-
1.ଭାରତର ଆଭିମୁଖ୍ୟ ସ୍ପଷ୍ଟ କରି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଭାରତ କଦାପି କାହାର ପରମାଣୁ ବ୍ଲାକ୍ମେଲକୁ ଗ୍ରହଣ କରେନାହିଁ କିମ୍ବା ଏଭଳି ଧମକରେ କେହି ସୀମାପାର ଆତଙ୍କବାଦ ଜାରି ରଖିଲେ ତାହାକୁ ଅନୁମତି ଦେବ ନାହିଁ।
-
2.ମେ ୧୦ରେ ଅପରେସନ୍ ସିନ୍ଦୂର ସମୟରେ ଭାରତ ଦ୍ୱାରା ଟାର୍ଗେଟ୍ କରାଯାଇଥିବା ପାକିସ୍ତାନର ବାୟୁସେନା ଘାଟିଗୁଡ଼ିକର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଉପଗ୍ରହ ଚିତ୍ରରୁ ଜଣାପଡିଛି।
-
3.ପାକିସ୍ତାନ ସେନା ମଙ୍ଗଳବାର ସ୍ଵୀକାର କରିଛି ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସହ ଆରମ୍ଭ ହୋଇଥିବା ସଂଘର୍ଷରେ ଏହା ନିଜର ୧୧ ସୈନିକଙ୍କୁ ହରାଇଛି। ଅନ୍ୟପକ୍ଷେ ୪ ଦିନର ସଂଘର୍ଷରେ ୭୮ ଜଣ ପାକ୍ ସୈନିକ ଆହତ ହୋଇଥିବା ପାକ୍ ସେନା ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି।
-
4.ସୋମବାର ଦିନ ବେଜିଂ ଏକ ଶ୍ୱେତପତ୍ରରେ କହିଛି ଯେ, ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶୀତଳ ଯୁଦ୍ଧ ପୁଣି ଥରେ ଆରମ୍ଭ ହୋଇପାରେ।
-
5.ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ଘଟିଥିବା ଯୁଦ୍ଧବିରତି ଚୁକ୍ତିକୁ ନେଇ ଚାଇନା ପାକିସ୍ତାନ ସହ ଅସନ୍ତୁଷ୍ଟ ଥିବା ନେଇ କିଛି ରିପୋର୍ଟରେ ଦାବି କରାଯାଇଛି।
-
6.ଆର୍ଥିକ ବର୍ଷ ୨୦୨୫-୨୬ରେ ଗ୍ରାମୀଣ ଋଣ ବ୍ୟବସ୍ଥାର ବୃଦ୍ଧିପ୍ରାପ୍ତ ଆନୁଷ୍ଠାନିକୀକରଣ ଯୋଗୁଁ ବାଣିଜ୍ୟିକ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ଦ୍ୱାରା କୃଷି କ୍ଷେତ୍ରକୁ ପ୍ରଦାନ କରାଯାଉଥିବା ଋଣ ୩୧.୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବ।
-
7.ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଜାରି କରାଯାଇଥିବା ଏକ ପତ୍ର ଅନୁଯାୟୀ, ବିଧାୟକ ଏବଂ ଏମପି ମାନେ ନିଜ ନିର୍ବାଚନ ମଣ୍ଡଳୀ ମଧ୍ୟରେ ପ୍ରାଥମିକ ଏବଂ ମାଧ୍ୟମିକ ସ୍ତରର ସର୍ବାଧିକ ୧୫ ଜଣ ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିପାରିବେ।
