-
1.ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟାଳୟକୁ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ପ୍ରଧାନମନ୍ତ୍ରୀ ମୋଦୀ ମାଧବ ନେତ୍ରାଳୟ ପ୍ରିମିୟମ୍ ସେଣ୍ଟରର ମଧ୍ୟ ଶିଳାନ୍ୟାସ କରିଥିଲେ, ମାଧବ ନେତ୍ରାଳୟ ଚକ୍ଷୁ ପ୍ରତିଷ୍ଠାନ ଏବଂ ଗବେଷଣା କେନ୍ଦ୍ରର ଏକ ନୂତନ ବିସ୍ତାରିତ କୋଠା, ଯାହା ସ୍ୱର୍ଗତ ଆରଏସଏସ ମୁଖ୍ୟ ମାଧବରାଓ ଗୋଲୱାଲକରଙ୍କ ନାମରେ ନାମିତ।
-
2.ପାକିସ୍ତାନ ସରକାର ବେଲୁଚିସ୍ତାନରେ ରାତି ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ପାକିସ୍ତାନ ସରକାରଙ୍କୁ ନିୟମିତ ଟାର୍ଗେଟ କରୁଥିବା ବେଲୁଚ ବିଦ୍ରୋହୀଙ୍କ ନିୟମିତ ଆକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।
-
3.ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତାଙ୍କ କ୍ୟାବିନେଟକୁ କହିଛନ୍ତି ଯେ ହମାସ ବିରୁଦ୍ଧରେ ସାମରିକ ଚାପ କାମ କରୁଛି। କିନ୍ତୁ ଯୋଉଁମାନେ ଅସ୍ତ୍ର ତ୍ୟାଗ କରିବେ ସେମାନଙ୍କୁ ଯିବାକୁ ଦିଆଯିବ ।
-
4.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଖୋଲାଖୋଲି ଧମକ ଦେଇଛନ୍ତି। ଯଦି ଇରାନ ଆଣବିକ ଚୁକ୍ତିକୁ ନେଇ ସହମତି ପ୍ରକାଶ କରିବ ନାହିଁ, ତେବେ ବୋମା ବର୍ଷିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି।
-
5. ଜ୍ୟୋତିର୍ଲିଙ୍ଗ କେଦାରନାଥଙ୍କ ଭକ୍ତମାନଙ୍କ ପାଇଁ ଖୁସିଖବର । ଆସନ୍ତା ମଇ ୨ ତାରିଖରୁ ଭକ୍ତମାନଙ୍କ ପାଇଁ ବାବା କେଦାରନାଥଙ୍କ ମନ୍ଦିର ଖୋଲିବାକୁ ଯାଉଛି ।
-
6.କେନ୍ଦ୍ର ସରକାର ମଣିପୁର, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶର କିଛି ଅଂଚଳରେ ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ (ଏଏଫ୍ଏସ୍ପିଏ)କୁ ୬ ମାସ ପାଇଁ ବୃଦ୍ଧି କରିଛନ୍ତି।
-
7.ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଗତକାଲି ୧୭ ନକ୍ସଲ ନିହତ ହେବାର ୨୪ଘଣ୍ଟା ମଧ୍ୟରେ ସଂଗଠନକୁ ପୁଣି ଶକ୍ତ ଝଟ୍କା ଲାଗିଛି। ବିଜାପୁର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ୫୦ନକ୍ସଲ ମୁଖ୍ୟସ୍ରୋତକୁ ଫେରିଛନ୍ତି।
-
8.ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ଠାରୁ ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରିବା ନିମନ୍ତେ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆ ଯାଇଛି।
-
9.ଗତ ୯ ମାସର ଆପରାଧିକ ଗ୍ରାଫ୍ ଏହା ବୟାନ କରୁଛି। ଏହି ସମୟରେ ଅନୁଗୁଳ ଜିଲ୍ଲାରେ ୩୩ଟି ହତ୍ୟାକାଣ୍ଡ ଘଟିଛି। ଅର୍ଥାତ୍ ପ୍ରତି ମାସରେ ହାରାହାରି ୪ ଜଣ ହତ୍ୟାର ଶିକାର ହେଉଥିଲା ବେଳେ ୫୩ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି
-
10.ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି, ମୋଟ ୧୦୦ ମାର୍କ ବଦଳରେ ୯୪ ମାର୍କ ପ୍ରଶ୍ନପତ୍ର।
-
11.ମୁଖ୍ୟମନ୍ତ୍ରୀ ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କଲେ, ୫୦ ହଜାର ଲୋକଙ୍କୁ ଘର ମିଳିବ ।
-
12.ମାଟ୍ରିକ୍ ପରୀକ୍ଷା ଏବେ ବର୍ଷକୁ ୨ଥର ହେବ, CBSE ୧୦ମ ଓ ଦ୍ୱାଦଶ ଶ୍ରେଣୀ ନିମନ୍ତେ ନୂଆ ସିଲାବସ୍ ଜାରି କଲେ ।
-
13.ପାକିସ୍ତାନରେ ୧୨ ଆତଙ୍କବାଦୀ ନିପାତ,୧୦ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ଉତ୍ତଜନା।
-
14.ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କଠାରୁ ସାଇବର ଠେଇକ ଅଭିଯୋଗ ହୋଇଥିଲା। ଗତ ଜାନୁଆରୀ ୧୩ ତାରିଖରେ ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କଠାରୁ ୧କୋଟି ୭୦ଲକ୍ଷ ଟଙ୍କା ସାଇବର ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା । ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସାଇବର ପୁଲିସ ୭ଜଣ ଆନ୍ତରାଜ୍ୟ ସାଇବର ଠକକୁ ଗିରଫ କରିବାରେ ସଫଳ ହୋଇଛି।
-
15.ତିନିଦିନ ଛୁଟି ପଡୁଥିବାରୁ ବିଧାନସଭାକୁ ଛୁଟି ଘୋଷଣା କରାଯାଇଛି। ୩୦ତାରିଖ ରବିବାର, ୩୧ ତାରିଖରେ ଇଦୁଲ ଫିତର ଏବଂ ଏପ୍ରିଲ ୧ରେ ଉତ୍କଳ ଦିବସ ଛୁଟି ରହିଛି।