-
1.ଜାତୀୟ ଅତୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ରଥଯାତ୍ରା ଓ ବାଲିଯାତ୍ରା ସାମିଲ ହୋଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୋମବାର ସମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଛନ୍ତି।
-
2.ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ହରିୟାଣାର ୮୯ କିଲୋମିଟର ଦୀର୍ଘ ଜିନ୍ଦ-ସୋନିପତ ରୁଟରେ ଏହାର ପରୀକ୍ଷଣ ଆରମ୍ଭ କରିଛି।
-
3.ଭାରତର ଅଧା ଲୋକଙ୍କ ପାଖରେ ୩.୫ ଲକ୍ଷ ଟଙ୍କାରୁ କମ୍ ରହିଛି। ଏନେଇ ଅର୍ଥ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ, ଭାରତର ପରବର୍ତ୍ତୀ ସଙ୍କଟ ବ୍ୟକ୍ତିଗତ ହେବ। ଅର୍ଥାତ୍ ଭୟଙ୍କର ଆର୍ଥିକ ସଙ୍କଟର ସମ୍ମୁଖୀନ ହେବେ ଭାରତୀୟ।.
-
4.ଯେଉଁମାନେ ତିନିମାସ ମଧ୍ୟରେ ଟ୍ରାଫିକ୍ ଇ-ଚାଲାଣ (ଜରିମାନା) ରାଶି ପୈଠ କରିବେ ନାହିଁ, ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ବାତିଲ୍ କରାଯାଇପାରେ।
-
5.‘ଲିଭିଂ ନଷ୍ଟ୍ରାଦମସ୍’ କୁହାଯାଉଥିବା ବ୍ରାଜିଲର ୩୮ ବର୍ଷୀୟ ମନୋବିଜ୍ଞାନୀ ଆଥୋସ୍ ସାଲୋମ ତୃତୀୟ ବିଶ୍ୱଯୁଦ୍ଧ ବିଷୟରେ ଏକ ଭୟଙ୍କର ଚେତାବନୀ ଜାରି କରିଛନ୍ତି। କୋଭିଡ୍-୧୯ ମହାମାରୀ, ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ମୃତ୍ୟୁ ଏବଂ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଭଳି ଘଟଣାର ପୂର୍ବାନୁମାନ କରିଥିବା ସାଲୋମ କହିଛନ୍ତି ଯେ ସାମ୍ପ୍ରତିକ ବୈଶ୍ୱିକ ଘଟଣାକ୍ରମ ଏକ ଉଦ୍ବେଗଜନକ ଭୂ-ରାଜନୈତିକ ଢାଞ୍ଚାକୁ ସୂଚାଉଛି।
-
6.ଏପ୍ରିଲ ପହିଲାରୁ ଦେଶରେ ପ୍ରାୟ ୯୦୦ରୁ ଅଧିକ ଅତ୍ୟାବଶ୍ୟକ ଔଷଧର ମୂଲ୍ୟବୃଦ୍ଧି ହେବାକୁ ଯାଉଛି । ଏସବୁ ଔଷଧ ମଧ୍ୟରେ ରହିଛି ରକ୍ତଚାପ, ମଧୁମେହ, ହୃଦରୋଗ, ସଂକ୍ରମଣ ଭଳି ରୋଗର ଚିକିତ୍ସାରେ ବ୍ୟବହୃତ ଜରୁରୀ ଔଷଧ ।
-
7.‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରସ୍ତାବରେ ୨୦୨୦ ଜୁନ୍ ୭ ତାରିଖରେ ରାଜ୍ୟ କ୍ୟାବିନେଟ୍ ମୋହର ବାଜିଲା।ସଙ୍ଗୀତର ଅବଧି ୨ ମିନିଟ୍ ୧୧ ସେକେଣ୍ଡ ରହିଛି।ସୂଚନା ଓ ଲୋକସମ୍ପର୍କ ବିଭାଗ ୱେବ୍ସାଇଟ୍ରେ ଲିଙ୍କ୍ ଥିଲେ ମଧ୍ୟ ତାହାକୁ ବହୁ ସଂସ୍ଥା ଡାଉନ୍ଲୋଡ୍ କରୁନାହାନ୍ତି।
