-
1.ମ୍ୟାମାର ଓ ଥାଇଲାଣ୍ଡରେ ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଭୀଷଣ ବିପର୍ଯ୍ୟୟ ଆସିଛି। ୭.୭ ଏବଂ ୬.୪ ତୀବ୍ରତାର ୨ଟି ଭୂକମ୍ପ ପ୍ରଭାବରେ ମ୍ୟାମାରରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶିଯାଇଛି।
-
2.ଏକ ରାୟରେ ସୁପ୍ରିମ୍କୋର୍ଟ ପରିବାର ଅନୁଷ୍ଠାନର ‘ଅବକ୍ଷୟ’କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଜଷ୍ଟିସ୍ ପଙ୍କଜ ମିଥାଲ ଓ ଜଷ୍ଟିସ୍ ଏସ୍ଭିଏନ୍ ଭଟ୍ଟି କହିଛନ୍ତି ଯେ ଭାରତ ଦୀର୍ଘ ଦିନ ଧରି ବସୁଧୈବ କୁଟୁମ୍ବକମ୍ ଅର୍ଥାତ୍ ‘ବିଶ୍ୱ ଏକ ପରିବାର’ ଧାରଣାକୁ ବଜାୟ ରଖିଥିବା ବେଳେ ଦେଶ ଏବେ ଅଣୁ ପରିବାର ମଧ୍ୟରେ ବି ଏକତା ବଜାୟ ରଖିବାରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି।
-
3.ସୁପ୍ରିମ କୋର୍ଟ ଶୁକ୍ରବାର କହିଛନ୍ତି ଯେ ଅଭିବ୍ୟକ୍ତି ସ୍ୱାଧୀନତା ଏକ ସୁସ୍ଥ ସଭ୍ୟ ସମାଜର ଏକ “ଅବିଚ୍ଛେଦ୍ୟ ଅଂଶ”।
-
4.କେରଳର ସ୍କୁଲଗୁଡ଼ିକରେ ନିରୀହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେରଳର ବିଭିନ୍ନ ବିଦ୍ୟାଳୟର ୭୨ଜଣ ଶିକ୍ଷକ ପୋକ୍ସୋ ମାମଲାରେ ଅଭିଯୁକ୍ତ ହୋଇଛନ୍ତି ବୋଲି ରାଜ୍ୟ ଶିକ୍ଷାମନ୍ତ୍ରୀ ଭି ଶିବାନ୍କୁଟ୍ଟି କହିଛନ୍ତି।
-
5.କନ୍ଧମାଳରେ ଏତେ ପରିମାଣର କୋଇଲା, ବକ୍ସାଇଟ୍ ଓ ଗ୍ରାଫାଇଟ୍ ଗଚ୍ଛିତ ଥିବାରୁ କେବେଠୁ ଏହାର ଖନନ କାର୍ଯ୍ୟକ୍ରମ ଆରମ୍ଭ ହେବ ତାହାକୁ ଅପେକ୍ଷା କରାଯାଇଛି। ତେବେ ଜଙ୍ଗଲ ଓ ପରିବେଶ ମଞ୍ଜୁରି ମଧ୍ୟ ସବୁଠୁ ଆହ୍ବାନପୂର୍ଣ୍ଣ ହେବ ବୋଲି କୁହାଯାଉଛି।
-
6. ଯେ କୌଣସି ପର୍ଯ୍ୟଟକ ଅଭୟାରଣ୍ୟ ଭିତରକୁ ପଲିଥିନ୍ କିମ୍ବା ପ୍ଲାଷ୍ଟିକ୍ ନେଇ ଧରାପଡ଼ନ୍ତି, ତେବେ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ଜରିମାନା ହେବ। ୨୦୨୪ ଏପ୍ରିଲ ପହିଲାରୁ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟର ସମସ୍ତ ଆରସିସିଏଫ୍, ଡିଏଫ୍ଓଙ୍କୁ କୁହାଯାଇଥିଲା। ଇତିମଧ୍ୟରେ ଗୋଟିଏ ବର୍ଷ ପରେ ସବୁ କଟକଣା କେବଳ କାଗଜ କଲମରେ ହିଁ ରହିଯାଇଛି।
-
7. ଯଦି କୌଣସି ଗ୍ରାହକ ଏଟିଏମ୍କୁ ବ୍ୟବହାର କରୁଛନ୍ତି, ତେବେ ତାଙ୍କୁ ଏଟିଏମ୍ କାରବାର ଶୁଳ୍କ ଦେବାକୁ ପଡ଼ୁଛି। ଏହି ଶୁଳ୍କ କାରବାର ପିଛା ୨୧ ଟଙ୍କା ଥିଲା। ସେଥିରେ ୨ ଟଙ୍କା ବୃଦ୍ଧି କରି ରିଜର୍ଭ ବ୍ୟାଙ୍କ ତାହାକୁ ୨୩ ଟଙ୍କା କରିଛନ୍ତି। ଶୁଳ୍କରେ କରାଯାଇଥିବା ବୃଦ୍ଧି ଆସନ୍ତା ମେ’ ୧ରୁ ଲାଗୁ ହେବ।
-
