-
1.ଦେଶବାସୀଙ୍କୁ ସୁରକ୍ଷା ନିଶ୍ଚିତ କରିବାକୁ ୧୦ଟି ସାମରିକ ଉପଗ୍ରହ ୨୪ ଘଣ୍ଟା କାର୍ଯ୍ୟ କରୁଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଅଧ୍ୟକ୍ଷ ଭି. ନାରାୟଣନ କହିଛନ୍ତି।
-
2.ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗର ଦ୍ବୀପପୁଞ୍ଜର କିଛି ଅଞ୍ଚଳକୁ ସ୍ପର୍ଶ କରିବାର ସମ୍ଭାବନା ରହିଛି।
-
3.ଭାରତ-ପାକିସ୍ତାନ ଡିଜିଏମଓ ସ୍ତରୀୟ ବୈଠକରେ ବଡ଼ ନିଷ୍ପତ୍ତି । ଆକ୍ରମଣାତ୍ମକ କିମ୍ବା ଶତ୍ରୁତାପୂର୍ଣ୍ଣ ଆକ୍ସନ ନନେବା, ସୀମାରୁ ଦୁଇ ଦେଶ ସୈନ୍ୟ ସଂଖ୍ୟା ହ୍ରାସ କରିବାକୁ ନେଇ ବୈଠକରେ ସହମତି ପ୍ରକାଶ ପାଇଛି ।
-
4.ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ବିଶ୍ୱ ଦେଖିଲା ଯେ କିପରି ପାକିସ୍ତାନର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଭାରତ ଆଗରେ ବିଫଳ ହୋଇଥିଲା। ପାକିସ୍ତାନକୁ ଚେତାବନୀ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ପାଣି ଏବଂ ରକ୍ତ ଏକାଠି ବୋହିପାରିବ ନାହିଁ।
-
5.ଭାରତୀୟ ସେନା ଆମର ଲଢ଼େଇ ଆତଙ୍କବାଦୀ ଏବଂ ସେମାନଙ୍କ ଭିତ୍ତିଭୂମି ସହ ଥିଲା, ପାକିସ୍ତାନ ସେନା ସହ ନୁହେଁ। ସେଥିପାଇଁ ଆମେ ମେ ୭ ତାରିଖରେ କେବଳ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲୁ। ଭାରତୀୟ ସେନା ପାକିସ୍ତାନର ତିନିଟି ଏୟାର୍ଫିଲ୍ଡକୁ ଟାର୍ଗେଟ କରିଥିଲା।
-
6.ସ୍ଥଳସେନା, ନୌସେନା ଓ ବାୟୁସେନାର ଅନେକ ଅପରେସନ୍ର ଫୁଟେଜ୍ ରେ ‘ପାକିସ୍ତାନୀ ମିରାଜ୍... ଧୂଳିସାତ୍’। ଫଳରେ ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନର ଏକ ମିରାଜ ଲଢୁଆ ବିମାନକୁ ଧ୍ୱଂସ କରିଥିବା ସ୍ପଷ୍ଟ ହୋଇଛି।
-
7.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ବନ୍ଦ କରିବାର ଶ୍ରେୟ ନେଇଛନ୍ତି। ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଛନ୍ତି, ମୋ ପ୍ରଶାସନ ୨ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ତୁରନ୍ତ ଏବଂ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ପାଇଁ ମଧ୍ୟସ୍ଥତା କରିଥିଲା।
-
