- 1.ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମହାକାଶ ଡକିଂ ଏକ୍ସପେରିମେଣ୍ଟ (ସ୍ପେଡେକ୍ସ) ଅଭିଯାନର ଏକ ଅଂଶ ଭାବେ ୨ଟି ଉପଗ୍ରହକୁ ସଫଳତାର ସହ ଅନ୍ଡକ୍ କରିଛି, ଯାହା ଭାରତର ମହାକାଶ ଗବେଷଣା ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।
-
2.ଓଡିଶା ରାଜ୍ୟରେ ଗୁରୁ ଖଣିଜ ଓ ଲଘୁ ଖଣିଜ ପଦାର୍ଥ ଉତ୍ପାଦନ ଲାଗି ୩୮୩ଟି ଖଣି ରହିଛି। ସେଥିରୁ ୩୮ଟି କ୍ୟାପ୍ଟିଭ୍ ଖଣି ହୋଇଥିବା ବେଳେ ଅବଶିଷ୍ଟଗୁଡ଼ିକ ହେଉଛି ଅଣ-କ୍ୟାପ୍ଟିଭ୍ ଖଣି। ରାଜ୍ୟରେ ଥିବା ୧୭୦ରୁ ଅଧିକ ଖଣି କାର୍ଯ୍ୟକ୍ଷମ ନଥିବା ଜଣାପଡ଼ିଛି।
-
3.ବେଦାନ୍ତ ଲିମିଟେଡ୍ ଝାରସୁଗୁଡ଼ାର ସିଇଓ ସୁନୀଲ ଗୁପ୍ତା ୨୦୨୫-୨୬ ପାଇଁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓଡ଼ିଶା ଶାଖାର ନୂଆ ଅଧ୍ୟକ୍ଷ ଏବଂ ଏଏମ୍/ଏନ୍ଏସ୍ ଇଣ୍ଡିଆର ଓଡ଼ିଶା ସମ୍ପତ୍ତିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜି ସୁରେଶା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।
-
4.ଓଡିଶା ରାଜ୍ୟରେ ଇଲେକ୍ଟ୍ରିକ୍ ଯାନ (ଇଭି) ପଞ୍ଜିକରଣରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି, ଗତ ପାଞ୍ଚ ବର୍ଷ ମଧ୍ୟରେ ମୋଟ ୧,୫୫,୦୬୮ ଯାନ ପଞ୍ଜିକୃତ ହୋଇଛି।
-
5.ମୋହାଲିର ସେକ୍ଟର ୬୬ରେ ପାର୍କିଂକୁ ନେଇ ବିବାଦ ଉପୁଜିବା ପରେ ପଡ଼ୋଶୀଙ୍କ ଆକ୍ରମଣରେ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଆଇଏସ୍ଇଆର୍)ର ଜଣେ ୩୯ ବର୍ଷୀୟ ବୈଜ୍ଞାନିକଙ୍କର ମଙ୍ଗଳବାର ରାତିରେ ମୃତ୍ୟୁ ଘଟିଛି।
-
6.ଚାନ୍ଦିପୁର ଉପକୂଳରେ ଭାରତର ହାଲୁକା ଯୁଦ୍ଧ ବିମାନ ତେଜସ୍ ଦ୍ୱାରା ବିଏଣ୍ଡ୍ ଭିଜୁଆଲ୍ ରେଞ୍ଜ୍ କ୍ଷେପଣାସ୍ତ୍ର ‘ଅସ୍ତ୍ର’ ସଫଳତାର ସହ ପରୀକ୍ଷଣ କରାଯାଇଛି।
-
7.ତାମିଲନାଡ଼ୁର ଡିଏମ୍କେ ସରକାର ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ସହ ଲଢ଼େଇ କରୁଥିବା ବେଳେ ରାଜ୍ୟରେ ଟଙ୍କା ଚିହ୍ନ ବଦଳାଇବାକୁ ନିଷ୍ପତ୍ତି ନେଇଛି। ସମ୍ପ୍ରତି ରାଜ୍ୟ ବଜେଟ୍ରେ ଟଙ୍କା ଚିହ୍ନ ବଦଳରେ ତାମିଲରେ ଏକ ଅକ୍ଷର (ଋ) ବ୍ୟବହାର କରାଯାଇଛି।
-
8.୧୩ଶହ କୋଟି ଟଙ୍କାର ଶ୍ରେଣୀକକ୍ଷ ଦୁର୍ନୀତି ମାମଲାରେ ଆପ୍ ନେତା ମନିଷ ସିସୋଦିଆ ଏବଂ ସତୈନ୍ଦ୍ର ଜୈନଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅନୁମତି ପ୍ରଦାନ କରିଛନ୍ତି।
-
9.୨୦୨୪ ସେପ୍ଟେମ୍ବର ୨୨ର ନିଯୁକ୍ତି ବିଜ୍ଞପ୍ତି ଆଧାରରେ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୦କୁ ଧାର୍ଯ୍ୟ କରିଛନ୍ତି।
-
