-
1.ରୁଷ୍-ୟୁକ୍ରେନ ସଂଘର୍ଷ ଆରମ୍ଭ ହେବାପରେ ୟୁକ୍ରେନରୁ ପଳାଇ ଆସି ଆମେରିକାରେ ରହୁଥିବା ୨.୪ ଲକ୍ଷ ୟୁକ୍ରେନୀୟ ନାଗରିକଙ୍କ ପାଇଁ ଏବେ ନୂଆ ସଙ୍କଟ ଆସିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଏହି ୟୁକ୍ରେନ ନାଗରିକଙ୍କ ପାଇଁ ଅସ୍ଥାୟୀ ଆଇନଗତ ମାନ୍ୟତା ପ୍ରତ୍ୟାହାର କରିବାକୁ ଯୋଜନା କରୁଛନ୍ତି।
-
2.ମାଲିକ ଏଲନ ମସ୍କଙ୍କୁ ଏକ ବଡ଼ ଝଟ୍କା ଲାଗିଛି। ଲଞ୍ଚ ହେବାର କିଛି ମିନିଟ ପରେ ତାଙ୍କ କମ୍ପାନୀ ସ୍ପେସଏକ୍ସର ଷ୍ଟାରସିପ ରକେଟ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ଯାହା ଫଳରେ ଏହା ଖଣ୍ଡ ଖଣ୍ଡ ହୋଇ ଦକ୍ଷିଣ ଫ୍ଲୋରିଡା ଏବଂ ବାହାମାସ ନିକଟରେ ଆକାଶରେ ବିସ୍ତାରିତ ହୋଇପଡ଼ିଛି।
-
3.ଶୁଳ୍କ ସର୍ତ୍ତକୁ ନେଇ ଚୀନ୍-ଆମେରିକା ସଂପର୍କ ହଠାତ୍ ତିକ୍ତ ହୋଇଉଠିଛି।ଚୀନ୍ ପକ୍ଷରୁ ଏକ ବୟାନରେ କୁହାଯାଇଛି ଯେ ଆମେରିକା ସହ ଆମେ ଯେ କୌଣସି ପ୍ରକାର ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ।
-
4.ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବୁର ରାଣାକୁ ଭାରତକୁ ପ୍ରତ୍ୟର୍ପଣ କରିବାପାଇଁ ଆମେରିକା ନେଇଥିବା ନିଷ୍ପତ୍ତିକୁ ରାଣା ଆମେରିକା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି।
-
5.ପ୍ରୟାଗରାଜର ଲୁକେରଗଞ୍ଜସ୍ଥିତ ଏକ କମ୍ପାଉଣ୍ଡରେ ଉତ୍ତରପ୍ରଦେଶ ସରକାର ୨୦୨୧ରେ କରିଥିବା ବୁଲ୍ଡୋଜର କାର୍ଯ୍ୟାନୁଷ୍ଠାନ ମାମଲାରେ ସୁପ୍ରିମ୍କୋର୍ଟ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରି କହିଛନ୍ତି, ଧାରା ୨୧ ଏବଂ ଆଶ୍ରୟ ଅଧିକାର ନାଗରିକଙ୍କ ପାଇଁ ସୁରକ୍ଷିତ ରହିଛି ଏବଂ ଏହାର ଉଲ୍ଲଂଘନ ହୋଇପାରିବ ନାହିଁ।
-
6.ରାଜନୈତିକ ଚାନ୍ଦା ଦେଇଥିବା ବ୍ୟକ୍ତି ଓ ସଂସ୍ଥା ପଛରେ ପଡ଼ିଛି ଆୟକର ବିଭାଗ। ସେମାନଙ୍କୁ ପଚାରିଛି କଡ଼ା ପ୍ରଶ୍ନ। ରାଜନୈତିକ ଦଳ ତରଫରୁ କିଏ ଯୋଗାଯୋଗ କରିଥିଲା? ସେହି ଲୋକର ନାମ ଜଣାଅ। ଯାହାକୁ ପାଣ୍ଠି ଦେଇଥିଲ, ସେ ନିର୍ବାଚନ ଲଢ଼ିଥିଲେ ନା ନାହିଁ?
