-
1.୨୦୨୫ ଜାନୁଆରି ୩୧ତାରିଖରୁ ଆରମ୍ଭ ହୋଇଥିବା ସଂସଦର ବଜେଟ୍ ଅଧିବେଶନ ଶେଷ ହୋଇଛି ଏବଂ ଆଜି ଉଭୟ ଗୃହକୁ ପରବର୍ତ୍ତୀ ମୌସୁମୀ ଅଧିବେଶନ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।ଅଧିବେଶନରେ ୧୦ଟି ସରକାରୀ ବିଲ୍ ପୁନଃ ଆଗତ କରାଯାଇଥିଲା ଏବଂ ସମୁଦାୟ ୧୬ଟି ବିଲ୍ ସଫଳତାର ସହ ପାରିତ ହୋଇଥିଲା।
-
2.ଷଷ୍ଠ ବିମ୍ଷ୍ଟେକ୍ (ବେ ଅଫ୍ ବେଙ୍ଗଲ ଇନିସିଏଟିଭ୍ ଫର ମଲ୍ଲି ସେକ୍ଟରାଲ ଟେକ୍ନିକାଲ ଆଣ୍ଡ ଇକୋନୋମିକ କୋଅପରେସନ୍) ଶିଖର ସମ୍ମିଳନୀରେ ଯୋଗଦେଇ ମୋଦୀ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା, ସ୍ଥାୟୀ ସାମୁଦ୍ରିକ ପରିବହନ, ପାରମ୍ପରିକ ଔଷଧ ଏବଂ କୃଷିରେ ଗବେଷଣା ଓ ପ୍ରଶିକ୍ଷଣ ଉପରେ ଭାରତରେ ବିମ୍ଷ୍ଟେକ୍ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ।
-
3.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ଭିଡିଓ ଶେୟାର କରିଛନ୍ତି। ଏଥିରେ ୟେମେନରେ ହୁତି ବିଦ୍ରୋହୀଙ୍କ ଉପରେ ଆମେରିକାର ବିମାନ ଆକ୍ରମଣ ଦର୍ଶାଯାଇଛି।
-
4.ଚଳିତ ବର୍ଷ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଡାକ୍ତର (ମେଡିକାଲ ଅଫିସର) ପଦ ପାଇଁ ପରୀକ୍ଷାରୁ ବଞ୍ଚିତ ହେବେ ୩ଟି ଭେଷଜ ମହାବିଦ୍ୟାଳୟର ୪ଶହ ଛାତ୍ରଛାତ୍ରୀ।
-
5.ବେଲୁଚିସ୍ତାନ ଏବଂ ଖାଇବର ପାଖତୁନଖ୍ୱା(କେପି)ରେ ବିଚ୍ଛିନ୍ନତାବାଦୀ ଏବଂ ଉଗ୍ରବାଦୀଙ୍କ ହିଂସାତ୍ମକ ଆକ୍ରମଣ ପାକିସ୍ତାନ ସେନାକୁ ଦୋହଲାଇ ଦେଇଛି। ଏନେଇ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଭୟଭୀତ ପାକିସ୍ତାନୀ ସେନାର ମନୋବଳ ବୃଦ୍ଧି କରିବାକୁ ଚେଷ୍ଟା କରିଛନ୍ତି।
-
6.ଏପ୍ରିଲ ୪ ତାରିଖରେ, ଚୀନ୍ ମଧ୍ୟ ପ୍ରତିଶୋଧମୂଳକ ଶୁଳ୍କ ଘୋଷଣା କରିଛି। ଏହା ଅଧୀନରେ, ଚୀନ୍ ଆମେରିକୀୟ ଉତ୍ପାଦ ଉପରେ ୩୪% ଅତିରିକ୍ତ ଶୁଳ୍କ ଲାଗୁ କରିବ।
-
7.ବର୍ତ୍ତମାନ ସୁଦ୍ଧା, ସାରା ଦେଶରେ ପ୍ରାୟ ୧୦୬୩ଟି ଟୋଲ୍ ପ୍ଲାଜା ଅଛି। ଏବଂ ଏଗୁଡ଼ିକରେ ନିରନ୍ତର ବୃଦ୍ଧି ଦେଖାଯାଉଛି। ଯଦି ଆମେ କେବଳ ଗତ ୫ ବର୍ଷ ବିଷୟରେ କହିବା, ତେବେ ୪୦୦ରୁ ଅଧିକ ଟୋଲ୍ ପ୍ଲାଜା ନିର୍ମାଣ ହୋଇଛି।
-
8.ଜେଡିୟୁ ସଂସଦରେ ବିବାଦୀୟ ୱକଫ୍ ସଂଶୋଧନ ବିଲ୍କୁ ସମର୍ଥନ କରିବା ପରେ ଏହି ପ୍ରସଙ୍ଗ ନେଇ ଦଳରେ ବିବାଦ ବଢ଼ିଛି। ଦଳରେ ଏବେ ଇସ୍ତଫାର ସୁଅ ଛୁଟିଛି। ଦୁଇ ଦିନ ମଧ୍ୟରେ ୫ ଜଣ ନେତା ସେମାନଙ୍କ ଇସ୍ତଫାପତ୍ର ଦାଖଲ କରିଛନ୍ତି।
-
9.ଏପ୍ରିଲ ୧୧ରୁ ରାଜ୍ୟରେ ଆୟୁଷ୍ମାନ କାର୍ଡ ଲାଗୁ।ସେଥିପାଇଁ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।
-
