-
1.ରାଜ୍ୟପାଳ ଆର୍ଏନ୍ ରବି ବିଧାନସଭାରେ ପାରିତ ବିଲ୍କୁ ଅନୁମୋଦନ ଦେବାରେ ବିଳମ୍ବକୁ ସର୍ବୋଚ୍ଚ ଅଦାଲତ ଅସାମ୍ବିଧାନିକ ବୋଲି ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ସ୍ବାଗତ କରି ଷ୍ଟାଲିନ୍ କହିଛନ୍ତି
-
2.ଦେଶରେ ୱକଫ୍ ସଂଶୋଧନ ଆଇନ କାର୍ଯ୍ୟକାରୀ ହୋଇଛି।
-
3.ପାଖାପାଖି ୧୦୦ ବର୍ଷ ବୟସରେ ପ୍ରଥମ ଥର ପାଇଁ ଦୁଇ ବିପନ୍ନ ଗାଲାପାଗୋସ୍ କଇଁଛ ପିତାମାତା ହୋଇଛନ୍ତି ବୋଲି ଫିଲାଡେଲଫିଆ ପ୍ରାଣୀ ଉଦ୍ୟାନ ଘୋଷଣା କରିଛି।
-
4.ଚୀନ୍ ଉପରେ ଆମେରିକା ୧୦୪ ପ୍ରତିଶତ ଟିକସ ଲଗାଇଛି। ଏକଥା ହ୍ବାଇଟ ହାଉସ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆସନ୍ତାକାଲିଠାରୁ ଏହି ଶୁଳ୍କ ଲାଗୁ ହେବ। ବିଶ୍ବର ଏହି ଦୁଇ ପ୍ରମୁଖ ମହାଶକ୍ତି ମଧ୍ୟରେ ବାଣିଜ୍ୟ ଲଢ଼େଇ ଚରମ ସୀମାରେ ପହଞ୍ଚିଛି।
-
5.ପୁଣି ରେଳ ଦୁର୍ଘଟଣା। ଦୁଇ ଭାଗ ହୋଇଗଲା ଫଲକନୁମା ଏକ୍ସପ୍ରେସ୍। ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ପଲାସା ନିକଟରେ ମଙ୍ଗଳବାର ଘଟିଛି ଏକ ରେଳ ଦୁର୍ଘଟଣା।
-
6.ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ବାସୁକିନାଥ ଗ୍ରୁପ୍ର ମାଲିକ ବଜରଙ୍ଗ ଅଗ୍ରୱାଲ ମା’ ତାରିଣୀଙ୍କୁ ସୁନା ମୁକୁଟ ଦାନ କରିଛନ୍ତି। ୪୪୫ ଗ୍ରାମ୍ ୪୭୦ ମିଲିଗ୍ରାମ ଓଜନ ବିଶିଷ୍ଟ ଏହି ସୁନା ମୁକୁଟର ମୂଲ୍ୟ ୫୦ ଲକ୍ଷ ଟଙ୍କା। କଟକର କାରିଗରମାନେ ଏହାକୁ ୨୫ ଦିନରେ ପ୍ରସ୍ତୁତ କରିଛନ୍ତି।
-
7.ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ୍) ପରୀକ୍ଷାଫଳ ଆସନ୍ତା ମେ’ ଦ୍ବିତୀୟ ସପ୍ତାହରେ ପ୍ରକାଶ ପାଇବ। ମାଟ୍ରିକ୍ ସହିତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା(ଓପନ୍ ସ୍କୁଲ)ଫଳାଫଳ ଏକକାଳୀନ ପ୍ରକାଶ ପାଇବ।
-
8.ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ନିବେଶକ ସମ୍ମିଳନୀ ମାଧ୍ୟମରେ ରାଜ୍ୟକୁ ୧,୦୩,୦୯୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ସେଗୁଡ଼ିକ କାର୍ଯ୍ୟକାରୀ ହେଲେ ୯୫,୯୧୫ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
