-
1. ୨୦୩୬ ମସିହାରେ ଓଡ଼ିଶା ରାଜ୍ୟ ଗଠନର ଶତବାର୍ଷିକୀ ପାଳନ କରାଯିବ। ଏଥି ପାଇଁ ସରକାର ଓଡ଼ିଶା ଭିଜନ୍-୨୦୩୬ ପ୍ରସ୍ତୁତ କରୁଛନ୍ତି। ଏଥିରେ ୩୬ଟି ସର୍ବୋଚ୍ଚ ପ୍ରାଥମିକ କାର୍ଯ୍ୟକ୍ରମକୁ ସାମିଲ କରାଯିବ। ଏହି ଯୋଜନାର ନାମ ରଖାଯାଇଛି ‘୩୬ ପାଇଁ ୩୬’।
-
2.ଅଙ୍ଗନବାଡ଼ି ସୁପରଭାଇଜର୍ ହେବା ପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ଯେକୌଣସି ସ୍ବୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତକ କିମ୍ବା ସମାନ ଯୋଗ୍ୟତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ। ଏଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆସିଥିବା ‘ଓଡ଼ିଶା ଶିଶୁ ଓ ମହିଳା କଲ୍ୟାଣ ସେବା (ସଂଶୋଧନ) ନିୟମ, ୨୦୨୫’ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।
-
3.ରାଜ୍ୟରେ ୨୦୨୨ ପରଠାରୁ ଅଟକି ରହିଥିବା ଡିଏସ୍ପି ପଦୋନ୍ନତି ବୋର୍ଡ ଶେଷରେ ବସିଛି। ଏଥିସହିତ ୧୪୨ ଇନ୍ସ୍ପେକ୍ଟରଙ୍କ ଡିଏସ୍ପି ପାହ୍ୟାକୁ ପଦୋନ୍ନତି ଆଶା ବଢ଼ିଛି।
-
4.ଛତିଶଗଡ଼-ତେଲେଙ୍ଗାନା ସୀମାରେ ଅଛନ୍ତି ପ୍ରାୟ ୨ହଜାର ନକ୍ସଲ। ଏମାନଙ୍କୁ ଘେରିଛନ୍ତି ପ୍ରାୟ ୧୦ ହଜାର ଯବାନ। ୪ ରାଜ୍ୟର ଯବାନ କମ୍ବିଂ ଅପରେସନ୍ରେ ନିୟୋଜିତ ହୋଇଛନ୍ତି। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ର ସୀମାବର୍ତ୍ତୀ ଜଙ୍ଗଲକୁ ଯବାନ ଯାଞ୍ଚ କରୁଛନ୍ତି।
-
5.ଓଡ଼ିଶା କୃଷି ଶିଳ୍ପ ନିଗମ ୨୦୨୨-୨୩ ବର୍ଷର ଲାଭାଂଶ ବାବଦକୁ ୧ କୋଟି ୩୫ ଲକ୍ଷ ୭୮ ହଜାର ୫୦୨ ଟଙ୍କା ଏବଂ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ୪୬ ଲକ୍ଷ ୫୧ ହଜାର ୨୦୦ ଟଙ୍କା ପ୍ରଦାନ କରିଛନ୍ତି। ସେହିପରି, ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ ପକ୍ଷରୁ ୨୦୨୩-୨୪ ବର୍ଷର ଲାଭାଂଶ ଯୋଗୁଁ ୧୧୧ କୋଟି ୮୨ ଲକ୍ଷ ୪୮ ହଜାର ୭୦୦ ଟଙ୍କା ଏବଂ ଓଡ଼ିଶା ଜଳ ବିଦ୍ୟୁତ ନିଗମ ପକ୍ଷରୁ ୯୨ କୋଟି ୨୧ ଲକ୍ଷ ୯୧ ହଜାର ୯୧୧ ଟଙ୍କାର ଚେକ୍ ରାଜ୍ୟ ସରକାରଙ୍କୁ ଲାଭାଂଶ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।
-
6.ରାଜ୍ୟରେ ନୂଆ ଏନଏସି ଗଠନ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ୨୦ ଏନଏସି ପାଇଁ ଜିଲ୍ଲାରୁ ରିପୋର୍ଟ ଆସିଛି। ରିପୋର୍ଟ ମିଳିବା ପରେ ଏହାର ତର୍ଜମା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପଞ୍ଚାୟତିରାଜ ବିଭାଗକୁ ପଠାଯାଇଛି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।
-
7. ରାଜ୍ୟରେ ୫ଟି ସ୍ଵତନ୍ତ୍ର ଫାଷ୍ଟଟ୍ରାକ ମହିଳା କୋର୍ଟ ପ୍ରତିଷ୍ଠା ହେବ। ପ୍ରାରମ୍ଭିକ ଭାବେ ୫ ଟି ଏବଂ ପରେ ଏହି ସଂଖ୍ୟା ବୃଦ୍ଧି କରାଯିବ। ଏହା ବାଦ ୩୧୪ ବ୍ଲକରେ କୋର୍ଟ ପ୍ରତିଷ୍ଠା ପାଇଁ ସରକାରଙ୍କ ଯୋଜନା ରହିଛି।
