-
1.ଶରଣାର୍ଥୀଙ୍କ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମକୋର୍ଟ ସୋମବାର କହିଛନ୍ତି ଯେ ଭାରତ ଧର୍ମଶାଳା ନୁହେଁ। ସାରା ବିଶ୍ୱରୁ ଆସୁଥିବା ଲୋକଙ୍କୁ ଆଶ୍ରୟ ଦେବାର କୌଣସି ଯଥାର୍ଥତା ନାହିଁ।
-
2.ହାଇକୋର୍ଟର ସମସ୍ତ ଅବସରପ୍ରାପ୍ତ ବିଚାରପତିଙ୍କୁ ସ୍ଥାୟୀ କିମ୍ବା ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି କିମ୍ବା ମାନ୍ୟତା ନିର୍ବିଶେଷରେ ସମ୍ପୂର୍ଣ୍ଣ ଓ ସମାନ ପେନ୍ସନ୍ ଦେବାକୁ ସୁପ୍ରିମ୍କୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି।
-
3.ୟୁକୋ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ (ସିଏମଡି) ସୁବୋଧ କୁମାର ଗୋୟଲଙ୍କୁ ଗିରଫ କରାଯାଇଛି। ସୁବୋଧଙ୍କ ବିରୋଧରେ ଏକ କମ୍ପାନୀକୁ ହଜାର ହଜାର କୋଟି ଟଙ୍କାର ଋଣ ହେରଫେର ଏବଂ ତା ବଦଳରେ ଲାଞ୍ଚ ଓ ଅନ୍ୟାନ୍ୟ ଅନୁଗ୍ରହ ଗ୍ରହଣ କରିବାର ଅଭିଯୋଗ ରହିଛି।
-
4.ଭାରତ-ପାକ୍ ଅସ୍ତ୍ରବିରତି ପ୍ରସଙ୍ଗରେ ବିଦେଶ ସଚିବ ବିକ୍ରମ ମିସ୍ରି କହିଛନ୍ତି ଯେ ଅସ୍ତ୍ରବିରତିରେ ଆମେରିକାର କୌଣସି ଭୂମିକା ନାହିଁ।
-
5.ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ପ୍ରୋଷ୍ଟେଟ କର୍କଟ ରୋଗରେ ପୀଡ଼ିତ ଥିବା ଜଣାପଡିଛି ଯାହା ତାଙ୍କ ହାଡ଼କୁ ବ୍ୟାପିଯାଇଛି। ବାଇଡେନ ମୂତ୍ରଜନିତ ସମସ୍ୟା ଅନୁଭବ କରିବା ପରେ ଶୁକ୍ରବାର ଏହି ରୋଗ ଚିହ୍ନଟ ହୋଇଥିଲା।
-
6.ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଉପରେ ପ୍ରାୟ ୧୫ ମିନିଟ୍ ଧରି ଏକ ସନ୍ଦିଗ୍ଧ ଡ୍ରୋନ୍ ଉଡୁଥିବାର ଦେଖାଯାଇଥିବା ଜଣାପଡ଼ିଛି। ଏହା ପରେ ମନ୍ଦିରରେ ସୁରକ୍ଷା ନେଇ ଆଶଙ୍କା ସୃଷ୍ଟି ହୋଇଛି।
-
7.ରେଳ ଯାତ୍ରୀଙ୍କ ସୁବିଧା ପାଇଁ ଆଇଆରସିଟିସି (ଇଣ୍ଡିଆନ ରେଳବାଇ କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ) ନୂତନ ସ୍ଵରେଲ ଆପ୍ ଲଞ୍ଚ କରିଛି। ତଥାପି, ଏହି ମୋବାଇଲ୍ ଆପ୍ ବର୍ତ୍ତମାନ ଆଣ୍ଡ୍ରଏଡ୍ରେ ପରୀକ୍ଷଣ ମୋଡ୍ରେ ଅଛି ଏବଂ ଖୁବ୍ଶୀଘ୍ର ସମସ୍ତ ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ।
