-
1.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରିବେଶ ସୁରକ୍ଷା ପ୍ରତି ସଚେତନ ହେବା ସହ ଏଥିପାଇଁ ଉଦ୍ୟମ କରିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ।
-
2.ମ୍ୟାମାରରେ ୭.୭ ତୀବ୍ରତାର ଭୂମିକମ୍ପ ଯୋଗୁଁ ପ୍ରଳୟଙ୍କରୀ ସ୍ଥିତି ଦେଖିବାକୁ ମିଳିଛି। ଭୂତତ୍ତ୍ୱ ବିଜ୍ଞାନୀ ଜେସ୍ ଫିନିକ୍ସ କହିଛନ୍ତି ଯେ ଏଭଳି ଭୂମିକମ୍ପରୁ ନିର୍ଗତ ହେଉଥିବା ଶକ୍ତି ପ୍ରାୟ ୩୩୪ଟି ପରମାଣୁ ବୋମା ସହ ସମାନ।
-
3. ମ୍ୟାମାରରେ ଭାରତୀୟ ସମ୍ପ୍ରଦାୟର କୌଣସି କ୍ଷୟକ୍ଷତି ହୋଇଥିବା ରିପୋର୍ଟ ମିଳିନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
-
4.କର୍ଣ୍ଣାଟକର ବେଲଗାଭି ଜିଲ୍ଲାରେ ସାଇବର ଅପରାଧୀଙ୍କ ଦ୍ୱାରା ୫୦ ଲକ୍ଷ ଟଙ୍କା ଠକେଇର ଶିକାର ହୋଇ ଏକ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଛନ୍ତି। ଦିୟାଙ୍ଗୋ ନଜରତ (୮୩) ଏକ ଧାରୁଆ ଛୁରିରେ ନିଜର ଗଳା କାଟି ଆତ୍ମହତ୍ୟା କରିଥିବା ବେଳେ ପତ୍ନୀ ପ୍ଲେଭିଆନା ନଜରତ (୭୯) ବିଷ ପିଇ ଆତ୍ମହତ୍ୟା କରିଛନ୍ତି।
-
5.ଆମେରିକା ରାଷ୍ଟ୍ରପତି ଭାରତ ସମେତ ବିଶ୍ଵର ବିଭିନ୍ନ ଦେଶଉପରେ ୨୫ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇବା ନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି। ଏପ୍ରିଲ ୨ ତାରିଖରୁ ଏହାକୁ କାର୍ଯ୍ୟକାରୀ କରାଯିବ। ଟ୍ରମ୍ପ ପାଲଟା ଶୁଳ୍କ ଘୋଷଣା କରିବା ପରଠାରୁ ବିଶ୍ଵ ବାଣିଜ୍ୟକୁ ନେଇ ଅନିଶ୍ଚିତତା ଲାଗି ରହିଛି।
-
6.ଚଳିତ ଆର୍ଥିକବର୍ଷର ପ୍ରଥମ ୧୧ ମାସରେ ଭାରତୀୟ ବ୍ୟାଙ୍କଗୁଡ଼ିକ ୧୫.୩ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି। ଏହା ଦ୍ଵାରା ସେମାନଙ୍କ ମୋଟ ଋଣ ପ୍ରଦାନ ପରିମାଣ ୧୭୫.୫୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଗତ ୧୧ ମାସରେ ଏଥିରେ ୯.୩ ପ୍ରତିଶତ ବୃଦ୍ଧି ଘଟିଛି। ବ୍ୟକ୍ତିଗତ ଋଣ ମଧ୍ୟରେ ଗୃହ ଋଣରେ ୨.୬ ଲକ୍ଷ କୋଟି ଟଙ୍କା ବୃଦ୍ଧି ଦେଖାଦେଇଛି।
-
7.ଦେଶରେ ବିଦ୍ୟୁତ୍ ଉତ୍ପାଦନ ପାଇଁ କୋଇଲା ଉପରେ ନିର୍ଭରଶୀଳତା ବଢ଼ୁଛି। ୨୦୨୩-୨୪ ଆର୍ଥିକବର୍ଷରେ ଏହା ୭୯ ପ୍ରତିଶତକୁ ବଢ଼ି ୧୬,୯୦୬ ପେଟାଜୁଲ୍ସରେ ପହଞ୍ଚିଛି ବୋଲି ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଭାରତରେ ଶକ୍ତି ପରିସଂଖ୍ୟାନ ୨୦୨୫ ରିପୋର୍ଟରୁ ଏହା ଜଣାଯାଇଛି।
-
8.ଦେଶରେ ମୋଟ ପ୍ରାଥମିକ ବିଦ୍ୟୁତ୍ ଯୋଗାଣ ୨୦୨୩-୨୪ରେ ୭.୮ ପ୍ରତିଶତ ବୃଦ୍ଧି ପାଇ ୯୦୩୧୫୮ କିଲୋଟନ୍ ତୈଳ ସମତୁଲରେ ପହଞ୍ଚିଛି। ବିଗତ ବର୍ଷଗୁଡ଼ିକ ମଧ୍ୟରେ ଭାରତରେ ମୁଣ୍ଡପିଛା ବିଜୁଳି ଖର୍ଚ୍ଚ ୨୦୧୪-୧୫ରେ ୧୪୬୮୨ ମେଗା ଜୁଲ୍ ରହିଥିବାବେଳେ ୨୦୨୩-୨୪ରେ ଏହା ୧୮୪୧୦ ମେଗା ଜୁଲ୍କୁ ବୃଦ୍ଧି ପାଇଛି, ଅର୍ଥାତ୍ ବାର୍ଷିକ ୨.୫୫ ପ୍ରତିଶତ ହାରରେ ଏହା ବଢ଼ିଛି।
-
9.ବିଶ୍ଵର ପ୍ରମୁଖ ଧନୀ ବ୍ୟକ୍ତି ଏଲନ ମସ୍କ ତାଙ୍କର ସାମାଜିକ ଗଣମାଧ୍ୟମ କମ୍ପାନି ‘ଏକ୍ସ’କୁ ନିଜର କୃତ୍ରିମ ବୁଦ୍ଧିମତ୍ତା କମ୍ପାନି ‘ଏକ୍ସଏଆଇ’କୁ ବିକ୍ରି କରିଦେଇଛନ୍ତି। ଏକ୍ସକୁ କିଣିବା ପାଇଁ ଏକ୍ସଏଆଇ ୩୩ ବିଲିଅନ ଡଲାର ଖର୍ଚ୍ଚ କରିଛି।
