-
1.ପାକିସ୍ତାନ ସେନା ଓ ସରକାରଙ୍କ ଘୋଷଣାର ବିପରୀତ ବଲୋଚ୍ ବିଦ୍ରୋହୀ ସଂଗଠନ ବଲୋଚ୍ ଲିବରେସନ୍ ଆର୍ମି (ବିଏଲ୍ଏ) ଦାବି କରିଛି ଯେ ସେମାନେ ବନ୍ଧକ ଥିବା ୨୧୪ ପାକ୍ ସୈନିକଙ୍କୁ ହତ୍ୟା କରିଛନ୍ତି ।
-
2.ହରିୟାଣା ସୋନିପତରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା ଅଭିଯୋଗ । ଜମି ବିବାଦକୁ ନେଇ ଗତକାଲି ହତ୍ୟାକାଣ୍ଡ ହୋଇଥିବା ସୂଚନା ।
-
3.ଚେନ୍ନାଇରେ ତାଙ୍କ ଘରେ ରହୁଥିବା ଏ.ଆର. ରେହମାନ ଛାତିରେ ଯନ୍ତ୍ରଣା ହେଉଥିବା କହିବା ପରେ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
-
4.ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଭୁବନେଶ୍ଵର ଖାରବେଳନଗରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା ।
-
5.ୟେମନରେ ହୁତି ବିଦ୍ରୋହୀଙ୍କ ଉପରେ ଆମେରିକା ଆକ୍ରମଣ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦେଶକ୍ରମେ ଆମେରିକା ସେନା ପକ୍ଷରୁ ୟେମେନରେ ହୁତି ବିଦ୍ରୋହୀମାନେ ଆଡ୍ଡା ଜମାଇଥିବା ଅଞ୍ଚଳରେ ଏୟାରଷ୍ଟ୍ରାଇକ କରାଯାଇଛି। ଏଥିରେ ୨୦ ଜଣ ନିହତ ହୋଇଥିବା ଜଣାପଡ଼ିଛି।
-
6.ଆତଙ୍କୀ ଅବୁ କତାଲକୁ ହତ୍ୟା। ଲସ୍କର ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କୀ ଅବୁ କତାଲକୁ ହତ୍ୟା କରାଯାଇଛି। ଶନିବାର ରାତି ପ୍ରାୟ ୮ଟା ସମୟରେ ପାକିସ୍ତାରେ ତାକୁ ହତ୍ୟା କରାଯାଇଛି।
-
7.ଇସ୍ରାଏଲର ବାୟୁସେନା ଶନିବାର ଗାଜାରେ ଆକ୍ରମଣ କରିଛି। ଗାଜାର ବେଟ୍ ଲାହିଆ ସହରରେ ଏହି ଆକ୍ରମଣ ହୋଇଥିବାବେଳେ ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
-
8. ପଦ୍ମ ପୁରସ୍କାର-୨୦୨୬ ପାଇଁ ନାମାଙ୍କନ ଆଜିଠାରୁ ଆରମ୍ଭ ହୋଇଛି। ପଦ୍ମ ପୁରସ୍କାର ପାଇଁ ନାମାଙ୍କନର ଶେଷ ତାରିଖ ଚଳିତ ବର୍ଷ ଜୁଲାଇ ୩୧ ରହିଛି।
-
9.ଭାରତ ଏହାର ସାମାଜିକ ସୁରକ୍ଷାର ବଳୟକୁ ଦ୍ୱିଗୁଣିତ କରିଛି ଅର୍ଥାତ୍ ୪୮.୮%କୁ ବୃଦ୍ଧି କରିଛି, ଯାହା ହାରାହାରି ବିଶ୍ୱ ସାମାଜିକ ସୁରକ୍ଷା କଭରେଜକୁ ୫%ରୁ ଅଧିକ ବୃଦ୍ଧି କରିଛି।
-
10.ଣିକି ଭଏସ କମାଣ୍ଡ ଦେଲେ Instagram ରିଲ ସ୍ବୟଂଚାଳିତ ଭାବରେ ସ୍କ୍ରୋଲ ହେବ।
-
11.ଏଣିକି ଆଧାର ସହ ଲିଙ୍କ୍ ହେବ ଭୋଟର ଆଇଡି କାର୍ଡ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ମାର୍ଚ୍ଚ ୧୮ରେ ଗୃହ ସଚିବ, ଆଇନ ସଚିବ ଏବଂ ଆଧାର କାର୍ଡ ଜାରି କରୁଥିବା ସଂସ୍ଥା, ଭାରତୀୟ ସୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI)ର ସିଇଓଙ୍କୁ ଭେଟିବେ।
-
12.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରେଡ୍ ସି ଜାହାଜ ଉପରେ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ୟେମେନର ଇରାନ ସମର୍ଥିତ ହୁଥି ବିଦ୍ରୋହୀଙ୍କ ବିରୋଧରେ ଏକ ବିଶାଳ ସାମରିକ ଅଭିଯାନ ଆରମ୍ଭ କରିଛନ୍ତି। ଯେଉଁଥିରେ ଅତି କମରେ 19 ଜଣ ଲୋକ ପ୍ରାଣ ହରାଇଛନ୍ତି।
-
13. ଆମେରିକାର ଟ୍ରମ୍ପ ପ୍ରଶାସନ ଖୁବ ଶୀଘ୍ର 41ଟି ଦେଶ ବିରୋଧରେ କଠୋର କଟକଣା ଲାଗୁ କରିବାକୁ ବିଚାର କରୁଛି। ନ୍ୟୁଜ ଏଜେନ୍ସି ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଏକ ଆଭ୍ୟନ୍ତରୀଣ ମେମୋ ଡଜନ ଡଜନ ଦେଶର ନାଗରିକଙ୍କ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇବାର ସମ୍ଭାବନା ବୃଦ୍ଧି ପାଇଛି। ସ୍ମାରକପତ୍ରରେ 41ଟି ଦେଶର ତାଲିକା ଅନ୍ତର୍ଭୁକ୍ତ
-
14.ହାରା ଇଣ୍ଡିଆରେ ନିବେଶ କରିଥିବା ନିବେଶକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏହି ନିବେଶ କମ୍ପାନୀର ନିବେଶ କରିଥିବା ବ୍ୟକ୍ତିଙ୍କୁ ଖୁବଶୀଘ୍ର ଟଙ୍କା ମିଳିବାକୁ ଯାଉଛି । ପୂର୍ବରୁ କିଛି ନିବେଶକଙ୍କୁ ଟଙ୍କା ମିଳିଥିବା ବେଳେ ଏବେ ଆଉ କିଛି ନିବେଶକଙ୍କୁ ମିଳିବାକୁ ଯାଉଛି ସାହାର ଟଙ୍କା ।
-
15.ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଆୟୁର୍ବେଦ ଏବେ ବୀମା କ୍ଷେତ୍ରରେ ପ୍ରବେଶ କରିଛି। କମ୍ପାନୀ ମାଗ୍ମା ଜେନେରାଲ ଇନସୁରାନ୍ସର ଏକ ପ୍ରମୁଖ ଅଂଶଧନ ଅଧିଗ୍ରହଣ କରିଛି। ଏହି କାରବାର ସମାପ୍ତ ହେବା ପରେ, ପତଞ୍ଜଳି ଆୟୁର୍ବେଦ ମାଗ୍ମା ଜେନେରାଲ ଇନସୁରାନ୍ସର ପ୍ରମୋଟର କମ୍ପାନୀ ମଧ୍ୟ ହୋଇଛି।