-
1.ଗୁରୁବାର ପାକିସ୍ତାନର ଜାତୀୟ ସୁରକ୍ଷା କମିଟି (ଏନ୍ଏସ୍ସି)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଭାରତ ପାଇଁ ପାକିସ୍ତାନର ଆକାଶପଥ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଶିମ୍ଲା ଚୁକ୍ତିକୁ ମଧ୍ୟ ସ୍ଥଗିତ ରଖାଯାଇଛି। ପାକିସ୍ତାନ ସମସ୍ତ ଭାରତୀୟ ବିମାନ ପାଇଁ ତା’ର ବାୟୁସୀମା ବନ୍ଦ କରିବାକୁ ଘୋଷଣା କରିଛି।
-
2.ଆକାଶରେ ଭାରତର ଲଢୁଆ ବିମାନ ଗର୍ଜିଛନ୍ତି । ବାୟୁସେନାର ରାଫେଲ୍ ଓ ସୁଖୋଇ ୩୦ ଯୁଦ୍ଧାଭ୍ୟାସ ଆରମ୍ଭ କରିଛନ୍ତି । ଭାରତୀୟ ବାୟୁସେନାର ସ୍ବତନ୍ତ୍ର ଯୁଦ୍ଧାଭ୍ୟାସ ‘ଆକ୍ରମଣ’ ଆରମ୍ଭ ହୋଇଯାଇଛି । ଭାରତ-ପାକିସ୍ତାନ ଉତ୍ତେଜନା ଦୃଷ୍ଟିରୁ ବାୟୁସେନାର ଅଭ୍ୟାସ ଚାଲିଛି।
-
3.ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଆର୍ଥିକ ବର୍ଷ ୨୦୨୬ ପାଇଁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପୂର୍ବାନୁମାନକୁ ୬.୨%କୁ ହ୍ରାସ କରିଛି।
-
4.ଜଣେ ବିଏସଏଫ୍ (ସୀମା ସୁରକ୍ଷା ବଳ) ଯବାନ ପାକିସ୍ତାନ ରେଞ୍ଜର୍ସଙ୍କ ଦ୍ବାରା ଅଟକ ରହିଛନ୍ତି। ଭୁଲ୍ରେ ସେ ପଂଜାବରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିଯିବାରୁ ପାକିସ୍ତାନୀ ରେଞ୍ଜର୍ସମାନେ ତାଙ୍କୁ ଧରି ନେଇଛନ୍ତି।
-
5.ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ କୂଟନୈତିକ ପ୍ରହାର ଜାରି ରଖିଛି। ପାକିସ୍ତାନୀଙ୍କ ପାଇଁ ଭାରତ ଜାରି କରିଥିବା ସମସ୍ତ ବୈଧ ଭିସାକୁ ରଦ୍ଦ କରାଯାଇଛି ବୋଲି ଗୁରୁବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। କେବଳ ମେଡିକାଲ ଭିସା ଆଗାମୀ ୨୯ ତାରିଖ ପର୍ଯ୍ୟନ୍ତ ବୈଧ ରହିବ
-
6.ଭାରତୀୟ ନୌସେନାର ସ୍ୱଦେଶୀ ଗାଇଡେଡ୍ ଡେଷ୍ଟ୍ରୟର ଆଇଏନ୍ଏସ୍ ସୁରଟ୍ରୁ ଏକ ମଧ୍ୟମ ରେଂଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ପାକିସ୍ତାନ କରାଚି ଉପକୂଳରେ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ଯାଉଥିବା ବେଳେ ଭାରତୀୟ ନୌସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି।
-
7.ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଜଣେ ନେପାଳୀ ନାଗରିକଙ୍କ ସମେତ ୨୬ ଜଣଙ୍କ ମୃତ୍ୟୁ ହେବାର ୪୦ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଭାରତୀୟ ସୁରକ୍ଷା ବାହିନୀ ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ)ରେ ଥିବା ୪୨ଟି ଆତଙ୍କବାଦୀ ଲଞ୍ଚପ୍ୟାଡ୍ ଓ ପ୍ରଶିକ୍ଷଣ ଶିବିର ଠାବ କରିଛି।
-
8.ଜମ୍ମୁ-କାଶ୍ମୀରର ପହଲଗାମ୍ରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁପରେ ସେଠାରେ କୋକୁଆ ଭୟ ସୃଷ୍ଟି ହୋଇଛି। ୯୦ ପ୍ରତିଶତ ଲୋକ ସେମାନଙ୍କ ଟ୍ରାଭେଲ ବୁକିଂ ବାତିଲ କରିଛନ୍ତି।
