-
1.ଓଡ଼ିଶାରେ ୧୫.୨୦ କୋଟି ଟଙ୍କା ବଜେଟ୍ରେ ଜାତୀୟ ଜଳମାର୍ଗ-୬୪ ଅଧୀନରେ ମହାନଦୀ ଉପରେ ମୁସାଡିଆ-ବାହାକୁଦା ଫେରି ସେବା ପାଇଁ ଦୁଇଟି ଏବଂ ଜାତୀୟ ଜଳମାର୍ଗ-୧୪ରେ ବୈତରଣୀ ନଦୀରେ ଗୋଟିଏ ଭାସମାନ ଜେଟି ବିକାଶ କରାଯାଉଛି। ଏହି ପ୍ରକଳ୍ପ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବା ସମ୍ଭାବନା ରହିଛି।
-
2.ସରକାରୀ ଟେଲିକମ୍ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍)କୁ ୪ଜି ସେବା ଲାଗି କେନ୍ଦ୍ର ସରକାର ୬୦୦୦ କୋଟି ଟଙ୍କା ଦେଇଛନ୍ତି।
-
3.ରେଳବାଇର ବିଦ୍ୟୁତ୍ ଶକ୍ତି ଆବଶ୍ୟକତା ବୃଦ୍ଧି ପାଉଥିବାରୁ ଏହା ବିକଳ୍ପ ଶକ୍ତି ସନ୍ଧାନରେ ରହିଛି। ଆଣବିକ ଶକ୍ତି ଜରିଆରେ ଏହା ନିଜର ଚାହିଦା ପୂରଣ କରିବା ଦିଗକୁ ସନ୍ଧାନ କରୁଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।
-
4.ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆମେରିକା ଜାରି କରିଥିବା ଏଫ୍-୧ ଷ୍ଟୁଡେଣ୍ଟ ଭିସା ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ଆମେରିକୀୟ ବୈଦେଶିକ ବିଭାଗ ତଥ୍ୟର ବିଶ୍ଳେଷଣ ଅନୁଯାୟୀ, ୨୦୨୪ ଜାନୁଆରିରୁ ସେପ୍ଟେମ୍ବର ମଧ୍ୟରେ ୬୪,୦୦୮ ଜଣ ଭାରତୀୟ ଛାତ୍ରଙ୍କୁ ଭିସା ପ୍ରଦାନ କରାଯାଇଛି, ଯାହା କି ୨୦୨୩ର ସମାନ ଅବଧିରେ ୧,୦୩,୪୯୫ ତୁଳନାରେ ୩୮ ପ୍ରତିଶତ ହ୍ରାସ ପାଇଛି।
-
5.ଜାତିଆଣ ହିଂସାଗ୍ରସ୍ତ ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ରବିବାର ଇସ୍ତଫା ଦେଇଛନ୍ତି।
-
6.ସମସ୍ତ ରାସନ୍କାର୍ଡ ହିତାଧିକାରୀ ଇ-କେୱାଇସି କରିବାକୁ ରାଜ୍ୟ ସରକାର ବାରମ୍ବାର ତାରିଖ ଘୁଞ୍ଚାଇ ଚାଲିଥିଲେ ବି ଏହା ସଫଳ ହେଉନି। ଫେବ୍ରୁଆରି ୧୫ରେ ଇ-କେୱାଇସି ଅବଧି ସରିବାକୁ ଥିବାବେଳେ ଏବେବି ୩୭ଲକ୍ଷ ୮୫ହଜାର ୪୯୬ଜଣ ହିତାଧିକାରୀ ଇ-କେୱାଇସି କରିନଥିବା ଜଣାପଡ଼ିଛି।
-
7.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର (ଫେବୃଆରୀ ୧୦ ତାରିଖ) ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳା ପରିଦର୍ଶନ କରି ସଙ୍ଗମରେ ସ୍ନାନ କରିବେ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
-
8.ଛତିଶଗଡ଼ରେ ପୁଣି ହୋଇଛି ବଡ଼ ଧରଣର ନକ୍ସଲ ଅପରେସନ୍। ଏଥିରେ ୩୧ ଜଣ ନକ୍ସଲ ନିହତ ହୋଇଛନ୍ତି। ସେହିପରି ଏହି ଏନକାଉଣ୍ଟର ବେଳେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି।
-
