-
1.ଦାରିଦ୍ର୍ୟ ଦୂରୀକରଣରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ବିଶ୍ଵବ୍ୟାଙ୍କ ଭାରତକୁ ପ୍ରଶଂସା କରିଛି। ଏହା ଜଣାଇଛି ଯେ ଗତ ୧୦ ବର୍ଷ ଭିତରେ ଭାରତରେ ୧୭.୧ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ କବଳରୁ ମୁକଳିଛନ୍ତି।
-
2.ବିଶ୍ଵ ଅର୍ଥନୀତିରେ ଅନିଶ୍ଚିତତା ଲାଗି ରହିଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ସୁନା ଭଣ୍ଡାରକୁ ମଜଭୁତ କରିବାରେ ଲାଗିଛି। ୨୦୪-୨୫ରେ ଏହା ୫୭.୫ଟନ୍ ସୁନା କିଣିଛି।
-
3.ଦେଶର ମାତ୍ର ୧୨ ପ୍ରତିଶତ ଧନୀ ପରିବାର କାର୍ କିଣିବା ଭିତରେ ସୀମିତ ରହିଯାଇଛି। ଯେଉଁମାନଙ୍କ ବାର୍ଷିକ ଆୟ ୧୨ ଲକ୍ଷ ଟଙ୍କାରୁ ଅଧିକ, କେବଳ ସେମାନେ ହିଁ କାର୍ କିଣିପାରୁଛନ୍ତି। ଅବଶିଷ୍ଟ ୮୮ ପ୍ରତିଶତ ପରିବାର ଛୋଟ କାର୍ କିଣିବାକୁ ମଧ୍ୟ ସକ୍ଷମ ନୁହନ୍ତି ବୋଲି ମାରୁତି ସୁଜୁକିର ଅଧ୍ୟକ୍ଷ ଆର୍ ସି ଭାର୍ଗବ କହିଛନ୍ତି।
-
4.ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଥିବା ଦୁଇ ଜଣ ଆତଙ୍କବାଦୀଙ୍କ ଘର ଶୁକ୍ରବାର ସୁରକ୍ଷା ବାହିନୀ ଓ ଜମ୍ମୁ-କଶ୍ମୀର କର୍ତ୍ତୃପକ୍ଷ ଧ୍ବଂସ କରିଛନ୍ତି।
-
5.ଵକଫ୍ (ସଂଶୋଧନ) ଆଇନ, ୨୦୨୫ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ପିଟିସନଗୁଡ଼ିକୁ ଖାରଜ କରିବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମ୍କୋର୍ଟରେ ପ୍ରାଥମିକ ସତ୍ୟପାଠ ଦାଖଲ କରିଛନ୍ତି।
-
6.ଇସ୍ରୋର ପୂର୍ବତନ ମୁଖ୍ୟ, ନୂଆ ଜାତୀୟ ଶିକ୍ଷା ନୀତି (ଏନ୍ଇପି)ର ଡ୍ରାଫ୍ଟିଂ କମିଟି ଅଧ୍ୟକ୍ଷ ତଥା ପଦ୍ମବିଭୂଷଣ କେ. କସ୍ତୁରୀରଙ୍ଗନଙ୍କର ଶୁକ୍ରବାର ସକାଳେ ବେଙ୍ଗାଲୁରୁସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା।
-
7.ଏକ ସାକ୍ଷାତକାରରେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଆମେ ୩ ଦଶନ୍ଧି ଧରି ଆତଙ୍କବାଦୀଙ୍କୁ ତାଲିମ ଦେଇ ଆସୁଛୁ ଏବଂ ସେମାନଙ୍କ ପୋଷଣ ପାଇଁ ପାକିସ୍ତାନ ବହୁତ ମୂଲ୍ୟ ଦେଉଛି।
-
8. ରୁଷର ରାଜଧାନୀ ମସ୍କୋରେ ଏକ କାର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଜଣେ ବରିଷ୍ଠ ଜେନେରାଲଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
-
9.ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତର ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନକୁ ନେଇ ପାକିସ୍ତାନ ସେନା ଆତଙ୍କିତ ହୋଇପଡ଼ିଛି। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ନିଜ ପରିବାରକୁ ବିଦେଶ ପଠାଇ ଦେଇଛନ୍ତି।
-
10. ପାକିସ୍ତାନ ନାଗରିକଙ୍କ ଭିସା ବାତିଲ କରିଛନ୍ତି ଭାରତ ସରକାର ଏବଂ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡିବାକୁ ୩ ଦିନର ମହଲତ ଦିଆଯାଇଛି । ଆଉ ଏବେ ସବୁ ରାଜ୍ୟରୁ ପାକିସ୍ତାନୀଙ୍କୁ ତଡ଼ିବାକୁ ପ୍ରୟାସ ଆରମ୍ଭ ହୋଇଛି ।
-