-
9.ଚଳିତ ମାସ ଶେଷ ସୁଦ୍ଧା ପୁରୀରେ ଧାଡି ଦର୍ଶନ ବ୍ୟବସ୍ଥା ହେବ। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି।
-
10.ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ମିଶ୍ରଣ ପ୍ରକ୍ରିୟାର ଚତୁର୍ଥ ପର୍ଯ୍ୟାୟରେ ୨୬ଟି ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ‘ଗୋଟିଏ ରାଜ୍ୟ, ଗୋଟିଏ ଆର୍ଆର୍ବି’ ନୀତି ଅନୁସାରେ ହେଉଥିବା ଏହି ମିଶ୍ରଣରେ ଓଡ଼ିଶାର ଦୁଇଟି ବ୍ୟାଙ୍କର ନାମ ରହିଛି। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ହେବାକୁ ଯାଉଛି।
-
11.ସୋଲାର ସେଲ୍ ଓ ସୋଲାର୍ ମଡ୍ୟୁଲ୍ ଉତ୍ପାଦନ କାରଖାନା ବସାଇବା ଲାଗି ଆଇନକ୍ସ ସୋଲାର୍କୁ ରାଜ୍ୟ ସରକାର ଢେଙ୍କାନାଳରେ ୭୮ ଏକର ଜମି ପ୍ରଦାନ କରିଥିବା କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।
-
12.କେନ୍ଦ୍ରୀୟ ଏସୀୟ ରାଷ୍ଟ୍ରକୁ ଏକ ବ୍ୟକ୍ତିଗତ ଗସ୍ତରେ ଯାଇଥିବା ମେଘାଳୟର ପ୍ରମୁଖ ସଚିବ ସୟଦ ମହମ୍ମଦ ଏ ରାଜିଙ୍କ ଉଜବେକିସ୍ତାନର ଏକ ହୋଟେଲ ରୁମରେ ମୃତ୍ୟୁ ହୋଇଛି। ହୋଟେଲ ରୁମରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି ବୋଲି ସୂଚନା ମିଳିଛି।
-
13.ରାଜନୀତି ତାଙ୍କ ପାଇଁ ପୂର୍ଣ୍ଣକାଳୀନ ଚାକିରି ନୁହେଁ ଏବଂ ସେ ହୃଦୟରୁ ଜଣେ ଯୋଗୀ (ସନ୍ନ୍ୟାସୀ) ଅଛନ୍ତି ବୋଲି ତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।
-
14.ମିଆଁମାରରେ ମାର୍ଚ୍ଚ ୨୮ ତାରିଖରେ ହୋଇଥିବା ଭୟଙ୍କର ଭୂକମ୍ପ ପରଠାରୁ ଏପର୍ଯ୍ୟନ୍ତ ଗତ ୧୨ ଦିନ ମଧ୍ୟରେ ୯୮ ଥର ଭୂକମ୍ପ ଅନୁଭୂତ ହୋଇଛି। ଦେଶର ପାଣିପାଗ ଏବଂ ଜଳବିଜ୍ଞାନ ବିଭାଗ ମଙ୍ଗଳବାର ଏହି ସୂଚନା ଦେଇଛି। ହୋଇଥିବା ଏସବୁ ଭୂକମ୍ପର ତୀବ୍ରତା ୨.୮ ରୁ ୭.୫ ମଧ୍ୟରେ ରହିଥିଲା ବୋଲି କୁହାଯାଇଛି ।
-
15.ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଠିକ୍ ସମୟରେ ଓଡ଼ିଶା ଛୁଇଁବ। ସ୍ବାଭାବିକ ବର୍ଷା ମଧ୍ୟ ହେବ। ସମୁଦ୍ର ଓ ବାୟୁମଣ୍ଡଳର ସ୍ଥିତିରୁ ବିଶ୍ବର ପ୍ରମୁଖ ପାଣିପାଗ ସଂସ୍ଥାଗୁଡ଼ିକ ସଂଗ୍ରହ କରିଥିବା ତଥ୍ୟ ଅନୁଯାୟୀ ଏଭଳି ଆକଳନ କରାଯାଇଛି।