-
1.ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୫ ହାଇସ୍କୁଲ ସାର୍ଟିଫିକେଟ୍ (ମାଟ୍ରିକ) ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ମାଟ୍ରିକ ରେଗୁଲାର୍, ଏକ୍ସ ରେଗୁଲାର୍ ଓ ପତ୍ରବିନିମୟ ଛାତ୍ରଛାତ୍ରୀଙ୍କ ମୋଟ ପାସ୍ ହାର ରହିଛି ୯୪.୬୯ ପ୍ରତିଶତ। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି।
-
2.ମାଲକାନଗିରି ଜିଲ୍ଲା ଚଳିତ ବର୍ଷ ଦଶମ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଛି। ଚଳିତ ବର୍ଷ ଜିଲ୍ଲାରେ ୯୬.୪୧ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି। ତେବେ ଜିଲ୍ଲା ଟପ୍ପର ହୋଇଛନ୍ତି ଦୁଇ ଯାଆଁଳା ଭାଇ। ସେମାନେ ହେଲେ ଡାନିଏଲ ଲେଙ୍କା ଏବଂ ଡମ୍ବରୁ ଲେଙ୍କା। ଦୁହେଁ ୫୬୦ ଆଣି ଜିଲ୍ଲା ଟପ୍ପର ହୋଇଛନ୍ତି।
-
3.ଗୋଆର ଶ୍ରୀଗାଓଁରେ ଶ୍ରୀଲୈରାଇ ଯାତ୍ରା ଚାଲିଥିବାବେଳେ ଏଭଳି ଅଘଟଣ ଘଟିଛି। ଏଥିରେ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ୩୦ରୁ ଅଧିକ ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।
-
4.ଭାରତ ସରକାରଙ୍କ ଦ୍ୱାରା ସ୍ୱଳ୍ପକାଳୀନ ଭିସା ପ୍ରତ୍ୟାହାର ପରେ ଭାରତ ପଟେ ଫସି ରହିଥିବା ନିଜ ନାଗରିକଙ୍କୁ ସ୍ୱଦେଶ ଫେରିବା ପାଇଁ ପାକିସ୍ତାନ ଶୁକ୍ରବାର ଅଟାରୀ-ୱାଘା ସୀମା ଖୋଲିଛି।
-
5.ଜଣେ ପିଓକେ ଜନ୍ମିତ ବ୍ୟକ୍ତିଙ୍କ ନିକଟରେ ଭାରତୀୟ ପାସପୋର୍ଟ, ଆଧାର କାର୍ଡ ଏବଂ ଭୋଟର ଆଇଡି ଥିଲେ ସୁଦ୍ଧା ତାଙ୍କ ପରିବାର ସଦସ୍ୟଙ୍କୁ ଭାରତ ଛାଡ଼ିବାକୁ କୁହାଯାଇଛି। ତେବେ ସମ୍ପୃକ୍ତ ବ୍ୟକ୍ତି ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଆଜି ସୁପ୍ରିମ୍କୋର୍ଟ ଆଶ୍ବସ୍ତି ପ୍ରଦାନ କରି ତାଙ୍କ ପ୍ରତ୍ୟର୍ପଣ ଉପରେ ରୋକ୍ ଲଗାଇ ଦେଇଛନ୍ତି।
-
6.ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଘନିଷ୍ଠ ଅବସରପ୍ରାପ୍ତ ମେଜର ଜେନେରାଲ ଏଏଲ୍ଏମ୍ ଫଜଲୁର ରେହମାନ କହିଛନ୍ତି, ଯଦି ନୂଆଦିଲ୍ଲୀ ପାକିସ୍ତାନ ଉପରେ ଆକ୍ରମଣ କରେ ତେବେ ତାଙ୍କ ଦେଶ ଭାରତର ସାତଟି ଉତ୍ତର-ପୂର୍ବ ରାଜ୍ୟ ଉପରେ ଆକ୍ରମଣ କରି ଦଖଲ କରିନେବା ଉଚିତ ।
-
7. ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶୁକ୍ରବାର ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଥିଲେ ଯେ ଯିଏ ଆସାମରେ ରହି 'ପାକିସ୍ତାନ ଜିନ୍ଦାବାଦ' ସ୍ଲୋଗାନ ଦେବ, ତା'ର ଗୋଡ ଭାଙ୍ଗି ଦିଆଯିବ।
-
