-
1.ଆମେରିକା କାର୍ଡିନାଲ ରବର୍ଟ ପ୍ରିଭୋଷ୍ଟ (୬୯) ନୂଆ ପୋପ୍ ନିର୍ବାଚିତ ହୋଇଥିବା ନେଇ ଗୁରୁବାର ରାତିରେ କାର୍ଡିନାଲ ପ୍ରୋଟୋଡିକନ୍ ଡୋମିନିକ୍ ମାମ୍ବେର୍ଟି ଘୋଷଣା କରିଛନ୍ତି।
-
2.ଭାରତୀୟ ନୌସେନା ପାକିସ୍ତାନର ପ୍ରମୁଖ ବାଣିଜ୍ୟ ଓ ସାମରିକ କେନ୍ଦ୍ର କରାଚୀ ବନ୍ଦର ଉପରେ ଏକ ବଡ଼ ଧରଣର ଆକ୍ରମଣ କରି ଏହାକୁ ପ୍ରାୟତଃ ଧ୍ୱଂସ କରିଦେଇଛି। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ‘ଅପରେସନ ଟ୍ରାଇଡେଣ୍ଟ’ ପରେ ଏହା ପାକିସ୍ତାନ ଉପରେ ଭାରତୀୟ ନୌସେନାର ପ୍ରଥମ ବଡ଼ ସମୁଦ୍ର ଆକ୍ରମଣ।
-
3.ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ମଧ୍ୟରେ ଗୁରୁବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୮୪ ପଇସା ହ୍ରାସ ପାଇ ୮୫.୬୧ରେ ପହଞ୍ଚିଛି।
-
4.ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି ଯେ ଆମେ ଯୁଦ୍ଧରେ ମୁଣ୍ଡ ପୁରାଇବୁ ନାହିଁ, ଏହା ସହିତ ଆମର କୌଣସି ସଂପର୍କ ନାହିଁ ।
-
5.ଗୁରୁବାର ରାତିରେ ପାକିସ୍ତାନ ପଟୁ ଅନ୍ତର୍ଜାତୀୟ ସୀମା ନିକଟରେ ଜମ୍ମୁ କାଶ୍ମୀର, ରାଜସ୍ଥାନ ଏବଂ ପଞ୍ଜାବର ଏକାଧିକ ସ୍ଥାନକୁ ଟାର୍ଗେଟ୍ କରି ବହୁସଂଖ୍ୟାରେ ରକେଟ୍, ଡ୍ରୋନ୍ ଏବଂ ଗୋଳା ବର୍ଷା କରିଛି ପାକିସ୍ତାନ। ଭାରତ ଏହି ସମସ୍ତ ଆକ୍ରମଣକୁ ପଣ୍ଡ କରିଛି ।
-
6.ପାକିସ୍ତାନୀ ବାୟୁସେନାର ଜଣେ ପାଇଲଟ୍କୁ ଭାରତୀୟ ସୁରକ୍ଷା କର୍ମୀ ଆଜି ଧରିଛନ୍ତି। ଜୟସାଲମେରରେ ଲଢ଼ୁଆ ବିମାନରୁ ବାହାର କରାଯାଇ ତାଙ୍କୁ ଧରାଯାଇଛି।
-
7.ପାକିସ୍ତାନ ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ୍ ଅହମଦ ସରିଫ୍ କହିଛନ୍ତି, ଲାହୋର, ରାୱଲପିଣ୍ଡି, ଗୁଜରନୱାଲା, ଚକୱାଲ, ଆଟ୍ଟକ, ବାହାବଲପୁର, ମିଆଁୱାଲି, ଛୋର୍ ଓ କରାଚୀରେ ଅନେକ ସ୍ଥାନରେ ବିସ୍ଫୋରଣ ହୋଇଛି। ପାକିସ୍ତାନୀ ସେନା ମଧ୍ୟ ପ୍ରାୟ ୫୦ଟି ଡ୍ରୋନ୍ ଖସାଇ ଦେଇଥିବା ସେ ଦାବି କରିଛନ୍ତି।
-
8.ଜୁନ୍ ୨୦୨୫ରୁ ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ାଣ କରିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
-
9.ତିହାର ଜେଲ୍ ଭଳି ଓଡିଶା ରାଜ୍ୟର କେତେକ ପ୍ରମୁଖ ଜେଲ୍ରେ ଅଡିଓ ଟ୍ରାକର୍ ଖଞ୍ଜାଯିବ। ସେହିଭଳି ଜାମର୍ ବ୍ୟବସ୍ଥା ଉପରେ ସମୀକ୍ଷା କରାଯିବ ଏବଂ ରାଜ୍ୟର ସମସ୍ତ ୮୭ ଜେଲ୍ର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ।