9. ସଙ୍ଗମ ରେଳ ଷ୍ଟେଶନରେ ଜମୁଥିବା ଭିଡ଼କୁ ଦୃଷ୍ଟିରେ ରଖି ସଙ୍ଗମ ଷ୍ଟେଶନ ରେଳ କର୍ତ୍ତୃପକ୍ଷ ଷ୍ଟେଶନ ବନ୍ଦ ନିଷ୍ପତ୍ତି ନେଇଛନ୍ତି । ଷ୍ଟେଶନକୁ କର୍ମଚାରୀ ଆସିବେ ଅଫିସିଆଲ କାମ ହେବ । କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଷ୍ଟେଶନ୍ ବନ୍ଦ ରହିବ ବୋଲି ଜଣାପଡ଼ିଛି ।
-
10.ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତଥା ପ୍ରଖ୍ୟାତ ଓପନର ଦିମୁଥ କରୁଣାରତ୍ନେଙ୍କ ପ୍ରଶଂସା କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ, ଯିଏ କି ଅଷ୍ଟ୍ରେଲିଆ ବିପକ୍ଷ ୧୦୦ତମ ଟେଷ୍ଟ ସହ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି।
-
11.ଜଣେ ମହିଳାଙ୍କ ପୂର୍ବ ବିବାହ ଆଇନତଃ କାଏମ୍ ରହିଥିଲେ ମଧ୍ୟ ସିଆର୍ପିସିର ଧାରା ୧୨୫ ଅନୁଯାୟୀ ସେ ତାଙ୍କ ଦ୍ୱିତୀୟ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି କରିବାକୁ ହକ୍ଦାର ବୋଲି ସୁପ୍ରମକୋର୍ଟ କହିଛନ୍ତି।
-
12.ସରକାର ସମ୍ପୂର୍ଣ୍ଣ କୁମ୍ଭ ପାଇଁ ଏଠାକୁ ୪୦ ରୁ ୪୫ କୋଟି ଲୋକ ଆସିବାର ଆଶା କରିଥିଲେ, କିନ୍ତୁ ମାଘ ପୂର୍ଣ୍ଣିମା ପୂର୍ବରୁ ୪୨ କୋଟି ଲୋକଙ୍କ ସଂଖ୍ୟା ଅତିକ୍ରମ କରିସାରିଛି। ଏଠାରେ ପ୍ରତିଦିନ ଭକ୍ତଙ୍କ ଆଗମନ ଜାରି ରହିଛି ଏବଂ ମାଘ ପୂର୍ଣ୍ଣିମାର ଦୁଇ ଦିନ ପୂର୍ବରୁ ମଧ୍ୟ ବହୁ ସଂଖ୍ୟକ ଭକ୍ତ ପ୍ରୟାଗରାଜରେ ପହଞ୍ଚିବାକୁ ଆଗ୍ରହୀ କିନ୍ତୁ ଏହି ସମୟରେ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
-
13.ଏକ ପାରିବାରିକ ସମ୍ପତ୍ତି ବିବାଦକୁ ନେଇ ଆନ୍ଧ୍ରପ୍ରଦେଶର୮୬ ବର୍ଷୀୟ ଶିଳ୍ପପତି ଭେଲମତି ଚନ୍ଦ୍ରଶେଖର ଜନାର୍ଦ୍ଦନ ରାଓଙ୍କୁ ତାଙ୍କ ନାତି କୀର୍ତ୍ତି ତେଜା ୭୩ ଥର ଛୁରି ଭୁସି ଅତ୍ୟାନ୍ତ ବୀଭତ୍ସ ଭାବେ ହତ୍ୟା କରିଛନ୍ତି।
-
14.ବାରବାଟୀ ଷ୍ଟାଡିୟମ୍ରେ ଫ୍ଲଡ୍ ଲାଇଟ୍ ପରୀକ୍ଷା ହେଉଥିଲା। କିନ୍ତୁ ରବିବାର ଭାରତର ଦୁଇ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ଶୁବମନ୍ ଗିଲ ଧୂଆଁଧାର ବ୍ୟାଟିଂ କରୁଥିବା ବେଳେ ଠିକ ୬ଟା ୧୯ ମିନିଟ୍ରେ ଫ୍ଲଡ୍ ଲାଇଟ୍ ଲିଭି ଯାଇଥିଲା। କ୍ରିକେଟ୍ ଆସୋସିଏସନ୍ କାର୍ଯ୍ୟାଳୟ ପାଖ ଲିଜେଣ୍ଡାରି ବକ୍ସ ଉପର ଷ୍ଟାଣ୍ଡ୍ର ଫ୍ଲଡ୍ ଲାଇଟ୍ ହଠାତ୍ ବନ୍ଦ ହୋଇଗଲା।
-
15.ଐତିହାସିକ ଷ୍ଟାଡିୟମ୍। ରବିବାର ରୋହିତ ବାରବାଟୀରେ କେବଳ ଛକା, ଚୌକା ବର୍ଷା କରିନାହାନ୍ତି, ବରଂ ୧୧୯ ରନ୍ର ବିସ୍ଫୋରକ ପାଳି ଖେଳି ନିଜେ ଫର୍ମକୁ ଫେରିବା ସହ ଭାରତକୁ ୪ ୱିକେଟ୍ର ସ୍ମରଣୀୟ ବିଜୟ ଉପହାର ଦେଇଛନ୍ତି।