-
8.ଝାରସୁଗୁଡ଼ାରେ ବେଦାନ୍ତର ୧୮ ଲକ୍ଷ ଟନ୍ ସ୍ମେଲଟର ଓ କଳାହାଣ୍ଡିର ଲାଞ୍ଜିଗଡ଼ରେ ଏକ ୩.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା ବିଶୋଧନାଗାର ରହିଛି। ବିଭିନ୍ନ ଜିଲ୍ଲାରେ କମ୍ପାନିର ଖଣି କାର୍ଯ୍ୟ ୧୦,୦୦୦ ନିଯୁକ୍ତି ସୃଷ୍ଟିର କ୍ଷମତା ରଖିଛି।
-
9.କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ପକ୍ଷରୁ ଏହାର ସଦସ୍ୟମାନଙ୍କ ଲାଗି ଉଠାଣ ସୀମାରେ ୫ ଗୁଣା ବୃଦ୍ଧି କରାଯାଇଛି। ସ୍ବୟଂକ୍ରିୟ ଉଠାଣ ସୀମାକୁ ବର୍ତ୍ତମାନର ୧ ଲକ୍ଷ ଟଙ୍କାରୁ ବଢ଼ାଇ ୫ ଲକ୍ଷ ଟଙ୍କା କରାଯାଇଛି।
-
10.ଦେଶରେ ବର୍ଷକୁ ୪,୮୦,୦୦୦ରୁ ଅଧିକ ସଡ଼କ ଦୁର୍ଘଟଣାରେ ୧,୮୮,୦୦୦ ଲୋକଙ୍କ ମୃତ୍ୟୁ ହେଉଛି। ସେମାନଙ୍କ ଭିତରୁ ୬୬ ପ୍ରତିଶତ ଲୋକଙ୍କ ବୟସ ୧୮ରୁ ୪୫ ବର୍ଷ ଭିତରେ ରହିଛି। ଦୁଇଚକିଆ ଗାଡ଼ି ଯଥା ମୋଟରସାଇକଲ୍ ଓ ସ୍କୁଟର ବିକ୍ରି କରୁଥିବା କମ୍ପାନିଗୁଡ଼ିକୁ ଗାଡ଼ି ସହିତ ଗ୍ରାହକଙ୍କୁ ଦୁଇଟି ଆଇଏସ୍ଆଇ ଚିହ୍ନ ଥିବା ହେଲ୍ମେଟ୍ ଦେବା ଲାଗି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି।
-
11.କେନ୍ଦ୍ର ସରକାରଙ୍କ ସାଗରମାଳା ପ୍ରକଳ୍ପ ଅଧୀନରେ ରାଜ୍ୟରେ ୬ଟି ପ୍ରକଳ୍ପ ହାତକୁ ନିଆଯାଇଛି। ଏହି ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ୩୫୦ କୋଟି ଟଙ୍କା ନିବେଶ କରାଯାଉଛି।
-
12.ଗତ ଆର୍ଥିକ ବର୍ଷରେ ରାଜ୍ୟ ୪୬ ହଜାର କୋଟି ଟଙ୍କାର ଖଣି ରାଜସ୍ବ ପାଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ୪୦ ହଜାର ୫୦୦ କୋଟି ପାଇଛି। ସର୍ବାଧିକ ରାଜସ୍ବ ଦେଉଥିବା କେନ୍ଦୁଝର ଜିଲ୍ଲାରେ ମଧ୍ୟ ଖଣି ରାଜସ୍ବ ହ୍ରାସ ପାଇଛି।
-
13.ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଶୌଚାଳୟରେ ଲୁଚାଇ ରଖାଯାଇଛି ୪୪ ଅଚଳ ଭେଣ୍ଟିଲେଟର୍। ଏଥିପାଇଁ କର୍ମଚାରୀମାନେ ଶୌଚାଳୟ ଯିବାରେ ସମସ୍ୟା ଭୋଗୁଛନ୍ତି।
-