-
8.ସୂତ୍ର ଅନୁସାରେ, ସରକାର ସଂସଦୀୟ ବୈଦେଶିକ ବ୍ୟାପାର କମିଟିକୁ ସ୍ପଷ୍ଟ ଭାବରେ କହିଥିଲେ ଯେ ଭାରତ ପାକିସ୍ତାନର କୌଣସି ପରମାଣୁ ପ୍ରତିଷ୍ଠାନ ଉପର ଆକ୍ରମଣ କରିନାହିଁ।
-
9.ଓଡ଼ିଶାର ଅଗ୍ରଣୀ ବ୍ୟବସାୟ ପ୍ରତିଷ୍ଠାନ ଫାଲକନ୍ ଗ୍ରୁପ୍ ଅଧୀନ ଫାଲକନ୍ ଏଗ୍ରିଫ୍ରିଜ୍ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଗୁଜରାଟର ମେହସାଣାରେ ନୂଆ ଫ୍ରୋଜେନ୍ ପଟାଟୋ କାରଖାନା ସ୍ଥାପନ କରାଯାଇଛି। ଏହା ହେଉଛି ଦେଶର ସର୍ବବୃହତ୍ ଫ୍ରେଞ୍ଚ୍ ଫ୍ରାଇଜ୍ କାରଖାନା, ଯେଉଁଥିରେ ୩୫୦ ମିଟରର ବୃହତ୍ ଉତ୍ପାଦନ ଲାଇନ୍ ରହିଛି।
-
10.ଗୋଦାବରୀ ନଦୀରେ ବିବାଦୀୟ ପୋଲାଭରମ୍ ପ୍ରକଳ୍ପ ଉପରେ ଚଳିତମାସ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ଟି ରାଜ୍ୟ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବେ।
-
11.ଏଜିଆର୍ରେ ରିହାତି ପାଇବା ପାଇଁ ଭୋଡାଫୋନ ଆଇଡିଆ ଓ ଏୟାରେଟଲ କରିଥିବା ଆବେଦନ ଏବଂ ଏଥିରେ ପକ୍ଷଭୁକ୍ତ ହେବାପାଇଁ ଟାଟା ଟେଲିସର୍ଭିସେସ୍ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
-
12.ସରକାରଙ୍କ ଏକାଧିକ ଅନୁକୂଳ ନୀତି ସହିତ ବଜାରରେ ଚାହିଦା ବୃଦ୍ଧି କାରଣରୁ ଭାରତର ସ୍ମାର୍ଟଫୋନ ରପ୍ତାନି ୨୦୨୪-୨୫ ଆର୍ଥିକବର୍ଷରେ ୫୫ ପ୍ରତିଶତ ବୃଦ୍ଧି ଘଟି ୨୪.୧୪ ବିଲିଅନ ଡଲାରରେ ପହଞ୍ଚିଛି। ୨୦୨୩-୨୪ରେ ଏହା ୧୫.୫୭ ବିଲିଅନ ଡଲାର ଏବଂ ୨୦୨୨-୨୩ରେ ୧୦.୯୬ ବିଲିଅନ ଡଲାରରେ ରହିଥିଲା।
-
13.ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ଭାରତ ବିଶ୍ବରେ ଚତୁର୍ଥ ସ୍ଥାନରେ ରହିଛି। ୨୦୧୪-୧୪ରେ ଭାରତରୁ ବିଶ୍ବର ୧୦୫ଟି ଦେଶ ସାମୁଦ୍ରିକ ଖାଦ୍ୟ ଓ ଉତ୍ପାଦ ଆମଦାନୀ କରୁଥିବାବେଳେ ୨୦୨୪-୨୫ରେ ଏହି ସଂଖ୍ୟା ୧୩୦ରେ ପହଞ୍ଚିଛି।
