-
1.ଆସାମରେ ଚଳିତ ବର୍ଷ ପ୍ରଖ୍ୟାତ ଗିତିକାର ଡକ୍ଟର ଭୂପେନ ହଜାରିକାଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହେଉଛି। ଏହି ଅବସରରେ ଦିବ୍ରୁଗଡ଼ ବିମାନବନ୍ଦରକୁ ଭୂପେନ ହଜାରିକାଙ୍କ ନାମରେ ନାମିତ କରିବାକୁ ଆସାମ କ୍ୟାବିନେଟ ଅନୁମୋଦନ କରିଛି।
-
2. ଶିମିଳିପାଳ ଟାଇଗର୍ ରିଜର୍ଭର ସୁରକ୍ଷା ଦାୟିତ୍ବରେ ସାମିଲ ହେଲେ ଦୁଇଟି ପ୍ରଶିକ୍ଷିତ ସ୍ନିଫର୍ ଡଗ୍ ନାନ୍ତା (ଅଣ୍ଡିରା) ଓ ଅନ୍ନିକା (ମାଈ)। ବେଲଜିଆନ୍ ମାଲିନୋଇସ୍ ପ୍ରଜାତିର ଏହି କୁକୁର ଦୁଇଟି ତେଲେଙ୍ଗାନାର ସିକନ୍ଦରାବାଦଠାରେ ତାଲିମ ସମାପ୍ତ କରି ଶିମିଳିପାଳକୁ ଆସିଛନ୍ତି।
-
3.ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ଉତ୍ତରପ୍ରଦେଶର ଲକ୍ଷ୍ନୌର ପ୍ରତିରକ୍ଷା ଶିଳ୍ପ କରିଡରରେ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ଉତ୍ପାଦନ ୟୁନିଟ୍କୁ ଭର୍ଚୁଆଲ୍ ଭାବରେ ଉଦ୍ଘାଟନ କରିଛନ୍ତି। ଉତ୍ପାଦନ ୟୁନିଟ୍କୁ ବାର୍ଷିକ ୮୦ ରୁ ୧୦୦କ୍ଷେପଣାସ୍ତ୍ର ନିର୍ମାଣ କରିବା ପାଇଁ ଡିଜାଇନ୍ କରାଯାଇଛି।
-
4.ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ଭାରତୀୟ କୃଷି ଗବେଷଣା ପରିଷଦ (ICAR)ର ମୁଖ୍ୟ ଥିବା ବୈଜ୍ଞାନିକ ସୁବନ୍ନା ଆୟପ୍ପାନ(୭୦)ଙ୍କ ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ। ଶନିବାର ମହୀଶୂରରୁ ପ୍ରାୟ ୨୦ କିଲୋମିଟର ଦୂର ମାଣ୍ଡ୍ୟାର ଶ୍ରୀରଙ୍ଗପାଟନା ନିକଟ କାବେରୀ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି
-
5.ଆସନ୍ତା ସପ୍ତାହରେ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ବସିବ। ଜାତି ସଂଘ ସୁରକ୍ଷା ପରିଷଦକୁ ଭାରତ ଟିମ୍ ପଠାଇବ। ଆତଙ୍କବାଦୀଙ୍କ ସହ ପାକିସ୍ତାନର ଲିଙ୍କ ନେଇ ପ୍ରମାଣ ସହ ଟିମ ପଠାଇବ ବୋଲି ସୂଚନା ମିଳିଛି।
-
6. “ରାଜ୍ୟ ସରକାର ଓଡ଼ିଶାରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସରକାର ଭୁବନେଶ୍ୱରରେ ଏକ ସାଇନ୍ସ ସିଟି ପ୍ରତିଷ୍ଠା କରିବେ,” ମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀରେ ସାଇନ୍ସ ସିଟି ନିର୍ମାଣ ପାଇଁ ୧୦୦ ଏକର ଜମି ବଣ୍ଟନ ପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି, ମନ୍ତ୍ରୀ ପ୍ରକାଶ କରିଛନ୍ତି।
-
7. ଜମ୍ମୁ-କାଶ୍ମୀର, ପଞ୍ଜାବ ଓ ରାଜସ୍ଥାନର ସୀମାନ୍ତ ଅଞ୍ଚଳରେ ତିନି ଦିନ ଧରି ସୀମାପାର ଗୁଳିବିନିମୟ ଓ ଡ୍ରୋନ୍ ଆକ୍ରମଣ ପରେ ଶନିବାର ରାତିରେ ଭାରତର ଉତ୍ତର-ପଶ୍ଚିମ ଅଞ୍ଚଳରେ ସବୁକିଛି ଅପେକ୍ଷାକୃତ ଶାନ୍ତ ରହିଥିଲା।
-
8.ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରକ୍ଷେପଣ, ପ୍ରତିଶୋଧ ସ୍ୱରୂପ ପାକିସ୍ତାନର ୧୦ଟି ଏୟାରବେସ୍କୁ ବ୍ରହ୍ମୋସ୍, ହାମର୍ ଓ ସ୍କାଲ୍ପ କ୍ଷେପଣାସ୍ତ୍ରରେ ଆକ୍ରମଣ ଏବଂ ପରମାଣୁ ଯୁଦ୍ଧର ଭୟାବହ ବିପଦ ଆଶଙ୍କା ପରେ ଆମେରିକୀୟ ବୈଦେଶିକ ସଚିବ ମାର୍କୋ ରୁବିଓ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଯୁଦ୍ଧ ବନ୍ଦ କରିବାକୁ କହିବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆମେରିକାର ମଧ୍ୟସ୍ଥତାରେ ଅସ୍ତ୍ରବିରତି ଲାଗୁ ହୋଇଛି।