14.ଆର୍ଥିକ ବର୍ଷ ୨୦୨୪-୨୦୨୫ରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରେକର୍ଡ ସଂଖ୍ୟାରେ ପର୍ଯ୍ୟଟକ ବୁଲିଛନ୍ତି। ଏହି ବର୍ଷରେ ଆସିଥିବା ମୋଟ ୩୯,୫୨,୦୯୭ ପର୍ଯଟକଙ୍କ ଠାରୁ ସମସ୍ତ ଉତ୍ସରୁ ୨୫.୩୭ କୋଟି ଟଙ୍କା ନନ୍ଦନକାନନ ଇତିହାସରେ ସର୍ବାଧିକ।
-
15.ପାଣିପାଗ ବିଭାଗ ଆଗାମୀ ୫ ଦିନଯାଏ ବର୍ଷା ସମ୍ଭାବନାର ଆଲର୍ଟ ଦେଇଛି। ୨୪ ଘଣ୍ଟା ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜରେ ବିଜୁଳି ଘଡ଼ଘଡ଼ିକୁ ନେଇ ୟେଲୋ ୱର୍ଣ୍ଣିଙ୍ଗ ଦେଇଛି ପାଣିପାଗ ବିଭାଗ। ୨, ୩ ଓ ୪ ତାରିଖରେ ଏଭଳି ବର୍ଷା ସମ୍ଭାବନା ଥିବା ବେଳେ ୪ ପରେ ପୁଣି ଧୀରେଧୀରେ ଖରା ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
-
16.ଧାର୍ଯ୍ୟ ସମୟରେ ଘର ଯୋଗାଇ ନପାରିବାରୁ ଏକ ବିଲ୍ଡର ସଂସ୍ଥା ମୋଟା ଅଙ୍କର ତଣ୍ଡ ଗଣିବାକୁ ଯାଉଛି। ସୁପ୍ରିମକୋର୍ଟଙ୍କ ଆଦେଶ ବଳରେ ବିପୁଲ୍ ଲିମିଟେଡ୍ ନାମକ ବିଲ୍ଡର ସଂସ୍ଥା ୧୫ ଜଣ ଘରକ୍ରେତାଙ୍କୁ ପ୍ରାୟ ୧୭ କୋଟି ଟଙ୍କା ଫେରାଇବାକୁ ସତ୍ୟପାଠ ଦାଖଲ କରିଛି।
-
17.୨୦୦୪ ଛତିଶଗଡ଼ କ୍ୟାଡରର ବିଶିଷ୍ଟ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅମିତ କଟାରିଆ ୮.୯୦ କୋଟି ଟଙ୍କାର ସମ୍ପତ୍ତି ସହ ଭାରତର ସବୁଠାରୁ ଧନୀ ଆଇଏଏସ୍ ଅଧିକାରୀ ଭାବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
-
18.ନେପାଳରେ ମାର୍ଚ୍ଚ ୨୮ରେ ଦେଖାଇଥିବା ରାଜତନ୍ତ୍ର ସପକ୍ଷବାଦୀ ବିକ୍ଷୋଭରେ ଏବେ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ଘଟିବା ସହ ୧୧୦ ଜଣ ଗିରଫ ହୋଇଛନ୍ତି।
-
19.ରାଉରକେଲାର ବେଦବ୍ୟାସରେ ଏକ ଝୁଲା କାଚ ପୋଲ ନିର୍ମାଣ ହେବାକୁ ଯାଉଛି, ଏହା ଓଡିଶାର ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରବିବାର ଘୋଷଣା କରିଛନ୍ତି।
-
20.ମୁମ୍ବାଇଠାରେ ସୋମବାର ଖେଳାଯାଇଥିବା ଆଇପିଏଲର ଏକ ଲିଗ୍ ମ୍ୟାଚରେ କୋଲକାତାକୁ ୮ ଓ୍ବିକେଟରେ ପରାସ୍ତ କରିଛି ମୁମ୍ବାଇ । କୋଲକାତା ଦ୍ବାରା ରଖାଯାଇଥିବା ୧୧୭ ରନର ଲକ୍ଷ୍ୟକୁ ମୁମ୍ବାଇ ୧୨.୫ ଓଭରରେ ୨ ଓ୍ବିକେଟ ହରାଇ ହାସଲ କରିନେଇଥିଲା ।