-
14.ଓଡ଼ିଶାର ଭଦ୍ରକ ଜିଲ୍ଲାର ଏକ ପାରମ୍ପରିକ ମିଠା ସ୍ୱାଦିଷ୍ଟ ଖାଦ୍ୟ, ପ୍ରତୀକାତ୍ମକ ପାଳୁଆ ଲଡୁ, ପ୍ରତିଷ୍ଠିତ ଭୌଗୋଳିକ ସୂଚକ (ଜିଆଇ) ଟ୍ୟାଗ୍ ପାଇବାକୁ ଯାଉଛି। ଯାହା ଏହାର ସାଂସ୍କୃତିକ ଏବଂ ବାଣିଜ୍ୟିକ ଗୁରୁତ୍ୱକୁ ବୃଦ୍ଧି କରିବ।
-
15.ପ୍ରଶାନ୍ତ କିଶୋରଙ୍କ ଜନ ସୂରଜ ପାର୍ଟିର ପ୍ରଥମ ରାଷ୍ଟ୍ରୀୟ ସଭାପତି ହୋଇଛନ୍ତି ଉଦୟ ସିଂହ। ସେ ପୂର୍ବରୁ ବିଜେପିର ସାଂସଦ ଥିଲେ।
-
16.ସୁପ୍ରିମକୋର୍ଟ ବିଜୟ ଶାହଙ୍କ କ୍ଷମା ପ୍ରାର୍ଥନାକୁ ଖାରଜ କରିଛନ୍ତି କିନ୍ତୁ ତାଙ୍କ ତୁରନ୍ତ ଗିରଫଦାରୀ ଉପରେ ମଧ୍ୟ ସ୍ଥଗିତାଦେଶ ଲଗାଇଛନ୍ତି।
-
17.ଜାପାନରେ ମିଳୁଥିବା ଦୁନିଆର ସବୁଠାରୁ ମହଙ୍ଗା ଆମ୍ବର ନାମ ତଇୟୋ ନୋ ତମାଙ୍ଗୋ।ସାଧାରଣତଃ ଏହି ଆମ୍ବର ଆନ୍ତର୍ଜାତୀୟ ବଜାରରେ ଦାମ୍ ୨.୭ ଲକ୍ଷ ଟଙ୍କା ପ୍ରତି କିଲୋଗ୍ରାମ୍କୁ । ଭାରତରେ ତାଇୟୋ ନୋ ତମାଙ୍ଗୋ ପ୍ରଜାତିର ଗୋଟିଏ ଆମ୍ବର ମୂଲ୍ୟ ୨୧ ହଜାର ଟଙ୍କା । ପୂର୍ଣ୍ଣିଆରେ ଏହି ପ୍ରଜାତିର ଏକ ଗଛ ରହିଛି ପ୍ରାୟ ୨୫ ବର୍ଷ ହେବ ରହିଛି।
-
18.ମହାରାଷ୍ଟ୍ରର ଥାନେ ଜିଲାରେ ବିନା ଅନୁମତିରେ ମାନବ ଶୃଙ୍ଖଳ କରି ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହୋଇଥିବା ଅଭିଯୋଗରେ ୧୦୦ଜଣରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଛି ବୋଲି ପୁଲିସ ସୂଚନା ଦେଇଛି।
-
19.ରାଜ୍ୟରେ ଆସନ୍ତା ୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା.. ୨୩ ତାରିଖ ଯାଏଁ ରାଜ୍ୟର ଅନେକ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା।
-
20.ସବୁଠାରୁ ବ୍ୟୟବହୁଳ ଓଡିଆ ସିନେମା ହେବ ‘ଲ୍ୟାଣ୍ଡଫଲ’ । ଆମେ କୌଣସି ବାତ୍ୟା କଥା ନୁହେଁ, ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଯୋଡି ଵିଶାଲ ମୋର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କାଙ୍କ ଆଗାମୀ ସିନେମା ‘ଲ୍ୟାଣ୍ଡଫଲ’ କଥା।