-
7.ଜଷ୍ଟିସ୍ ହରୀଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି। ସୁପ୍ରିମ୍କୋର୍ଟ କଲେଜିୟମ୍ କଲିକତା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରିଛନ୍ତି।
-
8.ଗୁରୁବାର ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି। ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି।
-
9. ୨୦୨୬ ମସିହା ଏପ୍ରିଲ ୧ ତାରିଖରୁ ଆୟକର ଅଧିକାରୀମାନେ ଯେକୌଣସି ବ୍ୟକ୍ତିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ, ବ୍ୟକ୍ତିଗତ ଇମେଲ୍, ବ୍ୟାଙ୍କ, ଅନଲାଇନ୍ ନିବେଶ, ବିଜନେସ୍ ଆକାଉଣ୍ଟକୁ ଯାଞ୍ଚ କରିବା ସହିତ ଏହାର ତଦନ୍ତ କରିପାରିବେ।
-
10.ପ୍ରୟାଗରାଜର ସଙ୍ଗମ କୂଳରେ ଚଳିତ ମହାକୁମ୍ଭରେ ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇଥିଲେ। ୪୦୦୦ ହେକ୍ଟର ଏବଂ ୨୫ଟି ସେକ୍ଟରରେ ବିଭକ୍ତ ମହାକୁମ୍ଭ ନଗରରେ ପ୍ରତିଦିନ ହାରାହାରି ୧ କୋଟିରୁ ଅଧିକ ଭକ୍ତ ସଙ୍ଗମ କୂଳକୁ ଆସୁଥିଲେ।
-
11. ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ସୁନାର ବୃହତ୍ ଭଣ୍ଡାର ଠାବ ହୋଇଥିବା ଚର୍ଚ୍ଚା ହେଉଛି। ସିନ୍ଧୁ ନଦୀ ଶଯ୍ୟାରେ ଠାବ କରାଯାଇଥିବା ସୁନା ଖଣିରେ ୮୦ହଜାର କୋଟି ଟଙ୍କାର ସୁନା ଗଚ୍ଛିତ ଥିବା ଆକଳନ କରାଯାଇଛି।
-
12.ମଧ୍ୟପ୍ରଦେଶ ବେତୁଲ ଜିଲ୍ଲାରେ ଅଘଟଣ। ଗୁରୁବାର ବିଳମ୍ବିତ ରାତିରେ ଡବ୍ଲୁସିଏଲର ଛତରପୁର-୧ କୋଇଲା ଖଣିରେ ଛାି ଭୁଶୁଡି ପଡିଥିଲା।ଏଥିରେ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
-
13.ଚଳିତ ବର୍ଷ ଜାନୁଆରୀରେ ମାଳଦ୍ୱୀପର ରପ୍ତାନିରେ ତୀବ୍ର ହ୍ରାସ ଘଟିଛି, ଯାହାର ମୋଟ ମୂଲ୍ୟ ଗତ ବର୍ଷ ସମାନ ମାସ ତୁଳନାରେ ୨୯ ନିୟୁତ ମାଳଦ୍ୱୀପ ରୁଫିଆ ହ୍ରାସ ପାଇଛି।
-
14.ଭାରତୀୟ ଜାତୀୟ ପେମେଣ୍ଟ ନିଗମ (ଏନ୍ପିସିଆଇ) ୧ ଏପ୍ରିଲ୍ ୨୦୨୫ରେ ଲାଗୁ ହେବାକୁ ଯାଉଥିବା ନିୟମ ଜାରି କରିଛି ।
-
15.ବ୍ୟାଙ୍କ ସେହି ମୋବାଇଲ୍ ନମ୍ବରକୁ ନିୟମିତ ରୂପରେ ଡିଲିଟ୍ କରିବେ, ଯାହା ବନ୍ଦ ହୋଇ ସାରିଛି । କିମ୍ବା ବ୍ୟବହାର କରାଯାଉନାହିଁ । ଏହି ଅପଡେଟ୍ ସପ୍ତାହକୁ ଥରେ ନିଶ୍ଚୟ କରାଯିବ । ନୂଆ ନିୟମ ସାହାଯ୍ୟରେ ଏନ୍ପିସିଆଇ ଭୁଲ୍ ଟଙ୍କା ନେଣଦେଣକୁ ରୋକି ପାରିବ ।
-
16.ଚଳିତ ମାସ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ସମ୍ମିଳନୀକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିବେ।
-
17.ଭାରତରେ କୋଟିପତିଙ୍କ ସଂଖ୍ୟାରେ ବୃଦ୍ଧି ଆଶ୍ଚର୍ଯ୍ୟଜନକ। ୨୦୨୩ରେ ଏହି ସଂଖ୍ୟା ୮୦,୬୮୬ ଥିଲା। ଏବେ ୨୦୨୮ ରେ ଏହି ସଂଖ୍ୟା ୯୩,୭୫୩କୁ ବୃଦ୍ଧି ପାଇବ।
-
18.ଓଡ଼ିଶା ସରକାର ଖୁବ୍ ଶୀଘ୍ର ଏକ ମୋବାଇଲ୍ ଆପ୍ ଲଞ୍ଚ କରିବେ ଯାହା ଦ୍ୱାରା ଲୋକମାନେ ଅନଲାଇନ୍ ମୋଡ୍ ମାଧ୍ୟମରେ ରାଜସ୍ୱ ବିଭାଗରୁ ବିଭିନ୍ନ ପ୍ରମାଣପତ୍ର ପାଇପାରିବେ।
-
19.ରାଜ୍ୟରେ ଆସନ୍ତା ଏପ୍ରିଲ ୨ରୁ ପ୍ରାଥମିକ ବିଦ୍ୟାଳୟଗୁଡିକରେ ଖୋଲିବ ‘ଶିଶୁ ବାଟିକା’ ଶ୍ରେଣୀ। ୨୦୨୫-୨୬ ଶିକ୍ଷାବର୍ଷରୁ ଏଠାରେ ୫-୬ବର୍ଷ ବୟସର ପିଲାଙ୍କ ନାମଲେଖା ସହ ପାଠପଢ଼ା ଆରମ୍ଭ ହେବ।
-
20.ମାର୍ଚ୍ଚ ୮ ଏବଂ ୯ରେ ହେବାକୁ ଥିବା ଓଡ଼ିଶା ପୋଲିସର ଗ୍ରୁପ୍ ବି ପରୀକ୍ଷା ସ୍ଥଗିତ କରାଯାଇଛି। ।