10.ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆର୍ଥିକ ଅନିୟମିତତା ଘଟଣାରେ ବିଜେଡି ନେତା ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଛି।
-
11.୮ ବର୍ଷ ବ୍ୟବଧାନରେ କଟକରେ ପୁଣି ଠାବ ହୋଇଛି ବେଆଇନ ବନ୍ଧୁକ ତିଆରି କାରଖାନା। କଟକ ବୟାଳିଶମୌଜାର ଧୂଳେଶ୍ବର ଗାଁରେ ସିଢ଼ୁଆ ନଦୀ କୂଳରେ ବିହାରୀ ବନ୍ଧୁକ ମିସ୍ତ୍ରିଙ୍କ ଦ୍ବାରା ଚାଲୁଥିବା ଏକ ବଡ଼ ବନ୍ଧୁକ କାରଖାନାକୁ କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍ ଠାବ କରିଛି।
-
12.ନ୍ୟାସନାଲ କାଉନସିଲ୍ ଫର୍ ଟିଚର ଏଜୁକେସନ(ଏନ୍ସିଟିଇ) ନିୟମ ଅନୁଯାୟୀ ଆଇଟିଇପି ଲାଗୁ ହେବା ଦ୍ୱାରା ଶିକ୍ଷକ ଶିକ୍ଷଣ ଅନୁଷ୍ଠାନଗୁଡ଼ିକ ମଲ୍ଟିଡିସିପ୍ଲିନାରି ହୋଇପାରିବେ। ଏଥିସହ ଯୁକ୍ତ୨ ପରେ ଛାତ୍ରଛାତ୍ରୀ ଆଇଟିଇପି ମାଧ୍ୟମରେ ୪ ବର୍ଷିଆ ପାଠ୍ୟକ୍ରମରେ ନିଜର ବିଏଡ୍ ଶିକ୍ଷାକୁ ସମ୍ପୂର୍ଣ୍ଣ କରିପାରିବେ। ୮ଟି ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ନିକଟସ୍ଥ ସରକାରୀ ଡିଗ୍ରି ମହାବିଦ୍ୟାଳୟଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି।
-
13. ରାଜ୍ୟର ୧୮୯ଟି ବେସରକାରୀ ସ୍ନାତକ ମହାବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୧୬୮ କୋଟି ଟଙ୍କା ଆର୍ଥିକ ଅନୁମୋଦିତ ହୋଇଛି। ଏହାଦ୍ୱାରା ମହାବିଦ୍ୟାଳୟଗୁଡ଼ିକରେ ଅତିରିକ୍ତ ଶ୍ରେଣୀଗୃହ, ଲାବୋରେଟୋରି, କ୍ୟାଣ୍ଟିନ, ପାଠାଗାର, କମନ୍ ରୁମ୍, ମଲ୍ଟି ପର୍ପଜ୍ ହଲ୍, ଆଡମିନିଷ୍ଟ୍ରେଟିଭ୍ ଓ ଏକାଡେମିକ ବିଲଡିଂ ଆଦିର ନିର୍ମାଣ, ମରାମତି, ପୁନରୁଦ୍ଧାର କାର୍ଯ୍ୟ ହୋଇପାରିବ।
-
14.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାର୍ଚ୍ଚ ୩୦ ତାରିଖରେ କଳାହାଣ୍ଡି ଜିଲ୍ଲାରେ ଓଡ଼ିଶା ଅନ୍ତ୍ୟୋଦୟ ଗୃହ ଯୋଜନା ୨୦୨୫ (ଏକ ମହତ୍ୱାକାଂକ୍ଷୀ ଗୃହ ଯୋଜନା) ଆରମ୍ଭ କରିବାକୁ ଯାଉଛନ୍ତି।ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ୫୦,୦୦୦ ବ୍ୟକ୍ତିଙ୍କୁ ଲାଭ ଦେବା, ଯେଉଁଥିରେ ଦିବ୍ୟାଙ୍ଗ, ବିଧବା ଏବଂ ବିଭିନ୍ନ ରୋଗରେ ପୀଡିତ ବ୍ୟକ୍ତି ସାମିଲ ଅଛନ୍ତି।
-
15.ଅଡ଼ୁଆରେ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ଷ୍ଟୁଆର୍ଟ ମ୍ୟାକଗିଲ। କୋକେନ କାରବାରରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ମ୍ୟାକଗିଲ। ତେବେ ଆଶ୍ଵସ୍ତିକର କଥା ହେଉଛି, ବଡ଼ ପରିମାଣର ଡ୍ରଗ୍ସ କାରବାରରେ ସାମିଲ ନେଇ ତାଙ୍କୁ କ୍ଲିନ୍ଚିଟ୍ ମିଳିଛି। ଅଷ୍ଟ୍ରେଲିଆ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆଠ ସପ୍ତାହ ପରେ ତାଙ୍କୁ ଦଣ୍ଡିତ କରାଯିବ।