-
1.ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ରାଙ୍କିଂରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଏହି ଅନୁଷ୍ଠାନର ଭିତ୍ତିଭୂମି ବିକାଶ କରାଯିବ। ଅନୁଷ୍ଠାନକୁ ଋଣ ଓ କର୍ପୋରେଟ ଦାନ ମାଧ୍ୟମରେ ୨୦୮.୫ କୋଟି ମିଳିଛି। ଏହି ଅର୍ଥକୁ ବିନିଯୋଗରେ ଛାତ୍ରାବାସ, ଛାତ୍ରୀନିବାସ, ଅଧ୍ୟାପକ, କର୍ମଚାରୀଙ୍କ ପାଇଁ ବାସଗୃହ ନିର୍ମାଣ, ଗବେଷଣାକୁ ତ୍ବରାନ୍ବିତ ସହ ଅନ୍ୟାନ୍ୟ ପ୍ରକଳ୍ପ ସ୍ଥାପନ କରାଯିବ।
-
2.ୟୁଟ୍ୟୁବର୍ ଜ୍ୟୋତି ମାଲହୋତ୍ରା ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଜ୍ୟୋତି ୟୁଟ୍ୟୁବ ଏବଂ ଇନଷ୍ଟାଗ୍ରାମ୍ରେ ବିପୁଳ ଲୋକପ୍ରିୟତା ହାସଲ କରିଛନ୍ତି।
-
3. ଶ୍ରୀଜଗନ୍ନାଥ ମନ୍ଦିରର ସମ୍ପତ୍ତିର ଅଧିକାର ଅକ୍ଷୁଣ୍ଣ ରଖିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଶ୍ରୀଜିଉଙ୍କ ସଂପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତଥା ଏ ସମ୍ପର୍କିତ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଦିଗରେ ଫଳପ୍ରଦ ଓ ପ୍ରଭାବୀ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
-
4.ସଞ୍ଜୟ ଝାଙ୍କ ନେତୃତ୍ୱରେ ଗଠିତ ପ୍ରତିନିଧିମଣ୍ଡଳ ସର୍ବାଧିକ ମୁସଲିମ ଜନସଂଖ୍ୟା ବିଶିଷ୍ଟ ଜାପାନ, ସିଙ୍ଗାପୁର, ଦକ୍ଷିଣ କୋରିଆ, ମାଲେସିଆ ଏବଂ ଇଣ୍ଡୋନେସିଆ ଗସ୍ତ କରିବେ ବୋଲି ଜଣାପଡ଼ିଛି। ୬ରୁ ୭ ଜଣ ସାଂସଦଙ୍କୁ ନେଇ ଗଠିତ ପ୍ରତ୍ୟେକ ପ୍ରତିନିଧିମଣ୍ଡଳ ପ୍ରାୟ ଚାରିରୁ ପାଞ୍ଚଟି ଦେଶ ଗସ୍ତ କରିବେ ବୋଲି ଆଶା କରାଯାଉଛି।
-
5.ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍ ଉପରେ ନିଷ୍ପତ୍ତି ନେବା ଲାଗି ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ପାଇଁ ଦେଶର ସର୍ବୋଚ୍ଚ ଅଦାଲତ ସମୟସୀମା ଧାର୍ଯ୍ୟ କରିପାରିବେ କି ନାହିଁ ସେ ନେଇ ଧାରା ୧୪୩(୧) ଅନୁଯାୟୀ ସୁପ୍ରିମ୍କୋର୍ଟଙ୍କ ପରାମର୍ଶ ଲୋଡ଼ିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏପ୍ରିଲ ୮ ତାରିଖରେ ସୁପ୍ରିମ୍କୋର୍ଟ ଏକ ଐତିହାସିକ ରାୟରେ କହିଥିଲେ ଯେ ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ପଠାଇଥିବା ବିଲ୍ଗୁଡ଼ିକୁ ତିନି ମାସ ମଧ୍ୟରେ ସମାଧାନ କରିବାକୁ ପଡ଼ିବ।
-
6.କର୍ଣ୍ଣାଟକର ବାଗଲକୋଟରେ ବିବାହ ସମୟରେ ମଙ୍ଗଳସୂତ୍ର ପିନ୍ଧାଉଥିବା ମାତ୍ରେ ବରର ହୃଦଘାତ ହୋଇଥିଲା। ବରର ବୟସ ମାତ୍ର ୨୫ ବର୍ଷ ଥିଲା।
-
7.ଓଡ଼ିଶାରେ ଟେଲିକମ୍ କମ୍ପାନିଙ୍କ ମାସିକ ଆୟ ପ୍ରାୟ ୬୮୮ କୋଟି ଟଙ୍କା ରହିଛି। ଗତବର୍ଷ ଜୁଲାଇରେ ପ୍ରମୁଖ ଘରୋଇ ଟେଲିକମ୍ କମ୍ପାନିଗୁଡ଼ିକ ମୋବାଇଲ ଶୁଳ୍କ ବୃଦ୍ଧି କରିବା ପରେ ସେମାନଙ୍କ ଆୟ ବଢ଼ିଛି।
-
8.ବାତ୍ୟା ଅପେକ୍ଷା ବିଜୁଳି ଘଡ଼ଘଡ଼ିରେ ଯାଉଛି ଅଧିକ ଜୀବନ, ଗତ ୫ ବର୍ଷରେ ୧୭୦୦ ମୃତ୍ୟୁ ଘଟିଛି ।
-
9.ଜଙ୍ଗଲ ଓ ପରିବେଶ ବିଭାଗ ନିଷ୍ପତ୍ତି, ବଜ୍ରପାତ ମୃତ୍ୟୁକୁ ରୋକିବା ପାଇଁ ଅଧିକ ତାଳଗଛ ଲଗାଯିବ।
-
10.ଭୁବନେଶ୍ୱର, କମାଣ୍ଡୋ ତାଲିମ ନେବା ପାଇଁ ଯାଇନଥିବାରୁ, ୧୦ଜଣ ଆରପିଏଫ ଯବାନ ଚାକିରିରୁ ନିଲମ୍ୱିତ ହୋଇଛନ୍ତି।
-
11.ଜୁନ ୨୨ରେ ଯାଜପୁରରେ ଟାଟା ପ୍ରକଳ୍ପର ଶୁଭାରମ୍ଭ ହେବ , ୩୪ ହଜାରଙ୍କୁ ମିଳିବ ନିଯୁକ୍ତି ସୁଯୋଗ ।
-
12. ଚଣ୍ଡୀଗଡ଼ ବିଶ୍ଵବିଦ୍ୟାଳୟ ତୁର୍କୀ, ଆଜରବାଇଜାନ ସହିତ ସମସ୍ତ ଏମଓୟୁ ରଦ୍ଦ କଲା ।
-
13.କିଛି ମାସ ତଳେ ପିଆଜ, ଅଦା, ରସୁଣ ଦର ମହଙ୍ଗା ଥିଲା। ଏବେ ପୂର୍ବ ତୁଳନାରେ ଏସବୁର ଦର କମିଛି। ରସୁଣ କେଜି ୪୦୦ଟଙ୍କାରୁ ଖସି ୧୦୦ଟଙ୍କାରେ ପହଞ୍ଚିଛି। ଅଦା ପୂର୍ବରୁ କେଜି ୨୫୦ଟଙ୍କାରେ ବିକ୍ରି ହେଉଥିଲା। ଏବେ କେଜି ୭୦ଟଙ୍କା। ପିଆଜ ୨୫, ଆଳୁ ୨୦ଟଙ୍କାରେ ବିକ୍ରି ହେଉଛି।
-
14.ଟେସ୍ଲା ସିଇଓ ତଥା ‘ଏକ୍ସ’ର ମାଲିକ ଏଲୋନ୍ ମସ୍କ ପୁଣି ଥରେ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ରେ ନିଜର ନାମ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ସେ ତାଙ୍କ ‘ଏକ୍ସ’ ଆକାଉଣ୍ଟ୍ର ନାମ ‘ଗୋର୍କଲନ୍ ରଷ୍ଟ୍’କୁ ପରିବର୍ତ୍ତନ କରିଥିବା ବେଳେ ଏବେ ସେଇ ନାମକୁ ବି ବଦଳାଇ ଦେଇଛନ୍ତି। ଏବେ ‘ଏକ୍ସ’ରେ ମସ୍କ ତାଙ୍କ ନାମ ରଖିଛନ୍ତି ‘କେକିୟସ୍ ମାସ୍କିମସ୍’।
-
15.ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଦ୍ଵାରା ରବିବାର ସକାଳୁ ଆରମ୍ଭ ହୋଇଥିବା ସାଟେଲାଇଟ ଉତକ୍ଷେପଣ ମିଶନ ସଫଳ ହୋଇପାରି ନାହିଁ। ୧୦୧ତମ ମିଶନରେ ପିଏସଏଲଭି-ସି୬୧ ଯାନ ଦ୍ଵାରା ଇଓଏସ-୦୯ ସାଟେଲାଇଟକୁ ମହାକାଶରେ ଅବସ୍ଥାପିତ କରାଯିବାର ଥିଲା।
-
16.ଭାରତରେ ରହି ପାକିସ୍ତାନକୁ ସମର୍ଥନ କରୁଥିବା ୬୫ ଜଣଙ୍କୁ ଗିରଫ କରାଯାଇଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା କହିଛନ୍ତି।
-
17.ବର୍ତ୍ତମାନ ଆଉ ୨ ଜଣ ଆତଙ୍କୀଙ୍କୁ ଟ୍ରମ୍ପ ସିଧାସଳଖ ନିଜ ପ୍ରଶାସନରେ ସ୍ଥାନ ଦେଇଛନ୍ତି। ସେମାନଙ୍କୁ ହ୍ବାଉସ ଉପଦେଷ୍ଟା ବୋର୍ଡରେ ଟ୍ରମ୍ପ ନିଯୁକ୍ତ କରିଛି ।
-
18.ଦିଲ୍ଲୀ ମହାନଗର ନିଗମ(ଏମସିଡି)ର ଆପ୍ କାଉନସିଳରମାନେ ଆମ ଆଦମି ପାର୍ଟିରୁ ଇସ୍ତଫା ଦେବା ସହ ‘ଇନ୍ଦ୍ରପ୍ରସ୍ଥ ବିକାଶ ପାର୍ଟି’ ନାଁରେ ନୂଆ ଦଳ ଗଠନ ନେଇ ଘୋଷଣା କରିଛନ୍ତି।
-
19.ତାଲିବାନ ନେତୃତ୍ୱାଧୀନ ଆଫଗାନିସ୍ତାନ ଆନୁଷ୍ଠାନିକ ଭାବରେ ଭାରତଠାରୁ ଦୁଇଟି ପ୍ରମୁଖ ସମର୍ଥନ ଲୋଡ଼ିଛି। ରୋଗୀଙ୍କ ଚିକିତ୍ସା ପାଇଁ ମେଡିକାଲ ଭିସା ଏବଂ ବ୍ୟବସାୟୀଙ୍କ ପାଇଁ ବ୍ୟବସାୟ ଭିସା।
-
20.କ୍ରିକେଟର ଭଗବାନ ଭାବରେ ଜଣାଶୁଣା ସଚିନ ତେନ୍ଦୁଲକର ବିସିସିଆଇ ମୁଖ୍ୟାଳୟରେ ତାଙ୍କ ନାମରେ ଏକ ବୋର୍ଡ ରୁମ ଉଦଘାଟନ କରିଥିଲେ। ଏହାକୁ ‘SRT 100’ ନାମ ଦିଆଯାଇଛି।