11.ନବନିଯୁକ୍ତ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ମନୋଜ ପରିଡ଼ା ଓ ଅନ୍ୟ ୩ ରାଜ୍ୟ ସୂଚନା ଆୟୁକ୍ତ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ପବିତ୍ର ମଣ୍ଡଳ ଓ କଳ୍ପନା ପଟ୍ଟନାୟକ ଆଜି ଶପଥ ନେଇଛନ୍ତି।
-
12.ଏମ୍ସ ଭୁବନେଶ୍ୱରରେ ଅତ୍ୟାଧୁନିକ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ ହୋଇଛି। ଅସ୍ଥିଶଲ୍ୟ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗର ଜଣେ ୬୬ ବର୍ଷୀୟା ମହିଳାଙ୍କର ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ବେଶ୍ ସରଳ ଭାବେ ସମ୍ପନ୍ନ ହୋଇଛି।
-
13.ମେ ୧ତାରିଖରୁ ରବି ଋତୁ ପାଇଁ ରାଜ୍ୟ ସରକାର ଧାନ କିଣିବେ। ଚଳିତ ଋତୁରେ ୧୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥିପାଇଁ ୩ ଲକ୍ଷ ୩୭ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି। ଯାହା ଗତବର୍ଷ ତୁଳନାରେ ୧୨୨% ଅଧିକ।
-
14.ଓଡ଼ିଶାରେ ୧୨ଜଣ ପାକିସ୍ତାନୀ ନାଗରିକ ରହୁଥିବା ଜଣାପଡ଼ିଛି। ଦୀର୍ଘକାଳୀନ ଭିସା ବଳରେ ପାକିସ୍ତାନୀ ନାଗରିକମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବସବାସ କରୁଛନ୍ତି।
-
15. ରାଜ୍ୟର ଅକ୍ଷୟ ଶକ୍ତି କ୍ଷେତ୍ରରେ ୧୧୯୧.୪୭ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଛି।
-
16.ଆପଲ୍ କମ୍ପାନୀ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୬ ସୁଦ୍ଧା ଆମେରିକା ବଜାର ପାଇଁ ସମ୍ପୂର୍ଣ୍ଣ ଆଇଫୋନ୍ ଆସେମ୍ବଲିକୁ ଭାରତକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି ବୋଲି ଏକ ରିପୋର୍ଟରେ ଦାବି କରାଯାଇଛି।
-
17.ଶିମିଳିପାଳ ଜାତୀୟ ଉଦ୍ୟାନରେ ୪୦ ମହାବଳ ଅଛନ୍ତି। ଜିନତ ଓ ଯମୁନାକୁ ମିଶାଇ ଅଛନ୍ତି ୪୦ ମହାବଳ ବାଘ। ତେବେ ଏହି ୪୦ରୁ ୬ ଶାବକ, ୧୭ଟି ବାଘୁଣୀ ରହିଛନ୍ତି। ସେହିଭଳି ଶିମିଳିପାଳରେ ଥିବା ମହାବଳ ମଧ୍ୟରେ ୧୮ ଟି କଳା ମହାବଳ ଅଛନ୍ତି।
-
18.ଭାରତୀୟ ଷ୍ଟକ୍ ବଜାର ଆଜି ପୁଣି ଏକ ବଡ଼ ଧରଣର ହ୍ରାସର ସମ୍ମୁଖୀନ ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନସେକ୍ସ ୧୦୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇ ୭୮,୮୦୦ ପଏଣ୍ଟ ସ୍ତରରେ କାରବାର କରୁଛି।
-
19.ଡାକ୍ତର ଦାମୀ ମେଡ଼ିସିନ ଲେଖିବା କୌଣସି ଅପରାଧ ନୁହେଁ। ଏସବୁ କଲେ ଡାକ୍ତରଙ୍କ ବରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଇପାରିବ ନାହିଁ। ଏପରି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଧେଶ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ।
-
20.ବେସରକାରୀ ସ୍କୁଲ ଓ କଲେଜକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସରକାରଙ୍କ ଗ୍ରୀଷ୍ମ ପ୍ରବାହ ଏସ୍ଓପି ନ ମାନି ସ୍କୁଲ, କଲେଜ ଖୋଲିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।