-
1.କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷରେ ୧୦ହଜାର କିମି ନୂଆ ସଡ଼କ ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଗତ ୭ ବର୍ଷ ମଧ୍ୟରେ ଏହି ଲକ୍ଷ୍ୟ ହେଉଛି ସର୍ବନିମ୍ନ ।
-
2.ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ ଏବଂ ଭାରତୀୟ ନୌସେନା ପକ୍ଷରୁ ଚାନ୍ଦିପୁରସ୍ଥିତ ଏକୀକୃତ ପରୀକ୍ଷା କେନ୍ଦ୍ର ରେ ଦେଶର ପ୍ରଥମ ନାଭାଲ ଆଣ୍ଟି-ସିପ କ୍ଷେପଣାସ୍ତ୍ର ର ସଫଳ ପରୀକ୍ଷା କରାଯାଇଛି।
-
3.ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ରେ ହେଉଥିବା ଅଗ୍ରଗତିକୁ ନେଇ ବିଭିନ୍ନ ସମୟରେ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରୁଛନ୍ତି। ତେବେ ଦୁଇଟି ଏଆଇ ବଟ୍ ପରସ୍ପର ସହ ହୋଇଥିବା କଥାବାର୍ତ୍ତା ଭାଇରାଲ୍ ହେବା ପରେ ଏହି ଚିନ୍ତା ଆହୁରି ବଢ଼ିଯାଇଛି।
-
4.ବିଭିନ୍ନ କୋର୍ଟରେ କେସ୍ ଲଢ଼ିବାରେ ଗତ ୧୦ ବର୍ଷରେ କେନ୍ଦ୍ର ସରକାର ୪୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି। କେବଳ ୨୦୨୩-୨୪ରେ ସେ ବାବଦରେ ୬୬ କୋଟି ଟଙ୍କା ବ୍ୟୟ କରାଯାଇଥିଲା ଯାହା ପୂର୍ବବର୍ଷ ତୁଳନାରେ ୯ କୋଟି ଟଙ୍କା ଅଧିକ ଥିଲା।
-
5.ତୈଳ ଆମଦାନି ନିର୍ଭରଶୀଳତା କମ୍ କରିବା ଓ ବୈଦେଶିକ ମୁଦ୍ରା ସଞ୍ଚୟ କରିବା ଲାଗି ପେଟ୍ରୋଲ୍ରେ ୨୦ ପ୍ରତିଶତରୁ ଅଧିକ ଇଥାନଲ୍ ମିଶାଇବା ପ୍ରସ୍ତାବ ଉପରେ ସରକାର ବିଚାର କରୁଛନ୍ତି। ନିତି ଆୟୋଗରେ ଏନେଇ ଏକ କମିଟି ଗଠନ କରାଯାଇଥିବା ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା।
-
6.ଦେଶର ଦୁଇ ବଡ଼ ଧନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନି ଓ ଆଦାନୀ ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନୀଙ୍କୁ ଆକୃଷ୍ଟ କରିବାରେ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଓ ଆସାମ ଯେଉଁ ସଫଳତା ପାଇଛନ୍ତି, ତାହା ଓଡ଼ିଶାକୁ ମିଳିନାହିଁ। ଏହି ଦୁଇ ଶିଳ୍ପପତି ଆସାମ ଗଲେ, କିନ୍ତୁ ଓଡ଼ିଶା ଆସିଲେ ନାହିଁ।
-
7.ସୂଚନା ପ୍ରଯୁକ୍ତି (ଆଇଟି) ଶିଳ୍ପରେ ଜନସଂଖ୍ୟାର ଏକ ବଡ଼ ଭାଗ କାର୍ଯ୍ୟ କରୁଛନ୍ତି। ଦୀର୍ଘ ସମୟ କମ୍ପ୍ୟୁଟର ସ୍କ୍ରିନ୍କୁ ଚାହି କାମ କରିବା, ପ୍ରବଳ କାମ ଚାପ, କମ୍ ଶାରୀରିକ କାର୍ଯ୍ୟକଳାପ ଆଦି ବିଭିନ୍ନ କାରଣ ଲାଗି ଏହି ଶିଳ୍ପରେ କାର୍ଯ୍ୟ କରୁଥିବେ କର୍ମଚାରୀଙ୍କ ମଧ୍ୟରେ ଫ୍ୟାଟି ଲିଭର୍ ସମସ୍ୟା ଗମ୍ଭୀର ରୂପ ଧାରଣ କରିଛି।
