ଉଭୟ ପୁଅ ଓ ଝିଅଙ୍କୁ ଯୌନ ନିର୍ଯାତନା ଦେଉଥିଲେ।
-
8.୧୯୮୪ ଶିଖ୍ ବିରୋଧୀ ଦଙ୍ଗା ସହ ଜଡ଼ିତ ଏକ ହତ୍ୟା ମାମଲାରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜି ଆଜୀବନ କାରାଦଣ୍ଡ ହୋଇଛି। ୨ ଶିଖ୍ଙ୍କ ହତ୍ୟାରେ ସଜ୍ଜନଙ୍କ ଭୂମିକା ପାଇଁ ଆଜି ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।
-
9. ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଟିକାର ଗୁଣବତ୍ତା ସମ୍ପୂର୍ଣ୍ଣ ପରିଚାଳନା ପାଇଁ ଓଡିଶା ରାଜ୍ୟ ଟିକା ଭଣ୍ଡାର ଦେଶର ପ୍ରଥମ ଟିକା ଭଣ୍ଡାର ଭାବେ ଆଇଏସଓ ୯୦୦୦୧-୨୦୧୫ ସାର୍ଟିଫିକେଟ୍ ପାଇଛି ।
-
10.ଚଳିତ ବର୍ଷ ଜାନୁଆରି ୩୧ ସୁଦ୍ଧା ୯ କୋଟିରୁ ଅଧିକ ଲୋକ ଆୟକର ରିଟର୍ଣ୍ଣ (ଆଇଟିଆର୍) ଦାଖଲ କରିଛନ୍ତି। ଗତବର୍ଷ ତୁଳନାରେ ସେମାନଙ୍କ ସଂଖ୍ୟା ୬.୮ ପ୍ରତିଶତ ବଢ଼ିଛି। ମିଳିଥିବା ତଥ୍ୟ ଅନୁସାରେ ଦେଶରେ ୧ କୋଟି ଟଙ୍କାରୁ ଅଧିକ ଆୟ ଦେଖାଇଥିବା ଟିକସଦାତାଙ୍କ ସଂଖ୍ୟାରେ ୪୩ ପ୍ରତିଶତ ବୃଦ୍ଧି ଘଟିଛି।
-
11. ବିଶ୍ବ ବଜାରରେ ସୁନା ମହଙ୍ଗା ହେବା ସହ ଭାରତକୁ ଆମଦାନି ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ଫେବ୍ରୁଆରି ଆମଦାନି ଗତବର୍ଷ ତୁଳନାରେ ୮୫ ପ୍ରତିଶତ କମ୍ ହୋଇଛି, ଯାହା ୨୦ ବର୍ଷରେ ସର୍ବନିମ୍ନ।
-
12.ସୂଚନା ଅନୁସାରେ, ଟାଟା ଓ ଏୟାରଟେଲ୍ ଡିଟିଏଚ୍ର ମିଶ୍ରଣରେ ଗଠନ ହେବାକୁ ଥିବା କମ୍ପାନିରେ ଏୟାରଟେଲ୍ର ୫୨-୫୫ ପ୍ରତିଶତ ଏବଂ ଟାଟା ପ୍ଲେର ୪୫-୪୮ ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ ରହିବ। ଏହି କମ୍ପାନି ଅଧୀନରେ ୩.୫ କୋଟିରୁ ଅଧିକ ଡିଟିଏଚ୍ ଗ୍ରାହକ ରହିବେ।
-
13.ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କୁ ସାଇବର ଠକ ଅତି ଚତୁରତାର ସହ ଡିଜିଟାଲ୍ ଆରେଷ୍ଟ କରି ୧୪ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି।
-
14.ଗୃହରେ ଅଶାଳୀନ ଆଚରଣ ପାଇଁ ବିହାର ବିଧାନ ପରିଷଦରୁ ସୁନୀଲ କୁମାର ସିଂହଙ୍କ ବହିଷ୍କାରକୁ ସୁପ୍ରିମକୋର୍ଟ ରଦ୍ଦ କଲେ ବୋଲି ଖଣ୍ଡପୀଠ ପ୍ରକାଶ କରିଛି।
-
15.ରେଳ ମନ୍ତ୍ରଣାଳୟ ସହାୟତାରେ ଆଇଆଇଟି ମାଡ୍ରାସ ୪୨୨ ମିଟର ଲମ୍ବର ଏକ ହାଇପରଲୁପ୍ ପରୀକ୍ଷା ଟ୍ରାକ୍ ବିକଶିତ କରିଛି। ଏହା ଦ୍ୱାରା ମାତ୍ର ୩୦ ମିନିଟରେ ୩୫୦ କିଲୋମିଟର ଅତିକ୍ରମ କରାଯାଇପାରିବ।