-
10.କଳାହାଣ୍ଡି ଜିଲ୍ଲାର ୩୦ଟି ପଞ୍ଚାୟତରେ ହାଇସ୍କୁଲ ନାହିଁ। ଫଳରେ ଏହି ସବୁ ପଞ୍ଚାୟତର ଛାତ୍ରଛାତ୍ରୀ ଅନ୍ୟ ପଞ୍ଚାୟତକୁ ପାଠ ପଢ଼ିବାକୁ ଯାଉଛନ୍ତି।
-
11.ଓଡ଼ିଶାରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ଓ ଅଧ୍ୟାପକ ନିଯୁକ୍ତିକୁ ନେଇ ଲାଗିଥିବା ରୋକ୍କୁ ସୁପ୍ରିମ୍କୋର୍ଟ ହଟାଇଛନ୍ତି। ବର୍ତ୍ତମାନ ନୂଆ ସଂଶୋଧନ ଆଇନ୍ ବା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ଅନୁସାରେ ଓଡ଼ିଶାରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ଓ ଅଧ୍ୟାପକ ନିଯୁକ୍ତି ହୋଇପାରିବ।
-
12.ଓଡ଼ିଶା ସରକାର ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ସାଇନ୍ସ ସିଟି ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ଏହି ଯୋଜନାର ଲକ୍ଷ୍ୟ ବୈଜ୍ଞାନିକ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ୨୦୩୬ ସୁଦ୍ଧା ଏକ ବିକଶିତ ଓଡ଼ିଶାର ବ୍ୟାପକ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବା।
-
13.ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଆସନ୍ତା ୨୦ ବର୍ଷରେ ନିଜର ପ୍ରାୟ ସବୁ ସମ୍ପତ୍ତି ଦାନ କରିବାକୁ ଘୋଷଣା କରିଛନ୍ତି। ସେ ଜଣାଇଛନ୍ତି ଯେ ‘ଗେଟ୍ସ ଫାଉଣ୍ଡେସନ’ ଜରିଆରେ ଗତ ୨୫ ବର୍ଷ ଭିତରେ ସେ ୧୦,୦୦୦ କୋଟି ଡଲାର ଦାନ କରିଛନ୍ତି। ଆଗାମୀ ୨୦ ବର୍ଷରେ ସେ ଦାନ ପରିମାଣ ଦ୍ବିଗୁଣିତ କରିବେ।
-
14.ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ମା’ ତାରାତାରିଣୀ ପୀଠର ଭିତ୍ତିଭୂମି ବିକାଶ ନିମନ୍ତେ ୬୮ କୋଟି ଟଙ୍କା ଦେଇଛନ୍ତି । ଏଥିରେ ସୁରକ୍ଷା ଓ ପରିମଳ ବ୍ୟବସ୍ଥା, ଗୋଟିଏ ସ୍ଵୟଂଚାଳିତ ରନ୍ଧାଯନ୍ତ୍ର ପ୍ରତିଷ୍ଠା (ପାହାଡ ଉପରେ), ୯୯୯ ପଥର ପାହାଚର ମରାମତି ଓ ପୁନଃ ନିର୍ମାଣ, ଯାନବାହାନ ରହଣୀସ୍ଥଳ ଓ ହେଲିପ୍ୟାଡ୍ପାଇଁ ଜମି ଅଧିଗ୍ରହଣ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି।
-
15.ଗୁରୁବାର ହିମାଚଳପ୍ରଦେଶର ଧର୍ମଶାଳାଠାରେ ଖେଳାଯାଉଥିବା ପଞ୍ଜାବ କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍କୁ ୧୦.୧ ଓଭର ପରେ ବନ୍ଦ କରିଦିଆଯାଇଛି।