10.ଯାତ୍ରାରେ ପୁଣି ଯାତେରା,ମୁହାଁମୁହିଁ ହେଲେଣି ମାଲିକ ଏବଂ ଅଭିନେତା। ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ବର୍ଷେ ବାସନ୍ଦ।
-
11.ରାମ ନବମୀ ପାଳନ ପୂର୍ବରୁ ସମ୍ବଲପୁରରେ ଫ୍ଲାଗ୍ ମାର୍ଚ୍ଚ, ବିଭିନ୍ନ ଛକ ବୁଲୁଛନ୍ତି ରାପିଡ ଆକ୍ସନ ଫୋର୍ସ।
-
12.ବଜେଟ ଅଧିବେଶନ ଶେଷ, ଲୋକସଭା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ।
-
13.ଆମେରିକା ଉପରେ ଚୀନର ପାଲଟା ଶୁଳ୍କ ଘୋଷଣା ପରେ ୮ ପ୍ରତିଶତ କମିଲା ତେଲ ଦର।
-
14.ତାମିଲନାଡୁ ସରକାରଙ୍କୁ ଲାଗିଛି ଝଟ୍କା। ଡାକ୍ତରୀ ପାଠ୍ୟକ୍ରମ ପାଇଁ ହେଉଥିବା ଜାତୀୟ ପ୍ରବେଶିକା ଏବଂ ଯୋଗ୍ୟତା ପରୀକ୍ଷା(ନୀଟ) ବିରୋଧରେ ରାଜ୍ୟ ସରକାର ଆଣିଥିବା ବିଲ୍କୁ ଖାରଜ କରିଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
-
15.ରେଳ ଧାରଣା କ୍ଷମତା ବୃଦ୍ଧି କରିବା ପାଇଁ ଭାରତୀୟ ରେଳବାଇ ଯାତ୍ରୀ ଏବଂ ପଣ୍ୟବାହୀ ଟ୍ରେନଗୁଡିକର ସୁଗମ ଏବଂ ଦ୍ରୁତ ପରିବହନ ସୁନିଶ୍ଚିତ କରିବାକୁ ୪ଟି ମଲ୍ଟିଟ୍ରାକିଂ ପ୍ରକଳ୍ପ ହାତକୁ ନେବାକୁ ଯୋଜନା କରୁଛି।
-
16.ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥାର ସଂରକ୍ଷିତ ସ୍ମାରକୀ ସ୍ଥଳ ଭାବେ ବିବେଚିତ ତାଜମହଲରୁ ଟିକଟ ବିକ୍ରି ମାଧ୍ୟମରେ ସର୍ବାଧିକ ରାଜସ୍ବ ଆୟ ହେଉଛି। ଏହି ସଂରକ୍ଷିତ ସ୍ମାରକୀରୁ ଏଏସ୍ଆଇ ଗତ ୫ ବର୍ଷରେ ୨୯୭ କୋଟି ଟଙ୍କା ରାଜସ୍ୱ ଆୟ କରିଛି। ଆର୍ଥିକ ବର୍ଷ ୨୩-୨୪ରେ ଟିକଟ ବିକ୍ରିରୁ ରାଜସ୍ବ ଆୟ ତାଲିକାରେ ଦିଲ୍ଲୀର କୁତୁବ ମିନାର ଏବଂ ଲାଲକିଲ୍ଲା ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିଲା।
-
17.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାଇବ୍ରାଣ୍ଟ ଗ୍ରାମ ଯୋଜନା-୨ ମଞ୍ଜୁରୀ ପ୍ରଦାନ କରାଯାଇଛି।
-
18.ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଅର୍ଥନୀତିଜ୍ଞ ଡକ୍ଟର ମନମୋହନ ସିଂହଙ୍କ ନାମରେ ଏକ ଫେଲୋଶିପ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିବର୍ଷ ୫୦ ଜଣ ଯୁବକଙ୍କୁ ଚୟନ କରାଯିବ।
-
19.ନ୍ୟୁ ବ୍ରିଟେନ ଦ୍ୱୀପର ଉପକୂଳରେ ଶନିବାର ସକାଳୁ ୬.୯ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ପାପୁଆ ନ୍ୟୁ ଗିନି ପାଇଁ ସୁନାମି ଚେତାବନୀ ଜାରି କରାଯାଇଛି।
-
20.ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ମୁମ୍ବାଇ ଦଳକୁ କିଣିଛନ୍ତି। ତେନ୍ଦୁଲକର ଗ୍ଲୋବାଲ ଇ-କ୍ରିକେଟ ପ୍ରିମିୟର ଲିଗ (GEPL)ରେ ମୁମ୍ବାଇ ଦଳର ମାଲିକାନା ହାସଲ କରିଛନ୍ତି।