-
8.ଚନ୍ଦ୍ରପୃଷ୍ଠରେ ପାଣି ଖୋଜିବ ନାସା। ଏନେଇ ବୁଧବାର ଏକ ସାଟେଲାଇଟ୍ ଉତ୍କ୍ଷେପଣ କରିଛି ଆମେରିକା ମହାକାଶ ବିଜ୍ଞାନ ଗବେଷଣା କେନ୍ଦ୍ର। ସ୍ପେଶ୍ ଏକ୍ସ ଫାଲକନ୍ ନାଇନ୍ ରକେଟ୍ ସାହାଯ୍ୟରେ ସାୟେଲାଇଟ୍କୁ ମହାକାଶକୁ ସଫଳତାର ସହ ଉତ୍କ୍ଷେପଣ କରାଯାଇଛି। ଏବି ସାଟେଲାଇଟ୍ର ନାମ ଲୁନାର ଟ୍ରେଲ୍ବ୍ଲେଜର ଅର୍ବିଟର।
-
9.ବିହାରରେ ଆଜି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି। ୭ ଜଣ ବିଜେପି ବିଧାୟକ ସଂଜୟ ସରାଓଗି, ସୁନିଲ କୁମାର, ଜୀବେଶ ମିଶ୍ର, ମୋତିଲାଲ୍ ପ୍ରସାଦ, କୃଷ୍ଣ କୁମାର ମଣ୍ଟୁ, ରାଜୁ କୁମାର ସିଂହ ଏବଂ ବିଜୟ କୁମାର ମଣ୍ଡଳ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
-
10.କେନ୍ଦ୍ର ସରକାର ହିନ୍ଦୀ ଭାଷାକୁ ଜୋରଜବରଦସ୍ତ ଥୋପିବାକୁ ଚେଷ୍ଟା କରୁଛନ୍ତି ବୋଲି ତାମିଲନାଡ଼ୁ ଅଭିଯୋଗ ବାଢ଼ିଥିବା ବେଳେ ଅନ୍ୟ ଦକ୍ଷିଣୀ ରାଜ୍ୟ ମଧ୍ୟ ଏହି ଭାଷାଯୁଦ୍ଧରେ ସାମିଲ ହୋଇଛନ୍ତି।
-
11.ସୁଦାନ ସେନାର ଏକ ବିମାନ ଆଜି ଓମଦୁରମାନ୍ ସହରର ସେନା ବିମାନଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଏକ ଜନବସତି ଅଞ୍ଚଳରେ ଖସି ପଡ଼ିବା ଫଳରେ ୪୬ ଜଣଙ୍କର ମୃତ୍ୟୁ।
-
12.୨୦୨୫ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୨୯ ମାର୍ଚ୍ଚରେ ଦୃଶ୍ୟମାନ ହେବ। କିନ୍ତୁ ଏହା ସମ୍ପୂର୍ଣ୍ଣ ନୁହେଁ ବରଂ ଆଂଶିକ ସୂର୍ଯ୍ୟପରାଗ ହେବ।
-
13.କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ସମସ୍ତ ରକ୍ତ ଗ୍ରୁପ୍ ମଧ୍ୟରୁ, ‘ବି’ ପଜିଟିଭ୍ ରକ୍ତ ଗ୍ରୁପ୍ ଥିବା ଲୋକଙ୍କ ମସ୍ତିଷ୍କ ସବୁଠାରୁ ତୀକ୍ଷ୍ଣ ଏବଂ ପ୍ରଖର ହୋଇଥାଏ। ରକ୍ତ ଗ୍ରୁପ୍ ଆଧାରରେ ବୁଦ୍ଧିଆ ହେଉଥିବା ତାଲିକାରେ ଦ୍ବିତୀୟ ସ୍ଥାନରେ ‘ଓ’ ପଜିଟିଭ୍ ରକ୍ତ ଗ୍ରୁପ୍ ଥିବା ଲୋକମାନେ ଅଛନ୍ତି।ଗବେଷଣାରେ ଗବେଷକ ୭୦ ଜଣଙ୍କ ରକ୍ତ ନମୁନା ନେଇଥିଲେ ଏବଂ ତା'ପରେ ସେମାନଙ୍କ ମସ୍ତିଷ୍କ ପରୀକ୍ଷା କରିଥିଲେ।
-
14.ଫୌଜଦାରୀ ମାମଲାରେ ଦୋଷୀ ସାବ୍ୟସ୍ତ ରାଜନେତାଙ୍କୁ ଆଜୀବନ ବାସନ୍ଦ କରିବାକୁ ଦାବି କରି ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି।
-
15.ସାକ୍ଷ୍ୟ ଦେବାର କୌଣସି ବୟସସୀମା ନାହିଁ। ଶିଶୁମାନେ ବି ସାକ୍ଷ୍ୟ ଦେଇପାରିବେ। ବୟସ୍କମାନଙ୍କ ସାକ୍ଷ୍ୟକୁ ଯେପରି ଗ୍ରହଣ କରାଯାଉଛି ଶିଶୁମାନଙ୍କ ସାକ୍ଷ୍ୟ ବି ସେହିପରି ଗ୍ରହଣଯୋଗ୍ୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ।