-
1.ବିଶ୍ୱ ପାଣିପାଗ ସଂସ୍ଥା (ଡବ୍ଲୁଏମ୍ଓ) ଚେତାବନୀ ଅନୁଯାୟୀ ରାଜ୍ୟରେ ୭୦ରୁ ୮୦ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ଅର୍ଥାତ୍ ମାର୍ଚ୍ଚ ୧୫ରୁ ଜୁନ୍ ୧୫ ମଧ୍ୟରେ ୯୦ ଦିନ ମଧ୍ୟରୁ ୮୫% ଦିନ ପ୍ରଚଣ୍ଡ ରୌଦ୍ର ସ୍ଥିତି ଓଡ଼ିଶାରେ ସୃଷ୍ଟି ହେବ। ୨୦୨୫ ଜାନୁଆରି ଦେଶର ଉତ୍ତପ୍ତ ମାସ ହୋଇଛି।
-
2.ଆମେରିକୀୟ ଉତ୍ପାଦ ଉପରେ ଚୀନ୍ ୧୦ ରୁ ୧୫ ପ୍ରତିଶତ ଶୁଳ୍କ ଲଗାଇବାକୁ ଘୋଷଣା କରିଛି। ଚୀନ୍ ଉତ୍ପାଦ ଉପରେ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ନୂତନ ଶୁଳ୍କ ପ୍ରତିବାଦରେ ଏହି ପଦକ୍ଷେପ ନିଆଯାଇଛି। ଚୀନ୍ର ଅର୍ଥ ମନ୍ତ୍ରଣାଳୟ କହିଛି।
-
3.ବାଂଲାଦେଶ କରାଚୀରୁ ଢାକା ରୁଟ୍ରେ ସିଧାସଳଖ ବିମାନ ଚଳାଚଳ କରିବା ପାଇଁ ଏକ ଘରୋଇ ପାକିସ୍ତାନୀ ବିମାନ କମ୍ପାନିକୁ ଅନୁମୋଦନ ଦେଇଛି।
-
4.ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ବଢ଼ାଇବାରେ ସରକାରଙ୍କ ଗୁରୁତ୍ବର ଚମତ୍କାର ଫଳ ସାମ୍ନାକୁ ଆସିଛି। କିଛି ବର୍ଷ ମଧ୍ୟରେ ଭାରତ ବିଶ୍ବର ଦ୍ବିତୀୟ ବୃହତ୍ ମୋବାଇଲ୍ ଉତ୍ପାଦନକାରୀ ଭାବେ ଉଭା ହୋଇଛି।
-
5.ଆସାମ ସରକାର ବିଭିନ୍ନ ଅଟକ କେନ୍ଦ୍ର ଗୁଡ଼ିକରେ ଚିହ୍ନଟ କରିଥିବା ୬୩ ଜଣ ବିଦେଶୀଙ୍କୁ ସେମାନଙ୍କ ଦେଶକୁ ଫେରାଇ ନଥିବାରୁ ସୁପ୍ରିମକୋର୍ଟ ଆସାମ ସରକାର ଉପରେ ପ୍ରବଳ ବିରକ୍ତ ହୋଇଛନ୍ତି।
-
6.ଛତିଶଗଡ଼ କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏକ ବଡ଼ଧରଣର ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ମାମଲାରେ ଚେନ୍ନାଇସ୍ଥିତ ଏକ କମ୍ପାନିର ପ୍ରାୟ ୧ହଜାର କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି।
-
7.ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେବା ପରେ ବେଆଇନ ପ୍ରବାସୀଙ୍କ ବିରୋଧରେ କଠୋର ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ ସେଠାରୁ ୨୦୫ ବେଆଇନ ଭାରତୀୟ ପ୍ରବାସୀଙ୍କୁ ଭାରତ ପ୍ରତ୍ୟାର୍ପଣ କରାଯାଉଛି ।
-
8.କାନାଡା ଓ ମେକ୍ସିକୋ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ଶୁଳ୍କକୁ ବର୍ତ୍ତମାନ ସମୟ ପାଇଁ ସ୍ଥଗିତ ରଖିବା ପରେ ଭାରତୀୟ ଷ୍ଟକ୍ ବଜାରରେ ଉତ୍ସାହ ଫେରିଛି।
-
9.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଫେବ୍ରୁଆରି ୧୨ ତାରିଖରେ ଆମେରିକା ଗସ୍ତ କରିବେ। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହେବ।
-
10.ଦେଶର ଅଗ୍ରଣୀ ଇଲେକ୍ଟ୍ରୋନିକ୍ସ ରିଟେଲ୍ ଶୃଙ୍ଖଳା ରିଲାଏନ୍ସ ଡିଜିଟାଲ୍ ପକ୍ଷରୁ ୩୦ ମିନିଟ୍ରେ ସାମସଙ୍ଗ ଗାଲାକ୍ସି ଏସ୍୨୫ ସିରିଜ୍ ଫୋନ୍ ଡେଲିଭରି କରାଯାଉଛି।
-
11.ମାଘ ମାସ ଶୁଳ୍କ ଅଷ୍ଟମୀ ତିଥିରେ ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୫ରୁ ରାତି ୧୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
-
12.ପ୍ରଧାନମନ୍ତ୍ରୀ ପ୍ରୟାଗରାଜଠାରେ ମହାକୁମ୍ଭ ପରିଦର୍ଶନ କରିବା ସହ ସଙ୍ଗମରେ ବୁଡ଼ ପକାଇବେ ଓ ମା’ ଗଙ୍ଗାଙ୍କୁ ପ୍ରାର୍ଥନା କରିବେ।
-
13.ଚଳିତ ମାସ ୫ରୁ ରାଜ୍ୟରେ ଆରମ୍ଭ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା। ଖୋର୍ଦ୍ଧା ଜିଲା ଜଙ୍କିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନା ଶୁଭାରମ୍ଭ କରାଯିବ।
-
14.ବର୍ଷ ୨୦୨୪ରେ ସମଗ୍ର ଭାରତରେ ୨୨ ଲକ୍ଷ କୁକୁର କାମୁଡ଼ା ମାମଲା ପଞ୍ଜୀକୃତ ହୋଇଛି।
-
15.ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜରେ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଫର୍ମରେ ଥିବା ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଭାରତୀୟ ଅନ୍ତର୍ଜାତୀୟ ଦିନିକିଆ ଦଳରେ ସାମିଲ କରାଯାଇଛି।