8.ପାକିସ୍ତାନରୁ ପ୍ରେମ ପାଇଁ ଭାରତ ଆସିଥିବା ସୀମା ହାଇଦରଙ୍କ ପାକିସ୍ତାନୀ ସ୍ବାମୀ ଗୁଲାମ ହାଇଦରଙ୍କ ଓକିଲ ମୋମିନ୍ ମଲିକ ଭାରତ ସରକାରଙ୍କୁ ଅନୁରୋଧ କରି କହିଛନ୍ତି,‘ ନେପାଳ ଦେଇ ଭାରତ ଆସିଥିବା ସୀମା ହାଇଦରଙ୍କୁ ପାକିସ୍ତାନ ଫେରାଇ ଦିଆଯାଉ।
-
9.ରାଜ୍ୟରେ ୬ଟି ନୂଆ ହୋଟେଲ୍ ଓ ରିସୋର୍ଟ ସ୍ଥାପନ କରାଯିବ। ଗଞ୍ଜାମ, ଖୋର୍ଦ୍ଧା, ଅନୁଗୁଳ ଓ କୋରାପୁଟରେ ଏହି ହୋଟେଲ୍ଗୁଡ଼ିକୁ ସ୍ଥାପନ କରାଯିବ। ସିଙ୍ଗଲ୍ ୱିଣ୍ଡୋ ବୈଠକରେ ଏହି ପ୍ରକଳ୍ପ ସମେତ ୩୮୯୮.୫୪ କୋଟି ଟଙ୍କାର ୧୯ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି।
-
10.ଏନପିସିଆଇ ତା’ର ଏପ୍ରିଲ ୨୬ ତାରିଖର ସର୍କୁଲାରରେ କହିଛି ଯେ ୨୦୨୫ ମସିହା ଜୁନ ୧୬ ରୁ, ୟୁପିଆଇ ଉପଭୋକ୍ତାମାନେ ଟ୍ରାନଜାକସନର ସ୍ଥିତି ଯାଞ୍ଚ କରିବା କିମ୍ବା ପେମେଣ୍ଟ ଫେରାଇବା ସମୟରେ ତୁରନ୍ତ ପ୍ରତିକ୍ରିୟା ଆଶା କରିପାରିବେ। ଟ୍ରାନଜାକସନ ସ୍ଥିତି ଯାଞ୍ଚ କରିବା ପାଇଁ ପ୍ରତିକ୍ରିୟା ସମୟକୁ ୩୦ ସେକେଣ୍ଡରୁ କମାଇ ୧୦ ସେକେଣ୍ଡ କରାଯାଇଛି।
-
11.ରାଜ୍ୟରେ IPS ସ୍ତରରେ ବଡ଼ ଅଦଳବଦଳ। ସୁଶାନ୍ତ କୁମାର ନାଥଙ୍କୁ ମିଳିଲା ବଡ଼ ଦାୟିତ୍ୱ। ନୂଆ ଜେଲ ଡିଜି ହେଲେ ସୁଶାନ୍ତ ନାଥ। କେନ୍ଦ୍ର ଡେପୁଟେଶନରୁ ଫେରିବା ପରେ ମିଳିଲା ନୂଆ ନିଯୁକ୍ତି।
-
12.ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି। ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଆତାଉଲ୍ଲାହ ତରାରଙ୍କ ଏକ୍ସ ଆକାଉଣ୍ଟ ଭାରତରେ ବ୍ୟାନ୍ କରାଯାଇଛି।
-
13.ଲସ୍କର-ଇ-ତାଏବାର ମୁଖ୍ୟ ହାଫିଜ ସୟିଦର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଛନ୍ତି ପାକିସ୍ତାନ ସରକାର ଓ ଆଇଏସଆଇ। ୨୬/୧୧ ଓ ପହଲଗାମ ଆତଙ୍କବାଦୀ ହମଲାର ମାଷ୍ଟରମାଇଣ୍ଡ ହାଫିଜ ପାକିସ୍ତାନରେ ବେଶ ସୁରକ୍ଷିତ ଭାବେ ରହିଛି।
-
14.ସରପଞ୍ଚଙ୍କ ସ୍ଵାମୀ ଏବଂ ଶ୍ଵଶୁରଙ୍କୁ ହତ୍ୟା। ଗୁଣପୁର ପଦ୍ମପୁର ଥାନା ସାରିଗାଡା ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଲିକିଟିପଦର ସରପଞ୍ଚଙ୍କ ସ୍ଵାମୀ ଏବଂ ଶ୍ଵଶୁରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।
-
15.ଆସନ୍ତା ୬ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର। କାଳବୈଶାଖୀ ଅନେକ ଜିଲାରେ ତାଣ୍ଡବ ରଚିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ୮ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଥିବାବେଳେ ୨୨ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।