-
1.ରୁଷ୍-ୟୁକ୍ରେନ ଯୁଦ୍ଧବିରତି ପ୍ରୟାସ ବିଫଳ ହେବାପରେ ୟୁକ୍ରେନର ସୀମାବର୍ତ୍ତୀ ସହରଗୁଡ଼ିକ ଉପରେ ରୁଷ୍ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି। ସୁମି ସହର ଉପରେ ରୁଷ୍ର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି।
-
2.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଯୁଦ୍ଧକୁ ନେଇ ଦୁଇ ମହାଶକ୍ତି, ଆମେରିକା ଏବଂ ଚୀନ୍ ମୁହାଁମୁହିଁ ହୋଇଛନ୍ତି। ଚୀନ୍ ପ୍ରଥମେ ଏଥିରେ କଠୋର ମନୋଭାବ ଦେଖାଇଥିଲା, କିନ୍ତୁ ଧୀରେ ଧୀରେ ଏହାର ମନୋଭାବ ନରମ ହେଉଛି।
-
3.ଟ୍ରମ୍ପ ସରକାର ଆମେରିକାରେ ବିଦେଶୀ ନାଗରିକଙ୍କ ପାଇଁ ଏକ ନୂତନ ନିୟମ ଲାଗୁ କରିଛନ୍ତି। ନୂତନ ନିୟମ ଅନୁଯାୟୀ, ୩୦ ଦିନରୁ ଅଧିକ ସମୟ ପାଇଁ ଆମେରିକାରେ ରହୁଥିବା ବିଦେଶୀ ନାଗରିକମାନଙ୍କୁ ନିଜକୁ ପଞ୍ଜୀକରଣ କରିବାକୁ ପଡିବ। ଯଦି ସେମାନେ ଏହା କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କୁ ଜରିମାନା ହୋଇପାରେ କିମ୍ବା ଜେଲ ମଧ୍ୟ ଯିବାକୁ ପଡ଼ିପାରେ।
-
4.ପ୍ରଥମ ଥର ପାଇଁ ୩୦ କିଲୋୱାଟ୍ ଲେଜର ଆଧାରିତ ଅସ୍ତ୍ର ପ୍ରଣାଳୀର ସଫଳ ପରୀକ୍ଷଣ କରି ଭାରତ ଏହାର ପ୍ରତିରକ୍ଷା କ୍ଷମତାରେ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ଏହି ସିଷ୍ଟମ ମାଧ୍ୟମରେ, ଭାରତ ରବିବାର ବିମାନ, କ୍ଷେପଣାସ୍ତ୍ର ଏବଂ ସ୍ୱର୍ମ ଡ୍ରୋନକୁ ଖସାଇ ଦେବାର କ୍ଷମତା ପ୍ରଦର୍ଶନ କରିଛି।
-
5.ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଶସ୍ତା ହେବା ପରେ ତେଲ କମ୍ପାନିଗୁଡ଼ିକ ଏବେ ପେଟ୍ରୋଲ୍ ଲିଟର ପିଛା ୧୫ ଟଙ୍କାର ଲାଭ କରୁଛନ୍ତି। କିନ୍ତୁ ତାହାର ଲାଭ ଗ୍ରାହକଙ୍କ ନିକଟରେ ପହଞ୍ଚୁନାହିଁ।
-
6.ଓଡ଼ିଆ ନୂଆବର୍ଷ ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରା କ୍ୟାଲେଣ୍ଡର ପ୍ରକାଶ ପାଇଛି। ପୂର୍ବରୁ ମହାପ୍ରଭୁଙ୍କ ନିକଟରେ ଏହି କ୍ୟାଲେଣ୍ଡର ଦେବାର୍ପଣ ହୋଇଥିଲା।
-
7.ଚିଲ ନେଇଗଲା ଶ୍ରୀମନ୍ଦିର ଚୂଡ଼ାରୁ ନୀଳଚକ୍ର ବାନା। ସକାଳ ସମୟର ଏହି ଦୃଶ୍ୟ ଏବେ ଭାଇରାଲ୍ ହେବାରେ ଲାଗିଛି। ନୀଳଚକ୍ରରେ ସଂଯୋଗ ହୋଇଥିବା ଏକ ହଳଦୀ ରଙ୍ଗର ବାନାକୁ ଚିଲ ଦୁଇ ପଞ୍ଝାରେ ଧରି ମନ୍ଦିର ଚୂଡ଼ା ଚତୁଃପାର୍ଶ୍ବରେ ବୁଲିବା ପରେ ଉଡ଼ିଯାଉଥିବା ଦେଖିବାକୁ ମିଳିଛି।