8.ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୨୯୭୫ ପଏଣ୍ଟ ବୃଦ୍ଧି ପାଇ ୮୨,୪୨୯ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୯୧୭ ପଏଣ୍ଟ ବୃଦ୍ଧି ପାଇ ୨୪,୯୨୪ ପଏଣ୍ଟରେ ବନ୍ଦ ହୋଇଛି। ସେନ୍ସେକ୍ସରେ ବୃଦ୍ଧି ଗତ ଚାରି ବର୍ଷ ମଧ୍ୟରେ ଗୋଟିଏ ଦିନ ଘଟିଥିବା ସର୍ବୋଚ୍ଚ ଅଟେ ।
-
9.ସମଗ୍ର ଦେଶରେ ସର୍ବାଧିକ। ସ୍ଥିର ମୂଲ୍ୟରେ ଓଡ଼ିଶାର ଜିଏସ୍ଭିଏ ଅଭିବୃଦ୍ଧି ଦ୍ବିତୀୟ ସର୍ବାଧିକ ୭ ପ୍ରତିଶତ ରହିଛି ଯାହା ଜାତୀୟ ଅର୍ଥନୀତି ହାସଲ କରିଥିବା ୫.୮ ପ୍ରତିଶତ ତୁଳନାରେ ଅଧିକ। ଇକ୍ରା ଲିମିଟେଡ୍ ରିପୋର୍ଟ ଅନୁସାରେ ଓଡ଼ିଶାର ଶିଳ୍ପ କ୍ଷେତ୍ରର ଜିଭିଏରେ ଚକ୍ରବୃଦ୍ଧି ହାରରେ ୧୦ ପ୍ରତିଶତ ବୃଦ୍ଧି ବୋଲି ଦଶଯାଇଛି ।
-
10.ସିଏମ୍ଏସ୍ ପକ୍ଷରୁ ଜାରି କରାଯାଇଥିବା ‘ଭାରତର ଖର୍ଚ୍ଚ କାହାଣୀ ୨୦୨୫’ ରିପୋର୍ଟ ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ପ୍ରତି ମାସରେ ଏଟିଏମ୍ରୁ ଉଠାଯାଉଥିବା ଟଙ୍କା ପରିମାଣ ବୃଦ୍ଧି ପାଇଛି। ଓଡ଼ିଶାରେ ଏଟିଏମ୍ରୁ ଉଠାଣରେ ୧ ପ୍ରତିଶତର ବୃଦ୍ଧି ଘଟିଛି।
-
11.ୟୁଏଇର ଫରେନ୍ ଆଫେୟାର୍ସ ଫୋରମ୍ର ଆକଳନ ଅନୁଯାୟୀ ସାମରିକ ଲଢ଼େଇ ପାଇଁ ଭାରତକୁ ୧.୮ ବିଲିଅନ୍ ଡଲାର (୧୫ ହଜାର କୋଟି ଟଙ୍କାରୁ ଅଧିକ) ଅର୍ଥନୈତିକ ମୂଲ୍ୟ ଦେବାକୁ ପଡ଼ିବ। ସେହିପରି, ପାକିସ୍ତାନ ମଧ୍ୟ ୧.୨ ବିଲିଅନ୍ ଡଲାର (୧୦ହଜାର କୋଟି ଟଙ୍କାରୁ ଅଧିକ) ଖର୍ଚ୍ଚ କରିଥିବ ବୋଲି ଆକଳନ କରାଯାଇଛି।
-
12.ଓଡିଶା ଫୁଟବଲ ଆସୋସିଏସନ ଓ ଜିଲା କ୍ରୀଡା ସଂଘ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମଠାରେ ଗ୍ରୀଷ୍ମ କାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି। ଏହି ଶିବିର ଆଗାମୀ ଜୁନ ୧୫ ପର୍ଯ୍ୟନ୍ତ ଜାରି ରହିବ।
-
13.ପଶ୍ଚିମବଙ୍ଗ ଦୁର୍ଗାପୁରର ଶ୍ୟାମପଦ ଶର୍ମା ୨୦୦୭ ରୁ ଦୁର୍ଗାପୁରରୁ ବିଶ୍ୱଶାନ୍ତିର ବାର୍ତ୍ତା ନେଇ ଇତି ମଧ୍ୟରେ ଭୁଟାନ, କନ୍ୟାକୁମାରୀ, ଲେହ ଲଦାଖ, ଅଗରତାଲା, ସିଲିଗୁଡି, ଶ୍ରୀନଗର,କାଠମାଣ୍ଡୁ ଆଦି ଅନେକ ପ୍ରମୁଖ ସ୍ଥାନ ସାଇକେଲରେ ବୁଲି ସାରିଲେଣି।
-
14.ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଘୋଷଣା କରିଛି ଯେ, ସ୍ଥଗିତ ହୋଇଥିବା ଇଣ୍ଡିଆନ୍ ପ୍ରିମିଅର ଲିଗ୍ (ଆଇପିଏଲ୍) ୨୦୨୫ ଆସନ୍ତା ମେ ୧୭ ତାରିଖଠାରୁ ପୁଣି ଆରମ୍ଭ ହେବ।
-
15.ଆଗାମୀ ଦିନରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।