-
1.ଦିଲ୍ଲୀରେ ୭୦ ବିଧାନସଭା ଆସନ ପାଇଁ ଆଜି ଭୋଟ୍ ଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ସନ୍ଧ୍ୟା ୬ଟା ସୁଦ୍ଧା ୫୭.୭ ପ୍ରତିଶତ ମତଦାନ ରେକର୍ଡ ହୋଇଛି।
-
2. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର କହିଛନ୍ତି ଯେ ପାଲେଷ୍ଟାଇନବାସୀଙ୍କୁ ଅନ୍ୟତ୍ର ଥଇଥାନ କରାଯିବା ପରେ ତାଙ୍କ ଦେଶ ଯୁଦ୍ଧଗ୍ରସ୍ତ ପାଲେଷ୍ଟାଇନ ଅଞ୍ଚଳ ଗାଜା ଷ୍ଟ୍ରିପ୍କୁ ନିଜ ଅକ୍ତିଆରକୁ ନେବ। ଏହାର ବିକାଶ କରିବ ଓ ଏହାର ମାଲିକ ହେବ।
-
3.ଫୋର୍ବସ୍ ୨୦୨୫ରେ ବିଶ୍ୱର ୧୦ଟି ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରିଛି, ଯେଉଁଥିରେ ଆମେରିକା ଶୀର୍ଷରେ ଥିବା ବେଳେ ଚୀନ୍ ଦ୍ବିତୀୟ ସ୍ଥାନରେ ରହିଛି। ଇସ୍ରାଏଲ ଦଶମ ସ୍ଥାନରେ ରହିଛି।
-
4. ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର କହିଛନ୍ତି ଯେ ଯଦି ଇରାନ ତାଙ୍କୁ ହତ୍ୟା କରେ ତେବେ ଏହାକୁ ପୃଥିବୀ ମାନଚିତ୍ରରୁ ଲୋପ କରିଦେବାକୁ ସେ ତାଙ୍କ ପରାମର୍ଶଦାତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-
5. ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରଠାରୁ ସାରା ବିଶ୍ୱରେ ଏକ ଅସ୍ଥିର ପରିସ୍ଥିତି ସୃଷ୍ଟି ହୋଇଛି। କାନାଡା, ମେକ୍ସିକୋ ଏବଂ ଚୀନ୍ ବିରୁଦ୍ଧରେ ଆକ୍ରମଣାତ୍ମକ ଶୁଳ୍କ ଯୁଦ୍ଧ ଆରମ୍ଭ କରିବା ପରେ, ଡୋନାଲ୍ଡ ଟ୍ରମ୍ପ ଏବେ ଜାତିସଂଘ ଉପରେ ନଜର ପକାଇଛନ୍ତି।
-
6.ଆମେରିକାରେ ବେଆଇନ ଭାବେ ରହୁଥିବା ୧୦୪ ଜଣ ଭାରତୀୟଙ୍କୁ ନେଇ ଏକ ଆମେରିକୀୟ ସାମରିକ ବିମାନ ବୁଧବାର ଦିନ ଶ୍ରୀ ଗୁରୁ ରାମଦାସ ଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ଆମେରିକୀୟ ସାମରିକ ବିମାନ ସି-୧୭ ପଞ୍ଜାବ ଏବଂ ପଡ଼ୋଶୀ ରାଜ୍ୟରୁ ୧୦୪ ଜଣ ଅବୈଧ ପ୍ରବାସୀଙ୍କୁ ନେଇ ଆସିଛି ।
-
7.ସ୍ବିଡେନ୍ରେ ଏକ ସ୍କୁଲରେ ଗୁଳିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ ମଙ୍ଗଳବାର ସକାଳୁ, ସ୍ବିଡେନ୍ ରାଜଧାନୀ ଷ୍ଟକହୋମ୍ରୁ ୨୦୦ କିଲୋମିଟର ଦୁର ଓରେବ୍ରୋ ସହରେ ଗୁଳିକାଣ୍ଡ ହୋଇଯାଇଛି।
-
8.କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ଦିଲ୍ଲୀରେ ଜମ୍ମୁ ଏବଂ କାଶ୍ମୀରର ସୁରକ୍ଷା ପରିସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ଗୃହମନ୍ତ୍ରୀ ସମସ୍ତ ସୁରକ୍ଷା ଏଜେନ୍ସିକୁ ଜମ୍ମୁ ଏବଂ କାଶ୍ମୀରରେ ଆତଙ୍କବାଦ ବିରୋଧରେ ଲଢ଼େଇକୁ ତୀବ୍ର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
9.ନାକ୍ ରେଟିଂ ବୃଦ୍ଧି ପାଇଁ ଲାଞ୍ଚ ନେବା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ ସାଇନ୍ସ ବିଭାଗୀୟ ମୁଖ୍ୟ ପ୍ରଫେସର ବୁଲୁ ମହାରଣାଙ୍କୁ ଗତ ୧ ତାରିଖ ସିବିଆଇ ଗିରଫ କରିଥିଲା।
-
10.ଆମେରିକାରେ ପୁଣି ଦୁଇ ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ସିଆଟେଲ-ଟାକୋମା ଏୟାରପୋର୍ଟରେ ରନଓ୍ବେ ସମୟରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି। ବିମାନରେ ଥିବା ୧୪୨ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
-
11.ପଶ୍ଚିମବଙ୍ଗ ଉପକୂଳରେ ଉଡ଼ନ୍ତା ମାଛ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ୍ୟ। ଏପରି ଉଡ଼ନ୍ତା ମାଛକୁ ଠାବ କରିଛି ଗୋପାଳପୁରସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର।
-
12.ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ନିବେଶକମାନଙ୍କ ସକାଶେ ୨୦୧୫ରେ ଆରମ୍ଭ କରିଥିବା ସୋଭରେନ ଗୋଲ୍ଡ ବଣ୍ଡ(ଏସଜିବି) ସ୍କିମକୁ ବନ୍ଦ କରିଦେଇଛି। ବିଗତ କିଛି ବର୍ଷ ମଧ୍ୟରେ ସୁନା ମୂଲ୍ୟ ଦ୍ରୁତଗତିରେ ବୃଦ୍ଧି ପାଇବାରୁ ସରକାରଙ୍କ ପାଇଁ ଏହି ସ୍କିମକୁ ଜାରି ରଖିବା କଷ୍ଟକର ହୋଇପଡ଼ିଥିଲା।
-
13.ଓଡିଶାକୁ କୃମିମୁକ୍ତ କରିବାକୁ ପ୍ରୟାସ ଜାରି ରହିଛି। ମହିଳା ଓ ଶିଶୁଙ୍କ ଉନ୍ନତ ସ୍ବାସ୍ଥ୍ୟ, ଠିକ ପୋଷଣ, ଉତ୍ତମ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଆସନ୍ତା ୧୦ ତାରିଖରେ ଜାତୀୟ କୃମିନାଶକ ଦିବସକୁ ବ୍ୟାପକ ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି।
-
14.ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତ ଅଧୀନ ରଙ୍ଗବଜାର ନିକଟ କୁଆଖାଇ ନଦୀରେ ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି।
-
15.ଭାରତ ମୋବାଇଲ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଉଲ୍ଲେଖନୀୟ ଅଗ୍ରଗତି କରିଛି ଏବଂ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଉତ୍ପାଦନକାରୀ ଦେଶରେ ପରିଣତ ହୋଇଛି।