-
8.ଭାରତ ସରକାର ଜଣେ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ବହିଷ୍କାର କରି ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
9.ଭାରତର ଖୁଚୁରା ମୁଦ୍ରାସ୍ଫୀତି ଏପ୍ରିଲ ମାସରେ ୬ ବର୍ଷର ସର୍ବନିମ୍ନ ସ୍ତର ୩.୧୬%କୁ ହ୍ରାସ ପାଇଛି, ଯାହା ମାର୍ଚ୍ଚ ମାସର ୩.୩୪% ତୁଳନାରେ ନୋଟୀୟ କମ୍ ଅଟେ।
-
10.ସୁପ୍ରିମକୋର୍ଟ ବିଚାରପତି ଭୂଷଣ ରାମକୃଷ୍ଣ ଗଭାଇ(ବି ଆର୍ ଗଭାଇ) ମେ’ ୧୪ ତାରିଖରେ ଭାରତର ୫୨ତମ ମୁଖ୍ୟ ବିଚାରପତି(CJI) ଭାବେ ଶପଥ ଗ୍ରହଣ କରିବେ।
-
11.ଭାରତ ନିଜର ବାୟୁ ପ୍ରତିରକ୍ଷା କ୍ଷମତାକୁ ଆହୁରି ମଜବୁତ କରିବା ପାଇଁ ରୁଷିଆଠାରୁ ଅତିରିକ୍ତ S-400 କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ କିଣିବାକୁ ଯୋଜନା କରୁଛି।
-
12.ଆଇସିୟୁରେ ସଙ୍କଟାପନ୍ନ ଅବସ୍ଥାରେ ଥିବା ସ୍ତ୍ରୀ ଜସ୍ମିନ୍ ଓ ୧୩ ଦିନର ଶିଶୁକନ୍ୟାକୁ ଛାଡ଼ି ସଶସ୍ତ୍ର ସୀମା ବଳ (ଏସ୍ଏସ୍ବି) ଯବାନ ଲଖନପୁର ବ୍ଲକ ଟେଙ୍ଗନାମାଲ୍ ଗ୍ରାମର ଦେବରାଜ ଗଣ୍ଡ ଗତ ୧୧ ତାରିଖରେ ସୀମାରେ ଡ୍ୟୁଟି ପାଇଁ ବାହାରି ଯାଇ। ଥିଲେ। ତେବେ ମଙ୍ଗଳବାର ସକାଳେ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଜସ୍ମିନଙ୍କ ମୃତ୍ୟୁ ଘଟିଛି।
-
13.ମାଓବାଦୀଙ୍କ ଗଡ଼ ସରଣ୍ଡା ଜଙ୍ଗଲକୁ ପ୍ରାୟ ୧୦ ହଜାର ଯବାନ ଘେରିଛନ୍ତି । ଏପ୍ରିଲ ୨୧ରେ ଝାଡ଼ଖଣ୍ଡ ବୋକାରୋର ଲୁଗୁପାହାଡ଼ ତଳେ ହୋଇଥିବା ଏନ୍କାଉଣ୍ଟର ପରେ ସୁରକ୍ଷା ବାହିନୀ ଏବେ ସରଣ୍ଡାକୁ ଟାର୍ଗେଟ୍ କରିଛନ୍ତି।
-
14.ଓଡିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରେ ବୁଧୁବାର ସକାଳ ୧୦ ଟାରେ ପ୍ରତିରକ୍ଷା ବିଭାଗ ଓ ତାଳସାରୀ ମେରାଇନ ଥାନା ସହଯୋଗରେ ଏକ ବଡ଼ ଡ୍ରୋନ ଆକାଶମାର୍ଗକୁ ଛଡ଼ାଯାଇଛି । ଏହି ସାମରିକ ଡ୍ରୋନ୍ ବଙ୍ଗୋପସାଗରରେ ଜଳଯାନରେ ଆସୁଥିବା ସମସ୍ତ ସନ୍ଦିଗ୍ଧ ଅନୁପ୍ରବେଶକାରୀଙ୍କ ଗତିବିଧି ଉପରେ ନଜର ରଖିବ।
-
15.ଆସନ୍ତା ଜୁନ୍ ୧୧ରେ ଇଂଲଣ୍ଡର ଲଡର୍ସଠାରେ ଓ୍ବାଲର୍ଡ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ଖେଳାଯିବ।