8.ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ (ଏଏମ୍ଏନ୍ଏସ୍) ପକ୍ଷରୁ ଆନ୍ଧ୍ରପ୍ରଦେଶରେ ଇସ୍ପାତ କାରଖାନା ସ୍ଥାପନ ଲାଗି ଜମି ଅଧିଗ୍ରହଣ ଆରମ୍ଭ ହୋଇଛି। କମ୍ପାନି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
-
9. ୨୦୨୩-୨୪ ଆର୍ଥିକ ବର୍ଷରେ, ଭାରତର ୧୧ଟି ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ସଞ୍ଚୟ ଖାତାରେ ସର୍ବନିମ୍ନ ବାଲାନ୍ସ ନ ରଖିବା ପାଇଁ ଗ୍ରାହକମାନଙ୍କଠାରୁ ମୋଟ ୨,୩୩୧ କୋଟି ଟଙ୍କା ଜରିମାନା ଆଦାୟ କରିଥିଲେ। ଏହି ପରିମାଣ ୨୦୨୨-୨୩ ବର୍ଷ ତୁଳନାରେ ୨୫.୬୩ ପ୍ରତିଶତ ଅଧିକ ଥିଲା।
-
10.ରାଜ୍ୟ କୃଷି ବିଦ୍ୟାନିଧି ଯୋଜନାରେ ୧୩,୯୨୩ ଛାତ୍ରଛାତ୍ରୀ ଉପକୃତ ହେବେ ।
-
11.ଓଡିଶାରେ ବନ୍ଦ ସ୍କୁଲ ଖୋଲାଯିବ। ଅନୂସୂଚିତ ପାଇଁ ୨୦, ଅନ୍ୟ ଅଞ୍ଚଳରେ ୪୦ ପିଲା ଥିଲେ ବିଦ୍ୟାଳୟ ବନ୍ଦ ସ୍କୁଲ ଖୋଲିବ
-
12.ଓଡିଶାରେ ଆହୁରି ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଲେ ।
-
13. ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଅନୁଯାଇ ମଇ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ।
-
14.ଏପ୍ରିଲ ୨ରୁ ଖଡ଼ିଛୁଆଁ , ଶିଶୁ ବାଟିକାରେ ନାମ ଲେଖାଇବାକୁ ଘରକୁ ଯାଇ ନିମନ୍ତ୍ରଣ ପତ୍ର ଦେଲେ ଗଞ୍ଜାମ ଜିଲ୍ଲାପାଳ।
-
15.କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨% ବଢିଲା । ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି।
-
16.ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆରସି) ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।
-
17.ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଦ୍ବାରା ପରିଚାଳିତ ୨୦୨୪ ବର୍ଷର ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସଏସଟିଇଟି) ଫଳ ପ୍ରକାଶ ପାଇଛି।
-
18.ସମାଜଚେତନା ଭିତ୍ତିକ ଓଡ଼ିଆ ସିନେମା ‘ଆଜିର ରେବତୀ’ ଆସନ୍ତା ୧୧ ଏପ୍ରିଲରେ ମୁକ୍ତିଲାଭ କରିବ।
-
19.ମ୍ୟାନମାର୍ରେ ହୋଇଥିବା ଭୟଙ୍କର ଭୂକମ୍ପ ପରେ, ଭାରତ ତୁରନ୍ତ ମାନବୀୟ ସହାୟତା ଭାବରେ ୧୫ ଟନ୍ରୁ ଅଧିକ ରିଲିଫ ସାମଗ୍ରୀ ପଠାଇଛି।
-
20.ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି (HLCA) ଗୁରୁବାର ରାଜ୍ୟରେ ୧.୬୫ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୦ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି।