-
1. ଭାରତ-ପାକିସ୍ତାନ ମଧ୍ୟରେ ୩ ଦିନ ଧରି ଯୁଦ୍ଧ ସ୍ଥିତି ଲାଗିରହିଥିବାବେଳେ ଦୁଇ ପଡ଼ୋଶୀ ତୁରନ୍ତ ଉତ୍ତେଜନା ହ୍ରାସ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଶୁକ୍ରବାର ରାତିରେ ଓଭାଲ ଅଫିସ୍ରୁ ପରାମର୍ଶ ଦେଇଛନ୍ତି।
-
2.ଶୁକ୍ରବାର ପୁଣି ଥରେ ଅନ୍ଧାର ରାତିରେ, ପାକିସ୍ତାନ ଭାରତର ୨୬ ଟି ସ୍ଥାନରେ ଡ୍ରୋନ୍ ଆକ୍ରମଣ କରିଛି। ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ପାକିସ୍ତାନର ଏହି ସମସ୍ତ ଆକ୍ରମଣକୁ ପଣ୍ଡ କରିଦେଇଥିଲା। ପାକିସ୍ତାନର ୩ଟି ପ୍ରମୁଖ୍ୟ ବିମାନ ଘାଟିକୁ ଭାରତ ଉଡ଼ାଇଦେଇଛି । ରାୱଲପିଣ୍ଡିର ନୂର ଖାଁ ବିମାନ ଘାଟି, ରଫିକି ଏବଂ ମୁରିଦ ବାୟୁସେନା ଘାଟିରେ ଭୋର ସମୟରେ ବିସ୍ଫୋରଣ ହୋଇଥିଲା।
-
3.ଭାରତ-ପାକିସ୍ତାନ ମଧ୍ୟରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଯେକୌଣସି ସମୟରେ ଯୁଦ୍ଧ ବ୍ୟାପକ ରୂପ ନେଇପାରେ। ତେଣୁ ଜରୁରୀ ସ୍ଥିତିର ମୁକାବିଲା ପାଇଁ ସବୁପ୍ରକାର ପ୍ରସ୍ତୁତି ଚାଲିଛି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରତିରକ୍ଷା, ଗୃହ, ସ୍ବାସ୍ଥ୍ୟ, ଅର୍ଥ, ସଡ଼କ ପରିବହନ ଆଦି ବିଭାଗର ମନ୍ତ୍ରୀମାନେ ଏକାଧିକ ସମୀକ୍ଷା ବୈଠକ କରିଛନ୍ତି।
-
4.ସିନ୍ଧୁ ଜଳଚୁକ୍ତି ସ୍ଥଗିତ ପ୍ରସଙ୍ଗରେ ପାକିସ୍ତାନକୁ ବିଶ୍ବବ୍ୟାଙ୍କରୁ ବଡ଼ ଧକ୍କା ମିଳିଛି। ଏହି ମାମଲାରେ ବିଶ୍ବବ୍ୟାଙ୍କ କେବଳ ଜଣେ ସୁଗମକର୍ତ୍ତା ଛଡ଼ା ଅଧିକ କିଛି କରିପାରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି।
-
5.ମେ’ ୧୦ ତାରିଖ ପର୍ଯ୍ୟନ୍ତ ଦେଶରେ ୨୪ଟି ବିମାନବନ୍ଦର ବନ୍ଦ ରହିବ। ଏହି ଅବଧିକୁ ମେ’ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଚଣ୍ଡିଗଡ଼, ଶ୍ରୀନଗର, ଅମୃତସର, ଲୁଧିଆନା, ଭୁଣ୍ଟର, କିଶନଗଡ଼, ପଟିଆଲା, ଶିମ୍ଲା, ଜୈସଲମେର, ପଠାନକୋଟ, ଜମ୍ମୁ, ବିକାନେର, ଲେହ, ପୋରବନ୍ଦର ଏବଂ ଅନ୍ୟ ସହର ଗୁଡ଼ିକରେ ବିମାନବନ୍ଦର ମେ’ ୧୫ ପର୍ଯ୍ୟନ୍ତ ବନ୍ଦ କରାଯାଇଛି।
-
6.ପାକିସ୍ତାନ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ମୋଟ ୩୬ଟି ସ୍ଥାନରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, ଯାହାକୁ ଆମ ସେନା ପଣ୍ଡ କରିଦେଇଛି। ପ୍ରାଥମିକ ତଦନ୍ତରୁ ଏହି ଆକ୍ରମଣରେ ତୁର୍କୀ ଡ୍ରୋନ୍ ବ୍ୟବହାର ହୋଇଥିବା ଜଣାପଡ଼ିଛି ଏବଂ ଭାରତ ଉପରେ ଆକ୍ରମଣ ପାଇଁ ପାକିସ୍ତାନ ୩୦୦ରୁ ୪୦୦ ଡ୍ରୋନ୍ ବ୍ୟବହାର କରିଛି।