-
8.୨୩ ଏପ୍ରିଲରୁ ୨୬ ଏପ୍ରିଲ ୨୦୨୫ ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳ ଗ୍ରୀଷ୍ମ ପ୍ରବାହ, ଗରମ ଓ ଆର୍ଦ୍ର ରାତିର ସମ୍ଭାବନା ଅଧିକ ବୋଲି ଆଇଏମଡି ପୂର୍ବାନୁମାନ କରିଛି।
-
9.ଆମେରିକାରେ ଅବସ୍ଥାପିତ ଜଣେ କୋଲକାତା ଇଞ୍ଜିନିୟର, ବିହାରର ଜଣେ ଅବକାରୀ ଇନ୍ସପେକ୍ଟର, କର୍ଣ୍ଣାଟକର ଜଣେ ରିୟଲଟର , ଓଡ଼ିଶାର ଜଣେ ଆକାଉଣ୍ଟାଣ୍ଟ୍, ଜଣେ ନୌସେନା ଅଧିକାରୀ, ବାୟୁସେନା ଅଧିକାରୀ ଏବଂ ଆଇବି ଅଧିକାରୀଙ୍କ ସମେତ ୨୬ ଜଣଙ୍କର ଗତକାଲି ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଯାଇଛି।
-
10.ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଅତି କଠୋର ପଦକ୍ଷେପ ଗ୍ରହଣ କରିଛି । ଦୁଇ ଦେଶ ମଧ୍ୟରେ ନେହେରୁ ସରକାରଙ୍କ ସମୟରେ ସ୍ବାକ୍ଷରିତ ସିନ୍ଧୁଜଳ ଚୁକ୍ତିକୁ ରଦ୍ଦ କରାଯାଇଛି । ଏହା ସହିତ ଓ୍ବାଘା-ଅଟାରୀ ସୀମାକୁ ବନ୍ଦ କରିଦିଆଯାଇଛି ।
-
11.ପର୍ଯ୍ୟଟକଙ୍କ ଉପରେ ଭୟାନକ ଆକ୍ରମଣ କରିଥିବା ଆତଙ୍କବାଦୀ ଗୋଷ୍ଠୀ ଟିଆରଏଫ୍ (ଦି ରେସିଷ୍ଟାନ୍ସ ଫ୍ରଣ୍ଟ୍) ହେଉଛି ଏଲ୍ଇଟି (ଲସ୍କର ଏ ତୋଏବା)ର ଏକ ଶାଖା ସଂଗଠନ ଏହା ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇରୁ ସିଧାସଳଖ ସହାୟତା ପାଉଥିବା ଜଣାପଡ଼ିଛି।
-
12.ଅଟାରୀ-ୱାଘା ସୀମା ବନ୍ଦ କରିବାକୁ ମଧ୍ୟ ଘୋଷଣା କରିଛି ଭାରତ । ସାର୍କ ଭିସାରେ ଥିବା ପାକିସ୍ତାନ ନାଗରିକ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ହୋଇଛି । ଦିଲ୍ଲୀରେ ଦୂତାବାସ କର୍ମଚାରୀ ସଂଖ୍ୟା ୫୦ରୁ ୩୦କୁ ହ୍ରାସ ପାଇଁ ନିଷ୍ପତ୍ତି ନିଆଯିବା ସହ କୌଣସି ପାକିସ୍ତାନୀ ନାଗରିକଙ୍କୁ ଭାରତୀୟ ଭିସା ଦିଆଯିବନି ବୋଲି କଡା ନିର୍ଦ୍ଦେଶ ହୋଇଛି ।
-
13.ମାର୍ଚ୍ଚ ୨୮ରେ ମ୍ୟାମାରର ମାଣ୍ଡାଲେ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ହେବା ପରେ ବୈଜ୍ଞାନିକମାନେ ଏକ ଅସାଧାରଣ ଘଟଣାର ପୃଷ୍ଟି କରିଛନ୍ତି। ଶକ୍ତିଶାଳୀ ଭୂମିକମ୍ପ ପରେ ସାଗାଇଙ୍ଗ ଫଲ୍ଟ ନିକଟରେ ଭୂମି ପ୍ରାୟ ୨୦ ଫୁଟ ଗଭୀରକୁ ପଶିଯାଇଛି। ଏହା ଭାରତୀୟ ଏବଂ ୟୁରେସିଆନ୍ ପ୍ଲେଣ୍ଟୋ ମଧ୍ୟରେ ଏକ ପ୍ରମୁଖ ଫଲ୍ଟ ଜୋନ୍।
-
14.ଲୋକମାନେ ବ୍ୟବହାର କରୁଥିବା ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ୧ ପ୍ରତିଶତ ଟିକସ ଲଗାଇଛନ୍ତି। ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ୧ ପ୍ରତିଶତ ଟିସିଏସ୍ (ଉତ୍ସରୁ ଟିକସ ସଂଗ୍ରହ) ଲାଗୁ କରାଯାଇଛି।
-
15.ଶୁଳ୍କ ଯୁଦ୍ଧ ଆରମ୍ଭ ହେବାପରେ ସାରା ବିଶ୍ୱରେ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ସୁନା ଲଗାତର ଭାବେ ନୂଆ ରେକର୍ଡ ସୃଷ୍ଟି କରୁଛି। ମଙ୍ଗଳବାର ୧ ଲକ୍ଷ ଟଙ୍କା ଟପିଛି ସୁନା ଦାମ୍।