-
9.ଭାରତୀୟ ବାୟୁସେନାର ସମସ୍ତ ରାଫେଲ ଜେଟ୍ ସୁରକ୍ଷିତ ଏବଂ ପାକିସ୍ତାନର ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ। ଭାରତର ସବୁ ପାଇଲଟ ସୁରକ୍ଷିତ ଫେରିଛନ୍ତି ।
-
10.ଭାରତ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ କରିଥିଲେ, ଯେଉଁଥିରେ ପ୍ରାୟ ୧୦୦ ଆତଙ୍କବାଦୀ ନିହତ ହୋଇଥିଲେ।
-
11.ପହଲଗାଓଁ ଆକ୍ରମଣ ପରେ ଆତଙ୍କୀଙ୍କୁ ଜବାବ ଦେବା ଲାଗି ଆରମ୍ଭ ହୋଇଥିବା ଅପରେସନ ‘ସିନ୍ଦୂର’ରେ ଭାରତ ୫ ଜଣ ବୀର ଯବାନଙ୍କୁ ହରାଇଛି। ଆତଙ୍କବାଦ ବିରୋଧୀ ଏହି ଲଢ଼େଇରେ ଆମର ୫ ସୈନ୍ୟ ଶହୀଦ ହୋଇଥିବା କହିଛନ୍ତି ଡିଜିଏମଓ ରାଜୀବ ଘାଇ।
-
12.ମେ ଇ ୭ ରୁ ୧୦ ତାରିଖ ମଧ୍ୟରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ହୋଇଥିବା ଗୁଳିଚାଳନା ଓ ଛୋଟ ଅସ୍ତ୍ରଶସ୍ତ୍ର ଆକ୍ରମଣରେ ପାକିସ୍ତାନ ସେନାର ପ୍ରାୟ ୩୫ ରୁ ୪୦ ଜଣ ଯବାନ ନିହତ ହୋଇଛନ୍ତି।
-
13.ପଞ୍ଜାବରେ ୨ ଗୁପ୍ତଚର ଗିରଫ ହୋଇଛନ୍ତି। ପାକିସ୍ତାନ ପାଇଁ ଗୁପ୍ତଚରୀ କାର୍ଯ୍ୟ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପଞ୍ଜାର ମଲେରକୋଟଲା ପୁଲିସ।
-
14.ଶନିବାର ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି।
-
15.କେନ୍ଦୁଝର ସଦର ବ୍ଲକ୍ର ମୁକୁନା, ନୂଆଗାଁ ଓ ସେଣ୍ଡକାପ ଗାଁରେ ୬.୫ ଏକର ଜମିରେ କନ୍ଦମୂଳ ଚାଷ କରାଯାଇ ୨୫ ଟନ୍ରୁ ଅଧିକ କନ୍ଦମୂଳ ଅମଳ ହୋଇଛି। ସାଧାରଣତଃ ଜାତୀୟସ୍ତରରେ ହେକ୍ଟର ପିଛା ୧୦.୫ ଟନ୍ କନ୍ଦମୂଳ ଅମଳ ହେଉଥିବା ବେଳେ ଏଠାରେ ୨୫ ଟନ୍ରୁ ଅଧିକ ଅମଳ ହେବା ସମସ୍ତଙ୍କୁ ଉତ୍ସାହିତ କରିଛି।
-
16.ଚାଇନାର ଏକ ଉପଗ୍ରହ ସଂସ୍ଥା (MIZAZVISION) ଦ୍ୱାରା ପ୍ରକାଶିତ ସାଟେଲାଇଟ ଫଟୋରେ ଭାରତୀୟ ସଶସ୍ତ୍ର ବାହିନୀର ଆକ୍ରମଣ ପରେ ପାକିସ୍ତାନର ନୁର ଖାନ ଏୟାରବେସରେ ହୋଇଥିବା କ୍ଷୟକ୍ଷତି ଦେଖାଯାଇଛି।
-
17.ପଶ୍ଚିମବଙ୍ଗର ଦିଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦକୁ କେନ୍ଦ୍ର କରି ଶ୍ରୀମନ୍ଦିର ପ୍ରଶାସନ ବରିଷ୍ଠ ଦଇତାପତି ସେବାୟତ ତଥା ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବନ କରିଛି।
-
18.ବେସାମରିକ ସୁରକ୍ଷାରେ ଯୋଗ ଦେବା ପାଇଁ ଯୁବ ସମାଜକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।
-
19.ଜମ୍ମୁସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଓଡ଼ିଶାର ୧୧୪ଜଣ ଛାତ୍ରୀଛାତ୍ର ସୁରକ୍ଷିତ ଭାବେ ଓଡ଼ିଶା ଫେରିଛନ୍ତି। ସେମାନଙ୍କ ମଧ୍ୟରେ ୩୫ଜଣ ଛାତ୍ରୀ ଅଛନ୍ତି।
-
20.ସମ୍ଭବତଃ ସ୍ଥଗିତ ଥିବା ଆଇପିଏଲର ଅବଶିଷ୍ଟ ମ୍ୟାଚ ଚଳିତ ମେ ୧୫କିମ୍ବା ୧୬ରୁ ଆରମ୍ଭ ହେବା ନେଇ ବିସିସିଆଇ ଯୋଜନା କରୁଥିବା ଜଣାପଡ଼ିଛି।