-
7.ଭାରତ ପାକିସ୍ତାନ ଉତ୍ତେଜନାର ପ୍ରଭାବର ଷ୍ଟକ ବଜାର ଉପରେ ପଡ଼ିଛି । ଶୁକ୍ରବାର ବିଏସଇ ସେନସେକ୍ସ ଏବଂ ଏନଏସଇ ନିଫଟି ୫୦ ପ୍ରାରମ୍ଭିକ ସେସନରୁ ହିଁ ନିମ୍ନଗାମୀ ଧାରା ଦେଖିଥିଲା।
-
8.ଦୁଇଟି ପ୍ରମୁଖ ଗୁଜବ ହେଉଛି ଏଟିଏମ୍ରେ ଟଙ୍କା ନଥିବା ଓ ତେଲ ଓ ଏଲ୍ପିଜି ଶୀଘ୍ର ସରିଯିବ। ଉଭୟ ଖବରକୁ ସରକାର ଦୃଢ଼ ଭାବେ ଖଣ୍ଡନ କରିଥିବା ବେଳେ କୌଣସି ପ୍ରକାର ଗୁଜବରେ ବିଶ୍ବାସ ନ କରିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।
-
9.୨୦୩୬ ମସିହା ସୁଦ୍ଧା ଗଠନ ହେବ ସମୃଦ୍ଧ ଓଡ଼ିଶା। ଏଥିପାଇଁ ୩୬ଟି କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ରାଜ୍ୟକୁ ୫୦୦ ବିଲିଅନ ଡଲାର ଅର୍ଥନୀତିରେ ପରିଣତ କରାଯିବ। ୨୦୩୬ ସୁଦ୍ଧା ସମାଜର ଶେଷ ସ୍ତରରେ ଥିବା ଲୋକମାନେ ଯେପରି ସବୁ ପ୍ରକାରର ମୌଳିକ ସୁବିଧା ପାଇପାରିବେ।
-
10.ହୀରାକୁଦ ନଦୀବନ୍ଧକୁ ପର୍ଯ୍ୟଟକଙ୍କ ଆଗମନ ଉପରେ କଟକଣା ଜାରି କରାଯାଇଛି। ଉଭୟ ସ୍ଥାନୀୟ ଏବଂ ବିଦେଶୀ ପର୍ଯ୍ୟଟକ କେହି ଆସିପାରିବେ ନାହିଁ। ଡ୍ୟାମ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି ।
-
11.ଶେହବାଜ ସରିଫଙ୍କ କାର୍ଯ୍ୟାଳୟ କହିଛି ଯେ ଶୁକ୍ରବାର (୯ ମଇ, ୨୦୨୫) ଦିନ, IMF ବିଦ୍ୟମାନ ସମ୍ପ୍ରସାରିତ ପାଣ୍ଠି ସୁବିଧା ଅଧୀନରେ ପାକିସ୍ତାନକୁ ପ୍ରାୟ ୧ ବିଲିୟନ ଡଲାରର ତୁରନ୍ତ ସହାୟତା ମଞ୍ଜୁର କରିଛି।
-
12.ବେ ବେଲୁଚିସ୍ତାନ ନୂଆ ଦେଶ ଭାବେ ପାକିସ୍ତାନଠାରୁ ଅଲଗା ହେବାର ସମ୍ଭାବନା ବଢ଼ିବାରେ ଲାଗିଥିବା ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି।
-
13.ଭାରତ-ପାକିସ୍ତାନ ସାମରିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ପରେ ଜମ୍ମୁରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି। କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନିଆଯାଇଛି।
-
14.ଲୋକ ଭଲକରି ଖାଇବା ପାଇଁ ପାଉ ନାହାନ୍ତି ତଥାପି ଯୁଦ୍ଧ ଛଡା ଅନ୍ୟ କିଛି ଉପାୟ ନାହିଁ ବୋଲି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ କହିଛନ୍ତି ।
-
15.ପାକିସ୍ତାନ ସୁପର ଲିଗର ଅବଶିଷ୍ଟ ମ୍ୟାଚ ଆୟୋଜନ ନେଇ ପାକିସ୍ତାନର ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲେ ଦୁବାଇ କର୍ତୃପକ୍ଷ