-
1.ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଦିନ ତାପମାତ୍ରାରେ ଅତ୍ୟଧିକ ବୃଦ୍ଧିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ପାଇଁ ଆଜିଠାରୁ ଖରା ଛୁଟି ଘୋଷଣା କରିଛନ୍ତି ସରକାର। ଆଜିଠୁ ଅଙ୍ଗନବାଡ଼ି, ଶିଶୁବାଟିକାଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।
-
2.କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍ସି) ଦ୍ବାରା ପରିଚାଳିତ ୨୦୨୪ର ସିଭିଲ ସର୍ଭିସ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ ମୋଟ ୧୦୦୯ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭୨୫ଜଣ ପୁରୁଷ ଓ ୨୮୪ଜଣ ମହିଳା ଅଛନ୍ତି। ପ୍ରଥମ ୫ଜଣଙ୍କ ମଧ୍ୟରେ ୩ଜଣ ମହିଳା ରହିଛନ୍ତି। ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ବାୟୋକେମିଷ୍ଟ୍ରିରେ ବିଏସ୍ସି କରିଥିବା ଶକ୍ତି ଦୁବେ ସାରା ଦେଶରେ ପ୍ରଥମ ହୋଇଛନ୍ତି।
-
3.ଜମ୍ମୁ-କାଶ୍ମୀରର ପହଲଗାମ୍ରେ ଆତଙ୍କବାଦୀମାନେ ଆଜି ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରି ଗୁଳିବର୍ଷା କରିବାରୁ ୨୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୨ ଜଣ ଆହତ ହୋଇଛନ୍ତି। ଗୁଳିମାଡ଼ରେ ଆହତ ଅନେକ ପର୍ଯ୍ୟଟକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
-
4.ଦିଲ୍ଲୀ ହାଇକୋର୍ଟ ଯୋଗଗୁରୁ ବାବା ରାମଦେବଙ୍କୁ ହମଦର୍ଦ କମ୍ପାନି ଏବଂ ଏହାର ଲୋକପ୍ରିୟ ଉତ୍ପାଦ ରୁହ ଅଫଜା ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଭର୍ତ୍ସନା କରିଛନ୍ତି।
-
5.ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜମ୍ମୁ ଏବଂ କାଶ୍ମୀରର ଲୋକମାନେ ମଧ୍ୟ ଆଘାତ ପାଇଛନ୍ତି। କେବଳ ଏତିକି ନୁହେଁ, କାଶ୍ମୀରର ମସଜିଦଗୁଡ଼ିକରୁ ଏକ ଘୋଷଣା କରି ଏହି ଘଟଣାକୁ ନିନ୍ଦା କରାଯାଇଥିଲା।
-
6.ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟକୁ ସର୍ବଦା ବିଶ୍ୱର ସବୁଠାରୁ ପୁରୁଣା ଏବଂ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ମଧ୍ୟରେ ଗଣନା କରାଯାଇଆସୁଛି, କିନ୍ତୁ ଏବେ ଏକ ନୂତନ ପୁସ୍ତକ ଏହି ବିଶ୍ୱବିଦ୍ୟାଳୟର ପ୍ରତିଛବିକୁ ଆଶ୍ଚର୍ଯ୍ୟଜନକ ଭାବରେ ଉପସ୍ଥାପନ କରିଛି। ମଣିଷ ଖପୁରୀରୁ ମଦ ପରିବେଷଣ କରାଯାଉଥିବା ଏକ ଭୟଙ୍କର ପରମ୍ପରା ପ୍ରକାଶ ପାଇଛି।
-