-
9.ଦକ୍ଷିଣାଞ୍ଚଳ ପୁଲିସ ରେଞ୍ଜ ଅଧୀନରେ ରହିଥିବା ୫ଟି ପୁଲିସ ଜିଲ୍ଲାରେ ଗତ ତିନିବର୍ଷ ମଧ୍ୟରେ ୮୧୯ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ଦରଜ ହୋଇଛି ସର୍ବାଧିକ ୪୯୯ ମାମଲା। ନାବାଳିକାଙ୍କୁ କିପରି ସୁରକ୍ଷା ଦିଆଯାଇ ପାରିବ ତାହା ଏବେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।
-
10.ଅଲିଭ୍ ରିଡ୍ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଗହୀରମଥା ରେ ୩ଦିନ ଭିତରେ କୋଟିଏରୁ ଅଧିକ କଇଁଛ ଛୁଆ ଗଭୀର ସମୁଦ୍ରକୁ ଯାଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୫ରୁ ଆରମ୍ଭ ହୋଇଥିବା ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ଗହୀରମଥାର ନାସୀ-୨ରେ ୨ ଲକ୍ଷ ୫୩,୪୨୬ ଅଲିଭ୍ ରିଡ୍ଲେ ଅଣ୍ଡାଦାନ କରିଥିବା ବେଳେ ଏକକୂଳା ନାସୀରେ ୨ଲକ୍ଷ ୯୬,୪୩୬ କଇଁଛ ଅଣ୍ଡାଦାନ କରିଥିଲେ।
-
11. ୧୦ ହଜାର କୋଟି ଟଙ୍କା ବିନିମୟରେ ଏଭଳି ଢଙ୍ଗରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାର ରୂପାୟନ ହେବ। ୨୦୨୬ ମସିହା ସୁଦ୍ଧା ପ୍ରତି ଗାଁକୁ ପାନୀୟ ଜଳ, ସବୁ ଗାଁକୁ ରାସ୍ତା ଏବଂ ବାସହୀନଙ୍କ ମୁଣ୍ଡ ଉପରକୁ ଛାତ ଯୋଗାଇ ଦିଆଯିବ।’
-
12.ରାଜ୍ୟର ଅକ୍ଷୟ ଶକ୍ତି କ୍ଷେତ୍ରରେ ୧୧୯୧.୪୭ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଛି। ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ୍ ୱିଣ୍ଡୋ କମିଟିର ଦଶମ ବୈଠକରେ ୭ଟି ପ୍ରକଳ୍ପକୁ ନୀତିଗତ ମଞ୍ଜୁରି ପ୍ରଦାନ କରାଯାଇଛି।
-
13.ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସମୟରେ ଆମେରିକାର କଠୋର ଭିସା ନୀତି ମଧ୍ୟରେ ୪୧ଟି ଦେଶର ନାଗରିକଙ୍କ ପାଇଁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ୟୁଏସ୍ ଭିସା ଛାଡ଼ କାର୍ଯ୍ୟକ୍ରମ ଯୋଗୁଁ ଏହି ଦେଶଗୁଡ଼ିକର ଯୋଗ୍ୟ ଯାତ୍ରୀମାନେ ବିନା ଭିସାରେ ୯୦ ଦିନ ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କରିପାରିବେ।
-
14.ମୟୂରଭଞ୍ଜ ଜିଲାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟକୁ ଗୁରୁବାରଠାରୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିଛି।
-
15.ଭାରତୀୟ ନୌସେନାରେ ଅଗ୍ନିବୀର ଭାବେ ଚାକିରୀ ଦେବାର ମିଛ ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ତିନି ନୌସେନା କର୍ମଚାରୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ପୂର୍ବତନ ନୌସେନା ଅଧିକାରୀ ଏବଂ ଅନ୍ୟ ଦୁଇଜଣ ବର୍ତ୍ତମାନ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଆଇଏନଏସ କେସରୀ ଏବଂ ଆଇଏନଏସ ଚିଲକାରେ କାର୍ଯ୍ୟରତ ଅଛନ୍ତି।