-
8.ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ଲକ୍ଷାଧିକ ଲୋକଙ୍କ ଯାତ୍ରା ଅଭିଜ୍ଞତାକୁ ଉନ୍ନତ କରିବା ଏବଂ ଆର୍ଥିକ ବିକାଶ ଓ ଆଞ୍ଚଳିକ ସଂଯୋଗକୁ ବୃଦ୍ଧି କରାଇବା ଲକ୍ଷ୍ୟରେ ଅନୁଗୁଳ, ତାଳଚେର, ତାଳଚେର ରୋଡ୍, ମେରାମଣ୍ଡଳୀ, ଢେଙ୍କାନାଳ ଓ ରେଢ଼ାଖୋଲ ଷ୍ଟେସନ୍ର ଉନ୍ନତୀକରଣ ହେବ।
-
9.ବିକଶିତ ଜିଲ୍ଲା ଅନୁଗୁଳକୁ ଅପପୁଷ୍ଟି ଅପବାଦ ଘାରିଛି। ଗତ ୫ ବର୍ଷରେ ଜିଲ୍ଲାରେ ପ୍ରାୟ ୧୭ ଶହ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ବେଳେ ଏହା ସରକାରୀ ଯୋଜନାର ବିଫଳତାକୁ ପଦାରେ ପକାଇଛି।
-
10.ଆମେରିକୀୟ କମ୍ପାନି ଆପଲ୍ର ଉତ୍ପାଦ ଆଇଫୋନ୍ ଉତ୍ପାଦନ କରିବାରେ ଭାରତ ବଡ଼ ଉପଲବ୍ଧି ହାସଲ କରିଛି। ସଦ୍ୟତମ ସୂଚନା ଅନୁସାରେ ୨୦ ପ୍ରତିଶତ ଆଇଫୋନ୍ ଭାରତରେ ତିଆରି ହେଉଛି। ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ୬୦ ପ୍ରତିଶତ ଅଧିକ ଆଇଫୋନ୍ ଭାରତରେ ତିଆରି ହୋଇଛି ଯାହାର ମୂଲ୍ୟ ହେଉଛି ୨୨୦୦ କୋଟି ଡଲାର।
-
11. ୨୦୨୪-୨୫ରେ ଦେଶର ୮ଟି ରାଜ୍ୟରେ ଖଣିଜ ଉତ୍ପାଦନର ମାତ୍ରା ୯୭.୮୦ ପ୍ରତିଶତ ଥିବାବେଳେ ଏଥିରେ ଓଡ଼ିଶାର ଭାଗ ସର୍ବାଧିକ ୪୩.୪୯ ପ୍ରତିଶତ ରହିଛି।
-
12.ରାଜଧାନୀ ହେଉଛି ରାଜ୍ୟର ମୁଖଶାଳା । ମହିମାମଣ୍ଡିତ ଆମ ରାଜଧାନୀର କଳା ଓ ଐତିହ୍ୟ ବେଶ ଗୌରବ ମଣ୍ଡିତ । ଏହି ଗୌରବମୟ ରାଜଧାନୀର ଶ୍ରୀବୃଦ୍ଧି କରିବା ପାଇଁ ରାଜଧାନୀବାସୀଙ୍କୁ ବାଚସ୍ପତି ସୁରମା ପାଢୀ ଆହ୍ଵାନ ଦେଇଛନ୍ତି।
-
13.ଓଡ଼ିଶା ସରକାର ଗତ ଛଅ ମାସ ମଧ୍ୟରେ ଓଡ଼ିଶା ପୁଲିସରେ ୧୬,୦୫୯ଟି ନୂତନ ପଦବୀ ସୃଷ୍ଟି କରିବାକୁ ଘୋଷଣା କରିଛନ୍ତି।ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-
14.ଦେଶରେ ୱାକ୍ଫ ଆଇନ କାର୍ଯ୍ୟକାରୀ ହେବାପରେ ମଧ୍ୟପ୍ରଦେଶରେ ପ୍ରଥମ ଥର ପାଇଁ କୌଣସି ବେଆଇନ ମଦ୍ରାସା ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
-
15.ମରାଠୀ ଭାଷାକୁ ନେଇ ମହାରାଷ୍ଟ୍ରରେ ଅଣମରାଠା ଲୋକଙ୍କୁ ନିର୍ଯାତନା ଦିଆଯାଉଛି। ଗତ ସପ୍ତାହରେ ମରାଠୀ ନ କହିବାରୁ ଜଣେ ମହିଳା, ତାଙ୍କ ସ୍ଵାମୀ ଏବଂ ବନ୍ଧୁଙ୍କୁ କିଛି ଲୋକ ନିସ୍ତୁକ ମାଡ଼ ମାରିଥିଲେ।