-
10 ଭାରତରେ ବଡ଼ ଧନୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଏହି ଧନୀଙ୍କ ମଧ୍ୟରୁ ପ୍ରାୟ ୨୦ ପ୍ରତିଶତ ବିଦେଶରେ ବସବାସ କରିବା ପାଇଁ ଆଗ୍ରହୀ ଅଛନ୍ତି। ଅର୍ଥାତ୍ ପ୍ରତି ୫ ଜଣରେ ଜଣଙ୍କର ବିଦେଶରେ ରହିବା ମୋହ ରହିଛି।
-
11.୨୦୧୯-୨୦୨୪ ଆର୍ଥିକ ବର୍ଷ ଏବଂ ଡିସେମ୍ବର ୨୦୨୪-୨୫ ପର୍ଯ୍ୟନ୍ତ ମୋଟ ୪୮,୪୧୦,୧୩୧ ଜଣ ଘରୋଇ ଏବଂ ବିଦେଶୀ ପର୍ଯ୍ୟଟକ ଓଡ଼ିଶାର ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିଛନ୍ତି ।
-
12.ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ୨୦୨ରୁ ୧୧୩ଟି ଭେଣ୍ଟିଲେଟର୍ ସଚଳ ଅବସ୍ଥାରେ ଅଛି। ୮୯ଟି ଅଚଳ ହୋଇପଡ଼ିଛି। ସେଣ୍ଟ୍ରାଲ୍ ଏୟାର କମ୍ପ୍ରେସର ସିଷ୍ଟମ୍ ବି ଖରାପ ହୋଇପଡ଼ିଛି।
-
13.ରାଜ୍ୟ ସରକାର ପ୍ରତି ଜିଲ୍ଲାରେ ମେଡିକାଲ କଲେଜ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତବର୍ଷ ଭଦ୍ରକ, ଜଗତସିଂହପୁର, ନବରଙ୍ଗପୁର, ଢେଙ୍କାନାଳରେ ଏମ୍ବିବିଏସ୍ ପାଠ୍ୟକ୍ରମ ପାଇଁ ମେଡିକାଲ କଲେଜ କାମ ଆରମ୍ଭ ହେବ।
-
14.ବିଜେଡି ସରକାରରେ କ୍ଷମତାଶାଳୀ ଆଇଏଏସ୍ ଅଧିକାରୀ ଥିବା ସୁଜାତା ଆର୍ କାର୍ତ୍ତିକେୟନ୍ ସରକାରୀ ଚାକିରିରୁ ସ୍ଵେଚ୍ଛାକୃତ ଅବସର (ଭିଆର୍ଏସ୍) ନେଇଛନ୍ତି।
-
15.ଓଏଏସ୍ କ୍ୟାଡରରେ ଏକ ଅଦଳବଦଳ କରାଯାଇ ମୃଣାଳ କାନ୍ତି ଦାସଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ), ଓଡ଼ିଶାର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି।
-
16.ରାଜ୍ୟ ବିଧାନସଭାରେ ମହିଳା ଓ ଶିଶୁ ବିକାଶ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁଯାୟୀ, ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରେ ମୋଟ ୯୫,୪୪୩ ଜଣ ଶିଶୁ ଗୁରୁତର କୁପୋଷଣ (ଏନଏଏମ)ରେ ପୀଡିତ ହୋଇଛନ୍ତି।
-
17.ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ସରକାରୀ ତଥ୍ୟ ଅନୁଯାୟୀ, ୨୦୨୪-୨୫ ଅବଧି ପାଇଁ ମୋଟ ୨,୮୬୯ଟି ମାମଲା ବିଚାରାଧୀନ ରହିଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂଖ୍ୟକ ମାମଲା ବିଚାରାଧୀନ ଅଛି, ଯାହା ମଧ୍ୟରୁ ୪୫୦ଟି ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ।
-
18.ଦିଲ୍ଲୀସ୍ଥିତ ତିହାର ଜେଲ ସ୍ଥାନାନ୍ତରଣ ସର୍ଭେ କାର୍ଯ୍ୟ ପାଇଁ ଚଳିତ ବଜେଟରେ ୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସୂଚନା ଦେଇଛନ୍ତି।
-
19.ବରଗଡରେ ବୁଲିଲା ବୁଲଡୋଜର, ମାଟିରେ ମିଶିଲା କୋଠା। ଲେଙ୍ଗୁ ମିଶ୍ର ଛକରୁ ଅମ୍ବାପାଲି ଛକ ଯାଏ ଜବରଦଖଲ ଉଚ୍ଛେଦ କରାଯାଉଛି।
-
20.ଛତିଶଗଡ ଏନକାଉଣ୍ଟର ପରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ପ୍ରତିକ୍ରିୟା ରଖିଛନ୍ତି। ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ନକ୍ସଲବାଦ ମୂଳପୋଛ କରାଯିବ।