7.ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଡୁଆ ବଢ଼ିପାରେ । ଆସନ୍ତା ସପ୍ତାହରେ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମ କୋର୍ଟ । ନିଶିକାନ୍ତ କହିଥିଲେ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସଂସଦରେ ଆଇନ ପ୍ରସ୍ତୁତ କରାଯାଏ । ସଂସଦର ଏହି କ୍ଷମତା ଉପରେ ସୁପ୍ରିମକୋର୍ଟଙ୍କ ବିବାଦ ବଢୁଛି । ଯଦି ସୁପ୍ରିମକୋର୍ଟ ଆଇନ ତିଆରି କରିବେ , ତେବେ ସଂସଦର ଭୂମିକା କ’ଣ ରହିବ ? ତେଣୁ ସଂସଦକୁ ବନ୍ଦ କରିଦେବା ଉଚିତ । ଏଥିସହ ସାଂସଦ କହିଥିଲେ ସିଜେଆଇ ମଧ୍ୟ ନିଜ ଭୂମିକାକୁ ସଜାଡ଼ିବା ଆବଶ୍ୟକ । ଦେଶରେ ସାମ୍ପ୍ରଦାୟିକ ହିଂସା ବଢୁଛି ଓ ଏଥିପାଇଁ ସିଜେଆଇ ଦାୟୀ।
-
8. ଲଗାତାର ଭାବେ ବଢ଼ୁଥିବା ସୁନା ଦର ପ୍ରଥମ ଥର ଐତିହାସିକ ୧ ଲକ୍ଷ ଟଙ୍କା ସ୍ତର ଟପିଛି। ମଙ୍ଗଳବାର ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ଦାମ୍ ୧,୦୧,୩୫୦ ଟଙ୍କାରେ ପହଞ୍ଚିଛି। ଗୋଟିଏ ଦିନରେ ଏହାର ଦର ୩୦୦୦ ଟଙ୍କା ବଢ଼ିଛି।
-
9.ବର୍ତ୍ତମାନ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପାୱାର କଟ୍ ନ କରିବାକୁ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ନିର୍ଦ୍ଦେଶ ଦେଇଛନ୍ତି।
-
10.ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଇରାନ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ସହଭାଗୀତା ଚୁକ୍ତିକୁ ଅନୁମୋଦନ କରିଛନ୍ତି। ପୂର୍ବରୁ,ରୁଷିଆ ସଂସଦ ଏହି ଚୁକ୍ତିନାମାକୁ ଅନୁମୋଦନ କରିସାରିଛି।
-
11.କାନାଡାର ଖଲିସ୍ତାନୀ ଉଗ୍ରବାଦୀମାନେ ରବିବାର ରାତିରେ ଭାଙ୍କୋଭରସ୍ଥିତ ଖାଲ୍ସା ଦ୍ୱିଓ୍ବାନ୍ ସୋସାଇଟି (କେଡିଏସ୍) ଗୁରୁଦ୍ୱାରାରେ ଭଙ୍ଗାରୁଜା କରିବା ସହ ଏହାର କାନ୍ଥରେ ବିଭିନ୍ନ ପ୍ରକାରର ଚିତ୍ର ଆଙ୍କିଛନ୍ତି। ଏନେଇ ଗୁରୁଦ୍ୱାରା ପ୍ରଶାସନ ପକ୍ଷରୁ ସୋମବାର ସୂଚନା ଦିଆଯିବା ସହ କିଛି ଫଟୋକୁ ଶେୟାର କରାଯାଇଛି।
-
12.ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲାରେ ଥିବା ଦକ୍ଷିଣ କୋରିଆର କମ୍ପାନୀ KIA ମୋଟର୍ସର ପେନୁକୋଣ୍ଡା ପ୍ଲାଣ୍ଟରୁ ପ୍ରାୟ ୯୦୦କାର ଇଞ୍ଜିନ ଚୋରି ଘଟଣାରେ ପୋଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
-
13.ଗଞ୍ଜାମ ପୁଲିସ ଜିଲା ଅଧିନରେ ଚଳିତ ମାସ ୧୫ରୁ ନିଖୋଜ ପିଲାମାନଙ୍କୁ ଖୋଜିବା ଏବଂ ଉଦ୍ଧାର କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା।
-
14.ମନି ଲଣ୍ଡରିଂ ମାମଲାରେ ଏପ୍ରିଲ ୨୮ ତାରିଖରେ ହାଜର ହେବାକୁ ଲଗୁ ସୁପରଷ୍ଟାର ମହେଶ ବାବୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ ଜାରି କରିଛି। ହାଇଦ୍ରାବାଦରେ ଏକ ରିଅଲ୍ ଇଷ୍ଟେଟ୍ ଠକେଇ ମାମଲାରେ ଟଲିଉଡ୍ ସୁପରଷ୍ଟାର ମହେଶ ବାବୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଛି।
-
15.ଲୋକପ୍ରିୟ ୱେବସିରିଜ ଗ୍ୟାଙ୍ଗସ ଅଫ ପୁରୀ ସିଜିନ -୨ ର ଟ୍ରେଲର ଉନ୍ମୋଚିତ ହୋଇଯାଇଛି । ଏପ୍ରିଲ ୨୩ ତାରିଖରେ ଏହା ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଷ୍ଟ୍ରିମିଙ୍ଗ ହେବ।